ଅଧ୍ୟାପିକାଙ୍କ ନିଆରା ପ୍ରୟାସ: ଘର ଭିତରେ ସଂଗ୍ରହାଳୟ ତିଆରି କରିଛନ୍ତି ଡ.ଅଞ୍ଜଳି ପାଢ଼ୀ
ନୂଆପଡା(ଶୁଭ୍ରାଂଶୁ କୁମାର ନାଏକ): ନୂଆପଡା ଜିଲ୍ଲା ଖଡିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧକ୍ଷା ଡ.ଅଞ୍ଜଳି ପାଢ଼ୀ ଏକ ଲୋକ ସଂଗ୍ରହାଳୟ ତିଆରି କରିଛନ୍ତି। ଯେଉଁଠି ଲୋକ ଜୀବନର ବିଭିନ୍ନ ଘରକରଣା ସାମଗ୍ରୀ, ଲୋକବାଦ୍ୟ, ଅଳଙ୍କାର ଆଦି ସଂଗ୍ରହ କରି ସଂଗ୍ରହାଳୟରେ ରଖିଛନ୍ତି। ଲୋକ ମ୍ୟୁଜିୟମ ଦେଖିବାକୁ ତାଙ୍କ ଘରେ ଲୋକଙ୍କ ଭିଡ଼ ଜମୁଛି। ଗତ ୨୭ବର୍ଷ ହେବ ଖଡ଼ିଆଳ ସହରର ଡ.ଅଞ୍ଜଳି ପାଢ଼ୀ ତାଙ୍କ ଘରେ ଉକ୍ତ ଲୋକ ମ୍ୟୁଜିୟମ କରିଛନ୍ତି। ସେ ସ୍ଥାନୀୟ ସ୍ୱୟଂ ଶାସିତ […]
ନୂଆପଡା(ଶୁଭ୍ରାଂଶୁ କୁମାର ନାଏକ): ନୂଆପଡା ଜିଲ୍ଲା ଖଡିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧକ୍ଷା ଡ.ଅଞ୍ଜଳି ପାଢ଼ୀ ଏକ ଲୋକ ସଂଗ୍ରହାଳୟ ତିଆରି କରିଛନ୍ତି। ଯେଉଁଠି ଲୋକ ଜୀବନର ବିଭିନ୍ନ ଘରକରଣା ସାମଗ୍ରୀ, ଲୋକବାଦ୍ୟ, ଅଳଙ୍କାର ଆଦି ସଂଗ୍ରହ କରି ସଂଗ୍ରହାଳୟରେ ରଖିଛନ୍ତି। ଲୋକ ମ୍ୟୁଜିୟମ ଦେଖିବାକୁ ତାଙ୍କ ଘରେ ଲୋକଙ୍କ ଭିଡ଼ ଜମୁଛି।
ଗତ ୨୭ବର୍ଷ ହେବ ଖଡ଼ିଆଳ ସହରର ଡ.ଅଞ୍ଜଳି ପାଢ଼ୀ ତାଙ୍କ ଘରେ ଉକ୍ତ ଲୋକ ମ୍ୟୁଜିୟମ କରିଛନ୍ତି। ସେ ସ୍ଥାନୀୟ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷା ତଥା ଲୋକ ସଂସ୍କୃତି ଗବେଷିକା। ସେ ନିଜ ଗବେଷଣା ପାଇଁ ଯେତେବେଳେ ବିଭିନ୍ନ ଗାଁକୁ ଯାଉଥିଲେ, ସେହି ସମୟରୁ ଆଦିବାସୀ ଲୋକ ସଂସ୍କୃତିର ଲୋପ ପାଉଥିବା ସାମଗ୍ରୀକୁ ସଂଗ୍ରହ କରିବା ଆରମ୍ଭ କଲେ।ଦୀର୍ଘ ୨୭ବର୍ଷର ପରିଶ୍ରମ ପରେ ଏକ ପୂର୍ଣାଙ୍ଗ ସଂଗ୍ରହାଳୟ କରିପାରିଛନ୍ତି। ତାଙ୍କ ସଂଗ୍ରହାଳୟରେ ବହୁ ପୁରାତନ ଆଦିବାସୀ ସଂସ୍କୃତିର ଅଳଙ୍କାର, ଘର କରଣା ସାମଗ୍ରୀ, ବାଦ୍ୟଯନ୍ତ୍ର, ତାଳପତ୍ର ପୋଥି, ବାସନ କୁସନ ଆଦି ବିଭିନ୍ନ ସାମଗ୍ରୀ ସଂଗ୍ରହ କରିଛନ୍ତି।
ଏହି ଲୋକ ମ୍ୟୁଜିୟମରୁ ସଂସ୍କୃତିର ଅବଲୁପ୍ତ ପ୍ରଥା, ପରମ୍ପରା ସଂପର୍କରେ ଜାଣି ପାରୁଛନ୍ତି। ଏମିତି କି ଜନଜୀବନର ସାମାଜିକ ଜୀବନଧାରାକୁ ଲୋକେ ଜାଣି ପାରୁଛନ୍ତି ନିଶ୍ଚିତ ଲୋକ ଅଞ୍ଜଳୀ ପାଢ଼ୀଙ୍କ ଏ ମ୍ୟୁଜିୟମରେ ଆଦିବାସୀଙ୍କ ଜନଜୀବନ ସହ ଜଡ଼ିତ ଲୋକବାଦ୍ୟ ଢୋଲ, ନିଶାନ, ତାସା, ମହୁରୀ ରହିଛି ତ କେଉଁଠି ପୁରାତନ ପାରମ୍ପରିକ ଅଳଙ୍କାର ହୋଇରହିଛି। ଦିନ ଥୁଲା ଆମ ସଂସ୍କୃତି ସୁସଜ୍ଜିତ ହୋଇ ପରମ୍ପରାରେ ମହିଳାମାନେ କତରିଆ, ବନ୍ଦରିଆ, ତାଡ଼ ବାହାସୂତା, ନାଗମୁରି ସମେତ ଅନେକ ଅଳଙ୍କାର ପିନ୍ଧୁଥିଲେ। ବହୁ ପୁରାତନ ମହିଳାଙ୍କ ଅଳଙ୍କାରକୁ ସାଇତି ରଖୁଛନ୍ତି। ସେହିପରି ଅତି ସୂକ୍ଷ୍ମ କାରିଗରୀରେ ବାଉଁଶ ତିଆରି ମନଲୋଭା ଘରକରଣା ସାମଗ୍ରୀ, ଚାଙ୍ଗୁଡ଼ି, ସାନ ଚାଙ୍ଗୁଡି, ଝାପି, ମାଛଧରା ପାରମ୍ପରିକ ଯନ୍ତ୍ର ରହିଛି। ଏଭଳି ଧାନରେ ତିଆରି ଲକ୍ଷ୍ମୀ ଖଟୁଲି ରଖାଯାଇଛି। ଏସବୁ ପ୍ରାଚୀନ ଓ ପାରମ୍ପରିକ ସାମଗ୍ରୀ ଦେଖୁବ ପାଇଁ ପ୍ରତିଦିନ ତାଙ୍କ ଘରେ ଭିଡ଼ଲାଗି ରହୁଛି।
ସଂଗ୍ରହାଳୟକୁ ଆସୁଥିବା ଲୋକଙ୍କୁ ଡ.ପାଢ଼ୀ ସବିଶେଷ ତଥ୍ୟ ସହ ବୁଝାଇଥାଆନ୍ତି। ଯାହାକି ଲୋକଙ୍କୁ ପୁରାତନ ସଂସ୍କୃତି ଓ ପରମ୍ପରା ବୁଝିବାରେ ସହଜ ହେଉଛି। ଆଗକୁ ଆହୁରି ଅନେକ ପୁରୁଣା ସଂସ୍କୃତି ଓ ପରମ୍ପରାକୁ ସାଇତି ରଖୁବାକୁ ଉଦ୍ଯମ ଜାରି ରହିଛି। ଉକ୍ତ ମ୍ୟୁଜିୟମ ଆମର ପୁରୁଣା ସଂସ୍କୃତି ଓ ପରମ୍ପରାକୁ ଆଗାମୀ ପିଢ଼ି ଜାଣିବା ଓ ପଢିବାରେ ସହଜ ହେବ ବୋଲି ଡ଼.ପାଢ଼ୀ କହିଛନ୍ତି। ଆମ ସଂସ୍କୃତି ଓ ପରମ୍ପରା ବହୁ ପ୍ରାଚୀନ। ଭାରତୀୟ ସଂସ୍କୃତି ରେ ଅନେକ ଜାତି ଓ ଜନଜାତିର ଲୋକ ବସ ବାସ କରୁଛନ୍ତି। ଭିନ୍ନ ଭିନ୍ନ ଜାତି ବର୍ଣ୍ଣ ଅନୁସାରେ ଲୋକ ସଂସ୍କୃତି ପରମ୍ପରା ଓ ଅଳଙ୍କାର ମଧ୍ୟରେ ଭିନ୍ନତା ରହିଛି। ହେଲେ କାଳକ୍ରମେ ଯୁଗ ବଦଳିଛି। ଯୁଗ ଅନୁସାରେ ବେଶ ଭୂଷା ଅଳଙ୍କାର ସମେତ ଅନେକ ଘର କରଣ ସାମଗ୍ରୀର ରୂପରେଖ ବଦଳିବାରେ ଲାଗିଛି। ପୁରୁଣାକୁ ଭୁଲି ସମୟ ଅନୁସାରେ ନୂଆ ସାମଗ୍ରୀ ଚାହିଦା ବଢିବାରେ ଲାଗିଛି। ଯାହା ପରବର୍ତ୍ତୀ ସମୟରେ ପୁରୁଣା ସଂସ୍କୃତି କୁ ମନେ ପକାଇ ଇତିହାସ ର ଆଇନା ସ୍ମୃତି ରେ ସାଉଁଟି ରଖିବାକୁ ପଡେ। ସେତେବେଳର ସେହି ପୁରୁଣା ସ୍ମୃତିକୁ ପରବର୍ତ୍ତୀ ପିଢ଼ି କୁ କହିବା ସାର ହୁଏ ହେଲେ ଦେଖେଇ ହୁଏ ନାହିଁ। ଡ.ପାଢ଼ୀଙ୍କ ସ୍ମୃତି ସାଉଁଟି ଥିବା ମ୍ୟୁଜିୟମ ସତରେ ଭବିଷ୍ୟତ ପିଢ଼ି ପାଇଁ ନିଶ୍ଚିତ ପ୍ରେରଣା ଓ ଗବେଷଣାର ମାଧ୍ୟମ ସାଜିବ।






