ଭାରତ-ଇଂଲଣ୍ଡ ୪ର୍ଥ ଟେଷ୍ଟ: ପ୍ରଥମ ଦିନରେ ଭାରତର ବ୍ଯାଟିଂ ବିପର୍ଯ୍ଯୟ, ୧୯୧ ରନରେ ଅଲଆଉଟ୍

The Sakala Picture
Published On

ଲଣ୍ଡନ: ଭ୍ରମଣକାରୀ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ପଟୌଦୀ ଟ୍ରଫିର ୪ର୍ଥ ମ୍ୟାଚ୍‍ ଆଜିଠାରୁ ସ୍ଥାନୀୟ କେନିଙ୍ଗଟନ୍‍ ଓଭାଲ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଭାରତର ବ୍ଯାଟିଂ ବିପର୍ଯ୍ଯୟ ହୋଇଛି। ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ । ପ୍ରଥମେ ବ୍ୟାଟିଂ କରିବାକୁ ଆସି ଟିମ୍‌ ଇଣ୍ଡିଆ ୬୧ ଓଭରରେ ୧୯୧ ରନ କରି ଅଲଆଉଟ ହୋଇଯାଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ, ଦଳୀୟ […]

ଲଣ୍ଡନ: ଭ୍ରମଣକାରୀ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ପଟୌଦୀ ଟ୍ରଫିର ୪ର୍ଥ ମ୍ୟାଚ୍‍ ଆଜିଠାରୁ ସ୍ଥାନୀୟ କେନିଙ୍ଗଟନ୍‍ ଓଭାଲ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଭାରତର ବ୍ଯାଟିଂ ବିପର୍ଯ୍ଯୟ ହୋଇଛି। ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ । ପ୍ରଥମେ ବ୍ୟାଟିଂ କରିବାକୁ ଆସି ଟିମ୍‌ ଇଣ୍ଡିଆ ୬୧ ଓଭରରେ ୧୯୧ ରନ କରି ଅଲଆଉଟ ହୋଇଯାଇଛି।

ଆହୁରି ପଢ଼ନ୍ତୁ: କରୁର ଦଳାଚକଟା ମାମଲା: ଅଭିନେତା ତଥା TVK ମୁଖ୍ୟ ବିଜୟଙ୍କୁ ସିବିଆଇ ସମନ

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ, ଦଳୀୟ ସ୍କୋର ୨୮ ହୋଇଥିବା ବେଳେ ରୋହିତ ବ୍ଯକ୍ତିଗତ ୧୧ ରନ୍‌ କରି ଆଉଟ ହୋଇଯାଇଥିଲେ। ପରେ କେଏଲ୍‌ ରାହୁଲ ୧୭ ରନ କରି ଆଉଟ ହୋଇଥିଲେ। ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ମାତ୍ର ୪ ରନ୍‌ କରି ଜେମ୍ସ ଆଣ୍ଡରସନଙ୍କ ବଲ୍‌ରେ ଆଉଟ ହୋଇଥିଲେ। ରବୀନ୍ଦ୍ର ଜାଡେଜା  ୧୦ ରନ୍‌ କରିଥିବା ବେଳେ ୱକ୍ସଙ୍କ ଦ୍ୱିତୀୟ ଶିକାର ବନିଥିଲେ।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

ପରେ ବିରାଟ ଓ ରାହଣେ ସ୍ଥିତି ସମ୍ଭାଳିବା ସହ ଦଳୀୟ ସ୍କୋରକୁ ୧୦୦ ପାର୍‌ କରାଇଥିଲେ। ବିରାଟ  ଅର୍ଦ୍ଧଶତକ ହାସଲ କରି ପୁଣିଥରେ ରବିନସନଙ୍କ ବଲରେ ଆଉଟ ହୋଇଯାଇଥିଲେ। ଏହାପରେ ରାହଣେ ୧୪ ରନ କରି ଆଉଟ ହୋଇଥିଲେ। ପରେ ପନ୍ତ ୧୦ ରନ କରି ଆଉଟ ହୋଇଯାଇଥିଲେ। କିନ୍ତୁ ଶାର୍ଦ୍ଦୁଲ ଠାକୁର ଓ ଉମେଶ ଯାଦବ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଉମେଶ ଗୋଟିଏ ପଟେ ଛିଡ଼ାର ହୋଇଥିବା ବେଳେ ଠାକୁର ଛକା ଓ ଚୌକା ବର୍ଷା କରିଥିଲେ। ଏଥିସହ ଶାର୍ଦ୍ଦୁଲ ନିଜ ଟେଷ୍ଟ କ୍ୟାରିୟର୍‌ର ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ପରେ ଶାର୍ଦ୍ଦୁଲ ୫୭ ରନ୍‌ କରି କ୍ରିସ ୱକ୍ସଙ୍କ ଶିକାର ବନିଥିଲେ। ଆଉଟ ହେବା ପୂର୍ବରୁ ସେ ୩୬ ବଲ୍‌ରେ ୭ ଚୌକା ଓ ୩ ଛକା ବଳରେ ୫୭ ରନ୍‌ କରିଥିଲେ। ଏହାର ପରବର୍ତ୍ତୀ ବଲରେ ଯଶପ୍ରୀତ କୌଣସି ବି ବଲ ନ ଖେଳି ରନ ଆଉଟ ହୋଇଯାଇଥିଲେ। ଶେଷରେ ଉମେଶ ଯାଦବ ୧୦ ରନ କରି ରବିନସନ ବଲରେ ଆଉଟ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ଇଂଲଣ୍ଡ ପକ୍ଷରୁ କ୍ରିସ ୱକ୍ସ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ରବିନସନ ୩ଟି, ଆଣ୍ଡରସନ ଓ କ୍ରେଗ ଓଭରଟନ୍‌ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।

02 Sep 2021 By The Sakala

ଭାରତ-ଇଂଲଣ୍ଡ ୪ର୍ଥ ଟେଷ୍ଟ: ପ୍ରଥମ ଦିନରେ ଭାରତର ବ୍ଯାଟିଂ ବିପର୍ଯ୍ଯୟ, ୧୯୧ ରନରେ ଅଲଆଉଟ୍

ଲଣ୍ଡନ: ଭ୍ରମଣକାରୀ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ପଟୌଦୀ ଟ୍ରଫିର ୪ର୍ଥ ମ୍ୟାଚ୍‍ ଆଜିଠାରୁ ସ୍ଥାନୀୟ କେନିଙ୍ଗଟନ୍‍ ଓଭାଲ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଭାରତର ବ୍ଯାଟିଂ ବିପର୍ଯ୍ଯୟ ହୋଇଛି। ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ । ପ୍ରଥମେ ବ୍ୟାଟିଂ କରିବାକୁ ଆସି ଟିମ୍‌ ଇଣ୍ଡିଆ ୬୧ ଓଭରରେ ୧୯୧ ରନ କରି ଅଲଆଉଟ ହୋଇଯାଇଛି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ, ଦଳୀୟ ସ୍କୋର ୨୮ ହୋଇଥିବା ବେଳେ ରୋହିତ ବ୍ଯକ୍ତିଗତ ୧୧ ରନ୍‌ କରି ଆଉଟ ହୋଇଯାଇଥିଲେ। ପରେ କେଏଲ୍‌ ରାହୁଲ ୧୭ ରନ କରି ଆଉଟ ହୋଇଥିଲେ। ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ମାତ୍ର ୪ ରନ୍‌ କରି ଜେମ୍ସ ଆଣ୍ଡରସନଙ୍କ ବଲ୍‌ରେ ଆଉଟ ହୋଇଥିଲେ। ରବୀନ୍ଦ୍ର ଜାଡେଜା  ୧୦ ରନ୍‌ କରିଥିବା ବେଳେ ୱକ୍ସଙ୍କ ଦ୍ୱିତୀୟ ଶିକାର ବନିଥିଲେ।

ପରେ ବିରାଟ ଓ ରାହଣେ ସ୍ଥିତି ସମ୍ଭାଳିବା ସହ ଦଳୀୟ ସ୍କୋରକୁ ୧୦୦ ପାର୍‌ କରାଇଥିଲେ। ବିରାଟ  ଅର୍ଦ୍ଧଶତକ ହାସଲ କରି ପୁଣିଥରେ ରବିନସନଙ୍କ ବଲରେ ଆଉଟ ହୋଇଯାଇଥିଲେ। ଏହାପରେ ରାହଣେ ୧୪ ରନ କରି ଆଉଟ ହୋଇଥିଲେ। ପରେ ପନ୍ତ ୧୦ ରନ କରି ଆଉଟ ହୋଇଯାଇଥିଲେ। କିନ୍ତୁ ଶାର୍ଦ୍ଦୁଲ ଠାକୁର ଓ ଉମେଶ ଯାଦବ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଉମେଶ ଗୋଟିଏ ପଟେ ଛିଡ଼ାର ହୋଇଥିବା ବେଳେ ଠାକୁର ଛକା ଓ ଚୌକା ବର୍ଷା କରିଥିଲେ। ଏଥିସହ ଶାର୍ଦ୍ଦୁଲ ନିଜ ଟେଷ୍ଟ କ୍ୟାରିୟର୍‌ର ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ପରେ ଶାର୍ଦ୍ଦୁଲ ୫୭ ରନ୍‌ କରି କ୍ରିସ ୱକ୍ସଙ୍କ ଶିକାର ବନିଥିଲେ। ଆଉଟ ହେବା ପୂର୍ବରୁ ସେ ୩୬ ବଲ୍‌ରେ ୭ ଚୌକା ଓ ୩ ଛକା ବଳରେ ୫୭ ରନ୍‌ କରିଥିଲେ। ଏହାର ପରବର୍ତ୍ତୀ ବଲରେ ଯଶପ୍ରୀତ କୌଣସି ବି ବଲ ନ ଖେଳି ରନ ଆଉଟ ହୋଇଯାଇଥିଲେ। ଶେଷରେ ଉମେଶ ଯାଦବ ୧୦ ରନ କରି ରବିନସନ ବଲରେ ଆଉଟ ହୋଇଥିଲେ।

ଇଂଲଣ୍ଡ ପକ୍ଷରୁ କ୍ରିସ ୱକ୍ସ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ରବିନସନ ୩ଟି, ଆଣ୍ଡରସନ ଓ କ୍ରେଗ ଓଭରଟନ୍‌ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର