ମନୋରଞ୍ଜନ

ଦିବ୍ୟାଙ୍ଗଙ୍କ ଉପରେ ମନ୍ତବ୍ୟ ଦେଇ ଫସିଥିଲେ କମେଡିଆନ୍ ସମୟ ରାଇନା: ଏବେ ସବୁ ଏଫଆଇଆର ଖାରଜ କଲେ ସୁପ୍ରିମକୋର୍ଟ
ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ଚୁପ୍ କାହିଁକି ଥିଲେ ସୋନୁ ନିଗମ? ଦେଲେ ଏମିତି ଉତ୍ତର, କହିଲେ- 'ବାପାଙ୍କୁ କଥା ଦେଇଛି...'
ଭାରତରେ ପ୍ରତିବନ୍ଧକ ନେଇ ମୁହଁ ଖୋଲିଲେ ଅତିଫ ଅସଲାମ: କହିଲେ- 'ଯେଉଁମାନେ ବ୍ୟାନ୍ ଲଗାଇଲେ ସେମାନଙ୍କୁ ଧନ୍ୟବାଦ, ଫ୍ୟାନ୍ସ ଭିପିଏନରେ ଶୁଣୁଛନ୍ତି ଗୀତ'
୭୩ ବର୍ଷୀୟ ବଲିଉଡ ନିର୍ଦ୍ଦେଶକ ଶକିଲ ନୁରାନୀ ଗିରଫ, ୩୩ ବର୍ଷୀୟା ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲ୍ ଅଭିଯୋଗ
ଗୋଆ ଏୟାରବିଏନବିରୁ ଦୈନିକ ୪୦,୦୦୦ ଟଙ୍କା ରୋଜଗାର ଆଶା ଫେଲ୍: ବାସ୍ତବତାକୁ ସ୍ୱୀକାର କଲେ ଅଭିନେତ୍ରୀ ପାରୁଲ ଗୁଲାଟୀ

ସମ୍ମାନର ସାମାନ୍ୟକଥନ

The Sakala Picture
Published On

ନମସ୍କାର, ପ୍ରଣାମ, ଓଳଗି, ଜୁହାର, ଦଣ୍ଡବତ, ନମ, ନମସ୍ତେ (ସ୍ଥଳ ବିଶେଷରେ ନିଜର ଗୁରୁ ବା ବାବାଙ୍କର ନାମ କିମ୍ୱା ବାଣୀ ଉଚ୍ଚାରଣ କରିବା) – ଏ ସମସ୍ତ ପ୍ରତିଶବ୍ଦ ଭିନ୍ନ ହେଲେ ବି ସେ ସବୁର ଅର୍ଥ ଓ ଉଦ୍ଦେଶ୍ୟ ଏକ। ତାହା ହେଲା ସମ୍ମାନ ପ୍ରଦର୍ଶନ, ଅଭିନନ୍ଦନ, ଅଭିବାଦନ, କୃତଜ୍ଞତା ଜ୍ଞାପନ, ସମ୍ୱର୍ଦ୍ଧନା, ଖୁସି ପ୍ରକଟନ, ଭକ୍ତି ନିବେଦନ, ଆନୁଗତ୍ୟ ପ୍ରକାଶ, ସ୍ୱାଗତ, ସାକ୍ଷାତ ସମ୍ଭାଷଣ ଇତ୍ୟାଦି। ଉପରୋକ୍ତ ପ୍ରକ୍ରିୟା ସହ ହୃଦୟର ଆବେଗ […]

ନମସ୍କାର, ପ୍ରଣାମ, ଓଳଗି, ଜୁହାର, ଦଣ୍ଡବତ, ନମ, ନମସ୍ତେ (ସ୍ଥଳ ବିଶେଷରେ ନିଜର ଗୁରୁ ବା ବାବାଙ୍କର ନାମ କିମ୍ୱା ବାଣୀ ଉଚ୍ଚାରଣ କରିବା) – ଏ ସମସ୍ତ ପ୍ରତିଶବ୍ଦ ଭିନ୍ନ ହେଲେ ବି ସେ ସବୁର ଅର୍ଥ ଓ ଉଦ୍ଦେଶ୍ୟ ଏକ। ତାହା ହେଲା ସମ୍ମାନ ପ୍ରଦର୍ଶନ, ଅଭିନନ୍ଦନ, ଅଭିବାଦନ, କୃତଜ୍ଞତା ଜ୍ଞାପନ, ସମ୍ୱର୍ଦ୍ଧନା, ଖୁସି ପ୍ରକଟନ, ଭକ୍ତି ନିବେଦନ, ଆନୁଗତ୍ୟ ପ୍ରକାଶ, ସ୍ୱାଗତ, ସାକ୍ଷାତ ସମ୍ଭାଷଣ ଇତ୍ୟାଦି। ଉପରୋକ୍ତ ପ୍ରକ୍ରିୟା ସହ ହୃଦୟର ଆବେଗ ବିନିମୟ ପାଇଁ ସାରା ପୃଥିବୀରେ ପ୍ରଚଳିତ ଏହା ଏକ ଜଣାଶୁଣା ମାଧ୍ୟମ। ହେଲେ ଏହାର ସମ୍ପାଦନ ଶୈଳୀ ଦେଶ, କାଳ, ପାତ୍ର ଅନୁସାରେ ଅଲଗା। କେଉଁଠି ନାକରେ ନାକ ଘଷି ତ କେଉଁଠି କାନ୍ଧରେ କାନ୍ଧ ମିଳେଇ, କେଉଁଠି କର ମର୍ଦ୍ଦନ କରି ତ କେଉଁଠି ହାଏ, ୱାଓ କହି, କେଉଁଠି ଆଲିଙ୍ଗନ କରି ତ କେଉଁଠି ଗୁଡ୍‌‌ ମର୍ଣିଂ, ଗୁଡ୍‌‌ ଇଭିନିଂ ଉଚ୍ଚାରଣ କରି କେଉଁଠି ସଲାମ୍‌‌ ତ କେଉଁଠି ସାଲ୍ୟୁଟ୍‌‌ କରି ଏହାର ପ୍ରଦର୍ଶନ କରାଯାଏ। କିନ୍ତୁ ଭାରତୀୟ ପରିପ୍ରେକ୍ଷୀରେ ଏହାର ସ୍ୱତନ୍ତ୍ରତା ରହିଛି ଯାହା ନିମ୍ନଲିଖିତ ପ୍ରକାରର।
ଭାରତରେ ନମସ୍କାର ଏକ ପବିତ୍ର କର୍ତ୍ତବ୍ୟ, ଯାହାର ସମ୍ପାଦନ ପ୍ରକ୍ରିୟାରୁ କେତୋଟି ହେଲା, ଆପାଦମସ୍ତକ ଭୂଲୁଣ୍ଠିତ, ଦଣ୍ଡବତ୍‌‌, ସାଷ୍ଟାଙ୍ଗ, ଆଣ୍ଠୁମାଡ଼ି, ଭୂମ୍ରି, ମୁଣ୍ଡମାଡ଼ି, ବେକ ବା ମୁଣ୍ଡ ନଇଁ, ପାଦସ୍ପର୍ଶ, ପାଦରୁ ଧୂଳି ନେଇ, ଦଣ୍ଡାୟମାନ ଅଥବା ଚାଲୁଥିବା ଅବସ୍ଥାରେ ଗୋଟିଏ ବା ଦୁଇ ହାତ ଟେକି, ଶିର ଅବନତ କରି, ପାଦୋଦକ ପାଇ, ଜୋତା ଓହ୍ଲେଇ, ପଗଡ଼଼ି ବା ଟୋପି କାଢ଼ି ଅଭିବାଦନ ଜଣେଇବା। ନମସ୍କାରର ମୂଳମନ୍ତ୍ର ହେଉଛି ସେଥିରେ କିଛି ପ୍ରତ୍ୟାଶା ରହିବା ଉଚିତ ନୁହେଁ। ତେଣୁ ବ୍ୟାକରଣର ନିୟମ ଅନୁସାରେ ସେଥିପାଇଁ ସମ୍ପ୍ରଦାନ କାରକ ଓ ଚତୁର୍ଥୀ ବିଭକ୍ତି ବ୍ୟବହୃତ ହୁଏ। କିନ୍ତୁ ଏହାର ତାତ୍ପର୍ଯ୍ୟ ଏମିତି ଯେ ଏହାଦ୍ୱାରା କର୍ତ୍ତା ଓ ଗ୍ରହୀତା ଉଭୟେ ସ୍ୱତଃ ଆପ୍ୟାୟିତ ହୁଅନ୍ତି। ଏହା କର୍ତ୍ତାଙ୍କର ବିନମ୍ରତାର ନିଦର୍ଶନ ଏବଂ ଗ୍ରହୀତାଙ୍କର ଶୁଭକାମନାର ପ୍ରତୀକ। ଏଥିରେ ସାନ-ବଡ଼, ଉଚ୍ଚ-ନୀଚ, ଧନୀ-ଦରିଦ୍ର ବିଚାର ନଥାଏ। କାରଣ ‘ସକଳ ଘଟେ ନାରାୟଣ ବସନ୍ତି ଅନାଦି କାରଣ।’ କିନ୍ତୁ ସେଥିପାଇଁ ଇଚ୍ଛା, ଆଗ୍ରହ ଓ ସ୍ୱତଃପ୍ରବୃତି ଥିବା ଦରକାର। ନଚେତ୍‌‌ ତାହା ‘ମାଗି ଓଳିଗି ଯାଚି କଲ୍ୟାଣ’ ନୀତିରେ ନିଷ୍ଫଳ ହୋଇଯାଏ।

କେତେକ ଲୋକ ଅନ୍ୟମନସ୍କ ଭାବରେ କିମ୍ୱା ବାଧ୍ୟବାଧକତାରେ ଲୋକଦେଖାଣିଆ ‘ନମସ୍କାର’ ଶବ୍ଦଟି ଉଚ୍ଚାରଣ କଲେ ବି ସେଥିରେ ଆବଶ୍ୟକ ଅଙ୍ଗଭଙ୍ଗୀ ବା ଆନ୍ତରିକତା ନଥାଏ। ଫଳରେ ତାହା ନିରର୍ଥକ ହୋଇଯାଏ। ଆମ ପୁରାଣ ଶାସ୍ତ୍ରରେ ‘ନମସ୍କାର’ର ମହତ୍ତ୍ୱ ସମ୍ପର୍କରେ ଅନେକ ଉପାଖ୍ୟାନ ରହିଛି। ଦେବସଭାରେ ଶିବ ନିଜର ଶ୍ୱଶୁର ଦକ୍ଷଙ୍କୁ ନମସ୍କାର ନ କରିବାରୁ ଦକ୍ଷ ଯଜ୍ଞ ଭଗ୍ନ ଓ ସତୀଙ୍କର ଅଗ୍ନିରେ ଝାସ ଦେବା ଭଳି ଅଘଟଣ ଘଟିଥିଲା। ରାମାୟଣରେ ବର୍ଣ୍ଣିତ ଅନ୍ଧମୁନି ଉପାଖ୍ୟାନ ନମସ୍କାର ଉପରେ ଆଧାରିତ। ତାଙ୍କର ପୂର୍ବ ଜନ୍ମରେ ତାଙ୍କ ଘରକୁ ଆସିଥିବା ତ୍ରିଜଟା ନାମକ ଋଷିଙ୍କୁ ସପତ୍ନିକ ନମସ୍କାର କଲା ବେଳେ ଋଷିଙ୍କର ଗୋଦର ଗୋଡ଼କୁ ଦେଖି ଦୁହେଁ ଘୃଣାରେ ଆଖି ବୁଜି ଦେଇଥିଲେ। ଋଷି ସେମାନଙ୍କୁ ଆଶୀର୍ବାଦ ଦେଇଥିଲେ ‘ତଥାସ୍ତୁ’ ଯାହା ଫଳରେ ସେମାନେ ପରଜନ୍ମରେ ଚକ୍ଷୁହୀନ ହୋଇ ଜନ୍ମ ନେଲେ। ସେହିପରି ଗର୍ବବଶତଃ ମେରୁଗିରି ଉଚ୍ଚତା ସହିତ ପ୍ରତିଯୋଗିତା କରି ନିଜର କାୟାକୁ ବଢ଼େଇ ଚାଲିଥିବା ବିନ୍ଧ୍ୟଗିରିଙ୍କ ଗର୍ବ ଚୂର୍ଣ୍ଣ କରିବା ପାଇଁ ଦେବତାମାନେ ଅଗସ୍ତି ମୁନିଙ୍କୁ ତାଙ୍କ ନିକଟକୁ ପଠେଇଥିଲେ। ସମ୍ମୁଖରେ ନିଜର ଗୁରୁଙ୍କୁ ଦେଖି ବିନ୍ଧ୍ୟଗିରି ଭୂମିରେ ମସ୍ତକ ଲଗେଇ ତାଙ୍କୁ ନମସ୍କାର କଲେ। ତାଙ୍କୁ ଆଶୀର୍ବାଦ କରି ଅଗସ୍ତି କହିଲେ, ‘ତଥାସ୍ତୁ! ମୁଁ ଫେରିବା ପର୍ଯ୍ୟନ୍ତ ଏହିପରି ଥିବୁ।’ ଏହା କହି ସେ ଦାକ୍ଷିଣାତ୍ୟକୁ ଚାଲିଗଲେ। ଗୁରୁଙ୍କ ଆଦେଶ ମାନି ବିନ୍ଧ୍ୟଗିରି ସେହିପରି ଭୁଲୁଣ୍ଠିତ ହୋଇ ପଡ଼ିରହିଲେ। ହେଲେ ଅଗସ୍ତି ଆଉ ଫେରିଲେନି କି ବିନ୍ଧ୍ୟଗିରି ଆଉ ଉଠିଲେନି।

ନମସ୍କାରର ମୂଲ୍ୟ ଅମୂଲ୍ୟ ଏବଂ ଏହା ଏକ ସ୍ପର୍ଶକାତର ତଥା ସମ୍ୱେଦନଶୀଳ ବିଭାବ। ଏହାଦ୍ୱାରା ବହୁଦିନର ପୁରୁଣା ଶତ୍ରୁତା ଯେପରି ହଠାତ୍‌‌ ଦୂର ହୋଇଯାଏ। ଏହାର ଅଭାବରେ ସେହିପରି ମାନ୍ୟଗଣ୍ୟ ବ୍ୟକ୍ତିମାନେ ଅଭିମାନ କରନ୍ତି କିମ୍ୱା ଅପମାନ ବୋଧ କରନ୍ତି। ତେଣୁ ଆମର ପୁରାଣ ଶାସ୍ତ୍ରରେ ‘ନମସ୍କାର’ ପାଇଁ ନାନା ପ୍ରକାରର ବିଧିବିଧାନ ରହିଛି। ଉଦାହରଣ ସ୍ୱରୂପ, ଦେବତା ଓ ଗୁରୁଙ୍କୁ ଦୁଇ ହାତରେ ନମସ୍କାର କରିବା ବିଧି। ଗୋଟିଏ ହାତରେ ନମସ୍କାର କଲେ ଯେଉଁ ପାପ ହୁଏ ସେ ହାତକୁ କାଟି ଦେଲେ ହିଁ ସେଥିରୁ ମୁକ୍ତି ମିଳେ। ‘ଯେ ଦେବ ଗୁରୁ ଏକକରେ ନମନ୍ତି ଅଜ୍ଞାନ ବେଭାରେ/ ଯଦି ପକାଇ ଛେଦି କର ସେ ଅପରାଧୁ ହୋନ୍ତିପାର( ଶ୍ରୀମଦ୍‌‌ ଭଗବତ ୧୦/୨୩)। ସେହିପରି ସାଷ୍ଟାଙ୍ଗ ପ୍ରଣାମର ବିଧାନ ହେଉଛି, ‘ଉରସା ଶିରସା ଦୃଷ୍ଟ୍ୟା ମନସା ବଚସା ତଥା ପଦ ଜାନୁ କରାଭ୍ୟାଂ ଚ ପ୍ରଣମୋଷ୍ଟାଙ୍ଗ ଉଚ୍ୟତେ।’ ସାଧାରଣତଃ କେଉଁଠି ପାଦ ବାଜିଗଲେ ‘ବିଷ୍ଣୁ’ ବୋଲି କହି ନମସ୍କାର କରାଯାଏ। କାରଣ ସବୁଥିରେ ବ୍ରହ୍ମର ଉପସ୍ଥିତିକୁ ବିଶ୍ୱାସ କରାଯାଏ। ଏହାର ଶାସ୍ତ୍ରୀୟ ବିଧାନ ଚାଣକ୍ୟ ନୀତିରେ ଏହିପରି ଭାବରେ ଉଲ୍ଲିଖିତ ଅଛି – ‘ପାଦାଭ୍ୟାଂ ନ ପୃଶେଦଗ୍ନିଂ ଗୁରୁଂ ବ୍ରାହ୍ମଣମେବଚ ନୈବଂ ଗାବଂ କୁମାରୀଂ ଚ ନ ବୃଦ୍ଧଂ ନ ଶିଶୁଂ ତଥା।’

ଅତଏବ ‘ନମସ୍କାର’କୁ ସାମାନ୍ୟ କଥା ଭାବି ହେୟଜ୍ଞାନ କରିବା ଉଚିତ୍‌‌ ନୁହେଁ। ଏହାର ଉଚ୍ଚାରଣ ଓ ଆଚରଣରେ ଉପଯୁକ୍ତ ସମନ୍ୱୟ ରକ୍ଷା କରାଯିବା ନୈତିକ କର୍ତ୍ତବ୍ୟ ଏବଂ ସାମାଜିକ ଆବଶ୍ୟକତା।

ଅଲେଖ ଚନ୍ଦ୍ର ମିଶ୍ର
ଭୁବନେଶ୍ୱର, ମୋ: ୯୪୩୮୬୭୩୮୯୮

11 Mar 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର