ଲର୍ଡ୍ସ ଲଢେ଼ଇ ଲାଗି ଭାରତ ପ୍ରସ୍ତୁତ

The Sakala Picture
Published On

ଲଡ୍‌ର୍ସ : ଏଜ୍‌ବାଷ୍ଟନରେ ରେକର୍ଡ ୩୩୬ ରନ୍‌ ବ୍ୟବଧାନରେ ଇଂଲଣ୍ଡକୁ ପରାସ୍ତ କରି ଭାରତ ଦୁଇ ଦେଶ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ୧-୧ ସମାନସ୍ତରରେ ରଖିଛି। ଏହି ସିରିଜ୍‌ରେ ଆଉ ୩ଟି ଟେଷ୍ଟ ଖେଳାଯିବାକୁ ବାକି ରହିଛି। କିନ୍ତୁ ୫୮ ବର୍ଷରେ ଭାରତ ଏଜ୍‌ବାଷ୍ଟନରେ ପ୍ରଥମ ଟେଷ୍ଟ ଜିତି ବେଶ ଆତ୍ମବିଶ୍ୱାସ ପାଇଛି। ଏହି ଆତ୍ମବିଶ୍ୱାସକୁ ନେଇ ଦଳ କ୍ରିକେଟର ସବୁଠାରୁ ପୁରୁଣା ଷ୍ଟାଡିୟମ୍‌ ବା ଅନ୍ୟ ଭାଷାରେ କହିବାକୁ ଗଲେ କ୍ରିକେଟର […]

ଲଡ୍‌ର୍ସ : ଏଜ୍‌ବାଷ୍ଟନରେ ରେକର୍ଡ ୩୩୬ ରନ୍‌ ବ୍ୟବଧାନରେ ଇଂଲଣ୍ଡକୁ ପରାସ୍ତ କରି ଭାରତ ଦୁଇ ଦେଶ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ୧-୧ ସମାନସ୍ତରରେ ରଖିଛି। ଏହି ସିରିଜ୍‌ରେ ଆଉ ୩ଟି ଟେଷ୍ଟ ଖେଳାଯିବାକୁ ବାକି ରହିଛି। କିନ୍ତୁ ୫୮ ବର୍ଷରେ ଭାରତ ଏଜ୍‌ବାଷ୍ଟନରେ ପ୍ରଥମ ଟେଷ୍ଟ ଜିତି ବେଶ ଆତ୍ମବିଶ୍ୱାସ ପାଇଛି। ଏହି ଆତ୍ମବିଶ୍ୱାସକୁ ନେଇ ଦଳ କ୍ରିକେଟର ସବୁଠାରୁ ପୁରୁଣା ଷ୍ଟାଡିୟମ୍‌ ବା ଅନ୍ୟ ଭାଷାରେ କହିବାକୁ ଗଲେ କ୍ରିକେଟର ମକ୍କା ଭାବେ ବିବେଚିତ ଲର୍ଡସରେ ସିରିଜ୍‌ର ତୃତୀୟ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ପ୍ରଥମ ଦୁଇଟି ଟେଷ୍ଟରେ ବୋଲରଙ୍କୁ ସୁହାଇଲା ଭଳି ପିଚ୍‌ ଦିଆଯାଇ ନ ଥିଲା। କିନ୍ତୁ ଲର୍ଡସ କିମ୍ବା ଅନ୍ୟ ଦୁଇଟି ଟେଷ୍ଟ ଖେଳାଯିବାକୁ ଥିବା ଓଲ୍ଡ ଟ୍ରାଫୋର୍ଡ କିମ୍ବା କେନିଙ୍ଗଟନ ଓଭାଲରେ ପିଚ୍‌ ଲର୍ଡସ ପରି ଫାଷ୍ଟ ବୋଲରଙ୍କୁ ସୁହାଇବ। ଏଭଳି ପିଚ୍‌ରେ ଖେଳିବା କେବଳ ଭାରତ ନୁହେଁ ଏସୀୟ ମହାଦେଶର ଫ୍ଲାଟ ପିଚ୍‌ରେ ଖେଳୁଥିବା ଦେଶଗୁଡିକ ଲାଗି ଆହ୍ୱାନ। କିନ୍ତୁ ଇଂଲଣ୍ଡର ଦକ୍ଷତା ଓ ଦୁର୍ବଳତାକୁ ଜାଣିବା ପରେ ଭାରତ ଲର୍ଡସ ଲଢେ଼ଇ ଲାଗି ନିଜକୁ ପ୍ରସ୍ତୁତ କରିନେଇଛି।

ଆହୁରି ପଢ଼ନ୍ତୁ: IPLରୁ ଅବସର ନେଲେ ମହେନ୍ଦ୍ର ସିଂ ଧୋନି: ଚେନ୍ନାଇ ସୁପର କିଙ୍ଗସର ମେଣ୍ଟର ଭାବେ କରିବେ ନୂଆ ଆରମ୍ଭ

ବୁମ୍‌ରା ଖେଳିବା ନେଇ ସମ୍ଭାବନା

ଆହୁରି ପଢ଼ନ୍ତୁ: ଆଇପିଏଲ୍ ପୂର୍ବରୁ ବଡ଼ ଧମାକା: ୮ କୋଟିରେ ରାଜସ୍ଥାନ ରୟାଲ୍ସକୁ ଗଲେ ସାମି, ଲକ୍ଷ୍ନୌରେ ସାମିଲ ହେଲେ ସାମ୍ କରନ

ଏଜ୍‌ବାଷ୍ଟନ ଟେଷ୍ଟ ବିଜୟକୁ ୨ ଦିନ ପୁରିଗଲାଣି। ଭାରତୀୟ ମାନେ ଏହି ମୋହରୁ ମୁକ୍ତିପାଇ ଏବେ ଅଭ୍ୟାସକୁ ଫେରିଲେଣି। ଭାରତୀୟ ଦଳ ଦୃଢ଼ ନିଶ୍ଚିତ ଯେ, ଲର୍ଡସରେ ଜୁଲାଇ ୧୦ରୁ ୧୪ ଯାଏ ଖେଳାଯିବାକୁ ଥିବା ପିଚ୍‌ ସୁଇଂ ଓ ବାଉନ୍ସି ହେବ। ଏଣୁ ଏଭଳି ପିଚ୍‌ରେ ଖେଳିବାକୁ ଭାରତୀୟ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛି। ପ୍ରଥମ ଦୁଇଟି ଟେଷ୍ଟରେ ଭାରତୀୟ ଫାଷ୍ଟ ବୋଲର ଆଶାନୁରୂପ ସଫଳତା ପାଇଛନ୍ତି। ପ୍ରଥମ ଟେଷ୍ଟରେ ଯଶପ୍ରୀତ୍‌ ବୁମ୍‌ରା, ଦ୍ୱିତୀୟ ଟେଷ୍ଟରେ ମହମ୍ମଦ୍‌ ସିରାଜ ଓ ଆକାଶଦୀପ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଏହି ୩ ଜଣ ଲର୍ଡସରେ ଭାରତୀୟ ବୋଲିଂର ମୁଖ୍ୟ କର୍ଣ୍ଣଧାର ସାଜିବେ। ୱାର୍କଲୋଡ ଲାଗି ବୁମ୍‌ରା ଦ୍ୱିତୀୟ ଟେଷ୍ଟ ଖେଳି ନ ଥିଲେ। ଏବେ ସେ ପୂରା ଫିଟ୍‌ ଅଛନ୍ତି ଓ ଦ୍ୱିତୀୟ ଟେଷ୍ଟ ଖେଳିବାକୁ ପୂରା ପ୍ରସ୍ତୁତ। ଫ୍ଲାଟ ପିଚ୍‌ରେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ବୋଲିଂ ଉଚ୍ଚକୋଟୀର ହୋଇ ନ ଥିଲା। କିନ୍ତୁ ଲର୍ଡସରେ ତାଙ୍କ ବଲ କାମ ଦେଇପାରେ। ତାଙ୍କ ବିରୋଧରେ ଅନେକ କଥା ଯାଉଥିଲେ ମଧ୍ୟ ତୃତୀୟ ମ୍ୟାଚ୍‌ରେ ତାଙ୍କର ଖେଳିବା ସମ୍ଭାବନା ରହିଛି। ବିଶେଷ ପରୀକ୍ଷାନିରୀକ୍ଷା କରାଗଲେ କିମ୍ବା ଭାରିଏସନ ବା ବିଭିନ୍ନତା ଲାଗି ବାମହାତୀ ଫାଷ୍ଟ ବୋଲର ଅର୍ଶଦୀପ ସିଂହଙ୍କୁ ଡେବ୍ୟୁ କରାଇବା ବିକଳ୍ପ ରହିଛି। ବୋଲିଂ ଲାଗି ଭାରତ ବିଶେଷ ଚିନ୍ତିତ ନୁହେଁ। ଏବେ ସମସ୍ତ ବୋଲର ନିଜ ଲାଇନ୍‌ ଓ ଲେନ୍ଥ ଉପରେ ନିୟନ୍ତ୍ରଣ ହାସଲ କରିବା ପରେ ସୁଇଂ ଓ ବାଉନ୍ସି ପିଚ୍‌ରେ ତାହାକୁ କିପରି କାର୍ଯ୍ୟକାରୀ କରାଇବେ ସେହି ଯୋଜନାରେ ଟିମ୍‌ ମ୍ୟାନେଜମେଣ୍ଟ ରହିଛି।

ଆହୁରି ପଢ଼ନ୍ତୁ: କେଏଲ ରାହୁଲଙ୍କ ଐତିହାସିକ ସଫଳତା: ସମସ୍ତ ସେନା (SENA) ଦେଶରେ ଶତକ ହାସଲ କରିବାରେ ପ୍ରଥମ ଭାରତୀୟ ଓପନର

ଘାତକ ହୋଇପାରନ୍ତି ଆର୍ଚର, ଆଟକିନସନ

ଇଂଲିଶ ଗଣମାଧ୍ୟମରେ ଇଂଲଣ୍ଡ ଦଳର ପରାଜୟକୁ ତୀବ୍ର ସମାଲୋଚନା କରାଯାଇଛି। ବିଶେଷ କରି ଫ୍ଲାଟ ପିଚ୍‌ରେ ଖେଳିଥିବା ଇଂଲଣ୍ଡ ଖେଳାଳିମାନେ ନିଜକୁ ଖାପ୍‌ ଖୁଆଇ ପାରିଲେ ନାହିଁ ବୋଲି ଦର୍ଶାଯାଇଛି। ପରୋକ୍ଷରେ ଏହା ହେଡ୍‌ କୋଚ୍‌ ବ୍ରେଣ୍ଡାନ ମ୍ୟାକ୍‌କୁଲମ ଓ ଅଧିନାୟକ ବେନ୍‌ ଷ୍ଟୋକ୍ସଙ୍କ ରଣନୀତିକୁ ସମାଲୋଚନା କରାଯାଇଛି। ଏଥିରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ଲର୍ଡସରେ ସୁଇଂ ଓ ବାଉନ୍ସି ପିଚ୍‌ ପ୍ରସ୍ତୁତି କରିବାକୁ ଇଂଲଣ୍ଡ ଟିମ୍‌ ମ୍ୟାନେଜମେଣ୍ଟ ଗ୍ରାଉଣ୍ଡସମ୍ୟାନ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ମଧ୍ୟ ଏହା ସ୍ୱୀକାର କରିଛନ୍ତି। ଏହି ଯୋଜନା ଅନୁଯାୟୀ ଦେଶରେ ଉପଲବ୍ଧ ଦୁଇ ଶ୍ରେଷ୍ଠ ଫାଷ୍ଟ ବୋଲର ଜୋଫ୍ରା ଆର୍ଚର ଓ ଗସ୍‌ ଆଟକିନସନଙ୍କୁ ଦଳରେ ନିଆଯାଇଛି। କ୍ରିସ୍‌ ଓକ୍ସ ଓ ଜୋଶ ଟଙ୍ଗ୍‌ଙ୍କ ସହ ଏମାନେ ଭାରତୀୟ ବ୍ୟାଟିଂ ଲାଗି ଘାତକ ସାବ୍ୟସ୍ତ ହୋଇପାରନ୍ତି।

୧୯ଟି ଟେଷ୍ଟରୁ ଜିତିଛି ମାତ୍ର ୩

ଇଂଲଣ୍ଡ ସହ ୧୯୩୨ରେ ଟେଷ୍ଟ ମ୍ୟାଚ୍‌ ଖେଳି ଏଠାରେ ଭାରତ ଅନ୍ତର୍ଜାତୀୟ କ୍ରିକେଟ ପଦାର୍ପଣ କରିଥିଲା। ଏହି ୯୭ ବର୍ଷ ମଧ୍ୟରେ ଦୁଇ ଦଳ ଏଠାରେ ପରସ୍ପର ସହ ୧୯ଥର ମୁହାଁମୁହିଁ ହୋଇଛନ୍ତି। ଏହା ମଧ୍ୟରୁ ଭାରତ ଭାରତ ମାତ୍ର ୩ଟିରେ ଜିତିଥିଲାବେଳେ ୧୨ଟିରେ ପରାଜିତ ହୋଇଛି। ଏଠାରେ ପ୍ରଥମ ଟେଷ୍ଟ ଜିତିବାକୁ ଭାରତକୁ ୫୪ ବର୍ଷ ଲାଗିଥିଲା। ୧୯୮୬ରେ ଦିଲୀପ ଭେଙ୍ଗସରକାରଙ୍କ ଶତକ ଓ ଚେତନ ଶର୍ମାଙ୍କ ଘାତକ ବୋଲିଂ ବଳରେ ଭାରତ ଏଠାରେ ପ୍ରଥମ ବିଜୟ ହାସଲ କରିଥିଲା। ୨୦୨୧ରେ ଲୋକେଶ ରାହୁଲଙ୍କ ଶତକ ବଳରେ ଭାରତ ଏଠାରେ ମଧ୍ୟ ଜିତିଥିଲା। ଏବେ ରାହୁଲ ଟିମ୍‌ରେ ଅଛନ୍ତି। ଏଣୁ ଚତୁର୍ଥ ବିଜୟ ଲାଗି ସେ ଭଲ ପ୍ରଦର୍ଶନ ଦେବେ ବୋଲି ଆଶା କରାଯାଉଛି। ଏଠାରେ ଭାରତର ସର୍ବନିମ୍ନ ସ୍କୋର ୪୨ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp