ଆଜି ବିଶ୍ବ ମ୍ୟାଲେରିଆ ଦିବସ

The Sakala Picture
Published On

ଆଜି ବିଶ୍ବ ମ୍ୟାଲେରିଆ ଦିବସ। ମ୍ୟାଲେରିଆ ରୋଗ ପ୍ରତି ଜନସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଏପ୍ରିଲ୍ ୨୫କୁ ବିଶ୍ବ ‘ମ୍ୟାଲେରିଆ ଦିବସ’ ଭାବେ ପାଳନ କରାଯାଉଛି। ପ୍ରାୟତଃ ଏସିଆ, ଆଫ୍ରିକା, ମଧ୍ୟ ଓ ଦକ୍ଷିଣ ଆମେରିକାର ଲୋକମାନେ ଏହି ରୋଗର ଶିକାର ହୋଇଥାଆନ୍ତି। ୨୦୦୭ରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅଧିବେଶନରେ ଏହାକୁ ପାଳନ କରିବା ନିଷ୍ପତ୍ତି ନିଆଯାଇଥିଲା। ସେବେଠୁ ମ୍ୟାଲେରିଆର ଭୟାବହତା ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ଏହି ଦିନରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ […]

ଆଜି ବିଶ୍ବ ମ୍ୟାଲେରିଆ ଦିବସ। ମ୍ୟାଲେରିଆ ରୋଗ ପ୍ରତି ଜନସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଏପ୍ରିଲ୍ ୨୫କୁ ବିଶ୍ବ ‘ମ୍ୟାଲେରିଆ ଦିବସ’ ଭାବେ ପାଳନ କରାଯାଉଛି। ପ୍ରାୟତଃ ଏସିଆ, ଆଫ୍ରିକା, ମଧ୍ୟ ଓ ଦକ୍ଷିଣ ଆମେରିକାର ଲୋକମାନେ ଏହି ରୋଗର ଶିକାର ହୋଇଥାଆନ୍ତି। ୨୦୦୭ରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅଧିବେଶନରେ ଏହାକୁ ପାଳନ କରିବା ନିଷ୍ପତ୍ତି ନିଆଯାଇଥିଲା। ସେବେଠୁ ମ୍ୟାଲେରିଆର ଭୟାବହତା ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ଏହି ଦିନରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଏ। ମ୍ୟାଲେରିଆ ରୋଗର କାରଣ, ନିରାକରଣ, ରୋଗକୁ ଚିହ୍ନିବା ତଥା ଚିକିତ୍ସା ଆଦି ବାବଦରେ ଲୋକଙ୍କୁ ସଚେତନ କରିବା ହେଉଛି ଏହି ଦିବସର ଅନ୍ୟତମ ମୂଳ ଉଦ୍ଦେଶ୍ୟ। ଭାରତ ୨୦୩୦ ସୁଦ୍ଧା ମ୍ୟାଲେରିଆ ମୂଳତ୍ପାଟନ କରିବା ଲକ୍ଷ୍ୟ ରଖିଛି। ସେହିପରି ୨୦୨୭ ସୁଦ୍ଧା ପୂରା ଦେଶକୁ ମ୍ୟାଲେରିଆ ମୁକ୍ତ କରାଯିବା ନେଇ ବିଭିନ୍ନ ଯୋଜନା ଚାଲିଛି। ପ୍ରତିବର୍ଷ ମ୍ୟାଲରିଆରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାନ୍ତି। ମାଈ ଏନୋଫିଲିସ୍‌ ମଶା ଦ୍ବାରା ଜଣେ ମ୍ୟାଲେରିଆ ରୋଗୀଠାରୁ ଆଉ ଜଣେ ସୁସ୍ଥ ଲୋକ ଶରୀରରେ ମ୍ୟାଲେରିଆ ରୋଗ ପ୍ରବେଶ କରିଥାଏ। ପରିବେଶ ପାରିପାର୍ଶ୍ବିକ ସଫା ରଖିବା ଦ୍ବାରା ଏହି ମଶାର ପ୍ରାଦୁର୍ଭାବ କମିବା ସହ ଲୋପ ପାଇଯାଇଥାଏ। ଠିକ୍‌ ସମୟରେ ଉପଯୁକ୍ତ ଚିକିତ୍ସା କରା ନ ଗଲେ ମ୍ୟାଲେରିଆ ରୋଗୀଙ୍କୁ ପ୍ରାଣ ହରାଇବାକୁ ପଡ଼େ। ଚଳିତ ବର୍ଷ ଏହି ଦିବସର ଥିମ୍ ହେଉଛି ‘ଜିରୋ ମ୍ୟାଲେରିଆ ଷ୍ଟାଟର୍ସ ୱିଥ୍ ମି’।

ଆହୁରି ପଢ଼ନ୍ତୁ: ଏଥର ସଅଳ ଆସିପାରେ ମୌସୁମୀ: ମେ’ ୨୫ ସୁଦ୍ଧା କେରଳ ଛୁଇଁବା ନେଇ ପୂର୍ବାନୁମାନ

25 Apr 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp