ଓଡ଼ିଶା ବଜେଟ୍‌‌ ୨୦୨୩-୨୪: ବିକାଶ ଓ ବିଜ୍ଞତାର ପ୍ରତିଫଳନ

The Sakala Picture
Published On

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ଓଡ଼ିଶା ବଜେଟ୍‌‌ରେ ଉଭୟ ଅଭିନବତା ଓ ବିଜ୍ଞତାର ପ୍ରତିଫଳନ ଘଟିଛି। ୨୦୨୪ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କର ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌‌ ହୋଇଥିଲେ ହେଁ ଏଥିରେ ଲୋକଦେଖାଣିଆ ପଦକ୍ଷେପ ଏବଂ ଭୋଟରଙ୍କୁ ସିଧାସଳଖ ତୋଷ କରିବାର ପ୍ରୟାସ କରାଯାଇଛି ବୋଲି ବିରୋଧୀ ଅଭିଯୋଗ କରିପାରିବେ ନାହିଁ। ସେ ଦୃଷ୍ଟିରୁ ଏହା ଗତାନୁଗତିକତା ଠାରୁ ଭିନ୍ନ। ସରକାର ମହାମାରୀ ପରବର୍ତ୍ତୀ ଆର୍ଥିକ ବ୍ୟବସ୍ଥାକୁ ସୁଧାରିବା ସହିତ ଅର୍ଥନୀତିକୁ ବିକାଶ ପଥକୁ […]

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ଓଡ଼ିଶା ବଜେଟ୍‌‌ରେ ଉଭୟ ଅଭିନବତା ଓ ବିଜ୍ଞତାର ପ୍ରତିଫଳନ ଘଟିଛି। ୨୦୨୪ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କର ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌‌ ହୋଇଥିଲେ ହେଁ ଏଥିରେ ଲୋକଦେଖାଣିଆ ପଦକ୍ଷେପ ଏବଂ ଭୋଟରଙ୍କୁ ସିଧାସଳଖ ତୋଷ କରିବାର ପ୍ରୟାସ କରାଯାଇଛି ବୋଲି ବିରୋଧୀ ଅଭିଯୋଗ କରିପାରିବେ ନାହିଁ। ସେ ଦୃଷ୍ଟିରୁ ଏହା ଗତାନୁଗତିକତା ଠାରୁ ଭିନ୍ନ। ସରକାର ମହାମାରୀ ପରବର୍ତ୍ତୀ ଆର୍ଥିକ ବ୍ୟବସ୍ଥାକୁ ସୁଧାରିବା ସହିତ ଅର୍ଥନୀତିକୁ ବିକାଶ ପଥକୁ ଫେରାଇବା ପାଇଁ ଏହି ବଜେଟ୍‌‌ରେ ଯଥାସମ୍ଭବ ଉଦ୍ୟମ କରିଛନ୍ତି। ୨୦୨୨-୨୩ ଅର୍ଥନୈତିକ ସର୍ଭେ ରିପୋର୍ଟ ଆଧାରରେ ସରକାର ବଜେଟ୍‌‌ରେ କେତେକ ସଘନ ପଦକ୍ଷେପ ଗ୍ରହଣ କରି ଅର୍ଥନୀତିର ଦୁର୍ବଳ କ୍ଷେତ୍ରଗୁଡ଼ିକୁ ସୁସ୍ଥ ଓ ସବଳ କରିବାକୁ ଯେଉଁ ପ୍ରୟାସ କରିଛନ୍ତି, ତାହା ଯଥାର୍ଥ ଏବଂ ସମୟ ଉପଯୋଗୀ। ବଡ଼ କଥା ହେଲା ବିତ୍ତୀୟ ଶୃଙ୍ଖଳା ବିଜ୍ଞତାକୁ ଜାରି ରଖିବା ସହିତ ଅଭିବୃଦ୍ଧିରେ ବାଧକ ହେଉଥିବା ବାହ୍ୟ କାରଣଗୁଡ଼ିକର ଉପଯୁକ୍ତ ମୁକାବିଲା ପାଇଁ ବଜେଟ୍‌‌ରେ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି।

ବଜେଟ୍‌‌ର ସବୁ କ୍ଷେତ୍ର ଓ ବିଭାଗ ଉପରେ ଉପଯୁକ୍ତ ଗୁରୁତ୍ୱ ପ୍ରଦାନ କରାଯାଇଛି। କହିବା ବାହୁଲ୍ୟ ଯେ ଅର୍ଥ ବିଭାଗ ସବୁ ବିଭାଗ ମଧ୍ୟରେ ରାଣୀ। ଏହାର ସୁସ୍ଥତା ଓ ସୁପରିଚାଳନା ଦ୍ୱାରା ଅନ୍ୟ ସବୁ ବିଭାଗର ସ୍ଥିତି ଭଲ ରହେ। ନବୀନ ବାବୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରଠାରୁ ବିତ୍ତୀୟ ଶୃଙ୍ଖଳା ଏବଂ ବଜେଟୀୟ ବିଜ୍ଞତାକୁ ଅଗ୍ରାଧିକାର ଦେଇ ଆସୁଛନ୍ତି ଏବଂ ତଦନୁସାରେ ଏକ ବିପର୍ଯ୍ୟୟ ଅର୍ଥନୀତିକୁ ସୁଧାରି ତାହାକୁ ଆଜି ଦେଶର ଅନ୍ୟତମ ସମୃଦ୍ଧ ପ୍ରାଦେଶିକ ଅର୍ଥନୀତିରେ ପରିଣତ କରିପାରିଛନ୍ତି। ଆର୍ଥିକ ଶୃଙ୍ଖଳା ମଧ୍ୟରେ ଲୋକକଲ୍ୟାଣ ଓ ବିକାଶ ହାସଲ କରିବାର ଯେଉଁ ସ୍ୱତନ୍ତ୍ର କୌଶଳ ଏବଂ କାର୍ଯ୍ୟକାରିତା ଲୋଡ଼ା, ତାହା ନବୀନ ବାବୁଙ୍କ ସରକାର ନିଶ୍ଚିତ ରୂପେ ହାସଲ କରିପାରିଛନ୍ତି, ଏଥିରେ ସନ୍ଦେହ ନାହିଁ। ତା’ନହେଲେ ୨୨ ବର୍ଷ ତଳେ କର୍ମଚାରୀଙ୍କୁ ବେତନ ଦେଇପାରୁନଥିବା ଏକ ରାଜ୍ୟ ଏବେ ଏକ ରାଜସ୍ୱ ବଳକା ବିକାଶଶୀଳ ରାଜ୍ୟରେ ପରିଣତ ହୋଇନଥା’ନ୍ତା।

ଶାସନ ଏକ ବିରାଟ କ୍ଷେତ୍ର ଏବଂ ବିଭିନ୍ନ ବିଭାଗର ଏକ ସମଷ୍ଟି। ଏଠି ପ୍ରତ୍ୟେକ ବିଭାଗ ବିକାଶ ପାଇଁ ଯୋଜନା ଓ ଅର୍ଥ ଲୋଡ଼େ ଏବଂ ସରକାରଙ୍କ ଆଶା ଆକାଂକ୍ଷା ପୂରଣ କରିବାକୁ ବଜେଟୀୟ ସହାୟତା ଆବଶ୍ୟକ କରେ। ରାଜ୍ୟ ସରକାର ତାହାକୁ ବିଚାରକୁ ନେଇ ଅଗ୍ରାଧିକାର କ୍ଷେତ୍ରକୁ ବାଛି ଗୁରୁତ୍ୱ ଅନୁସାରେ ସବୁ ବିଭାଗକୁ ଆବଶ୍ୟକ ଅର୍ଥ ଯୋଗାଣର ବ୍ୟବସ୍ଥା କରିଛନ୍ତି। ଆହୁରି ମଧ୍ୟ କାର୍ଯ୍ୟକାରୀ ହେଉଥିବା ଯୋଜନାକୁ ଜାରି ରଖିବାକୁ ବଜେଟୀୟ ସହାୟତା ଯୋଗାଇ ଦିଆଯାଇଛି। ନୂଆ ଲୋକଦେଖାଣିଆ ବଡ଼ ବଡ଼ ଯୋଜନା ଘୋଷଣା ପରିବର୍ତ୍ତେ ଛୋଟ ଛୋଟ ଅଗ୍ରାଧିକାରଭିତ୍ତିକ କାର୍ଯ୍ୟକ୍ରମ ପାଇଁ ବଜେଟ୍‌‌ରେ ଗୁରୁତ୍ୱ ଦିଆଯାଇଛି। ଆହୁରି ମଧ୍ୟ କାର୍ଯ୍ୟକାରୀ ହେଉଥିବା ଯୋଜନା ମଧ୍ୟରୁ ଯେଉଁଗୁଡ଼ିକ ଅତୀବ ଗୁରୁତ୍ୱପୂର୍ଣ୍ଣ ସେଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ଅର୍ଥ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ବା ଯୋଜନାଗୁଡ଼ିକୁ ସାରିବା ସର୍ବଦା ବୁଦ୍ଧିମତ୍ତାର କାର୍ଯ୍ୟ ଏବଂ ବଜେଟ୍‌‌ରେ ସେଥିପ୍ରତି ଆବଶ୍ୟକ ଗୁରୁତ୍ୱ ଦିଆଯାଇଛି।

ଏଥର ବଜେଟ୍‌‌ର ଦିଗ ନିର୍ଦ୍ଦେଶ ବେଶ୍‌‌ ସ୍ପଷ୍ଟ ଏବଂ ଏହା ଅଭିବୃଦ୍ଧିମୂଳକ। ଏଥିରେ ସବୁବର୍ଗ ଓ କ୍ଷେତ୍ରର ସ୍ୱାର୍ଥ ରକ୍ଷା ପାଇଁ ସମୁଚିତ ଦୃଷ୍ଟି ଦିଆଯାଇଛି। କୌଣସି ବର୍ଗ ଓ କ୍ଷେତ୍ର ଯେପରି ବଜେଟ୍‌‌ରେ ଅବହେଳିତ ନହୁଏ, ସେଥିପ୍ରତି ଅର୍ଥମନ୍ତ୍ରୀ ସତର୍କ ରହି ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାକୁ ପୂରଣ କରିଛନ୍ତି। ବଜେଟ୍‌‌ରେ ସ୍ୱାସ୍ଥ୍ୟ, କୃଷି, ଜଳସେଚନ, ଶିକ୍ଷା, ଭିତ୍ତିଭୂମି ବିକାଶ, ପରିବେଶ ଓ ଜଙ୍ଗଲ, ଶକ୍ତି, ପର୍ଯ୍ୟଟନ, କ୍ରୀଡ଼ା, ଶିଳ୍ପ, ବାଣିଜ୍ୟ, ଯୋଗାଯୋଗ ଓ ଗମନାଗମନ ଆଦିକୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯାଇଛି। ମହିଳା, ଚାଷୀ, ଆଦିବାସୀ, ତଫସିଲଭୁକ୍ତ ଜାତି, ଓବିସି, ଗରିବ, ଗ୍ରାମାଞ୍ଚଳବାସୀ, ସହରାଞ୍ଚଳ ଗରିବ, ସମାଜର ଦୁର୍ବଳ ଓ ଉପେକ୍ଷିତ ବର୍ଗ, ବୟସ୍କ ନାଗରିକ, ଶ୍ରମିକ, କର୍ମଚାରୀ, ଶିକ୍ଷକ, ସେବିକା, କର୍ମଚାରୀ ଆଦିଙ୍କ ସ୍ୱାର୍ଥରକ୍ଷା ପ୍ରତି ଧ୍ୟାନ ଜରିଆରେ ସାମାଜିକ ବିକାଶ ଓ କଲ୍ୟାଣକୁ ଅଗ୍ରାଧିକାର ପ୍ରଦାନ କରାଯାଇଛି। ସେହିଭଳି ଯୁବବର୍ଗଙ୍କ ଦକ୍ଷତା ବିକାଶ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ କରିବାକୁ ବଜେଟ୍‌‌ରେ ବ୍ୟବସ୍ଥା କରାଯାଇଛି। ରାଜ୍ୟର ଭାଷା ଓ ସଂସ୍କୃତିର ସୁରକ୍ଷା ଏବଂ ସମ୍ପ୍ରସାରଣ ପାଇଁ ମଧ୍ୟ ବଜେଟ୍‌‌ରେ ଅର୍ଥ ବ୍ୟବସ୍ଥା ହୋଇଛି।

ଓଡ଼ିଶାର ସାମାଜିକକ୍ଷେତ୍ର ସମସ୍ୟାବହୁଳ ଏବଂ ସେସବୁର ସମାଧାନ ପାଇଁ ବିପୁଳ ଅର୍ଥର ଆବଶ୍ୟକତା ରହିଛି। ତେବେ ଚାହିଦା ଅନୁସାରେ ରାଜ୍ୟର ସମ୍ବଳ ଉତ୍ସ ସୀମିତ। ସେହି ସୀମିତ ସମ୍ବଳର ବୁଝିବିଚାରି ଉପଯୋଗ କରିବା ଏବଂ ଅଗ୍ରାଧିକାର କ୍ଷେତ୍ର ପାଇଁ ବ୍ୟୟ ବରାଦ କରିବା ବିଶେଷ ଗୁରୁତ୍ୱ ରଖେ। ଏଥର ବିଭିନ୍ନ କ୍ଷେତ୍ରରେ ପ୍ରାୟ ଅଧଡଜନ ନୂଆ ଯୋଜନା ‘ମୁଖ୍ୟମନ୍ତ୍ରୀ ଯୋଜନା’ ଆକାରରେ ବଜେଟ୍‌‌ରେ ଆରମ୍ଭ କରିବାର ପ୍ରସ୍ତାବ ରହିଛି। ଯୋଜନାଗୁଡ଼ିକ ନିଶ୍ଚିତ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଯେଉଁ ଅର୍ଥ ବରାଦ ହୋଇଛି, ତାହା ବିପୁଳ ନ ହେଲେ ମଧ୍ୟ ବର୍ଷକ ମଧ୍ୟରେ ସେସବୁ ଟଙ୍କା ଯଦି ଖର୍ଚ୍ଚ ହୋଇପାରିବ, ସମ୍ପୃକ୍ତ କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଆସିପାରିବ।

ମୋଟ୍‌‌ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ରାଜ୍ୟ ବଜେଟ୍‌‌ରେ କାର୍ଯ୍ୟକ୍ରମ ବ୍ୟୟ ପାଇଁ ୧ ଲକ୍ଷ ୨୫ ହଜାର କୋଟି ଟଙ୍କାର ବ୍ୟୟବରାଦ ନିଶ୍ଚୟ ଏକ ସାହସିକ ପଦକ୍ଷେପ। ନିଜସ୍ୱ ଟିକସ ଓ ରାଜ୍ୟର ଅଣଟିକସ ବାବଦ ମୋଟ୍‌‌ ଆୟ ବଜେଟ୍‌‌ର ଅଧାରୁ କମ୍‌‌। ଋଣ ଓ ଅନ୍ୟାନ୍ୟ କ୍ଷେତ୍ରରୁ ଅର୍ଥ ବ୍ୟବସ୍ଥା କରି ସରକାର ବଜେଟ୍‌‌ର ବ୍ୟୟ ବରାଦକୁ ପୂରଣ କରିବେ। ସେଥିରେ ପୁଣି ରହିଛି ୯୪ ହଜାର କୋଟି ଟଙ୍କାର ପ୍ରଶାସନିକ ଖର୍ଚ୍ଚ, ଯାହାର ବଡ଼ ଭାଗ କର୍ମଚାରୀଙ୍କ ବେତନ ଓ ପେନ୍‌‌ସନ ବାବଦରେ ଖର୍ଚ୍ଚ ହୁଏ। ଯୋଜନାର ସଂଖ୍ୟା ଓ ଆକାର ବଢ଼଼ିଲେ ବଜେଟ୍‌‌ର ଆକାର ବଢ଼େ ଏବଂ ଅଧିକ ସମ୍ବଳ ଲୋଡ଼ାହୁଏ। ସାମ୍ପ୍ରତିକ ଯୁଗରେ ବିକାଶ ପାଇଁ ପୁଞ୍ଜିକୁ ଅପେକ୍ଷା ନ କରି ଋଣ ଉଠାଇବାରେ ଭୁଲ୍‌‌ ନାହିଁ। ସୌଭାଗ୍ୟବଶତଃ ଅନୁମୋଦିତ ପରିମାଣର ଅର୍ଥ ଋଣ କରିବା ପାଇଁ ଓଡ଼ିଶାର ଡିଜିପି ଏବେ ସମର୍ଥ। ତେଣୁ ଯେଉଁମାନେ ସମ୍ବଳ କେଉଁଠୁ ଆସିବ ବୋଲି ଚିନ୍ତା କରୁଥÒବା ବ୍ୟକ୍ତିବିଶେଷଙ୍କ ଆଶଙ୍କା ଅମୂଳକ।

ବାସ୍ତବରେ ଏହି ବଜେଟ୍‌‌ ମପାଚୁପା, ଅଭିବୃଦ୍ଧିମୂଳକ ଓ ଲୋକକଲ୍ୟାଣକାରୀ। ବିଜ୍ଞ ଆର୍ଥିକ ପରିଚାଳନା ଓ ବଜେଟ୍‌‌ ବ୍ୟବସ୍ଥା ମାଧ୍ୟମରେ ରାଜ୍ୟ ଅର୍ଥନୀତିକୁ ସୁଦୃଢ଼ କରିବା ସହିତ ବିଭିନ୍ନ କ୍ଷେତ୍ରରେ ରୋଜଗାର ସୁଯୋଗ ସୃଷ୍ଟି କରି ଲୋକଙ୍କ ଆୟ ବୃଦ୍ଧି ପାଇଁ ପ୍ରୟାସ ପ୍ରଂଶସନୀୟ। ଏଥିରେ ମୁଖ୍ୟତଃ ନୂତନ ଓଡ଼ିଶା ନିର୍ମାଣ ଲକ୍ଷ୍ୟ ଏବଂ ବିକାଶଧାରାକୁ ତ୍ୱରାନ୍ୱିତ କରିବାର ଉଦ୍ୟମ ବାରି ହୋଇପଡ଼ୁଛି।

25 Feb 2023 By The Sakala

https://www.thesakala.in/sakala-editorial/sakala-editorial-25th-february-2023/article-19278
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର