ଅଲଗା ହେଲେ ସାଉଥର ସୁପରହିଟ୍ ଯୋଡି ସମନ୍ଥା ଓ ନାଗା ଚୈତନ୍ୟ

The Sakala Picture
Published On

ବିବାହର ମାତ୍ର ଚାରି ବର୍ଷ ପରେ ସାଉଥର ସୁପରହିଟ୍ ଯୋଡି ସମନ୍ଥା ଏବଂ ନାଗା ଚୈତନ୍ୟ ଅଲଗା ହେବା ନେଇ ଘୋଷଣା କରିଛନ୍ତି। ଏନେଇ ସମନ୍ଥା ତାଙ୍କ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ଦୁହେଁ ନିଜ ଅଲଗା ହେବାର ଖବର ଦୁନିଆକୁ ଜଣାଇଛନ୍ତି । ଅଭିନେତ୍ରୀ ସମନ୍ଥା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ “ବେଶ୍‌ ଭାବି ଚିନ୍ତି ଓ ବୁଝି ବିଚାରି ମୁଁ ଓ ମୋ […]

ବିବାହର ମାତ୍ର ଚାରି ବର୍ଷ ପରେ ସାଉଥର ସୁପରହିଟ୍ ଯୋଡି ସମନ୍ଥା ଏବଂ ନାଗା ଚୈତନ୍ୟ ଅଲଗା ହେବା ନେଇ ଘୋଷଣା କରିଛନ୍ତି। ଏନେଇ ସମନ୍ଥା ତାଙ୍କ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ଦୁହେଁ ନିଜ ଅଲଗା ହେବାର ଖବର ଦୁନିଆକୁ ଜଣାଇଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ଅଭିନେତ୍ରୀ ସମନ୍ଥା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ “ବେଶ୍‌ ଭାବି ଚିନ୍ତି ଓ ବୁଝି ବିଚାରି ମୁଁ ଓ ମୋ ସ୍ୱାମୀ ନାଗା ଚୈତନ୍ୟ ବିବାହ ବେଚ୍ଛଦ କରିବାକୁ ନିଷ୍ପତ୍ତି ନେଇଛୁ, ଏବେ ଆମେ ନିଜପାଇଁ ବାଛିଥିବା ରାସ୍ତାରେ ଚାଲିବୁ, ମୁଁ ବହୁତ ଭାଗ୍ୟଶାଳୀ କି ବିଗତ ୧୦ ବର୍ଷ ଧରି ଆମେ ପରସ୍ପର ସହ ଜଣେ ଭଲ ବନ୍ଧୁ ଭାବେ ବଞ୍ଚିଥିଲୁ, ଭଲ ବନ୍ଧୁରୁ ଆମେ ଆଗକୁ ଯାଇ ସ୍ୱାମୀ ଓ ସ୍ତ୍ରୀ ହୋଇପାରିଥିଲୁ, ଏହି ବନ୍ଧୁତ୍ୱର ସଂପର୍କ ମୋର ସବୁଦିନ ପାଇଁ ମନେ ରହିବ, ଆମେ ଆମର ପ୍ରଶଂସକ, ଶୁଭ ଚିନ୍ତକ ଓ ଗଣମାଧ୍ୟମକୁ ଅନୁରୋଧ କରୁଛୁ କି ଏଭଳି ଅସୁବିଧା ଦମୟରେ ଆମର ସମର୍ଥନ କରିବା ପାଇଁ ଏବଂ ଆମକୁ ଆଗକୁ ବଢ଼ିବାକୁ ଦେବା ପାଇଁ ପ୍ରାଇଭେସି ଦେବା ଲାଗି ” ।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ଓ ତାଙ୍କ ପତ୍ନୀ ସମନ୍ଥା ରୁଥ ପ୍ରଭୁ ୨୦୧୦ ମସିହାରୁ ପରସ୍ପରକୁ ଡେଟ୍‌ କରୁଥିଲେ। ପ୍ରାୟ ୭ ବର୍ଷ ଧରି ଉଭୟଙ୍କ ମଧ୍ୟରେ ଭଲ ପାଇବା ଚାଲିବା ପରେ ୨୦୧୭ ମସିହା ଅକ୍ଟୋବର ୯ରେ ବେଶ୍‌ ରାଜକୀୟ ଠାଣିରେ ଗୋଆରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ମାତ୍ର ଦୀର୍ଘ ସମୟ ଧରି, ସେମାନଙ୍କ ସମ୍ପର୍କର ଦୂରତା ଖବର ବାହାରକୁ ଆସୁଥିଲା, କିନ୍ତୁ ଏହି ଖବରକୁ ସହଜରେ ଗ୍ରହଣ କରିପାରିନଥିଲେ ସେମାନଙ୍କର ଫ୍ୟାନ୍ସ । କିଏ ଏହାକୁ ମିଛ ଅପ୍ରଚାର କହୁଥିଲା ତ ପୁଣି କିଏ ସେମାନଙ୍କ ଆଗାମୀ ଫିଲ୍ମର କାହାଣୀ କହୁଥିଲା, କିନ୍ତୁ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମିଛ ଖବରକୁ ସତ କରିଦେଇଛନ୍ତି ସମନ୍ଥା ଓ ନାଗା ଚେତନ୍ୟ.. ଏବେ ଦୁହେଁ ବାଛିନେଲେ ଦୁହିଁଙ୍କ ପାଇଁ ଭିନ୍ନ ଭିନ୍ନ ରାସ୍ତା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର