ଶିଶୁଙ୍କ ସୃଜନ ପ୍ରତିଭା

The Sakala Picture
Published On

ନିଜ ପିଲାଙ୍କ ସଫଳତା ପାଇଁ କେଉଁ ପିତାମାତା ଖୁସି ବା ନ ହୁଅନ୍ତି? ସମସ୍ତେ ନିଜ ପିଲାଙ୍କ ସଫଳତା ପାଇଁ ଗର୍ବ କରିବା ସ୍ୱାଭାବିକ। କିନ୍ତୁ ଦେଖାଯାଇଥାଏ ଅଧିକାଂଶ ପିତାମାତା ସେମାନଙ୍କର ପିଲାଙ୍କ ଭବିଷ୍ୟତ ନେଇ ଯତ୍ନଶୀଳ ହୋଇଥିଲେ ମଧ୍ୟ ସେମାନଙ୍କ ସୃଜନଶୀଳତା ପ୍ରତି ନଜର ଅନ୍ଦାଜ କରିଥା’ନ୍ତି। ସାଧାରଣତଃ ପିଲାମାନେ ପ୍ରାୟତଃ ଜିଜ୍ଞାସୁ ସ୍ୱଭାବର ହୋଇଥିବାରୁ ଅନେକ ସମୟରେ ସେମାନେ ବହୁ ପ୍ରଶ୍ନ ପଚାରିଥା’ନ୍ତି। ବେଳେବେଳେ କୌତୁହଳବଶତଃ ଅନ୍ୟମାନଙ୍କର ଜ୍ଞାନର ପରିସୀମା ମାପିବା ପାଇଁ ମଧ୍ୟ […]

ନିଜ ପିଲାଙ୍କ ସଫଳତା ପାଇଁ କେଉଁ ପିତାମାତା ଖୁସି ବା ନ ହୁଅନ୍ତି? ସମସ୍ତେ ନିଜ ପିଲାଙ୍କ ସଫଳତା ପାଇଁ ଗର୍ବ କରିବା ସ୍ୱାଭାବିକ। କିନ୍ତୁ ଦେଖାଯାଇଥାଏ ଅଧିକାଂଶ ପିତାମାତା ସେମାନଙ୍କର ପିଲାଙ୍କ ଭବିଷ୍ୟତ ନେଇ ଯତ୍ନଶୀଳ ହୋଇଥିଲେ ମଧ୍ୟ ସେମାନଙ୍କ ସୃଜନଶୀଳତା ପ୍ରତି ନଜର ଅନ୍ଦାଜ କରିଥା’ନ୍ତି। ସାଧାରଣତଃ ପିଲାମାନେ ପ୍ରାୟତଃ ଜିଜ୍ଞାସୁ ସ୍ୱଭାବର ହୋଇଥିବାରୁ ଅନେକ ସମୟରେ ସେମାନେ ବହୁ ପ୍ରଶ୍ନ ପଚାରିଥା’ନ୍ତି। ବେଳେବେଳେ କୌତୁହଳବଶତଃ ଅନ୍ୟମାନଙ୍କର ଜ୍ଞାନର ପରିସୀମା ମାପିବା ପାଇଁ ମଧ୍ୟ ସେମାନେ ପ୍ରଶ୍ନ ପଚାରିଥା’ନ୍ତି। ତେବେ ଏଥିରୁ ସେମାନଙ୍କୁ ପ୍ରଗଳଭ ଭାବରେ ବିବେଚନା କରି ବିରକ୍ତି ପ୍ରକାଶ ନ କରି ବରଂ ଉତ୍ସାହିତ କରନ୍ତୁ। ସେମାନଙ୍କୁ ଚଳେଇ ଦେଇ ସଂକ୍ଷିପ୍ତ ଉତ୍ତର ନ ଦେଇ ସବିଶେଷ ଭାବରେ ପ୍ରଶ୍ନଟିର ଉତ୍ତର ପ୍ରଦାନ କରନ୍ତୁ। ଯଦି ଆପଣ ସେ ପ୍ରଶ୍ନର ଉତ୍ତର ନିଜେ ଜାଣିନଥା’ନ୍ତି ତେବେ ସେମାନଙ୍କ ପ୍ରଶ୍ନୋତ୍ତର ଶୈଳୀକୁ ପ୍ରଶଂସା କରିବା ସହ ସେମାନଙ୍କୁ ଉତ୍ସାହିତ କରନ୍ତୁ। ସମ୍ପ୍ରତି ଅତ୍ୟାଧୁନିକ ବ୍ୟସ୍ତମୟ ଧଁାଦଉଡ଼ ଜୀବନ ଭିତରେ ପିତାମାତାମାନେ ସେମାନଙ୍କ ପିଲାଙ୍କୁ ଯଥେଷ୍ଟ ସମୟ ଦେଇପାରି ନଥା’ନ୍ତି। କିନ୍ତୁ ଏହା ଠିକ୍‌‌ ନୁହେଁ। ଯାହାବି ହେଲେ ସେମାନଙ୍କ ପାଇଁ ସହ ସମୟ କାଟିବା କଥା। ସବୁବେଳେ ମନେ ରଖିଥା’ନ୍ତୁ ଆପଣ ସେମାନଙ୍କୁ ଯେତେ ଅଧିକ ସମୟ ଦେବେ ସେମାନଙ୍କ ସୃଜନଶୀଳତାର ବିକାଶ ସେତେ ଅଧିକ ହେବ। ଆଉଗୋଟିଏ କଥା ଭୁଲିବେ ନାହିଁ। ପିଲାମାନଙ୍କ ସହ କ୍ରୀଡ଼ାକୌତୁକ କରିବା ସମୟରେ ଆପଣମାନେ ନିଜ ବୟସକୁ ଭୁଲିଯାଇ ଛୋଟ ପିଲାଙ୍କ ପରି ସେମାନଙ୍କ ସହ ଖେଳନ୍ତୁ। ବିଶେଷକରି ସ୍ୱାସ୍ଥ୍ୟପ୍ରଦ କ୍ରୀଡ଼ା ପ୍ରତି ଗୁରୁତ୍ୱ ପ୍ରଦାନ କରନ୍ତୁ।

ସମ୍ପର୍କ ଅଧିକ ନିବିଡ଼ କରିବା ପାଇଁ ଓ ପରସ୍ପର ମଧ୍ୟରେ ଭାବଗତ ସମ୍ପର୍କ ସୃଷ୍ଟି ପାଇଁ ପିଲାମାନଙ୍କ ସହ ବେଳେ ବେଳେ ଚିନ୍ତନ ସହ ସମଭାଗୀ ହୋଇ ଛୋଟିଆ ଆଲୋଚନା କରନ୍ତୁ। ଅଧିକାଂଶ ପିତାମାତା ପିଲାଙ୍କ ସହ କେବଳ ଉପଦେଶ ବା ପରାମର୍ଶ ଦେବା ସମୟରେ କଥାବାର୍ତ୍ତା କରିଥା’ନ୍ତି। କିନ୍ତୁ ବିଭିନ୍ନ ବିଷୟରେ ଆଲୋଚନା କଲେ ସେମାନଙ୍କ ସୃଜନଶୀଳତା ବଢ଼଼ିବ ବୋଲି ଆେମମାନେ ସମ୍ଭବତଃ ଭୁଲିଯାଇଥା’ନ୍ତି। ଏହି ସମୟରେ ଆବଶ୍ୟକସ୍ଥଳେ ପରାମର୍ଶ ଦେବା ବ୍ୟତିରେକ ସେମାନଙ୍କୁ କହିବା ପାଇଁ ସମ୍ପୂର୍ଣ୍ଣ ସୁଯୋଗ ଦିଅନ୍ତୁ। ସେମାନଙ୍କ ଉପରେ ନିଜ ମତକୁ ଲଦି ଦେବାକୁ ଆଦୌ ଚେଷ୍ଟା କରନ୍ତୁ ନାହିଁ। ସମୟାନୁସାରେ ପିଲାମାନଙ୍କୁ ନିଜେ ନିଷ୍ପତ୍ତି ନେବାର ସୁଯୋଗ ଦେଇ ସେମାନଙ୍କୁ ସାହସୀ ଓ ସ୍ୱାବଲମ୍ବୀ ହେବାର ବାର୍ତ୍ତାଦେଇ ସେମାନଙ୍କ ଉପରେ ଭରସା ରଖନ୍ତୁ। ଦେଖାଯାଇଥାଏ ଆମ୍ଭେମାନେ ସବୁବେଳେ ପିଲାମାନଙ୍କ ପାଇଁ ନିଜେ ହିଁ ନିଷ୍ପତ୍ତି ନେଇଥାଉ। ସେମାନଙ୍କ ପାଇଁ କେଉଁଟା ଠିକ୍‌‌ ବା ଭୁଲ ଆମେ ଭଲ ଭାବେ ଜାଣୁ ବୋଲି ବିଶ୍ୱାସ କରୁ। ସାରା ଜୀବନ ତ ଆମେ ସେମାନଙ୍କ ପାଇଁ ନିଷ୍ପତ୍ତି ନେଇ ପାରିବା ନାହିଁ। ତେଣୁ ଏ ଦାୟିତ୍ୱ ତାଙ୍କ ଉପରେ ଛାଡ଼ି ଦିଆଗଲେ ଭଲ ହେବ। ତେବେ ଆପଣ ଏଥିରେ ଦିଗ୍‌‌ଦର୍ଶକର ଭୂମିକା ନିର୍ବାହ କରିପାରିବେ। ପିଲାମାନଙ୍କୁ ଶୋଇବା ସମୟରେ ବା ଅବସର ସମୟରେ ସେମାନଙ୍କ ମାନସିକ ଓ ବୌଦ୍ଧିକ ଶକ୍ତିର ବିକାଶ ପାଇଁ ବିଭିନ୍ନ ଗପ କୁହନ୍ତୁ। ପୌରାଣିକ କାହାଣୀ ଓ ଧାର୍ମିକ ଚିହ୍ନା କଥା, ପିଲାମାନଙ୍କ ଆଦର୍ଶ ପୁସ୍ତିକାରୁ କିଛି ନୀତିଗପ ସେମାନଙ୍କୁ ଶୁଣାନ୍ତୁ। ଭାରତବର୍ଷର ବିଭିନ୍ନ ପ୍ରଥିତଯଶା ବ୍ୟକ୍ତିତ୍ୱ ସମ୍ପର୍କିତ କାହାଣୀ ମଧ୍ୟ ସେମାନଙ୍କୁ ଶୁଣାଇଲେ ସେମାନେ ସେହି ମହତ୍‌‌ ବ୍ୟକ୍ତିମାନଙ୍କର ଜୀବନର ପ୍ରେରଣାପ୍ରଦ କାହାଣୀ ଶୁଣି ନିଜେ ଉତ୍ସାହ ପାଇପାରିବେ।

ପିଲାମାନଙ୍କୁ ସକାଳେ କିମ୍ବା ସାନ୍ଧ୍ୟଭ୍ରମଣରେ ବୁଲାଇ ନେବାର ଅଭ୍ୟାସ କରାନ୍ତୁ। ଏହି ସମୟରେ ସେମାନଙ୍କୁ ବୃକ୍ଷଲତା ସମ୍ବନ୍ଧୀୟ, ପରିବେଶ ସୁରକ୍ଷା ସମ୍ପର୍କିତ କିମ୍ବା ବଗିଚାର ଯତ୍ନ ସମ୍ପର୍କିତ କିଛି କାହାଣୀ କୁହନ୍ତୁ। ଗୃହପାଳିତ ପଶୁପକ୍ଷୀଙ୍କୁ ସାହାଯ୍ୟ କରିବା ପାଇଁ ଉତ୍ସାହିତ କରିବା ସହ ମଝିରେ ମଝିରେ ବିଭିନ୍ନ ଚିଡ଼ିଆଖାନା ଓ ପାର୍କକୁ ସେମାନଙ୍କୁ ବୁଲାଇ ନିଅନ୍ତୁ। ଏହାଦ୍ୱାରା ପିଲାମାନେ ପ୍ରକୃତି ସହ ମିଶିବାର ସୁଯୋଗ ପାଇପାରିବେ। ପିଲାମାନଙ୍କୁ ଖେଳନା ଦେବା ସମୟରେ ସେମାନଙ୍କୁ ବିଶେଷକରି ବିଜ୍ଞାନ ଚିନ୍ତନ ଉଦ୍ରେକକାରୀ ଖେଳନା କିମ୍ବା କିଛି ଭଲ ପୁସ୍ତକ ପଢ଼଼ିବା ସମ୍ପର୍କରେ ଜାଣିବାର ସୁଯୋଗ ଦିଅନ୍ତୁ। ଏହାଦ୍ୱାରା ସେମାନଙ୍କ କଳ୍ପନା ଶକ୍ତିର ବିକାଶ ହେବା ସମ୍ଭବ ହେବ। ପିଲାମାନଙ୍କୁ ନିଜେ ନିଜର ଶ୍ରେଣୀଗତ ବିଜ୍ଞାନ ପ୍ରକଳ୍ପ କିମ୍ବା ଦଳଗତ ଆଲୋଚନା ପାଇଁ ଉତ୍ସାହିତ କରନ୍ତୁ। ବେଶୀ ସମୟ ଟିଭି ଦେଖାରେ ସୁଯୋଗ ନଦେଇ ବରଂ ସେମାନଙ୍କୁ କିଛି ସମୟ ଇଣ୍ଟରନେଟ୍‌‌ରେ ବିଜ୍ଞାନ, ଐତିହାସିକ କାହାଣୀ, ଲୋକ ପରମ୍ପରା ଓ ପର୍ଯ୍ୟଟନ, ଭ୍ରମଣ କାହାଣୀଠାରୁ କ୍ରୀଡ଼ା ସମ୍ପର୍କିତ ଘଟଣାବଳୀ ବା ପୌରାଣିକ ଲୋକକଥା କିଛି ଜାଣିବାର ସୁଯୋଗ ଦିଅନ୍ତୁ। ଛୋଟ ସମୟରୁ ସେମାନଙ୍କୁ ନିଜ ନିଜ ସ୍ୱାସ୍ଥ୍ୟ ସଚେତନ ରହିବା ପାଇଁ ଶିକ୍ଷା ଦିଅନ୍ତୁ। ସବୁବେଳେ ସେମାନଙ୍କୁ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ ହେବା ପାଇଁ ଚେଷ୍ଟା ଜାଗ୍ରତ କରାଇବା ସହ ମାନବୀୟ ମୂଲ୍ୟବୋଧ ସମ୍ପର୍କିତ ଦିବ୍ୟଭାବନା ଉଦ୍ରେକ କରିବା ଲାଗି ସେମାନଙ୍କୁ ସଦାସର୍ବଦା ଭଗବାନଙ୍କ ନାମ ସ୍ମରଣ କରିବାକୁ ଶିକ୍ଷା ପ୍ରଦାନ କରନ୍ତୁ। ବଜାରରେ ଭେଳିକି ସୃଷ୍ଟି କରୁଥିବା ଚିକ୍‌‌ମିକିଆ ପ୍ରଲୋଭନୀୟ ବସ୍ତୁଠାରୁ ମୁହଁ ଫେରାଇ ବାସ୍ତବବାଦୀ ଦୁନିଆର ଜୀବନ ଚିତ୍ର ସେମାନଙ୍କୁ ପିଲାଦିନରୁ ହିଁ ଶିଖାନ୍ତୁ। ଦେଖିବେ ଶିଶୁଟି ବାସ୍ତବରେ ସୃଜନଶୀଳ ହୋଇ ନିଜ ଜୀବନକୁ ଦିବ୍ୟମୟ କରିବା ପାଇଁ ପ୍ରେରଣା ପାଇପାରିବ। ଏହାଦ୍ୱାରା ଏକ ଦିବ୍ୟ ଓ ଶୋଭନୀୟ ସମାଜରେ ପିଲାଟି ନିଜେ ପ୍ରତିଷ୍ଠା ଲାଭ କରି ରାଷ୍ଟ୍ରର ଯଥାର୍ଥ ନାଗରିକ ଭାବରେ ନିଜ ଦାୟିତ୍ୱ ନିର୍ବାହ କରିପାରିବ।

ଅନୁପମା ଭୂୟାଁ
କଟକ, ମୋ: ୯୯୩୭୫୮୧୭୦୭

28 Feb 2023 By The Sakala

https://www.thesakala.in/sakala-editorial/sakala-article-28th-february-2023-2/article-19382
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର