ସାଇବର୍ ଅପରାଧର ଅମାନିଆ ଅଭିବୃଦ୍ଧି
ସୂଚନା ଓ ପ୍ରସାରଣ ପ୍ରଯୁକ୍ତି ବିଦ୍ୟା (ଆଇସିଟି) ଯେତେ ଅଧିକ ପ୍ରସାର ଲାଭ କରିଛି ତା’ର ଅସତ୍ ବ୍ୟବହାର ସେତେ ପରିମାଣରେ ବଢ଼଼ି ଚାଲିଛି। ଇଣ୍ଟରନେଟ୍, ଜିଏସ୍ଏମ୍, ସ୍ମାର୍ଟ ଫୋନ୍ ଇତ୍ୟାଦି ମାଧ୍ୟମରେ ଖୁବ୍ ସନ୍ତର୍ପଣରେ ସାଧାରଣ ଜନତାଙ୍କୁ ଲୁଟୁଥିବା ସାଇବର୍ ଅପରାଧୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼଼ି ଚାଲିଛି, ଯାହା ସାରା ବିଶ୍ୱର ପୁଲିସ ଓ ସୁରକ୍ଷା ଅଧିକାରୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଇଣ୍ଟରନ୍ୟାସନାଲ ଟେଲିକମ୍ୟୁନିକେସନ୍ ୟୁନିଟର୍ ମୁଖ୍ୟ ଡରେନ୍ ବ୍ରାକମ୍ୟାନ୍ ମାର୍ଟିନ୍ଙ୍କ ମତରେ ପୃଥିବୀରେ […]
ସୂଚନା ଓ ପ୍ରସାରଣ ପ୍ରଯୁକ୍ତି ବିଦ୍ୟା (ଆଇସିଟି) ଯେତେ ଅଧିକ ପ୍ରସାର ଲାଭ କରିଛି ତା’ର ଅସତ୍ ବ୍ୟବହାର ସେତେ ପରିମାଣରେ ବଢ଼଼ି ଚାଲିଛି। ଇଣ୍ଟରନେଟ୍, ଜିଏସ୍ଏମ୍, ସ୍ମାର୍ଟ ଫୋନ୍ ଇତ୍ୟାଦି ମାଧ୍ୟମରେ ଖୁବ୍ ସନ୍ତର୍ପଣରେ ସାଧାରଣ ଜନତାଙ୍କୁ ଲୁଟୁଥିବା ସାଇବର୍ ଅପରାଧୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼଼ି ଚାଲିଛି, ଯାହା ସାରା ବିଶ୍ୱର ପୁଲିସ ଓ ସୁରକ୍ଷା ଅଧିକାରୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଇଣ୍ଟରନ୍ୟାସନାଲ ଟେଲିକମ୍ୟୁନିକେସନ୍ ୟୁନିଟର୍ ମୁଖ୍ୟ ଡରେନ୍ ବ୍ରାକମ୍ୟାନ୍ ମାର୍ଟିନ୍ଙ୍କ ମତରେ ପୃଥିବୀରେ ପ୍ରାୟ ୩୨୦ କୋଟି (ଯାହା ପ୍ରତିଦିନ ବଢ଼଼ି ଚାଲିଛି) ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ମଧ୍ୟରେ ପ୍ରସାର ହେଉଥିବା ଯୌନ ଉଦ୍ଦୀପକ ଦୃଶ୍ୟ ଓ କାର୍ଯ୍ୟକଳାପ ଏବେ ଏତେ ଭୟଙ୍କର ରୂପ ନେଲାଣି ଯେ ଖୁବ୍ଶୀଘ୍ର ନିୟନ୍ତ୍ରଣ କରା ନଗଲେ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିବ। ମିଳିତ ଜାତିସଂଘର ବ୍ରଡବ୍ୟାଣ୍ଡ୍ କମିଶନ୍ଙ୍କ ରିପୋର୍ଟ ଅନୁସାରେ ପୃଥିବୀରେ ପ୍ରାୟ ୭୩% ମହିଳା ନେଟ୍ ବ୍ୟବହାରକାରୀ ଅନଲାଇନ୍ ହିଂସା ଅଚରଣର ଶିକାର ହେଉଛନ୍ତି। ଏ କ୍ଷେତ୍ରରେ ଭାରତର ଅବସ୍ଥା ଉଦ୍ବେଗଜନକ ବୋଲି ଆସଲି ମ୍ୟାଡିସନ୍ ସଂସ୍ଥା ଦୁଇବର୍ଷ ତଳେ ଦେଇଥିବା ରିପୋର୍ଟରୁ ଜଣାପଡ଼େ। ସମ୍ପୃକ୍ତ ରିପୋର୍ଟ ଅନୁସାରେ ଭାରତର ପ୍ରମୁଖ ସହରରେ ଦୈନିକ ଘଟୁଥିବା ସାଇବର୍ ଅପରାଧର ସଂଖ୍ୟା ହେଲା – ଦିଲ୍ଲୀ ୩୮,୬୫୨, ମୁମ୍ୱାଇ ୮୩,୦୩୬, ଚେନ୍ନାଇ ୧୯,୪୩୪ ଏବଂ କୋଲକାତା ୧୧,୮୦୭। ଏନ୍ସିଆର୍ବି ରିପୋର୍ଟ ଅନୁଯାୟୀ ଭାରତରେ ବର୍ଷକୁ ପ୍ରାୟ ୫୦,୦୦୦ ସାଇବର୍ ଅପରାଧ ସଂଘଟିତ ହେଉଛି ଏବଂ ଏହା ବଢ଼଼ି ଚାଲିଛି। ବ୍ୟାଙ୍କ୍ରେ ଥିବା ଗ୍ରାହକଙ୍କର ପରିଚୟପତ୍ରର ନକଲ ନେଇ ଜାଲ୍ ସିମକାର୍ଡ ଆଣି ସମ୍ପୃକ୍ତ ଆକାଉଣ୍ଟକୁ ବ୍ଲକ କରି ଏଟିଏମ୍ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଅନଲାଇନ୍ରେ ଉଠାଇ ଟେଲିସପିଂ ଏବଂ ବ୍ୟୟସାପେକ୍ଷ ବିଦେଶଭ୍ରମଣ ପାଇଁ ବ୍ୟବହାର କରାଯାଉଛି।
କିଛିଲୋକ ସୁନ୍ଦରୀ ଯୁବତୀମାନଙ୍କର ସବିଶେଷ ବିବରଣୀ ଯାଥା ସେମାନଙ୍କର ଫଟୋ, ବୟସ, ଠିକଣା ଓ ମୋବାଇଲ୍ ନମ୍ୱର ବିଭିନ୍ନ ସାମାଜିକ ଗଣମାଧ୍ୟମ ସାଇଟ୍ରେ ଛାଡ଼ି ସେମାନଙ୍କ ସହିତ ଅବୈଧ ସମ୍ପର୍କ ରଖିବାକୁ ସୁଯୋଗ ସୃଷ୍ଟି କରିଥା’ନ୍ତି। ଧନୀ ଲୋକମାନେ ସେଥିରେ ପ୍ରଲୋଭିତ ହୋଇ ସେମାନଙ୍କ ସହିତ ଯୋଗାଯୋଗ କଲେ ସେମାନଙ୍କର ଧନ, ସମ୍ପତ୍ତି, ମାସିକ ଆୟ, ଷ୍ଟାଟସ୍ ଇତ୍ୟାଦି ଆଣି ସେମାନଙ୍କୁ ଦେଖା କରିବାକୁ ସମ୍ପୃକ୍ତ ଯୁବତୀ ନିର୍ଦ୍ଦିଷ୍ଟ ସ୍ଥାନର ସୂଚନା ଦେଇଥା’ନ୍ତି। ସେଠାରେ ପହଞ୍ଚିଲା ପରେ ପୂର୍ବ ପରିକଳ୍ପିତ ଯୋଜନା ମୁତାବକ ଅପରାଧୀମାନେ ତାଙ୍କୁ ସର୍ବସ୍ୱାନ୍ତ କରନ୍ତି ଓ ଭଦ୍ରଲୋକମାନେ ବିଚରା ଲଜ୍ଜା ଓ ଭୟରେ ପୁଲିସକୁ ଜଣେଇବାକୁ ପସନ୍ଦ କରନ୍ତି ନାହିଁ। କେତେକ ଯୁବତୀ ଧନୀ ଲୋକମାନଙ୍କର ମୋବାଇଲ୍କୁ ମିସ୍ କଲ୍ କରି ତାଙ୍କର ଏଟିଏମ୍ ବିବରଣୀ (ଯଥା କାର୍ଡ ନମ୍ୱର, ସିକ୍ରେଟ୍ କୋଡ୍ ଇତ୍ୟାଦି) ସଂଗ୍ରହ କରିନିଅନ୍ତି। ପରବର୍ତ୍ତୀ ସମୟରେ ତାଙ୍କ ଏଟିଏମ୍ ଆକାଉଣ୍ଟରୁ ବହୁ ଟଙ୍କା ଉଠାଇ ନିଅନ୍ତି ଏବଂ ମିସ୍ କଲ୍ କରିଥିବା ନିଜର ମୋବାଇଲ୍କୁ ବନ୍ଦ କରି ଦିଅନ୍ତି।
ଏହାବାଦ୍ ଅନ୍ୟ କିଛି ଯୁବତୀ ସାଇବର ଅପରାଧ କ୍ଷେତ୍ରରେ ଭିନ୍ନ କୌଶଳ ଆପଣେଇଥା’ନ୍ତି। ‘ଆପଣଙ୍କର କୋଟିଏ ଟଙ୍କାର ଲଟେରୀ ଉଠିଛି। ଟିକସ ବାବଦକୁ ୫୦୦୦୦/- ଟଙ୍କା ଅଗ୍ରୀମ ଜମା କଲେ ଲଟେରି ବାବଦ ଅର୍ଥରାଶି ପାଇବେ।’ ଏହିଭଳି ଲୋଭନୀୟ ବାର୍ତ୍ତା ମାଧ୍ୟମରେ ସାଧାସିଧା ଲୋକଙ୍କୁ ସାଇବର ଅପରାଧୀମାନେ ତଳିତଳାନ୍ତ କରନ୍ତି। ଈପ୍ସିତ ଟଙ୍କା ପାଇବା ପରେ ନିଜ ଠିକଣା ଓ ସମ୍ପର୍କ ହଜାଇ ଦିଅନ୍ତି। ସେହିପରି ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ୍ ଆକାଉଣ୍ଟ ବିଷୟରେ ସବୁ ଜାଣିଥିବା ଅନ୍ୟ ଜଣେ ବ୍ୟକ୍ତି ପ୍ରଥମେ ସମ୍ପୃକ୍ତ ବ୍ୟାଙ୍କ ଆକାଉଣ୍ଟ ଧାରକଙ୍କ ମନରେ ବିଶ୍ୱାସ ଜନ୍ମାନ୍ତି। ତା’ପରେ ‘ଆପଣଙ୍କର ବ୍ୟାଙ୍କ୍ ଆକାଉଣ୍ଟ ବ୍ଲକ ହୋଇ ଯାଇଛି, କିଛିଦିନ ପରେ ତାହା ବନ୍ଦ (ଅକାମି) ହୋଇଯିବ’ ଆଦି ଭୟ ଦେଖାଇ ଏଟିଏମ୍ କାର୍ଡ ନମ୍ୱର ହାସଲ କରନ୍ତି। ସବୁଜାଣିଲା ପରେ ସବୁଟଙ୍କା ଉଠେଇ ନିଅନ୍ତି ଏବଂ ତାଙ୍କ ମୋବାଇଲ୍କୁ ବନ୍ଦ କରିଦିଅନ୍ତି।
ଯେତେବେଳେ ଜଣେ ବ୍ୟକ୍ତି ଇଣ୍ଟରନେଟ୍ରେ ଅନଲାଇନ୍ ବ୍ୟାଙ୍କିଂ ପାଇଁ ଲଗ୍ ଅନ୍ କରନ୍ତି ପ୍ରଥମେ ଏକ ନକଲି ପୃଷ୍ଠା ଖୋଲିଯାଏ। ସେହି ପୃଷ୍ଠାରେ ବ୍ୟାଙ୍କ ଗ୍ରାହକ ଜଣକ ତାଙ୍କର ସମସ୍ତ ତଥ୍ୟ ଦେଇ ଲଗ୍ ଅନ୍ କଲା ମାତ୍ରେ ତାଙ୍କ ଆକାଉଣ୍ଟରୁ ପ୍ରାୟ ସବୁ ଟଙ୍କା ଗାଏବ୍ ହୋଇଯାଏ। ଏପରି ଅନେକ ଉପାୟରେ ସାଇବର ଲୁଟ୍ ସଂଘଟିତ ହୋଇଥାଏ।
ବେଳେବେଳେ ସାଇବର ଠକେଇ ବା ଅପରାଧ ପଛରେ ଏକ ଦଳ ବା ଗ୍ୟାଙ୍ଗ୍ର ସଂପୃକ୍ତି ଥାଏ। ଏହି ଗ୍ୟାଙ୍ଗ୍ର ଜଣକ ପାଖରେ କୌଣସି ବ୍ୟକ୍ତିଙ୍କର ବୀମା ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ଥାଏ। ବ୍ୟକ୍ତିଟି ନିଜକୁ କୌଣସି ଏକ ବୀମା କମ୍ପାନୀର ମୁଖ୍ୟ ବୋଲି ପରିଚୟ ଦେଇ କଥାବାର୍ତ୍ତା ଆରମ୍ଭ କରନ୍ତି। ଅକାମୀ ହୋଇଯାଇଥିବା ପଲିସିକୁ ପୁନଃକ୍ଷମ (ରିଭାଲିଡେସନ୍) କରିଦେବାର ଲୋଭ ଦେଖାଇ ନିର୍ଦ୍ଦିଷ୍ଟ ପରିମାଣର ବ୍ୟାଙ୍କ୍ ଡ୍ରାଫ୍ଟ୍ କରିବାକୁ ସମ୍ପୃକ୍ତ ଉପଭୋକ୍ତାଙ୍କୁ କୁହନ୍ତି। ଟଙ୍କା ପାଇଲା ପରେ ନିଜର ଫୋନ୍ ନମ୍ୱରକୁ ଅଚଳ କରି ଦିଅନ୍ତି। ସେହିପରି ଜଣକର ଫଟୋକୁ ସ୍କାନିଂ ଓ ଏଡିଟିଂ କରି ଅନ୍ୟ ଫଟୋ ସହିତ ଯୋଡ଼ି କେତେକ ଠକ ଲୋକ ନିରୀହ ଲୋକଟିକୁ ନାନା ଅପରାଧମୂଳକ କାର୍ଯ୍ୟରେ ସଂଶ୍ଲିଷ୍ଟ କରି ପରବର୍ତ୍ତୀ ସମୟରେ ବ୍ଲାକ୍ମେଲ୍ କରି ଅର୍ଥ ଆଦାୟ କରନ୍ତି। ମୋବାଇଲ୍ ଫୋନରେ ଅଶ୍ଳୀଳ ମେସେଜ୍ ପଠାଇବା, ନିଶାଗ୍ରସ୍ତ କରି ଉଲଗ୍ନ ଫଟୋ ଉଠାଇ ଭାଇରାଲ୍ କରିଦେବାର ଭୟ ଦେଖେଇ ବ୍ଲାକ୍ମେଲ୍ କରିବା ତ ଆଜିକାଲି ଏକ ଫ୍ୟାଶନ୍ ହୋଇଗଲାଣି। ମିସ୍ କଲ୍ରୁ ସମ୍ପର୍କ, ସାଇବର୍ କାଫେରେ ପ୍ରେମ, ଇଣ୍ଟରନେଟ୍ରେ ଚାଟିଂ ଓ ଟ୍ରୋଲିଂ ଇତ୍ୟାଦି ମାଧ୍ୟମରେ ଅପରାଧ ପାଇଁ ପଥ ତିଆରି କରାଯାଏ।
ତେବେ ଅପରାଧ ଯେତେ ପ୍ରକାରର ହେଲେ ବି ସେଥିରୁ ରକ୍ଷା ପାଇବାର ଉପାୟ ଅଛି। ନିଜର ମୋବାଇଲ୍ ନେଟ୍ ବା ମେଲ୍ରେ ଭୟ ବା ଅଶ୍ଳୀଳ ସୂଚନା ମିଳିଲେ ତା’କୁ ସାମୟିକ ଭବରେ ବନ୍ଦ କରିଦିଅନ୍ତୁ। ବ୍ଲକ ବା ଅନ୍ଫ୍ରେଣ୍ଡ କରନ୍ତୁ। ମୋବାଇଲ୍ ଫୋନ୍କୁ ଯାଥାସମ୍ଭବ ଗୁପ୍ତ ଓ ସୁରକ୍ଷିତ ରଖନ୍ତୁ। ପାସୱାର୍ଡ ବା ଗୁପ୍ତକୋଡ୍କୁ ପ୍ରକାଶ କରନ୍ତୁ ନାହିଁ। ୱାଇଫାଇ ବ୍ୟବହାର କଲାବେଳେ ଅଧିକ ସତର୍କ ରୁହନ୍ତୁ। ଲାପଟପ୍ ବା ଡେସ୍କ୍ ଟପ୍କୁ ସୁରକ୍ଷିତ ରଖନ୍ତୁ ଏବଂ ଆଣ୍ଟିଭାଇରସ୍ ସଫ୍ଟୱେର୍କୁ ଅପଡେଟ୍ କରନ୍ତୁ। ସାଇବର ଅପରାଧ ରୋକିବାକୁ ଜନସାଧାରଣଙ୍କ ମଧ୍ୟରେ ଯେତେ ସତର୍କତା ଆବଶ୍ୟକ, ସରକାରୀ ସ୍ତରରେ ମଧ୍ୟ ସହଯୋଗ ଜରୁରୀ। ଇଲେକ୍ଟ୍ରୋନିକ୍ ମିଡିଆରେ ମେସେଜ୍, କଲ୍ ଡିଟେଲ୍ସକୁ ୯୦ ଦିନ ପର୍ଯ୍ୟନ୍ତ ଜୀବନ୍ତ ରଖିବା ପାଇଁ ହେଉଥିବା ପ୍ରସ୍ତାବିତ ଆଇନ୍କୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ। ସୂଚନା ପ୍ରଯୁକ୍ତି ଆଇନ ୨୦୦୮ ରେ ଇଣ୍ଟରନେଟ୍ ଇତ୍ୟାଦିରେ ହେଉଥିବା ଅପରାଧ ପାଇଁ ମୋକଦ୍ଦମା କରିବାର ବ୍ୟବସ୍ଥା ରହିଛି। ତା’କୁ ଅଧିକ କଠୋର କରାଯାଉ। ଟ୍ରାଇ କର୍ତ୍ତୃପକ୍ଷ ମିଥ୍ୟା ବିଜ୍ଞାପନଦାତାଙ୍କୁ ଜବତ କରିବା ଓ ସେହିଭଳି କାର୍ଯ୍ୟକଳାପରୁ ନିବୃତ ରଖିବା ପାଇଁ ଅଧିକ କଡ଼ାକଡ଼ି ପଦକ୍ଷେପ ନିଅନ୍ତୁ। ସର୍ବୋପରି ପୁଲିସ୍ ବିଭାଗକୁ ସାଇବର୍ ଅପରାଧ ବିଷୟରେ ଉପଯୁକ୍ତ ତାଲିମ୍ ଦିଆଯାଇ ଅପରାଧ ନିୟନ୍ତ୍ରଣରେ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ ଅଧିକରୁ ଅଧିକ କରାଯାଉ।
ଅଲେଖ ଚନ୍ଦ୍ର ମିଶ୍ର (ଭୁବନେଶ୍ୱର, ମୋ: ୯୪୩୮୬୭୩୮୯୮)