ସବଳ ହେଉଛି ରାଜ୍ୟ ଅର୍ଥନୀତି

The Sakala Picture
Published On

ଭୁବନେଶ୍ୱର : ବିଶ୍ୱ ଓ ଜାତୀୟ ଅର୍ଥନୀତି ଉନ୍ନତି-ଅବନତି ମଧ୍ୟ ଦେଇ ଗତି କରୁଥିବା ବେଳେ ରାଜ୍ୟ ଅର୍ଥନୀତି ନିଜର ସ୍ଥିତାବସ୍ଥା ବଜାୟ ରଖିଛି। କରୋନା ପୂର୍ବବର୍ତ୍ତୀ ସମୟ ହେଉ କି ମହାମାରୀର ଶିଖର ସମୟରେ କିମ୍ବା ଏହାର ପରବର୍ତ୍ତୀ ପର୍ଯ୍ୟାୟ ରାଜ୍ୟ ଅର୍ଥନୀତି କୌଣସି ପରିସ୍ଥିତିରେ ନିମ୍ନଗାମୀ ହୋଇନାହିଁ। ଚଳିତ ଆର୍ଥିକ ବର୍ଷରେ ମଧ୍ୟ ରାଜ୍ୟ ଅର୍ଥନୀତି ଭଲ ସ୍ଥିତିରେ ରହିଛି। ଗତ ଜୁଲାଇ ଶେଷ ସୁଦ୍ଧା ଉଭୟ ଟିକସ ଓ ଅଣଟିକସ କ୍ଷେତ୍ରରୁ ରାଜ୍ୟର […]

ଭୁବନେଶ୍ୱର : ବିଶ୍ୱ ଓ ଜାତୀୟ ଅର୍ଥନୀତି ଉନ୍ନତି-ଅବନତି ମଧ୍ୟ ଦେଇ ଗତି କରୁଥିବା ବେଳେ ରାଜ୍ୟ ଅର୍ଥନୀତି ନିଜର ସ୍ଥିତାବସ୍ଥା ବଜାୟ ରଖିଛି। କରୋନା ପୂର୍ବବର୍ତ୍ତୀ ସମୟ ହେଉ କି ମହାମାରୀର ଶିଖର ସମୟରେ କିମ୍ବା ଏହାର ପରବର୍ତ୍ତୀ ପର୍ଯ୍ୟାୟ ରାଜ୍ୟ ଅର୍ଥନୀତି କୌଣସି ପରିସ୍ଥିତିରେ ନିମ୍ନଗାମୀ ହୋଇନାହିଁ। ଚଳିତ ଆର୍ଥିକ ବର୍ଷରେ ମଧ୍ୟ ରାଜ୍ୟ ଅର୍ଥନୀତି ଭଲ ସ୍ଥିତିରେ ରହିଛି। ଗତ ଜୁଲାଇ ଶେଷ ସୁଦ୍ଧା ଉଭୟ ଟିକସ ଓ ଅଣଟିକସ କ୍ଷେତ୍ରରୁ ରାଜ୍ୟର ନିଜସ୍ୱ ରାଜସ୍ୱ ଆଦାୟ ପରିମାଣ ପ୍ରାୟ ୨୧.୩୬ % ବୃଦ୍ଧି ପାଇଛି। ଚଳିତ ବର୍ଷ ଏପ୍ରିଲ-ଜୁଲାଇ ମାସ ମଧ୍ୟରେ ମୋଟ ୩୦,୨୦୧.୯୮ କୋଟି ଟଙ୍କାର ଟିକସ ଆଦାୟ ହୋଇଛି। ଯାହାକି ଗତ ଆର୍ଥିକ ବର୍ଷ ତୁଳନାରେ ୫ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ବ। ଗତ ବର୍ଷ ସମାନ ସମୟରେ ୨୪,୮୮୬.୮୭ କୋଟି ଟଙ୍କା ଟିକସ ଆଦାୟ ହୋଇଥିଲା।

ଆହୁରି ପଢ଼ନ୍ତୁ: ଭୟଙ୍କର ଭୂକମ୍ପ ଝଟକାରେ ଥରିଲା ଜାପାନ: ୭.୫ ତୀବ୍ରତା ରେକର୍ଡ, ସୁନାମି ଆଲର୍ଟ ଜାରି

ଅନୁସନ୍ଧାନରୁ ଜଣାପଡ଼ିଛି ଯେ ସାମଗ୍ରିକ ଭାବେ ଚଳିତ ବର୍ଷ ଟିକସ ବାବଦରେ ୪୬,୦୦୦ କୋଟି ଏବଂ ଅଣଟିକସ ରାଜସ୍ୱ ବାବଦରେ ୪୮,୨୦୦ କୋଟି ଟଙ୍କା ଆଦାୟ ଲକ୍ଷ୍ୟ ରଖାଯାଇଛି। ଜୁଲାଇ ଶେଷ ସୁଦ୍ଧା ଟିକସ ରାଜସ୍ୱ ବାବଦରେ ୩୧.୨୮ % ଅଣଟିକସ ରାଜସ୍ୱ ବାବଦରେ ୩୨.୮୧ % ଅର୍ଥ ରାଜକୋଷକୁ ଆସିଛି। ତେବେ ବଜେଟରେ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ମୋଟ୍‍ ୯୪,୨୦୦ କୋଟି ଟଙ୍କାର ଟିକସ ମଧ୍ୟରୁ ଜୁଲାଇ ଶେଷ ସୁଦ୍ଧା ୩୨.୦୬ % ଅର୍ଥ ଆଦାୟ ହୋଇପାରିଛି। ରାଜ୍ୟର ନିଜସ୍ୱ ଟିକସ ଟିକସ ଆଦାୟ ଗତ ଜୁଲାଇ ଶେଷ ସୁଦ୍ଧା ୧୪,୩୮୯ କୋଟି ଟଙ୍କା ଅତିକ୍ରମ କରିଛି। ଗତବର୍ଷର ଏହି ସମୟ ମଧ୍ୟରେ ୧୧,୩୧୧.୨୧ କୋଟି ଟଙ୍କା ରହିଥିଲା। ଏହା ନିଜସ୍ୱ ଟିକସ ଆଦାୟ କ୍ଷେତ୍ରରେ ୨୭.୨୧ % ଅଭିବୃଦ୍ଧିକୁ ଦର୍ଶାଉଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ସମସ୍ତଙ୍କ ସାମ୍ନାରେ ସ୍ତ୍ରୀକୁ ଛୁରାମାଡ଼ କଲା ନୃଶଂସ ସ୍ୱାମୀ

ନିଜସ୍ୱ ଟିକସ ମଧ୍ୟରେ ରାଜ୍ୟ ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦ(ଜିଏସଡିପି) ୬୦୫୮.୨୭ କୋଟି ଟଙ୍କା ପାଇଥିବାବେଳେ ବିକ୍ରିକର ବାବଦରେ ୩୩୭୪.୫୪ କୋଟି, ଅବକାରୀରୁ ୨୦୩୪.୮୦ କୋଟି, ଇଲେକ୍ଟ୍ରିସିଟି ଡ୍ୟୁଟିରୁ ୧୨୨୪.୦୪ କୋଟି, ମୋଟରଯାନ ଟିକସ ବାବଦରେ ୬୭୬.୩୫କୋଟି, ଜମିଜମା ରାଜସ୍ୱରୁ ୧୧୯.୮୩କୋଟି, ଷ୍ଟାମ୍ପ ଏବଂ ପଞ୍ଜିକରଣ ଫି ବାବଦରେ ୬୯୧.୦୪କୋଟି ଏବଂ ଅନ୍ୟାନ୍ୟ ଟିକସ ଆକାରରେ ୧୩୦.୨୭ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରାଯାଇପାରିଛି। ସମାନ ସମୟରେ ଅଣଟିକସ ରାଜସ୍ୱ ବାବଦରେ ରାଜ୍ୟ ରାଜକୋଷରୁ
୧୫,୮୧୨.୮୩ କୋଟି ଟଙ୍କା ଆସିଛି। ଗତବର୍ଷର ଅଣଟିକସ ରାଜସ୍ୱ ତୁଳନାରେ ଏହା ୧୬.୪୮ % ଅଧିକ ରହିଛି। ଅଣଟିକସ ରାଜସ୍ୱ ମଧ୍ୟରେ ଖଣି କ୍ଷେତ୍ରର ଖଣି ରୟାଲିଟିର ଅବଦାନ ଯଥେଷ୍ଟ ରହିଛି।

ଖଣି ଓ ଖଣିଜ ରାଜସ୍ୱ ବାବଦରେ ଜୁଲାଇ ସୁଦ୍ଧା ରାଜକୋଷରୁ ୧୩,୯୮୦.୫୯ କୋଟି ଟଙ୍କା ଆସିଛି। ଗତବର୍ଷ ସମାନ ସମୟରେଏହା ୧୨,୮୫୪.୯୫ କୋଟି ଟଙ୍କା ରହିଥିଲା। ଖଣି ରାଜସ୍ୱ କ୍ଷେତ୍ରରେ ୮.୭୬ ପ୍ରତିଶତ ଅଭିବୃଦ୍ଧି ଲକ୍ଷ୍ୟ କରାଯାଇଛି। ୨୦୨୨-୨୩ ବର୍ଷରେ ଖଣିଜ କ୍ଷେତ୍ରରୁ ୪୩,୪୪୪ କୋଟି ଟଙ୍କାର ରାଜସ୍ୱ ଆସିବାର ଆକଳନ ହୋଇଥିବାବେଳେ ଜୁଲାଇ ସୁଦ୍ଧା ୩୨.୧୮ ପ୍ରତିଶତ ଅର୍ଥ ମିଳିପାରିଛି। ଏକାଧିକ ଖଣି ନିଲାମୀ ପ୍ରକ୍ରିୟାରେ ରହିଥିବାରୁ ଖଣି ରାଜସ୍ୱ ଆର୍ଥିକ ବର୍ଷର ଦ୍ୱିତୀୟ ଭାଗରେ ଅହେତୁକ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଅଂଶଧନ ଓ ଲାଭ ବାବଦରେ ଚଳିତ ବର୍ଷ ଜୁଲାଇ ସୁଦ୍ଧା ୁ ୫୭୩.୮୫ କୋଟି ଟଙ୍କା ଆଦାୟ ହେଉଛି। ରାଜ୍ୟର ବିଭିନ୍ନ ବୃହତ ଓ କ୍ଷୁଦ୍ରଜଳସେଚନ ପ୍ରକଳ୍ପଗୁଡିକରୁ ରାଜସ୍ୱ ବାବଦରେ ୨୯୭.୧୯ କୋଟି ଟଙ୍କା ଆଦାୟ ହୋଇଛି।

କିଛିମାସ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁବାଇ ଗସ୍ତ କରି ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇଥିଲେ। ମଧ୍ୟ ପ୍ରାଚ୍ୟ ଓ ଆଫ୍ରିକାର ବିଭିନ୍ନ କମ୍ପାନୀ ପ୍ରାଥମିକ ଭାବେ ରାଜ୍ୟର ୨୧,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ନେଇ ସମ୍ମତି ପ୍ରଦାନ କରିଛନ୍ତି। କେତେକ କମ୍ପାନୀ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ-୨୦୨୨ରେ ପୁଞ୍ଜିନିବେଶ ନେଇ ଘୋଷଣା କରିପାରନ୍ତି ବୋଲି ଜଣାପଡିଛି। କିଛିଦିନ ପୂର୍ବରୁ ନୂଆଦିଲ୍ଲୀରେ ମଧ୍ୟ ନିବେଶକମାନଙ୍କ ସହ ଆଲୋଚନା କରାଯାଇଛି। ଆଗାମୀ ୧୪ ତାରିଖରେ ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ମଧ୍ୟ ନିବେଶକ ସମ୍ମିଳନୀ ହେବାକୁ ଯାଉଛି। ବର୍ଷର ଶେଷ ଆଡକୁ ହେବାକୁ ଥିବା ମେକ୍‍ ଇନ୍‍ କନକ୍ଲେଭରେ ୫ ଲକ୍ଷ କୋଟି ଟଙ୍କାର ନିବେଶ ଆସିବାର ସମ୍ଭାବନା ରହିଥିବା କୁହାଯାଉଛି। ତେଣୁ ଆର୍ଥିକ ଅଭିବୃଦ୍ଧି ସହ ଆସନ୍ତା ବର୍ଷ ରୋଜଗାର ସୁଯୋଗ ବ୍ୟାପକ କରିବ ବୋଲି ଆଶା କରାଯାଉଛି।

12 Sep 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର