ଫେଲ୍‌ ହେବାରେ ବିଶ୍ବ ରେକର୍ଡ

The Sakala Picture
Published On

କୌଣସି ପରୀକ୍ଷାରେ ଫେଲ୍‌ ହେଲେ ଆପଣ ସେହି ପରୀକ୍ଷାକୁ କେତେଥର ଦେବାକୁ ଚାହିଁବେ? ବୋଧେ ହୁଏ ୮ରୁ ୧୦ ଥର ଦେଇସାରିବା ପରେ ଧୈର୍ଯ୍ୟହରା ହୋଇପଡ଼ିବେ। କିନ୍ତୁ ଜଣେ ମହିଳା ଯିଏ ଫେଲ୍‌ ହେବାରେ ବିଶ୍ବ ରେର୍କଡ କରିଛନ୍ତି। ଦକ୍ଷିଣ କୋରିଆରେ ରହୁଥିବା ଏହି ମହିଳା ଜଣଙ୍କ ହେଉଛନ୍ତି ଚା ସା ସୁନ୍‌, ଯିଏ ୨୦୦୯ ମସିହାରେ ଡ୍ରାଇଭିଙ୍ଗ ପାଇଁ ଲିଖିତ ପରୀକ୍ଷା ଦେଇ ପାସ୍‌ ହୋଇଥିଲେ। ଏହିଦିନଟି ତାଙ୍କ ପାଇଁ ଥିଲା ସବୁଠୁ ଖୁସିର ଦିନ। […]

କୌଣସି ପରୀକ୍ଷାରେ ଫେଲ୍‌ ହେଲେ ଆପଣ ସେହି ପରୀକ୍ଷାକୁ କେତେଥର ଦେବାକୁ ଚାହିଁବେ? ବୋଧେ ହୁଏ ୮ରୁ ୧୦ ଥର ଦେଇସାରିବା ପରେ ଧୈର୍ଯ୍ୟହରା ହୋଇପଡ଼ିବେ। କିନ୍ତୁ ଜଣେ ମହିଳା ଯିଏ ଫେଲ୍‌ ହେବାରେ ବିଶ୍ବ ରେର୍କଡ କରିଛନ୍ତି। ଦକ୍ଷିଣ କୋରିଆରେ ରହୁଥିବା ଏହି ମହିଳା ଜଣଙ୍କ ହେଉଛନ୍ତି ଚା ସା ସୁନ୍‌, ଯିଏ ୨୦୦୯ ମସିହାରେ ଡ୍ରାଇଭିଙ୍ଗ ପାଇଁ ଲିଖିତ ପରୀକ୍ଷା ଦେଇ ପାସ୍‌ ହୋଇଥିଲେ। ଏହିଦିନଟି ତାଙ୍କ ପାଇଁ ଥିଲା ସବୁଠୁ ଖୁସିର ଦିନ। କାହିଁକି ନା ଏହାପୂର୍ବରୁ ସେ ଏଥିପାଇଁ ୭୭୦ ଥର ପରୀକ୍ଷା ଦେଇଥିଲେ। ୭୭୧ ଥର ପରୀକ୍ଷାରେ ମହିଳା ଜଣଙ୍କ ପାସ୍‌ କରିଥିଲେ। ୨୦୦୫ ମସିହାରେ ଚା ସା ସୁନ୍‌ ୧୦ ଥରରେ ଡ୍ରାଇଭିଙ୍ଗ ଟେଷ୍ଟ ପାସ୍‌ କରିଥଲେ ସୁଦ୍ଧା ଲିଖିତ ପରୀକ୍ଷାରେ ସେ ବାରମ୍ବାର ଫେଲ୍‌ ହୋଇଯାଉଥିଲେ। ଲିଖିତ ପରୀକ୍ଷାରେ ଫେଲ୍‌ ହେବାର ପରଦିନ ସେ ପରୀକ୍ଷା ଦେବାକୁ ଯାଆନ୍ତି କିନ୍ତୁ ବିଫଳ ହୋଇଥାନ୍ତି। ଏହି ପରୀକ୍ଷା ପାଇଁ ସେ ପାଖାପାଖି ଅଢେଇ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଛନ୍ତି। ତାଙ୍କର ଏହି ପ୍ରୟାସ ଗିନିଜ୍‌ ବୁକ୍‌ ଅଫ୍‌ ୱାଲର୍ଡ ରେର୍କଡରେ ସ୍ଥାନ ପାଇଛି। ୬୮ବର୍ଷୀୟା ଏହି ମହିଳା ଜଣଙ୍କ ନିଜ ପାଇଁ ଏକ କାର୍‌ ଆଣିବାକୁ ଚାହୁଁଥିଲେ, କାରଣ ସେ ଘର ଘର ବୁଲି ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରନ୍ତି। କାର୍‌ ଦ୍ବାରା ତାଙ୍କ ବ୍ୟବସାୟରେ ଉନ୍ନତି ହୋଇପାରିବ ବୋଲି ଭାବି ସେ ଏହାକୁ କିଣିଥିଲେ । ଅନେକ ଥର ବିଫଳ ହେବା ସତ୍ତ୍ବେ ସେ ଚେଷ୍ଟା ଜାରି ରଖିଥିଲେ। ସେ ଏହାକୁ ନେଇ କହିଛନ୍ତି ଯେ, ଲକ୍ଷ୍ୟ ହାସଲ ପାଇଁ କ୍ରମାଗତ ସେହି କାର୍ଯ୍ୟକୁ କରିବାକୁ ପଡ଼ିବ। ସ୍ବପ୍ନ ଦେଖିବା ଛାଡ଼ ନାହିଁ। ଶକ୍ତିଶାଳୀ ହୁଅ ଏବଂ ଯଥା ସମ୍ଭବ କାର୍ଯ୍ୟ କର।’

ଆହୁରି ପଢ଼ନ୍ତୁ: ଦୁର୍ବଳ ମାନସିକ ସ୍ୱାସ୍ଥ୍ୟ ପାଇଁ ସ୍କ୍ରିନ୍ ନିଶା ଦାୟୀ: ସର୍ବବୃହତ୍ ସମୀକ୍ଷାରୁ ଆସିଲା ଚିନ୍ତାଜନକ ରିପୋର୍ଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp