ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା

The Sakala Picture
Published On

ନୂଆଦିଲ୍ଲୀ: ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା ।  ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ ପାଖକୁ  ଇସ୍ତଫାପତ୍ର ପଠାଇଛନ୍ତି ଚେତନ ଶର୍ମା ।  ଭାରତୀୟ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କ ଷ୍ଟିଙ୍ଗ୍‌‌ ଅପରେସନ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିଲା । ଏ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲା। ଷ୍ଟିଙ୍ଗ୍‌‌ ଅପରେସନରେ ଚେତନ ଭାରତୀୟ କ୍ରିକେଟର କେତୋଟି ଗୁପ୍ତ କଥାକୁ ବାହାରେ ପକାଇଥିଲେ। ଏହାକୁ ବିସିସିଆଇ ନାପସନ୍ଦ […]

ନୂଆଦିଲ୍ଲୀ: ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା ।  ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ ପାଖକୁ  ଇସ୍ତଫାପତ୍ର ପଠାଇଛନ୍ତି ଚେତନ ଶର୍ମା ।  ଭାରତୀୟ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କ ଷ୍ଟିଙ୍ଗ୍‌‌ ଅପରେସନ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିଲା । ଏ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲା। ଷ୍ଟିଙ୍ଗ୍‌‌ ଅପରେସନରେ ଚେତନ ଭାରତୀୟ କ୍ରିକେଟର କେତୋଟି ଗୁପ୍ତ କଥାକୁ ବାହାରେ ପକାଇଥିଲେ। ଏହାକୁ ବିସିସିଆଇ ନାପସନ୍ଦ କରିଥିଲା। ଏ ନେଇ ବିସିସିଆଇ ଚେତେନଙ୍କଠାରୁ ଜବାବ ମାଗିଥିଲା। ତେବେ ଚେତନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବାର ସମ୍ଭାବନା ସୃଷ୍ଟି ହୋଇଥିଲା। ଫଳରେ ତାଙ୍କ ମୁଖ୍ୟ ଚୟନକର୍ତ୍ତା ପଦ ଯିବା ଏକପ୍ରକାର ନିଶ୍ଚିତ ମନେ ହେଉଥିଲା।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ସୂଚନା ଅନୁଯାୟୀ, ଜି ନ୍ୟୁଜ୍‌‌ ଚେତନଙ୍କୁ ନେଇ ଷ୍ଟିଙ୍ଗ୍‌‌ ଅପରେସନ ‘ଗେମ୍‌‌ ଓଭର’ କରିଥିଲା। ପୂର୍ବତନ ଦ୍ରୁତ ବୋଲର ଚେତନ ଗତବର୍ଷ ଦ୍ୱିତୀୟଥର ପାଇଁ ମୁଖ୍ୟ ଚୟନକର୍ତ୍ତା ପଦରେ ନିଯୁକ୍ତ ହୋଇଥିଲେ। ଭାରତୀୟ ଖେଳାଳିମାନେ ମ୍ୟାଚ୍‌‌ରେ ନିଜକୁ ଫିଟ୍‌‌ ବୋଲି ପ୍ରମାଣ କରିବା ପାଇଁ ଇଞ୍ଜେକସନ ନେଇଥାନ୍ତି ବୋଲି ସେ ଷ୍ଟିଙ୍ଗ୍‌‌ ଅପରେସନରେ କହିଥିଲେ। ୮୦ରୁ ୮୫ ପ୍ରତିଶତ ଫିଟ୍‌‌ ନଥିଲେ ମଧ୍ୟ ଖେଳିବା ପାଇଁ ଏହି କ୍ରିକେଟରମାନେ ଏହି ଉପାୟ ଅବଲମ୍ବନ କରିଥାନ୍ତି। ଏହି ଇଞ୍ଜେକ୍‌‌ସନ ଡୋପ୍‌‌ ଟେଷ୍ଟରେ ଧରା ପଡ଼ି ନଥାଏ। କେଉଁ ଇଞ୍ଜେକସନ ଡୋପ୍‌‌ ଟେଷ୍ଟରେ ଧରା ପଡ଼ି ନଥାଏ ସେ ନେଇ ଖେଳାଳିମାନେ ଭଲ ଅବଗତ ରହିଥାନ୍ତି। କେବଳ ସେତିକି ନୁହଁ ସେ ଦୁଇ ସୁପରଷ୍ଟାର ବିରାଟ କୋହଲି ଓ ରୋହିତ ର୍ଶମାଙ୍କ ମଧ୍ୟରେ ଥିବା ମତଭେଦ ଓ ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କ ନେଇ ସେ କିଛି ଭିନ୍ନ ମନ୍ତବ୍ୟ ଦେଇଥିଲେ। ସେହିପରି ସେତେବେଳର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ କୋହଲିଙ୍କ ମଧ୍ୟରେ ସମ୍ପର୍କ ଅହଂଭାବ ପାଇଁ ବିଗିଡି ଯାଇଥିଲା ଓ ଦୁହିଁଙ୍କ ମଧ୍ୟରେ ଭୁଲ ବୁଝାମଣା ହୋଇଥିଲା ବୋଲି ସେ କହିଥିଲେ। ରୋହିତ ଅଧିନାୟକ ଥିଲେ ମଧ୍ୟ କୋହଲି ସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥାନ୍ତି। ଦୁହିଁଙ୍କ ମଧ୍ୟରେ କୌଣସି ବିବାଦ ନଥିଲେ ମଧ୍ୟ ପରସ୍ପର ପ୍ରତି ଇର୍ଷା ଓ ଅହଂକାର ଭାବ ରହିଛି। ସେହିପରି ଟି-୨୦ ଫର୍ମାଟରେ ଅଭିଜ୍ଞ ଖେଳାଳିଙ୍କ ଅପେକ୍ଷା ଯୁବ ଖେଳାଳିଙ୍କୁ ଅଧିକ ପସନ୍ଦ କରାଯାଉଥିବା କଥା ସେ ଏହି ବିବାଦୀୟ ଷ୍ଟିଙ୍ଗ୍‌‌ରେ କହିଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର