ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

Madhusudan Das Picture
Published On

ଭୁବନେଶ୍ୱର: ଖାଉଟିଙ୍କୁ ଝଟକା । ରୋଷେଇ ଘରେ ମହଙ୍ଗା ମାଡ । ଗ୍ୟାସ ପରେ ବଢ଼ିଲା ଖାଇବା ତେଲ । ହାଣ୍ଡିଶାଳରେ ପଡ଼ିଲାଣି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ । ବଜାରରେ ବୃଦ୍ଧି ପାଉଛି ଖାଇବା ତେଲ ଦର । କିଛିଦିନ ତଳେ ରିଫାଇନ୍ ତେଲ ଲିଟର ୧୬୦ଟଙ୍କାରେ ବିକ୍ରି ହେଉଥିବା ବେଳେ ଦୁଇଦିନ ହେଲା ଲିଟର ପିଛା ୧୭୦ଟଙ୍କାରେ ବିକ୍ରି ହେଉଛି। 

ଆହୁରି ପଢ଼ନ୍ତୁ: ଶ୍ମଶାନକୁ ଯିବା ପାଇଁ ନାହିଁ ରାସ୍ତା, ଶବ ସତ୍କାର କରିବାକୁ ଉଛୁଳା ନଈ ପାର୍ ହେଉଛନ୍ତି ସମ୍ପର୍କୀୟ

ଓଡିଶା ମାର୍କେଟରେ ଦୈନିକ ୧୦୦୦ ରୁ ୧୨୦୦ ଟନ ରିଫାଇନ ଓ ପାମୋଲିନ ତେଲର ଆବଶ୍ୟକତା ରହୁଛି । ଦେଶଗୁଡ଼ିକରେ ଯୁଦ୍ଧ ଚାଲୁଥିବା ଯୋଗୁଁ ତେଲ ଦର ବୃଦ୍ଧି ପାଉଛି । ରାଜ୍ୟରେ ଚାହିଦାଠାରୁ କମ୍ ପରିମାଣର ତେଲ ଆସୁଥିବାରୁ ରିଫାଇନ୍, ପାମୋଲିନ୍ ତେଲ ବଢିବାରେ ଲାଗିଛି । ଖାଇବା ତେଲ ଦରବୃଦ୍ଧିକୁ ନେଇ ଚିନ୍ତାରେ ଅଛନ୍ତି ଖାଉଟି । ଅନ୍ୟପଟେ ଓଡ଼ିଶାରେ ପ୍ରାୟ ୨୦ଦିନ ପାଇଁ ତେଲ ଷ୍ଟକ ରହିଥିବା ରାଜ୍ୟ ବ୍ୟବସାୟୀ ସଙ୍ଘର ସମ୍ପାଦକ ସୁଧାକର ପଣ୍ଡା ସୂଚନା ଦେଇଛନ୍ତି । 

ଆହୁରି ପଢ଼ନ୍ତୁ: କରମା ପୂଜା ପାଇଁ ବାଲି ଆଣିବାକୁ ଯାଇଥିଲେ, ଶଙ୍ଖ ନଦୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର