ଦଲାଲ୍‌‌ଙ୍କ କବ୍‌‌ଜାରେ ଶୈଶବ, ବର୍ଷକରେ ଖୋର୍ଦ୍ଧା ଜିଲ୍ଲାରୁ ୯୫ ଶିଶୁ ଶ୍ରମିକ ଉଦ୍ଧାର

କାଗଜ କଲମରେ ‘ଚାଇଲ୍ଡ ଲେବର୍‌‌ ପ୍ରୋହିବିସନ୍‌‌ ଆକ୍ଟ-୨୦୧୬’

Deviprasad Mohanty Picture
Published On

ଭୁବନେଶ୍ୱର: ପାଠ ପଢ଼଼ା ବସୟରେ ଜୀବନ ବିତୁଛି ରୋଷେଇ ଘରେ ତ ଆଉ ହାକାର ବିଭିନ୍ନ ହୋଟେଲର ପାକଶାଳାରେ। ସେହିପରି କେତେକ ଇଟ୍ଟା ଭାଟି ଭିତରେ ନିଜର ଭିବଷ୍ୟତକୁ ଜାଳି ଦେଉଛନ୍ତି ତ କେହି ରେଳ ଷ୍ଟେସନରେ ଭିକ୍ଷାବୃତ୍ତି କରିବାକୁ ବାଧ୍ୟ ହେଉଛନ୍ତି। ସଚେତନତାର ଘୋର ଅଭାବ ଓ ସରକାର ଉଦାସିନତା ଅଭାବରୁ ଆସନ୍ତା କାଲିର ଭବିଷ୍ୟତ କୁହାଯାଉଥିବା ଶିଶୁମାନେ ଶ୍ରମିକ ପାଲଟିଛନ୍ତି। ସେହିପରି ପରିବାର ଆର୍ଥିକ ଚାପ ଯୋଗୁଁଁ ମଧ୍ୟ ଏଭଳି ପଥକୁ ଆପଣାଉଛନ୍ତି କୁନି କୁନି ପିଲାମାନେ। ଫଳସ୍ୱରୂପ, ଦିନକୁ ଦିନ ଉତ୍କଟ ରୂପ ନେଉଛି ଶିଶୁ ଶ୍ରମିକଙ୍କ ସ୍ଥିତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉପାନ୍ତ ଅଞ୍ଚଳରୁ ଅଭିଭାବକଙ୍କୁ ଅର୍ଥ ପ୍ରଲୋଭନ ଦେଖାଇ ଗରିବ ଶିଶୁମାନଙ୍କୁ ଆଣି ଦଲାଲ୍‌‌ ମାନେ ରାଜଧାନୀରେ ବିଭିନ୍ନ କାମରେ ନିୟୋଜିତ କରୁଛନ୍ତି। ତେବେ ଚାଇଲ୍ଡ ଲେବର ପ୍ରୋହିବିସନ୍‌‌ ଆକ୍ଟ-୨୦୧୬ ନିୟମକୁ ଉଲ୍ଲଙ୍ଘନ କରାଯାଉଥିଲେ ମଧ୍ୟ ସରକାରୀ ସ୍ତରରେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନଥିବା ସହ ଏହା ପଛରେ ରହିଥିବା ମାଷ୍ଟରମାଇଣ୍ଡ୍‌‌କୁ ଧରିବାରେ ପ୍ରଶାସନ ବିଫଳ ହୋଇଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ସୂଚନା ଅନୁସାରେ, ରାଜଧାନୀର କିଛି ଦଲାଲ୍‌‌ ମାନେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶିଶୁମାନଙ୍କୁ ଆଣି ରାଜଧାନୀରେ ହୋଟେଲ, ଗ୍ୟାରେଜ୍‌‌ରେ ନିଯୁକ୍ତି କରାଇବା ସହ ଭିକ୍ଷାବୃତ୍ତିରେ ମଧ୍ୟ ବ୍ୟବହାର କରୁଛନ୍ତି। ପ୍ରତିଦିନ ଗରିବ ଅସହାୟ ପିଲାମାନଙ୍କୁ ଇଟାଭାଟି, ଖଣିଖାଦନ, ହୋଟେଲ କିମ୍ବା ବଡ଼ବଡ଼ିଆଙ୍କ ଘରେ ଖଟାଉଛନ୍ତି। ଏପଟେ ପିଲାମାନଙ୍କୁ ପାଠପଢ଼଼ା ପ୍ରତି ଆକୃଷ୍ଟ କରିବାକୁ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ମାଗଣାରେ ୟୁନିଫର୍ମ, ପାଠ୍ୟ ଉପକରଣ ସାଙ୍ଗକୁ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ପୁଷ୍ଟିକର ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଛି। ଏସବୁ ପରେ ମଧ୍ୟ ପାଠ ପଢ଼଼ିବା ବଦଳରେ ବିଭିନ୍ନ କ୍ଷେତ୍ରରେ ଶ୍ରମିକ ପାଲଟୁଛନ୍ତି ହଜାର ହଜାର ଶିଶୁ। ଉଦାହରଣ ସ୍ୱରୂପ ନିୟମିତ ଭାବେ ରାଜଧାନୀରୁ ଉଦ୍ଧାର ହେଉଛନ୍ତି ଶିଶୁ ଶ୍ରମିକ। ତେବେ ୨୦୨୪(ମାର୍ଚ୍ଚ)-୨୫(ମାର୍ଚ୍ଚ)ବର୍ଷରେ କେବଳ ଖୋର୍ଦ୍ଧା ଜିଲ୍ଲାରୁ ୯୫ଜଣ ଶିଶୁ ଶ୍ରମିକ ଉଦ୍ଧାର ହୋଇଥିବା ସୂଚନା ରହିଛି। ସେମାନଙ୍କ ମଧ୍ୟରେ ୭୦ଜଣ ନାବାଳକ ରହିଥିବା ବେଳେ ୨୫ଜଣ ନାବାଳିକା ରହିଛନ୍ତି। ଏଥିମଧ୍ୟରୁ ୬୦ଟି କେସ୍‌‌ ର ଏଫଆଇଆର ହୋଇଥିବା ବେଳେ ୨୮ଟି ଜିଡି(ଜେନେରାଲ ଡାଏରୀ) ରହିଛି। ସେହିପରି ୨୦୨୫ ମସିହା ଏପ୍ରିଲ ମାସରୁ ଏପର୍ଯ୍ୟନ୍ତ ୬୩ଜଣ ଶିଶୁ ଶ୍ରମିକ ଉଦ୍ଧାର ହୋଇଥିବା ସୂଚନା ରହିଛି। ୨୦୨୩-୨୪ ବର୍ଷରେ ୫୩ ଜଣ ଶିଶୁ ଶ୍ରମିକ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୩୧ଜଣ ମାଲିକଙ୍କ ନାଁରେ ଏଫଆଇଆର୍‌‌ ହୋଇଥିବା ବେଳେ ୪ଟି ଜିଡି ହୋଇଛି। ତେବେ ଏହି ଶିଶୁ ଶ୍ରମିକ ମାନେ ବିଭିନ୍ନ ହୋଟେଲ, ବାବୁ ଘରେ କାମ କରୁଥିବା ସମୟରେ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଦାରିଦ୍ର୍ୟର କଷାଘାତରେ ସନ୍ତୁଳିତ ହୋଇ ବାପା ମା ଗାଁ ଛାଡିଥିବା ବେଳେ ପିଲାମାନେ ବିଦ୍ୟାଳୟ ଛାଡ଼ି ଶିଶୁ ଶ୍ରମିକ ଭାବରେ ନିୟୋଜିତ ହୋଇଥିବାର ସୂଚନା ମିଳିଛି। ଏହି ସମସ୍ତ ପିଲାଙ୍କୁ ଶିଶୁ କଲ୍ୟାଣ ସମିତିରେ ଉପସ୍ଥିତ କରାଯାଇ ଓପନ ସେଲଟର ମାନଙ୍କରେ ରଖାଯାଇ କାଉନସେଲିଂ କରାଯାଇଛି। ୨୦୨୩-୨୪ ବର୍ଷରେ ଖୋର୍ଦ୍ଧା, ପୁରୀ ଏବଂ ନୟାଗଡ଼ ଜିଲ୍ଲାରୁ ନିୟମିତ ଏଭଳି ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଯାଇଛି। ଏନେଇ ଚାଇଲ୍‌‌ଡଲାଇନ୍‌‌ର ନିର୍ଦ୍ଦେଶକ ବେଣୁଧର ସେନାପତି କହିଛନ୍ତି ଯେ, ଚାଇଲ୍ଡ ଲେବର ପ୍ରୋହିବିସନ୍‌‌ ଆକ୍ଟ-୨୦୧୬ କଡ଼ାକଡ଼ି ଭାବେ ଲାଗୁ କରାଯାଉନାହିଁ। ଏହାସହ ଶିଶୁ ଚାଲାଣ କ୍ଷେତ୍ରରେ ମଧ୍ୟ ୩୭୦ ଧାରାରେ କେସ୍‌‌ କରାଯାଇପାରିବ। ଉକ୍ତ କେସ୍‌‌ ଗୁଡ଼ିକ ତଦାରଖ କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରତି ଜିଲ୍ଲାରେ ଆଣ୍ଟି ହ୍ୟୁମାନ୍‌‌ ଟ୍ରାଫିକିଂ ସେଲ୍‌ଫ ଗଠନ ହୋଇଛି। ସରକାରଙ୍କ ବିଦ୍ଧିବଦ୍ଧ ଭାବେ ସମସ୍ତ କାଯ୍ୟ କରିଥିଲେ ମଧ୍ୟ ଏହା ସଠିକ୍‌‌ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ପଞ୍ଚାୟତ, ବ୍ଲକ ଏବଂ ଜିଲ୍ଲା ସ୍ତରରୁ ପ୍ରତି ଶିଶୁଙ୍କ ସଂଖ୍ୟା ଗଣନା କରାଗଲେ ସଠିକ୍‌‌ ତଥ୍ୟ ରହିବ। ଏହାସହ ଯେଉଁମାନେ ବିଭିନ୍ନ ଅଞ୍ଚଳରୁ ଶିଶୁ ଚାଲାଣ କରୁଛନ୍ତି ଉକ୍ତ ରାକଟେ୍‌‌କୁ ଧରିବା ସହ କଡାଦଣ୍ଡ ବିଧାନରେ ଦଣ୍ଡିତ ଏବଂ ଯେଉଁମାନେ ନିଜ ଘରେ କିମ୍ବା ହୋଟେଲରେ ପିଲାମାନଙ୍କୁ କାମ କରାଉଛନ୍ତି ସେମାନଙ୍କୁ ପାଇଁ ମଧ୍ୟ ଦଣ୍ଡବିଧାନ ମଧ୍ୟ କଠୋର କରାଯିବା ଆବଶ୍ୟକତା ରହିଛି ବୋଲି ଶ୍ରୀ ସେନାପତି କହିଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

22 Nov 2025 By Deviprasad Mohanty

https://www.thesakala.in/big-news/childhood-is-in-the-clutches-of-brokers-95-child-laborers-rescued-from-khordha-district-in-a-year/article-43233
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର