ହୋଲି ପାଇଁ ଆଣ୍ଟି କରୋନା ପିଚକାରୀ

The Sakala Picture
Published On

ସାରା ଦେଶରେ କରୋନାର ଦ୍ବିତୀୟ ଲହରୀକୁ ନେଇ ଦେଶବାସୀ ଚିନ୍ତାରେ ଥିବାବେଳେ ହୋଲିରେ ରଙ୍ଗ ଖେଳିବା ନେଇ ଦ୍ବନ୍ଦ୍ବରେ ଅଛନ୍ତି। ହେଲେ କଟକଣା ମଧ୍ୟରେ ଚଳିତବର୍ଷ ହୋଲି ଯେପରି ଫିକା ନ ପଡ଼ିଯାଏ, ସେନେଇ ବାରଣାସୀର ଜଣେ ଯୁବକ ଏକ ନିଆରା ପିଚକାରୀ ପ୍ରସ୍ତୁତ କରିଛନ୍ତି। ଅଶୋକ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜ୍‌ମେଣ୍ଟର ଛାତ୍ର ବିଶାଲ ପଟେଲ ଏହି ପିଚକାରୀ ପ୍ରସ୍ତୁତି କରି ଲୋକଙ୍କ ମନରେ ଖୁସି ଆଣିଦେଇଛନ୍ତି। ଏହି ପିଚକାରୀଟି ଜରିଆରେ ଲୋକେ ସାମାଜିକ […]

ସାରା ଦେଶରେ କରୋନାର ଦ୍ବିତୀୟ ଲହରୀକୁ ନେଇ ଦେଶବାସୀ ଚିନ୍ତାରେ ଥିବାବେଳେ ହୋଲିରେ ରଙ୍ଗ ଖେଳିବା ନେଇ ଦ୍ବନ୍ଦ୍ବରେ ଅଛନ୍ତି। ହେଲେ କଟକଣା ମଧ୍ୟରେ ଚଳିତବର୍ଷ ହୋଲି ଯେପରି ଫିକା ନ ପଡ଼ିଯାଏ, ସେନେଇ ବାରଣାସୀର ଜଣେ ଯୁବକ ଏକ ନିଆରା ପିଚକାରୀ ପ୍ରସ୍ତୁତ କରିଛନ୍ତି। ଅଶୋକ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜ୍‌ମେଣ୍ଟର ଛାତ୍ର ବିଶାଲ ପଟେଲ ଏହି ପିଚକାରୀ ପ୍ରସ୍ତୁତି କରି ଲୋକଙ୍କ ମନରେ ଖୁସି ଆଣିଦେଇଛନ୍ତି। ଏହି ପିଚକାରୀଟି ଜରିଆରେ ଲୋକେ ସାମାଜିକ ଦୂରତ୍ବ ରକ୍ଷା କରିବା ସହ ରଙ୍ଗର ପର୍ବର ହୋଲିକୁ ଆହୁରି ଅଧିକ ରଙ୍ଗିନ କରିପାରିବ। ସେନ୍ସର ଯୁକ୍ତ ଏହି ପିଚକାରୀଟିରେ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କୁ ସ୍ପର୍ଶ ନକରି ରଙ୍ଗ ଲଗାଇ ପାରିବେ। ଆଉ ଯଦି କେହି ଏହି କୋଭିଡ କଟକଣା ନିୟମକୁ ଭଙ୍ଗ କରିବାକୁ ଚେଷ୍ଟା କରିବେ, ତେବେ ଏହି ପିଚକାରୀ ଶବ୍ଦ କରିବ। ପିଚକାରୀ ସମ୍ପର୍କରେ ବିଶାଲ କହିଛନ୍ତି ଯେ ‘‘ ୨୦୨୧ ରଙ୍ଗପର୍ବ ହୋଲି ଯେପରି ଫିକା ନ ପଡ଼ିଯାଏ, ସେଥିଲାଗି ମୁଁ ଏହି ଆଣ୍ଟି କରୋନା ପିଚକାରୀ ପ୍ରସ୍ତୁତି କରିଛି। ଯାହାକି ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନ୍‌କୁ ପାଳନ କରିପାରିବ। ଏହାକୁ ଛାତ ଉପରେ କିମ୍ବା ଘର ସାମ୍‌ନାରେ ରଖାଯାଇ ପାରିବ। ପିଚାକାରୀ ସମ୍ମୁଖକୁ କେହି ଆସିବା ମାତ୍ରେ ଏଥିରେ ଥିବା ସେନ୍‌ସର ସକ୍ରିୟ ହୋଇଯିବା ସହିତ ଲୋକଙ୍କ ଉପରେ ରଙ୍ଗ ବରଷା କରିବ। ପିଚକାରୀ ସମ୍ମୁଖକୁ ଯେତେବେଳେ ଯାଏ କେହି ଆସି ନଥିବେ ସେତେବେଳେ ପର୍ଯ୍ୟନ୍ତ ଏହା ବନ୍ଦ ହୋଇ ରହିଥିବ। ଏହି ପିଚକାରୀ କେବଳ ଯେ ରଙ୍ଗ ଖେଳରେ ସାହାଯ୍ୟ କରିବ ତାହା ନୁହେଁ, ବରଂ ଏଥିରେ ସାନିଟାଇଜର ବ୍ୟବହାର କରାଯାଇପାରିବ। ଏହାକୁ ପ୍ରସ୍ତୁତି କରିବା ପାଇଁ ବିଶାଲଙ୍କୁ ୧୫ଦିନ ଲାଗିଥିଲା। ଏଥିରେ ଗୋଟିଏ ଥର ୮ଲିଟର ରଙ୍ଗ ଭରା ଯାଇପାରିବ। ଏଥିରେ ୧୨ଭୋଲ୍ଟର ଏକ ବ୍ୟାଟେରୀ, ଇନ୍‌ଫ୍ରା ରେଡ୍‌ ସେନ୍ସର, ଅଲ୍ଟ୍ରା ସୋନିକ୍‌ ସେନ୍‌ସର, ସ୍ବିଚ୍‌, ଏଲଇଡି ଲାଇଟ୍‌ର ପ୍ରୟୋଗ କରାଯାଇଛି। ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ମାତ୍ର ୭୫୦ଟଙ୍କାରେ ଏହି ଆଣ୍ଟି କରୋନା ପିଚକାରୀକୁ ପ୍ରସ୍ତୁତ କରାଯାଇ ପାରିଛି।

ଆହୁରି ପଢ଼ନ୍ତୁ: ବ୍ଲୁ ହ୍ୱେଲ୍ ପରେ ଏବେ ‘କୋରିଆନ୍ ଲଭର୍’: ଅନଲାଇନ୍ ଗେମ୍ କେମିତି ନେଉଛି ଜୀବନ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp