ମନୋରଞ୍ଜନ
ଆଜି କାରଗିଲ ବିଜୟ ଦିବସ
ଜୁଲାଇ ୨୬ ତାରିଖ, କାରଗିଲ ବିଜୟ ଦିବସ। ଭାରତୀୟ ଇତିହାସରେ ଏକ ସ୍ମରଣୀୟ ଦିନ। ପାକିସ୍ତାନ ବିରୋଧରେ ଭାରତୀୟ ସେନାର ବୀରତ୍ୱକୁ ମନେପକାଉଛି ସାରାଦେଶ। ୧୯୯୯ ମସିହା ଆଜିର ଦିନରେ ଭାରତ ପାକିସ୍ତାନକୁ ପରାଜିତ କରି କାରଗିଲରେ ବିଜୟ ଧ୍ବଜା ଉଡ଼ାଇଥିଲା। କାରଗିଲରେ ଭାରତୀୟ ସୈନ୍ୟମାନେ ପାକିସ୍ତାନକୁ ଧୂଳି ଚଟେଇ ଦେଇଥିଲେ। କାରଗିଲ ଯୁଦ୍ଧ ୧୯୯୯ ମେ’ ୩ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୨୬ ତାରିଖରେ ଶେଷ ହୋଇଥିଲା। ଯୋଜନାବଦ୍ଧ ଭାବେ ପାକିସ୍ତାନ ୧୯୯୮ରୁ ହିଁ […]
ଜୁଲାଇ ୨୬ ତାରିଖ, କାରଗିଲ ବିଜୟ ଦିବସ। ଭାରତୀୟ ଇତିହାସରେ ଏକ ସ୍ମରଣୀୟ ଦିନ। ପାକିସ୍ତାନ ବିରୋଧରେ ଭାରତୀୟ ସେନାର ବୀରତ୍ୱକୁ ମନେପକାଉଛି ସାରାଦେଶ। ୧୯୯୯ ମସିହା ଆଜିର ଦିନରେ ଭାରତ ପାକିସ୍ତାନକୁ ପରାଜିତ କରି କାରଗିଲରେ ବିଜୟ ଧ୍ବଜା ଉଡ଼ାଇଥିଲା। କାରଗିଲରେ ଭାରତୀୟ ସୈନ୍ୟମାନେ ପାକିସ୍ତାନକୁ ଧୂଳି ଚଟେଇ ଦେଇଥିଲେ। କାରଗିଲ ଯୁଦ୍ଧ ୧୯୯୯ ମେ’ ୩ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୨୬ ତାରିଖରେ ଶେଷ ହୋଇଥିଲା।
ଯୋଜନାବଦ୍ଧ ଭାବେ ପାକିସ୍ତାନ ୧୯୯୮ରୁ ହିଁ ଯୁଦ୍ଧର ଆରମ୍ଭ କରିଥିଲା। ୫ ହଜାର ସୈନ୍ୟଙ୍କୁ କାରଗିଲ ଦଖଲ ପାଇଁ ପଠାଇଥିଲା ପାକିସ୍ତାନ। କାରଗିଲ ଯୁଦ୍ଧରେ ୫୦୦ରୁ ଅଧିକ ଭାରତୀୟ ଯବାନ ଶହିଦ ହୋଇଥିବାବେଳେ ପାକିସ୍ତାନ ହରାଇଥିଲା ୪୦୦୦ରୁ ଊର୍ଦ୍ଧ୍ବ ସୈନିକ। ପାକିସ୍ତାନକୁ ମାତ୍ ଦେବା ପାଇଁ ଭାରତୀୟ ସୈନ୍ୟ ନିଜ ଜୀବନକୁ ଜଳାଞ୍ଜଳି ଦେଇଥିଲେ। ସମୁଦ୍ର ପତ୍ତନଠାରୁ ପ୍ରାୟ ୧୮ ହଜାର ଫୁଟ ଉଚ୍ଚ ଏବଂ ମାଇନସ୍ ୪୮ ଡିଗ୍ରୀ ସେଲସିଅସ୍ ତାପମାତ୍ରାରେ ଶତ୍ରୁସୈନ୍ୟର ମୁକାବିଲା କରିଥିଲା ଭାରତୀୟ ସେନା। ଦେଶ ପାଇଁ ଲଢ଼ି ଚାଲିଥିଲେ ଯବାନମାନେ। ସେତେବେଳେ ଏ ଯୁଦ୍ଧ ଟେଲିଭିଜନରେ ପ୍ରସାରିତ ହୋଇଥିଲା। କାରଗିଲ ବିଜୟ ଦିବସ ଅବସରରେ ସାରା ଦେଶ ବୀର ସହିଦମାନଙ୍କୁ ସେମାନଙ୍କର ଅଦମ୍ୟ ସାହସ ପାଇଁ ଶ୍ରଦ୍ଧାଞ୍ଜଳି ଦେଇଥାଏ।






