ଏମିତି ଏକ ଗାଁ; ଭାରତରେ ଖାଆନ୍ତି, ମିଆଁମାରରେ ଶୁଅନ୍ତି
ଭାରତରେ ଅନେକ ଗାଁ ରହିଛି। ପ୍ରତ୍ୟେକ ଗାଁର ନିଜସ୍ବ ସ୍ବତନ୍ତ୍ରତା ତଥା ବିଶେଷତା ରହିଥାଏ। ସେମିତି ଏକ ଗାଁ ହେଉଛି ନାଗାଲାଣ୍ଡର ଲୋଙ୍ଗୱା ଗ୍ରାମ। ଏହି ଗାଁ ଦୁଇଟି ଦେଶର ସୀମାବର୍ତ୍ତୀ ଅଞ୍ଚଳରେ ରହିଛି। ଏହାର ଅଧା ଅଂଶ ଭାରତରେ ଥିବାବେଳେ ଅଧା ଅଂଶ ମିଆଁମାରରେ ରହିଛି। ଲୋଙ୍ଗୱା ତାର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ବେଶ୍ ପରିଚିତ। ଜଙ୍ଗଲ ମଧ୍ୟରେ ଏହି ଗାଁଟି ରହିଛି। ଏଠାରେ ମୁଖ୍ୟତଃ ଆଦିବାସୀ ଲୋକେ ରୁହନ୍ତି। ୧୯୭୦-୭୧ ମଧ୍ୟରେ ଏହି […]
ଭାରତରେ ଅନେକ ଗାଁ ରହିଛି। ପ୍ରତ୍ୟେକ ଗାଁର ନିଜସ୍ବ ସ୍ବତନ୍ତ୍ରତା ତଥା ବିଶେଷତା ରହିଥାଏ। ସେମିତି ଏକ ଗାଁ ହେଉଛି ନାଗାଲାଣ୍ଡର ଲୋଙ୍ଗୱା ଗ୍ରାମ। ଏହି ଗାଁ ଦୁଇଟି ଦେଶର ସୀମାବର୍ତ୍ତୀ ଅଞ୍ଚଳରେ ରହିଛି। ଏହାର ଅଧା ଅଂଶ ଭାରତରେ ଥିବାବେଳେ ଅଧା ଅଂଶ ମିଆଁମାରରେ ରହିଛି। ଲୋଙ୍ଗୱା ତାର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ବେଶ୍ ପରିଚିତ। ଜଙ୍ଗଲ ମଧ୍ୟରେ ଏହି ଗାଁଟି ରହିଛି। ଏଠାରେ ମୁଖ୍ୟତଃ ଆଦିବାସୀ ଲୋକେ ରୁହନ୍ତି। ୧୯୭୦-୭୧ ମଧ୍ୟରେ ଏହି ଗାଁ ଦେଇ ଭାରତ-ମିଆଁମାର ସୀମାରେଖା ଯାଇଥିଲା। ସେବେଠାରୁ ଏହି ଗାଁ ଦୁଇଟି ଭାଗରେ ବିଭକ୍ତ ହୋଇଛି। ଏହି କାରଣରୁ ଗାଁରେ କିଛି ଲୋକଙ୍କ ରୋଷେଇ ଘର ଭାରତରେ ଥିବାବେଳେ, ଶୋଇବା ଘର ମିଆଁମାରରେ ଅଛି। ତେଣୁ ଲୋକେ ଖାଇବାକୁ ଭାରତ ଆସୁଥିବାବେଳେ, ଶୋଇବାକୁ ମିଆଁମାର ଯାଆନ୍ତି ବୋଲି କୁହାଯାଏ। ଏହା ଏକ ସୀମାନ୍ତବର୍ତ୍ତୀ ଗାଁ ହୋଇଥିବାରୁ ଏଠାରେ ଲୋକଙ୍କୁ ଦୁଇ ଦେଶର ନାଗରିକତା ପ୍ରଦାନ କରାଯାଇଛି। ଏଠାକାର ଲୋକେ ବିନା ପାସପୋର୍ଟ ଓ ଭିସାରେ ଉଭୟ ଦେଶରେ ଯାତାୟାତ କରିପାରନ୍ତି।






