ମହାଲକ୍ଷ୍ମୀଙ୍କ ଆରାଧନାର ପର୍ବ ସୁଦଶା ବ୍ରତ

The Sakala Picture
Published On

ଉତ୍କଳୀୟ ସଂସ୍କୃତିରେ ଓଷା ବ୍ରତର ଖୁବ୍‌ ଗୁରୁତ୍ୱ ରହିଛି । ଧନଧାନ୍ୟ ଓ ଶ୍ରୀ ବୃଦ୍ଧି ପାଇଁ ସମସ୍ତେ ମାତା ଲକ୍ଷ୍ମୀଙ୍କୁ ଆରାଧନା ତଥା ଉପାସନା କରିଥାନ୍ତି । ମହାଲକ୍ଷ୍ମୀଙ୍କର ବିଭିନ୍ନ ବ୍ରତ ମଧ୍ୟରେ ସୁଦଶା ବ୍ରତ ଅନ୍ୟତମ। ପରିବାର ପାଇଁ ସୁ-ଦଶା ଅର୍ଥାତ୍‌ ଭଲ ସମୟ କାମନା କରି ଓଡ଼ିଆ ଘରର ସଧବା ମହିଳାମାନେ ମା’ ଲକ୍ଷ୍ମୀଙ୍କର ଏହି ବ୍ରତ କରିଥାନ୍ତି। ପଦ୍ମ ପୁରାଣ ଅନୁସାରେ, ଯେକୌଣସି ମାସର ଶୁକ୍ଳପକ୍ଷ ଦଶମୀ ଗୁରୁବାରରେ ପଡ଼ିଲେ ସୁଦଶା […]

ଉତ୍କଳୀୟ ସଂସ୍କୃତିରେ ଓଷା ବ୍ରତର ଖୁବ୍‌ ଗୁରୁତ୍ୱ ରହିଛି । ଧନଧାନ୍ୟ ଓ ଶ୍ରୀ ବୃଦ୍ଧି ପାଇଁ ସମସ୍ତେ ମାତା ଲକ୍ଷ୍ମୀଙ୍କୁ ଆରାଧନା ତଥା ଉପାସନା କରିଥାନ୍ତି । ମହାଲକ୍ଷ୍ମୀଙ୍କର ବିଭିନ୍ନ ବ୍ରତ ମଧ୍ୟରେ ସୁଦଶା ବ୍ରତ ଅନ୍ୟତମ। ପରିବାର ପାଇଁ ସୁ-ଦଶା ଅର୍ଥାତ୍‌ ଭଲ ସମୟ କାମନା କରି ଓଡ଼ିଆ ଘରର ସଧବା ମହିଳାମାନେ ମା’ ଲକ୍ଷ୍ମୀଙ୍କର ଏହି ବ୍ରତ କରିଥାନ୍ତି। ପଦ୍ମ ପୁରାଣ ଅନୁସାରେ, ଯେକୌଣସି ମାସର ଶୁକ୍ଳପକ୍ଷ ଦଶମୀ ଗୁରୁବାରରେ ପଡ଼ିଲେ ସୁଦଶା ବ୍ରତ ପାଳନ ହୁଏ। ଏ ବ୍ରତ ଥରେ ଆରମ୍ଭ କଲେ ଆଜୀବନ କରିବାକୁ ହୁଏ । ଐଶ୍ବର୍ଯ୍ୟର ଦେବୀ ମହାଲକ୍ଷ୍ମୀଙ୍କ ଆରାଧନାର ପର୍ବ ସୁଦଶା ବ୍ରତ ନିଷ୍ଠା ଓ ଭକ୍ତିମୟ ପରିବେଶରେ ଆମ ରାଜ୍ୟର ପୁରପଲ୍ଲୀରେ ପାଳିତ ହୋଇଥାଏ । ସୁଦଶାର ଅର୍ଥ ଭଲ ସମୟ କିନ୍ତୁ ପଲ୍ଲୀ ମାନସରେ ସମ୍ଭବତଃ ସୁଦଶା ଶବ୍ଦ ସହିତ ଦଶ ସଂଖ୍ୟାଟି ସଂଯୋଜିତ ହୋଇ ଆସିଅଛି ।

ଆହୁରି ପଢ଼ନ୍ତୁ: ହୋଲି ପାଇଁ ବ୍ୟବହାର ହେଉଥିବା ‘ଫଗୁ’ ବା ରଙ୍ଗ କିପରି ପ୍ରସ୍ତୁତ ହୁଏ? ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ସେଥିପାଇଁ ସୁଦଶା ବ୍ରତରେ ଦଶ ପାଖୁଡ଼ା ପଦ୍ମ, ଦଶବର୍ଣ୍ଣ ମୁରୁଜ, ଦଶମୁଖୀ ଦୀପ, ଦଶମୁଠି ଚାଉଳ, ଦଶମେଞ୍ଚା କଦଳୀ, ଦଶଗୋଟି ମଣ୍ଡାରେ ମା’ ଲକ୍ଷ୍ମୀଙ୍କୁ ପୂଜା କରାଯାଏ। ଏଥିରେ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରି ମହିଳାମାନେ ତାଙ୍କ ନାମରେ ନିଜର ଡାହାଣ ବାହୁରେ ଗୋଟିଏ ବ୍ରତ ବା ଡୋରକ ପିନ୍ଧି ଥାଆନ୍ତି। ଏହି ବ୍ରତରେ ଦଶଟି ଗଣ୍ଠି ପଡ଼ିଥାଏ। ବ୍ରତର ବିଧି ଅନୁସାରେ, ଦଶଖିଅ ଧଳାସୂତାରେ ବ୍ରତସୂତା ପ୍ରସ୍ତୁତ ହୁଏ। ଦଶହାତ ମାପର ସୂତାକୁ ତ୍ରିଗୁଣ ବା ତିନିଖିଅ କରି ବଳି, ଏହି ବ୍ରତ ପ୍ରସ୍ତୁତ କରାଯାଏ। ପ୍ରଥମେ ଧଳାବ୍ରତକୁ ହଳଦୀ ପାଣିରେ ବୁଡ଼ାଯାଇ ସେଥିରେ ୧୦ଟି ଗଣ୍ଠି ପକାଯାଇଥାଏ। ଏହାର ପ୍ରତ୍ୟେକ ଗଣ୍ଠିରେ ଲକ୍ଷ୍ମୀଙ୍କ ବିଭିନ୍ନ ନାମ ଉଚ୍ଚାରଣ କରାଯାଏ। ତେବେ ୧୦ଟି ଗଣ୍ଠିର ନାମ ହେଲା, ଲକ୍ଷ୍ମୀ ନାରାୟଣୀ, କମଳିନୀ,ଶ୍ରୀହରିପ୍ରିୟା, ପଦ୍ମାଳୟା, କମଳା, ଚଞ୍ଚଳା, ବିଘ୍ନସେନୀ,ସିନ୍ଧୁର ଦୁଲ୍ଲଣୀ, ଦୁର୍ଗତି ନାଶିନୀ, ବିଷ୍ଣୁ ପାଟରାଣୀ। ସେହି ବ୍ରତକୁ ପରବର୍ତ୍ତୀ ସୁଦଶା ବ୍ରତ ପର୍ଯ୍ୟନ୍ତ ବାହୁରେ ଧାରଣ କରାଯାଏ । ଏହି ଦିନ ସକାଳୁ ସକାଳୁ ଉଠି ସଧବା ନାରୀମାନେ ଘର ଦ୍ୱାର ଲିପା ପୋଛା କରନ୍ତି। ଘର ଦୁଆର ମୁହଁରେ ଝୋଟି ଚିତା ଆଙ୍କନ୍ତି ।

ଆହୁରି ପଢ଼ନ୍ତୁ: ୬ ବର୍ଷ ପରେ ଆକାଶ ଛୁଇଁଲା ଏୟାର ଇଣ୍ଡିଆର ‘ବୋଇିଂ ୭୭୭’, ନାଗପୁରରୁ ଉଡି ଅହମ୍ମଦାବାଦରେ କଲା ଲ୍ୟାଣ୍ଡିଂ

ସମସ୍ତ ରୀତିନୀତି ସହ ବିଭିନ୍ନ ପ୍ରକାରର ପିଠାପଣା କରି ପୂଜା ପାଠ କରିଥାନ୍ତି। ଛେନାପୁର ବା ଶୁକ୍ଳ ମୁଗ ଓ ନଡ଼ିଆପୁର ଦେଇ ଦଶଟି ଶୁକ୍ଳମଣ୍ଡା ବା ସିଝାମଣ୍ଡା ପ୍ରସ୍ତୁତ କରି ଦେବୀ ଲକ୍ଷ୍ମୀଙ୍କୁ ଭୋଗ ଦିଆଯାଏ। ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ଧନ, ସମ୍ପତ୍ତି, ସୁଖ ସମୃଦ୍ଧିରେ ଘର ପୁରି ଉଠେ ବୋଲି ବିଶ୍ବାସ ରହିଛି। ପୌରାଣିକ ମତରେ, ଏହି ବ୍ରତ ପ୍ରଥମେ ବିଧର୍ବ ଦେଶର ରାଜା ନଳଙ୍କ ପାଟରାଣୀ ଦମୟନ୍ତୀ ଆରମ୍ଭ କରିଥିଲେ । ସେହିଦିନଠାରୁ ସବୁ ବିବାହିତା ନାରୀମାନେ ଏହି ବ୍ରତ ପାଳନ କରୁଛନ୍ତି। ପୌରାଣିକ କଥା ଅନୁସାରେ, ଦୀକ୍ଷା ବ୍ରାହ୍ମଣୀ ନଦୀରୁ ଜଳ ଆଣିବା ସମୟରେ ନିଜ ବ୍ରତଟିକୁ ହଜାଇ ଦେଇଛନ୍ତି । ବ୍ରତ ହରାଇ ବିକଳ ଭାବେ କ୍ରନ୍ଦନ କରୁଥିବା ବେଳେ ନଳ ରାଜା ତାଙ୍କର ଦୁଃଖ ଦୂର କରିବା ପାଇଁ ସତ୍ୟବଦ୍ଧ ହୋଇ ନିଜ ରାଣୀଙ୍କ ଠାରୁ ବ୍ରତ ଆଣି ବ୍ରାହ୍ମଣୀଙ୍କୁ ଦେଇଛନ୍ତି। ବ୍ରତଟି ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥିବାରୁ ବ୍ରତଦାନ କଲେ ଲକ୍ଷ୍ମୀଛଡ଼ା ହେବାର କଥିତ ଥିବାରୁ ରାଣୀ ଅତ୍ୟନ୍ତ କୁଣ୍ଠାର ସହ ବ୍ରତଟିକୁ ଦେଇଛନ୍ତି । ବ୍ରତଦାନ ପରେ ତାଙ୍କର ସକଳ ସମ୍ପଦ, ସୁଖ, ଐଶ୍ୱର୍ଯ୍ୟ ଅପହୃତ ହୋଇ ରାଜା ଓ ରାଣୀ ଲକ୍ଷ୍ମୀଛଡ଼ା ଓ ଶ୍ରୀହୀନ ହୋଇ ପଡ଼ିଛନ୍ତି । ଯାବତୀୟ ଦୁଃଖ ଦୁର୍ଦ୍ଦଶା ଭୋଗ କଲାପରେ ରାଣୀ ପୁନଶ୍ଚ ଯଥାବିଧି ସୁଦଶା ବ୍ରତ ପାଳନ କରିବାପରେ ସେମାନଙ୍କର ସମସ୍ତ ଅପହୃତ ସୁଖ ସୌଭାଗ୍ୟ ଫେରି ଆସିଛି ।

ଆହୁରି ପଢ଼ନ୍ତୁ: ଧଳା ପାଉଡରରେ ବ୍ଲେଡ୍ ସାହାଯ୍ୟରେ ଲେଖିଲେ 'Sorry'; ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଅଦ୍ଭୁତ କଳାକୌଶଳ

05 Jun 2025 By The Sakala

ମହାଲକ୍ଷ୍ମୀଙ୍କ ଆରାଧନାର ପର୍ବ ସୁଦଶା ବ୍ରତ

ଉତ୍କଳୀୟ ସଂସ୍କୃତିରେ ଓଷା ବ୍ରତର ଖୁବ୍‌ ଗୁରୁତ୍ୱ ରହିଛି । ଧନଧାନ୍ୟ ଓ ଶ୍ରୀ ବୃଦ୍ଧି ପାଇଁ ସମସ୍ତେ ମାତା ଲକ୍ଷ୍ମୀଙ୍କୁ ଆରାଧନା ତଥା ଉପାସନା କରିଥାନ୍ତି । ମହାଲକ୍ଷ୍ମୀଙ୍କର ବିଭିନ୍ନ ବ୍ରତ ମଧ୍ୟରେ ସୁଦଶା ବ୍ରତ ଅନ୍ୟତମ। ପରିବାର ପାଇଁ ସୁ-ଦଶା ଅର୍ଥାତ୍‌ ଭଲ ସମୟ କାମନା କରି ଓଡ଼ିଆ ଘରର ସଧବା ମହିଳାମାନେ ମା’ ଲକ୍ଷ୍ମୀଙ୍କର ଏହି ବ୍ରତ କରିଥାନ୍ତି। ପଦ୍ମ ପୁରାଣ ଅନୁସାରେ, ଯେକୌଣସି ମାସର ଶୁକ୍ଳପକ୍ଷ ଦଶମୀ ଗୁରୁବାରରେ ପଡ଼ିଲେ ସୁଦଶା ବ୍ରତ ପାଳନ ହୁଏ। ଏ ବ୍ରତ ଥରେ ଆରମ୍ଭ କଲେ ଆଜୀବନ କରିବାକୁ ହୁଏ । ଐଶ୍ବର୍ଯ୍ୟର ଦେବୀ ମହାଲକ୍ଷ୍ମୀଙ୍କ ଆରାଧନାର ପର୍ବ ସୁଦଶା ବ୍ରତ ନିଷ୍ଠା ଓ ଭକ୍ତିମୟ ପରିବେଶରେ ଆମ ରାଜ୍ୟର ପୁରପଲ୍ଲୀରେ ପାଳିତ ହୋଇଥାଏ । ସୁଦଶାର ଅର୍ଥ ଭଲ ସମୟ କିନ୍ତୁ ପଲ୍ଲୀ ମାନସରେ ସମ୍ଭବତଃ ସୁଦଶା ଶବ୍ଦ ସହିତ ଦଶ ସଂଖ୍ୟାଟି ସଂଯୋଜିତ ହୋଇ ଆସିଅଛି ।

ସେଥିପାଇଁ ସୁଦଶା ବ୍ରତରେ ଦଶ ପାଖୁଡ଼ା ପଦ୍ମ, ଦଶବର୍ଣ୍ଣ ମୁରୁଜ, ଦଶମୁଖୀ ଦୀପ, ଦଶମୁଠି ଚାଉଳ, ଦଶମେଞ୍ଚା କଦଳୀ, ଦଶଗୋଟି ମଣ୍ଡାରେ ମା’ ଲକ୍ଷ୍ମୀଙ୍କୁ ପୂଜା କରାଯାଏ। ଏଥିରେ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରି ମହିଳାମାନେ ତାଙ୍କ ନାମରେ ନିଜର ଡାହାଣ ବାହୁରେ ଗୋଟିଏ ବ୍ରତ ବା ଡୋରକ ପିନ୍ଧି ଥାଆନ୍ତି। ଏହି ବ୍ରତରେ ଦଶଟି ଗଣ୍ଠି ପଡ଼ିଥାଏ। ବ୍ରତର ବିଧି ଅନୁସାରେ, ଦଶଖିଅ ଧଳାସୂତାରେ ବ୍ରତସୂତା ପ୍ରସ୍ତୁତ ହୁଏ। ଦଶହାତ ମାପର ସୂତାକୁ ତ୍ରିଗୁଣ ବା ତିନିଖିଅ କରି ବଳି, ଏହି ବ୍ରତ ପ୍ରସ୍ତୁତ କରାଯାଏ। ପ୍ରଥମେ ଧଳାବ୍ରତକୁ ହଳଦୀ ପାଣିରେ ବୁଡ଼ାଯାଇ ସେଥିରେ ୧୦ଟି ଗଣ୍ଠି ପକାଯାଇଥାଏ। ଏହାର ପ୍ରତ୍ୟେକ ଗଣ୍ଠିରେ ଲକ୍ଷ୍ମୀଙ୍କ ବିଭିନ୍ନ ନାମ ଉଚ୍ଚାରଣ କରାଯାଏ। ତେବେ ୧୦ଟି ଗଣ୍ଠିର ନାମ ହେଲା, ଲକ୍ଷ୍ମୀ ନାରାୟଣୀ, କମଳିନୀ,ଶ୍ରୀହରିପ୍ରିୟା, ପଦ୍ମାଳୟା, କମଳା, ଚଞ୍ଚଳା, ବିଘ୍ନସେନୀ,ସିନ୍ଧୁର ଦୁଲ୍ଲଣୀ, ଦୁର୍ଗତି ନାଶିନୀ, ବିଷ୍ଣୁ ପାଟରାଣୀ। ସେହି ବ୍ରତକୁ ପରବର୍ତ୍ତୀ ସୁଦଶା ବ୍ରତ ପର୍ଯ୍ୟନ୍ତ ବାହୁରେ ଧାରଣ କରାଯାଏ । ଏହି ଦିନ ସକାଳୁ ସକାଳୁ ଉଠି ସଧବା ନାରୀମାନେ ଘର ଦ୍ୱାର ଲିପା ପୋଛା କରନ୍ତି। ଘର ଦୁଆର ମୁହଁରେ ଝୋଟି ଚିତା ଆଙ୍କନ୍ତି ।

ସମସ୍ତ ରୀତିନୀତି ସହ ବିଭିନ୍ନ ପ୍ରକାରର ପିଠାପଣା କରି ପୂଜା ପାଠ କରିଥାନ୍ତି। ଛେନାପୁର ବା ଶୁକ୍ଳ ମୁଗ ଓ ନଡ଼ିଆପୁର ଦେଇ ଦଶଟି ଶୁକ୍ଳମଣ୍ଡା ବା ସିଝାମଣ୍ଡା ପ୍ରସ୍ତୁତ କରି ଦେବୀ ଲକ୍ଷ୍ମୀଙ୍କୁ ଭୋଗ ଦିଆଯାଏ। ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ଧନ, ସମ୍ପତ୍ତି, ସୁଖ ସମୃଦ୍ଧିରେ ଘର ପୁରି ଉଠେ ବୋଲି ବିଶ୍ବାସ ରହିଛି। ପୌରାଣିକ ମତରେ, ଏହି ବ୍ରତ ପ୍ରଥମେ ବିଧର୍ବ ଦେଶର ରାଜା ନଳଙ୍କ ପାଟରାଣୀ ଦମୟନ୍ତୀ ଆରମ୍ଭ କରିଥିଲେ । ସେହିଦିନଠାରୁ ସବୁ ବିବାହିତା ନାରୀମାନେ ଏହି ବ୍ରତ ପାଳନ କରୁଛନ୍ତି। ପୌରାଣିକ କଥା ଅନୁସାରେ, ଦୀକ୍ଷା ବ୍ରାହ୍ମଣୀ ନଦୀରୁ ଜଳ ଆଣିବା ସମୟରେ ନିଜ ବ୍ରତଟିକୁ ହଜାଇ ଦେଇଛନ୍ତି । ବ୍ରତ ହରାଇ ବିକଳ ଭାବେ କ୍ରନ୍ଦନ କରୁଥିବା ବେଳେ ନଳ ରାଜା ତାଙ୍କର ଦୁଃଖ ଦୂର କରିବା ପାଇଁ ସତ୍ୟବଦ୍ଧ ହୋଇ ନିଜ ରାଣୀଙ୍କ ଠାରୁ ବ୍ରତ ଆଣି ବ୍ରାହ୍ମଣୀଙ୍କୁ ଦେଇଛନ୍ତି। ବ୍ରତଟି ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥିବାରୁ ବ୍ରତଦାନ କଲେ ଲକ୍ଷ୍ମୀଛଡ଼ା ହେବାର କଥିତ ଥିବାରୁ ରାଣୀ ଅତ୍ୟନ୍ତ କୁଣ୍ଠାର ସହ ବ୍ରତଟିକୁ ଦେଇଛନ୍ତି । ବ୍ରତଦାନ ପରେ ତାଙ୍କର ସକଳ ସମ୍ପଦ, ସୁଖ, ଐଶ୍ୱର୍ଯ୍ୟ ଅପହୃତ ହୋଇ ରାଜା ଓ ରାଣୀ ଲକ୍ଷ୍ମୀଛଡ଼ା ଓ ଶ୍ରୀହୀନ ହୋଇ ପଡ଼ିଛନ୍ତି । ଯାବତୀୟ ଦୁଃଖ ଦୁର୍ଦ୍ଦଶା ଭୋଗ କଲାପରେ ରାଣୀ ପୁନଶ୍ଚ ଯଥାବିଧି ସୁଦଶା ବ୍ରତ ପାଳନ କରିବାପରେ ସେମାନଙ୍କର ସମସ୍ତ ଅପହୃତ ସୁଖ ସୌଭାଗ୍ୟ ଫେରି ଆସିଛି ।

https://www.thesakala.in/religion/sudasha-brata-2025/article-40985
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର