ମନୋରଞ୍ଜନ
LFT ଟେଷ୍ଟ କଣ? ଏହା କାହିଁକି କରାଯାଏ…..

ଯକୃତ ମନୁଷ୍ୟ ଶରୀରର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ। ଏହା ଖାଦ୍ୟ ହଜମ କରିବା ସହ ଶରୀରରୁ ବିଷାକ୍ତ ପଦାର୍ଥ ବାହାରି କରିଥାଏ। ତେଣୁ ଜଣେ ସୁସ୍ଥ ରହିବାକୁ ହେଲେ ଯକୃତ ସକ୍ରିୟ ଓ କାର୍ଯ୍ୟକ୍ଷମ ରହିବା ଜରୁରି। ହେଲେ ଅଧୁନା ଭୁଲ୍ ଖାଦ୍ୟପେୟ ଓ ଜୀବନଶୈଳୀ ଯୋଗୁଁ ଯକୃତ ଉପରେ ଖରାପ ପ୍ରଭାବ ପଡ଼ୁଛି। ଫ୍ୟାଟି ଲିଭର, କାମଳ, ଲିଭର ସିରୋସିସ୍ ଆଦି ସମସ୍ୟା ଚିନ୍ତା ବଢ଼ାଉଛି। ସେହିପରି କେତେ ଗୁଡିଏ ଔଷଧ ସେବନ ଦ୍ବାରା ଏହାର […]
ଯକୃତ ମନୁଷ୍ୟ ଶରୀରର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ। ଏହା ଖାଦ୍ୟ ହଜମ କରିବା ସହ ଶରୀରରୁ ବିଷାକ୍ତ ପଦାର୍ଥ ବାହାରି କରିଥାଏ। ତେଣୁ ଜଣେ ସୁସ୍ଥ ରହିବାକୁ ହେଲେ ଯକୃତ ସକ୍ରିୟ ଓ କାର୍ଯ୍ୟକ୍ଷମ ରହିବା ଜରୁରି। ହେଲେ ଅଧୁନା ଭୁଲ୍ ଖାଦ୍ୟପେୟ ଓ ଜୀବନଶୈଳୀ ଯୋଗୁଁ ଯକୃତ ଉପରେ ଖରାପ ପ୍ରଭାବ ପଡ଼ୁଛି। ଫ୍ୟାଟି ଲିଭର, କାମଳ, ଲିଭର ସିରୋସିସ୍ ଆଦି ସମସ୍ୟା ଚିନ୍ତା ବଢ଼ାଉଛି। ସେହିପରି କେତେ ଗୁଡିଏ ଔଷଧ ସେବନ ଦ୍ବାରା ଏହାର ପାର୍ଶ୍ବପ୍ରତିକ୍ରିୟାରେ ଯକୃତ ପ୍ରଭାବିତ ହୋଇ କାମଳ ଆଦି ରୋଗ ହୋଇଥାଏ। ତେଣୁ ଯକୃତର ସୁସ୍ଥତା ତଥା ଏହାର କାର୍ଯ୍ୟକ୍ଷମ ବିଷୟରେ ଜାଣିବାକୁ ଯକୃତ କାର୍ଯ୍ୟକ୍ଷମତା ପରୀକ୍ଷଣ ତଥା ଲିଭର ଫଙ୍କସନ ଟେଷ୍ଟ (ଏଲ୍ଏଫ୍ଟି) ଏକ ଗୁରୁତ୍ବପୂର୍ଣ୍ଣ ରକ୍ତ ପରୀକ୍ଷଣ।
ଯକୃତ ଜନିତ ରୋଗ, କାମଳ, ଭୂତାଣୁ ସଂକ୍ରମଣ, ମୋଟାପା, ମଧୁମେହ, ପରିସ୍ରା ଓ ମଳରେ ରଙ୍ଗ ପରିବର୍ତ୍ତନ, ଲଗାତାର ଥକ୍କାପଣ ଅନୁଭବ କରୁଥିଲେ, ବାନ୍ତି, ଯକୃତ କର୍କଟ, ଗଲ ବ୍ଲଡର କର୍କଟ ଆଦି ସମସ୍ୟାରେ ପୀଡ଼ିତଙ୍କୁ ଡାକ୍ତର ଏଲ୍ଏଫ୍ଟି ଟେଷ୍ଟ କରିବାକୁ ପରାମର୍ଶ ଦିଅନ୍ତି। ବଂଶାନୁଗତ, ତଥା ଯକୃତ ଜନିତ ରୋଗ ଥିଲେ ଏଲ୍ଏଫ୍ଟି ଟେଷ୍ଟକୁ ଡାକ୍ତରଙ୍କ ପରାମର୍ଶକ୍ରମେ ସାଧାରଣ ଟେଷ୍ଟରେ ସାମିଲ କରିପାରିବେ। ବିଶେଷ କରି ନୂଆ ଔଷଧ ଖାଇବା ଆରମ୍ଭ କରିଲେ, ଏହା ଯକୃତକୁ ପ୍ରଭାବିତ କରିପାରେ। ତେଣୁ ଡାକ୍ତର ଏଲ୍ଏଫ୍ ଟି କରିବାକୁ ପରାମର୍ଶ ଦିଅନ୍ତି।
ଏହି ଟେଷ୍ଟ ଯକୃତ ସ୍ବାସ୍ଥ୍ୟ ଏବଂ କାର୍ଯ୍ୟପ୍ରଣାଳୀ ପାଇଁ ଏକ ରକ୍ତ ପରୀକ୍ଷଣ। ଏହି ପରୀକ୍ଷାରୁ ରକ୍ତରେ ଏଲ୍ବ୍ୟୁମିନ୍ (ପ୍ରୋଟିନ୍), ବିଲିରୁବିନ( ଅପଶିଷ୍ଟ ପଦାର୍ଥ) ଏବଂ ଏଞ୍ଜାଇମ୍ ଯାଞ୍ଚ କରାଯାଇଥାଏ। ରକ୍ତରେ ବିଲିରୁବିନ ମାତ୍ରା ଅଧିକ ହେଲେ ଯକୃତ କାର୍ଯ୍ୟକ୍ଷମତା ହ୍ରାସ ପାଏ। ଏଲ୍ବ୍ୟୁମିନ୍ କମ୍ ହେଲେ, ଗୋଡ଼, ପେଟ, ମୁହଁ ଫୁଲିବା ସହିତ ଯକୃତ ପ୍ରଭାବିତ ହୁଏ। ଏଞ୍ଜାଇମ୍ କମ୍ ବେଶୀ ହେଲେ ଯକୃତ ପ୍ରଭାବିତ ହେବ। ତେଣୁ ଏହି ଟେଷ୍ଟ ଦ୍ବାରା ଯକୃତ ଠିକ୍ ଭାବେ କାମ କରୁଛି କି ନାହିଁ ଜଣା ପଡ଼ିଥାଏ। ଯକୃତ ରୋଗ, ହେପାଟାଇଟିସ୍, ଲିଭର ସିରୋସିସ୍, ଫ୍ୟାଟି ଲିଭର ତଥା ଔଷଧର ପାର୍ଶ୍ବପ୍ରତିକ୍ରିୟାକୁ ଜାଣିବାରେ ଏହା ସାହାଯ୍ୟ କରେ। ଏହାଦ୍ବାରା କେବଳ ରୋଗର ପ୍ରାରମ୍ଭିକ ସ୍ଥିତି ଜାଣିହୁଏ ତାହା ନୁହେଁ, ଯକୃତ ସୁସ୍ଥତା ବିଷୟରେ ଜଣାପଡ଼ିଥାଏ।