ଟି-୨୦ ବିଶ୍ୱକପ୍‌ରୁ ବାଦ୍‌ ପଡିଲା ବାଂଲାଦେଶ: ସ୍କଟଲାଣ୍ଡକୁ ମିଳିଲା ସୁଯୋଗ, ମୋହର ମାରିଲା ଆଇସିସି

Madhusudan Das Picture
Published On

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍‌ରୁ ବାଦ୍‌ ପଡିଲା ବାଂଲାଦେଶ । ବାଂଲାଦେଶ ବଦଳରେ ସ୍କଟଲାଣ୍ଡ୍ ଖେଳିବ ଟ୍ୱେଣ୍ଟି-୨୦ ବିଶ୍ୱକପ୍ । ଏ ନେଇ ଆଇସିସି ନିଷ୍ପତ୍ତି ନେଇଛି ।  ଟି-୨୦ ବିଶ୍ୱକପ୍ ଆରମ୍ଭ ହେବାକୁ ଆଉ ମାତ୍ର ଅଳ୍ପ ଦିନ ବାକି ଥିବାବେଳେ ଆନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ୍ (ICC) ଏହି ବଡ଼ ନିଷ୍ପତ୍ତି ନେଇଛି। ସୁରକ୍ଷା କାରଣ ଦର୍ଶାଇ ଭାରତ ଆସିବାକୁ ଅନିଚ୍ଛା ପ୍ରକାଶ କରିଥିବା ବାଂଲାଦେଶକୁ ଟୁର୍ଣ୍ଣାମେଣ୍ଟରୁ ଆନୁଷ୍ଠାନିକ ଭାବେ ବାଦ୍ ଦିଆଯାଇଛି। ଦୁବାଇରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଆଇସିସି ବାଂଲାଦେଶ ସ୍ଥାନରେ ସ୍କଟଲାଣ୍ଡକୁ ଟୁର୍ଣ୍ଣାମେଣ୍ଟରେ ସାମିଲ କରିଛି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଶୁକ୍ରବାର ଦିନ ଆଇସିସି ଅଧ୍ୟକ୍ଷ ଜୟ ଶାହାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ନିଷ୍ପତ୍ତି ନେବା ପାଇଁ ୨୪ ଘଣ୍ଟାର ସମୟ ସୀମା ଦିଆଯାଇଥିଲା। ତେବେ ଏହି ସମୟ ମଧ୍ୟରେ ବୋର୍ଡ କୌଣସି ଆନୁଷ୍ଠାନିକ ଉତ୍ତର ନଦେବାରୁ ଆଇସିସି ଏହି କଠୋର ପଦକ୍ଷେପ ଗ୍ରହଣ କରିଛି। ଶନିବାର, ଜାନୁଆରୀ ୨୪ରେ ଆଇସିସି ପକ୍ଷରୁ ବିସିବିକୁ ଏକ ଇମେଲ ମାଧ୍ୟମରେ ଏହି ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଯାଇଛି।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ସୂଚନା ଅନୁଯାୟୀ, ଆଇସିସିକୁ ଜଣାଇବା ପୂର୍ବରୁ ବାଂଲାଦେଶ କ୍ରିକେଟ୍ ବୋର୍ଡ ଢାକାରେ ସାମ୍ବାଦିକ ସମ୍ମିଳନୀ କରି ଦଳ ଭାରତ ଗସ୍ତ କରିବ ନାହିଁ ବୋଲି ଘୋଷଣା କରିଥିଲା, ଯାହା ପ୍ରୋଟୋକଲ୍ ଉଲ୍ଲଂଘନ ଅଟେ। ଅନ୍ୟପକ୍ଷରେ, ବାଂଲାଦେଶ ଏହି ପ୍ରସଙ୍ଗରେ ଆଇସିସିର ବିବାଦ ସମାଧାନ କମିଟିର ହସ୍ତକ୍ଷେପ ଲୋଡିଥିଲେ ମଧ୍ୟ କମିଟି ଶାସକ ସଂସ୍ଥାର ନିଷ୍ପତ୍ତିକୁ ବଦଳାଇବାକୁ ମନା କରିଦେଇଥିଲା।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

ବାଂଲାଦେଶର ବହିଷ୍କାର ପରେ ବର୍ତ୍ତମାନ ସ୍କଟଲାଣ୍ଡ ଟି-୨୦ ବିଶ୍ୱକପ୍‌ରେ ଅଂଶଗ୍ରହଣ କରିବ। ଆଇସିସି ଟି-୨୦ ମାନ୍ୟତାରେ ଅନ୍ୟ ଦଳଙ୍କ ତୁଳନାରେ ସ୍କଟଲାଣ୍ଡ ଆଗରେ ଥିବାରୁ ଏହି ସୁଯୋଗ ମିଳିଛି। ସ୍କଟଲାଣ୍ଡକୁ ଗ୍ରୁପ୍‌-ସି (Group C)ରେ ରଖାଯାଇଛି। ଦଳ ଫେବୃଆରୀ ୭ରେ ୱେଷ୍ଟଇଣ୍ଡିଜ୍‌, ଫେବୃଆରୀ ୯ରେ ଇଟାଲୀ ଏବଂ ଫେବୃଆରୀ ୧୪ରେ ଇଂଲଣ୍ଡ ବିପକ୍ଷରେ କୋଲକାତାରେ ମ୍ୟାଚ୍ ଖେଳିବ। ଏହାପରେ ମୁମ୍ବାଇରେ ଫେବୃଆରୀ ୧୭ରେ ନେପାଳ ବିପକ୍ଷରେ ମୈଦାନକୁ ଓହ୍ଲାଇବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର