ବ୍ୟାଟେରୀରେ ବ୍ୟବହୃତ ଯନ୍ତ୍ରାଂଶର ମୂଲ୍ୟ ବୃଦ୍ଧି, ଆସନ୍ତାବର୍ଷରୁ ମହଙ୍ଗା ହେବ ଇଲେକ୍‌ଟ୍ରିକ୍‌ ଯାନ

The Sakala Picture
Published On

ନୂଆଦିଲ୍ଲୀ: ପରିବେଶ ଅନୁକୂଳ ଯାନବାହାନ ଚଳାଚଳକୁ ଗୁରୁତ୍ବ ଦେଇ କେନ୍ଦ୍ର ସରକାର ଦେଶରେ ବୈଦ୍ୟୁତିକ ବା ଇଲେକ୍‌ଟ୍ରିକ୍‌ ଯାନ(ଇଭି) ବ୍ୟବହାରକୁ ପ୍ରତ୍ସାହିତ କରୁଛନ୍ତି। ସମ୍ପ୍ରତି ଦେଶରେ ବିକ୍ରି ହେଉଥିବା ମୋଟ ଗାଡିର ୧.୭% ହେଉଛି ଇଲେକ୍‌ଟ୍ରିକ୍‌ ଯାନ। ୨୦୩୦ ସୁଦ୍ଧା ଦେଶର ଅଟୋ ଶିଳ୍ପରେ ଇଲେକ୍‌ଟ୍ରିକ୍‌ ଯାନର ଅଂଶ ୩୦%ରେ ପହଞ୍ଚାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଭଳି ସମୟରେ ଆଉ ଏକ ଖରାପ ଖବର ଆସିଛି ଯାହା ଅାଗାମୀ ଦିନରେ ଇଲେକ୍‌ଟ୍ରିକ୍‌ ଯାନ କିଣିବାକୁ ଚାହୁଁଥିବା ଲୋକଙ୍କ […]

ନୂଆଦିଲ୍ଲୀ: ପରିବେଶ ଅନୁକୂଳ ଯାନବାହାନ ଚଳାଚଳକୁ ଗୁରୁତ୍ବ ଦେଇ କେନ୍ଦ୍ର ସରକାର ଦେଶରେ ବୈଦ୍ୟୁତିକ ବା ଇଲେକ୍‌ଟ୍ରିକ୍‌ ଯାନ(ଇଭି) ବ୍ୟବହାରକୁ ପ୍ରତ୍ସାହିତ କରୁଛନ୍ତି। ସମ୍ପ୍ରତି ଦେଶରେ ବିକ୍ରି ହେଉଥିବା ମୋଟ ଗାଡିର ୧.୭% ହେଉଛି ଇଲେକ୍‌ଟ୍ରିକ୍‌ ଯାନ। ୨୦୩୦ ସୁଦ୍ଧା ଦେଶର ଅଟୋ ଶିଳ୍ପରେ ଇଲେକ୍‌ଟ୍ରିକ୍‌ ଯାନର ଅଂଶ ୩୦%ରେ ପହଞ୍ଚାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଭଳି ସମୟରେ ଆଉ ଏକ ଖରାପ ଖବର ଆସିଛି ଯାହା ଅାଗାମୀ ଦିନରେ ଇଲେକ୍‌ଟ୍ରିକ୍‌ ଯାନ କିଣିବାକୁ ଚାହୁଁଥିବା ଲୋକଙ୍କ ହୋସ୍‌ ଉଡାଇଦେବ। ଆଗାମୀ ଦିନରେ ଆହୁରି ମହଙ୍ଗା ହେବ ଇଲେକ୍‌ଟ୍ରିକ୍‌ ଯାନ ମୂଲ୍ୟ। ଇଲେକ୍‌ଟ୍ରିକ୍‌ ଗାଡ଼ିରେ ବ୍ୟବହାର କରାଯାଉଥିବା ବ୍ୟାଟେରୀ ମୂଲ୍ୟରେ ବୃଦ୍ଧି ଏହାର ମୁଖ୍ୟ କାରଣ। ସାରା ବିଶ୍ବରେ ବର୍ତ୍ତମାନ ଲିଥିୟମ୍‌ ଆୟନ୍‌ ବ୍ୟାଟେରୀ ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଥିବାରୁ ଦେଶରେ ଦେଶରେ ଇଲେକ୍‌ଟ୍ରିକ୍‌ ଯାନ ନିର୍ମାଣ ମହଙ୍ଗା ହେବାକୁ ଯାଉଛି। ଏପରିକି ଦେଶରେ ଏହି ଲିଥିୟମ୍‌ ଆୟନ୍‌ ବ୍ୟାଟେରୀ ମୂଲ୍ୟରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ବୃହତ୍‌ ବୃଦ୍ଧି ଘଟିଛି। ଏହାର ପ୍ରଭାବରେ ଆଗାମୀ ଦିନରେ ଦେଶରେ ଇଲେକ୍‌ଟ୍ରିକ୍‌ ଯାନ ମହଙ୍ଗା ହେବ। ଦର ବୃଦ୍ଧି ପରେ ପୂର୍ବରୁ ୧୨,୯୦୦ ଟଙ୍କାର ବ୍ୟାଟେରୀର ମୂଲ୍ୟ ୧୮,୯୦୦ ଟଙ୍କା ହୋଇଯିବ।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ବ୍ଲମ୍‌ବର୍ଗ ରିପୋର୍ଟ ଅନୁଯାୟୀ, ବିଶ୍ବରେ ବର୍ତ୍ତମାନ ଲିଥିୟମ୍‌ ଆୟନ୍‌ ବ୍ୟାଟେରୀର ଚାହିଦା ୭% ବଢ଼ିଛି। ଚଳିତମାସ ପରେ ବ୍ୟାଟେରୀ ପରୀକ୍ଷା ପାଇଁ ଏଆଇଏସ୍‌ ୧୫୬ ଷ୍ଟାଣ୍ଡାର୍ଡ ବା ମାନକ ଲାଗୁ କରାଯିବ। ଏହାବ୍ୟତୀତ ବ୍ୟାଟେରୀରେ ବ୍ୟବହୃତ ବିଏମ୍ଏସ୍ ଏବଂ ଆଇସି ଭଳି କେତେକ ଇଲେକ୍‌ଟ୍ରୋନିକ୍ସ ଯନ୍ତ୍ରାଂଶ ଓ ସେଥିରେ ଲାଗୁଥିବା କିଛି ଖଣିଜ ପଦାର୍ଥର ମୂଲ୍ୟରେ ବର୍ତ୍ତମାନ ବୃଦ୍ଧି ଘଟିଛି। ଏହି କାରଣରୁ ଗତବର୍ଷ ଘରୋଇ ବଜାରରେ କିଲୋୱାଟ ପ୍ରତି ୧୧,୭୦୦ରୁ ୧୨,୯୦୦ ଟଙ୍କା ପର୍ଯ୍ୟନ୍ତ ବ୍ୟାଟେରୀ ମୂଲ୍ୟ ଆସନ୍ତାବର୍ଷରୁ ୧୪,୮୦୦ ରୁ ୧୮,୯୦୦ ଟଙ୍କାକୁ ବୃଦ୍ଧି ଘଟିବ। ବ୍ୟାଟେରୀ ମୂଲ୍ୟ ବୃଦ୍ଧି ହେତୁ ଦେଶରେ ବୈଦ୍ୟୁତିକ ଯାନ ମୂଲ୍ୟ ୭.୧୦% ଯାଏ ବୃଦ୍ଧି ହୋଇପାରେ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ଅଟୋମୋବାଇଲ୍ କ୍ଷେତ୍ରର ବିଶେଷଜ୍ଞ ସଞ୍ଜୀବ ଗର୍ଗ କହିଛନ୍ତି ଯେ ବ୍ୟୟବହୁଳ ବ୍ୟାଟେରୀ କାରଣରୁ ବୈଦ୍ୟୁତିକ ଯାନ ନିର୍ମାତା ବିଶେଷକରି ଦୁଇଚକିଆ କମ୍ପାନୀଗୁଡିକର ଉତ୍ପାଦନ ଖର୍ଚ୍ଚ ୧୫% ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ଏଠାରେ ସୂଚନାଯୋଗ୍ୟ ଯେ, ଗୋଟିଏ ଇଭିରେ ବ୍ୟାଟେରୀ ମୂଲ୍ୟ ଏହାର ଗାଡ଼ି ମୂଲ୍ୟର 45-50 ପ୍ରତିଶତ। ଅବଶ୍ୟ, ଚାହିଦାରେ ହ୍ରାସ ହେତୁ ଇଭି ନିର୍ମାତା ଗ୍ରାହକଙ୍କ ଉପରେ ନିର୍ମାଣର ସମ୍ପୂର୍ଣ୍ଣ ଭାର ଛାଡିଦେବାକୁ ଚାହୁଁନାହାନ୍ତି। ତେବେ ଏହା ସତ୍ତ୍ବେ ବି ଇଭି ମୂଲ୍ୟରେ ୭ ରୁ ୧୦ ପ୍ରତିଶତ ବୃଦ୍ଧି କରିବାକୁ ଏବେ ନିର୍ମାତା ବାଧ୍ୟ। ଏହି କାରଣରୁ ଆସନ୍ତାବର୍ଷ ବଜାରରେ ଇଭି ମହଙ୍ଗା ହୋଇପାରେ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ଇଭି ବାଦ୍‌ ଆସନ୍ତାବର୍ଷଠାରୁ ଦେଶରେ ପେଟ୍ରୋଲ-ଡିଜେଲ କାରର ମୂଲ୍ୟ ମଧ୍ୟ ବୃଦ୍ଧି ଘଟିବାକୁ ଯାଉଛି। ଏହାପୂର୍ବରୁ ମାରୁତି-ସୁଜୁକି, ଟାଟା ମୋଟର୍ସ, ଏମଜି ମୋଟର୍ସ, ରେନୋ, ମର୍ସିଡିଜ୍-ବେଞ୍ଜ୍ ଏବଂ ଅଡି ଭଳି କମ୍ପାନୀ ଜାନୁଆରୀରୁ ସେମାନଙ୍କର ସମସ୍ତ ମଡେଲର କାର ମୂଲ୍ୟ ୫-୧୫% ଯାଏ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର