ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

୭୫ ଲକ୍ଷ ଭାରତୀୟଙ୍କ ‘ଦ୍ୱିତୀୟ ସିମ୍’ ବନ୍ଦ କରି ଦେଇଛି ଟେଲିକମ୍ କମ୍ପାନୀ, ଜାଣନ୍ତୁ କ‘ଣ ରହିଛି କାରଣ

The Sakala Picture
Published On

ନୂଆଦିଲ୍ଲୀ : ଦେଶରେ ବର୍ତ୍ତମାନ ବହୁ ସଂଖ୍ୟାରେ ମୋବାଇଲ ଉପଭୋକ୍ତାମାନଙ୍କର ସିମ୍‌ ବନ୍ଦ ହୋଇଯାଇଛି। ବିଶେଷକରି ଏହି ସିମ୍‌ ଗୁଡିକ ହେଉଛି ଦ୍ବିତୀ ସିମ୍। ମିଳିଥିବା ସୂଚନା ମୁତାବକ ୭୫ ଲକ୍ଷ ଭାରତୀୟଙ୍କ ମୋବାଇଲର ‘ଦ୍ୱିତୀୟ ସିମ୍’କୁ ଟେଲିକମ୍‌ ଅପରେଟରମାନେ କୌଣସି କାରଣରୁ ବନ୍ଦ କରିଦେଇଛନ୍ତି। ଏତେ ସଂଖ୍ୟାରେ ମୋବାଇଲ ସିମ୍‌ ବନ୍ଦ କରାଯିବା ବଡ଼ ଘଟଣା। ଏହାର ମୁଖ୍ୟ କାରଣ ହେଉଛି ଚଳିତବର୍ଷ ଟେଲିକମ୍‌ କମ୍ପାନୀଗୁଡିକ ଟାରିଫ୍‌ ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛନ୍ତି। ଅପରପକ୍ଷେ […]

ନୂଆଦିଲ୍ଲୀ : ଦେଶରେ ବର୍ତ୍ତମାନ ବହୁ ସଂଖ୍ୟାରେ ମୋବାଇଲ ଉପଭୋକ୍ତାମାନଙ୍କର ସିମ୍‌ ବନ୍ଦ ହୋଇଯାଇଛି। ବିଶେଷକରି ଏହି ସିମ୍‌ ଗୁଡିକ ହେଉଛି ଦ୍ବିତୀ ସିମ୍। ମିଳିଥିବା ସୂଚନା ମୁତାବକ ୭୫ ଲକ୍ଷ ଭାରତୀୟଙ୍କ ମୋବାଇଲର ‘ଦ୍ୱିତୀୟ ସିମ୍’କୁ ଟେଲିକମ୍‌ ଅପରେଟରମାନେ କୌଣସି କାରଣରୁ ବନ୍ଦ କରିଦେଇଛନ୍ତି। ଏତେ ସଂଖ୍ୟାରେ ମୋବାଇଲ ସିମ୍‌ ବନ୍ଦ କରାଯିବା ବଡ଼ ଘଟଣା। ଏହାର ମୁଖ୍ୟ କାରଣ ହେଉଛି ଚଳିତବର୍ଷ ଟେଲିକମ୍‌ କମ୍ପାନୀଗୁଡିକ ଟାରିଫ୍‌ ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛନ୍ତି। ଅପରପକ୍ଷେ ଉପଭୋକ୍ତାମାନେ ନିଜ ଆଡୁ ମୋବାଇଲ୍ ଫୋନ୍ ସିମ୍‌ ବନ୍ଦ କରିବା ସମ୍ଭବ ନୁହେଁ। ଅତ୍ୟଧିକ ଟାରିଫ୍‌ ଯୋଗୁ ଗ୍ରାହକ ସବୁ ସିମ୍‌ ଆକ୍ଟିଭ୍‌ କରିବାରେ ସକ୍ଷମତା ପ୍ରକାଶ କରୁଛନ୍ତି। ତେଣୁ ଦ୍ବିତୀୟ ସିମ୍‌ଟିକୁ ସବୁ ସମୟରେ ଆକ୍ଟିଭ୍‌ ରଖିବା ସେମାନଙ୍କ ପକ୍ଷେ ସମ୍ଭବପର ହୋଇପାରିନାହିଁ।

ଆହୁରି ପଢ଼ନ୍ତୁ: ଭାରତ ଗସ୍ତରେ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ

ଅପରପକ୍ଷେ ଆଗକୁ ୫ଜି ସେବା ଆରମ୍ଭ ହେବାକୁ ଯାଉଥିବାରୁ ଟେଲିକମ୍‌ ଅପରେଟରଙ୍କ ନଜର ଏବେ ତାହା ଉପରେ। ତେଣୁ ସେମାନେ ମଧ୍ୟ ନିଜର ନେଟୱର୍କରେ ଏତେ ସଂଖ୍ୟାରେ ନିଷ୍କ୍ରିୟ ଗ୍ରାହକଙ୍କୁ ରଖିବାକୁ ଚାହୁଁ ନାହାନ୍ତି। ଯାହାର ଫଳ ହେଉଛି ୭୫ ଲକ୍ଷ ‘ଦ୍ୱିତୀୟ ସିମ୍’ ବନ୍ଦ କରାଯାଇଛି।  ତେବେ ରିଚାର୍ଜ ନ କଲେ ସିମ୍‌ ବନ୍ଦ କରିଦେବା ନେଇ କିଛି ଦିନ ହେବ ଗ୍ରାହକମାନେ ଅପରେଟରଙ୍କଠାରୁ ମେସେଜ୍‌ ପାଇଆସୁଥିଲେ। ସେମାନଙ୍କୁ ନମ୍ବର ରିଚାର୍ଜ କରିବାକୁ କହିଥିଲେ ନଚେତ୍ ଏହା ବନ୍ଦ ହୋଇଯିବ ଚେତାବନୀ ଦିଆଯାଉଥିଲା ବୋଲି ଟ୍ରାଇର ରିପୋର୍ଟରୁ ଜଣାଯାଇଛି।

ଆହୁରି ପଢ଼ନ୍ତୁ: ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟା ମାମଲା: ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ ବଲିଆର ରାଜ ସିଂହ, ମୁକୁଳିବା ପରେ ସିବିଆଇକୁ ଜଣାଇଲେ ଧନ୍ୟବାଦ

ଏଠାରେ ସୂଚନାଯୋଗ୍ୟ ଯେ, ଟେଲିକମ୍‌ ଇତିହାସରେ ୨୦୧୦ଠାରୁ ଦ୍ବିତୀୟ ସିମ୍‌ ରଖିବାର ଟ୍ରେଣ୍ଡ୍‌ ପ୍ରଚଳିତ ହୋଇଆସୁଥିଲା। ଟ୍ରାଇ ରିପୋର୍ଟ ଅନୁଯାୟୀ, ୧୬.୮ ଲକ୍ଷ ନୂତନ ଗ୍ରାହକ ସହ ଜିଓର ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ୪୦.୫ କୋଟିରେ ପହଞ୍ଚିଛି। ଅପରପକ୍ଷେ ଭାରତୀ ଏୟାରଟେଲ ଏପ୍ରିଲରେ ୮.୧ ଲକ୍ଷ ନୂତନ ଗ୍ରାହକଙ୍କୁ ଏହାର ନେଟୱକରେ ଯୋଡିଛି। ଏହାସହିତ କମ୍ପାନୀର ସେବା ବ୍ୟବହାର କରୁଥିବା ଗ୍ରାହକଙ୍କ ସଂଖ୍ୟା ୩୬.୧୧ କୋଟିକୁ ବୃଦ୍ଧି ପାଇଛି। ଏପ୍ରିଲ୍ ୨୦୨୨ ମସିହାରେ ୧୫.୬୮ ଲକ୍ଷ ଗ୍ରାହକ ଭୋଡାଫୋନ୍-ଆଇଡିଆ ଛାଡିବା ଯୋଗୁ କମ୍ପାନୀର ମୋଟ ଗ୍ରାହକ ସଂଖ୍ୟା ୨୫.୯ କୋଟିକୁ ଖସିଆସିଛି।

ଆହୁରି ପଢ଼ନ୍ତୁ: ଅନଲାଇନ୍ ଟିକେଟ୍ ବୁକିଂ ପୋର୍ଟାଲ୍‌ଗୁଡ଼ିକର ଅତ୍ୟଧିକ କ୍ୟାନ୍ସଲେସନ୍ ଚାର୍ଜ ଉପରେ ସରକାରଙ୍କ ତଦନ୍ତ ନିର୍ଦ୍ଦେଶ

ତେବେ ଏପ୍ରିଲ ମାସରେ ବିଏସଏନଏଲ ଏହାର ଅନେକ ଗ୍ରାହକ ହରାଇଛି। ମୋବାଇଲ୍ ନମ୍ବର ରିଚାର୍ଜ କରୁ ନ ଥିବା ବହୁ ସଂଖ୍ୟାରେ ଗ୍ରାହକଙ୍କୁ ସମସ୍ତ ଟେଲିକମ୍ କମ୍ପାନୀଗୁଡିକ ନିଜର ନେଟୱର୍କରୁ ହଟାଉଛନ୍ତି। ବର୍ତ୍ତମାନ ଟେଲିକମ୍‌ କମ୍ପାନୀଗୁଡିକ ୫ଜି ସ୍ପେକ୍ଟ୍ରମର ନିଲାମ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ସେମାନେ ନିଜ ନେଟୱାର୍କରୁ ଅତିରିକ୍ତ ଭାର ହଟାଉଛନ୍ତି। ୨୦୧ଠାରୁ ଦେଶରେ ଦ୍ୱିତୀୟ ସିମ୍ ରଖିବାର ଧାରା ବହୁଳ ଭାବେ ଆରମ୍ଭ ହୋଇଥିଲା, ଯେହେତୁ ସେ ସମୟରେ କମ୍ପାନୀଗୁଡିକୁ ବହୁ ମାତ୍ରାରେ ନୂତନ ଅଫର ଏବଂ ସ୍କିମ୍ ଆରମ୍ଭ କରିଥିଲେ। ଏକ ସମୟ ଥିଲା ଯେତେବେଳେ ଭାରତୀୟ ଟେଲିକମ୍ କମ୍ପାନୀଗୁଡ଼ିକର ଉପଭୋକ୍ତା ସଂଖ୍ୟା ଭାରତର ମୋଟ ଜନସଂଖ୍ୟା ସହିତ ସମାନ ହୋଇଯାଇଥିଲା।

20 Jun 2022 By The Sakala

୭୫ ଲକ୍ଷ ଭାରତୀୟଙ୍କ ‘ଦ୍ୱିତୀୟ ସିମ୍’ ବନ୍ଦ କରି ଦେଇଛି ଟେଲିକମ୍ କମ୍ପାନୀ, ଜାଣନ୍ତୁ କ‘ଣ ରହିଛି କାରଣ

ନୂଆଦିଲ୍ଲୀ : ଦେଶରେ ବର୍ତ୍ତମାନ ବହୁ ସଂଖ୍ୟାରେ ମୋବାଇଲ ଉପଭୋକ୍ତାମାନଙ୍କର ସିମ୍‌ ବନ୍ଦ ହୋଇଯାଇଛି। ବିଶେଷକରି ଏହି ସିମ୍‌ ଗୁଡିକ ହେଉଛି ଦ୍ବିତୀ ସିମ୍। ମିଳିଥିବା ସୂଚନା ମୁତାବକ ୭୫ ଲକ୍ଷ ଭାରତୀୟଙ୍କ ମୋବାଇଲର ‘ଦ୍ୱିତୀୟ ସିମ୍’କୁ ଟେଲିକମ୍‌ ଅପରେଟରମାନେ କୌଣସି କାରଣରୁ ବନ୍ଦ କରିଦେଇଛନ୍ତି। ଏତେ ସଂଖ୍ୟାରେ ମୋବାଇଲ ସିମ୍‌ ବନ୍ଦ କରାଯିବା ବଡ଼ ଘଟଣା। ଏହାର ମୁଖ୍ୟ କାରଣ ହେଉଛି ଚଳିତବର୍ଷ ଟେଲିକମ୍‌ କମ୍ପାନୀଗୁଡିକ ଟାରିଫ୍‌ ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛନ୍ତି। ଅପରପକ୍ଷେ ଉପଭୋକ୍ତାମାନେ ନିଜ ଆଡୁ ମୋବାଇଲ୍ ଫୋନ୍ ସିମ୍‌ ବନ୍ଦ କରିବା ସମ୍ଭବ ନୁହେଁ। ଅତ୍ୟଧିକ ଟାରିଫ୍‌ ଯୋଗୁ ଗ୍ରାହକ ସବୁ ସିମ୍‌ ଆକ୍ଟିଭ୍‌ କରିବାରେ ସକ୍ଷମତା ପ୍ରକାଶ କରୁଛନ୍ତି। ତେଣୁ ଦ୍ବିତୀୟ ସିମ୍‌ଟିକୁ ସବୁ ସମୟରେ ଆକ୍ଟିଭ୍‌ ରଖିବା ସେମାନଙ୍କ ପକ୍ଷେ ସମ୍ଭବପର ହୋଇପାରିନାହିଁ।

ଅପରପକ୍ଷେ ଆଗକୁ ୫ଜି ସେବା ଆରମ୍ଭ ହେବାକୁ ଯାଉଥିବାରୁ ଟେଲିକମ୍‌ ଅପରେଟରଙ୍କ ନଜର ଏବେ ତାହା ଉପରେ। ତେଣୁ ସେମାନେ ମଧ୍ୟ ନିଜର ନେଟୱର୍କରେ ଏତେ ସଂଖ୍ୟାରେ ନିଷ୍କ୍ରିୟ ଗ୍ରାହକଙ୍କୁ ରଖିବାକୁ ଚାହୁଁ ନାହାନ୍ତି। ଯାହାର ଫଳ ହେଉଛି ୭୫ ଲକ୍ଷ ‘ଦ୍ୱିତୀୟ ସିମ୍’ ବନ୍ଦ କରାଯାଇଛି।  ତେବେ ରିଚାର୍ଜ ନ କଲେ ସିମ୍‌ ବନ୍ଦ କରିଦେବା ନେଇ କିଛି ଦିନ ହେବ ଗ୍ରାହକମାନେ ଅପରେଟରଙ୍କଠାରୁ ମେସେଜ୍‌ ପାଇଆସୁଥିଲେ। ସେମାନଙ୍କୁ ନମ୍ବର ରିଚାର୍ଜ କରିବାକୁ କହିଥିଲେ ନଚେତ୍ ଏହା ବନ୍ଦ ହୋଇଯିବ ଚେତାବନୀ ଦିଆଯାଉଥିଲା ବୋଲି ଟ୍ରାଇର ରିପୋର୍ଟରୁ ଜଣାଯାଇଛି।

ଏଠାରେ ସୂଚନାଯୋଗ୍ୟ ଯେ, ଟେଲିକମ୍‌ ଇତିହାସରେ ୨୦୧୦ଠାରୁ ଦ୍ବିତୀୟ ସିମ୍‌ ରଖିବାର ଟ୍ରେଣ୍ଡ୍‌ ପ୍ରଚଳିତ ହୋଇଆସୁଥିଲା। ଟ୍ରାଇ ରିପୋର୍ଟ ଅନୁଯାୟୀ, ୧୬.୮ ଲକ୍ଷ ନୂତନ ଗ୍ରାହକ ସହ ଜିଓର ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ୪୦.୫ କୋଟିରେ ପହଞ୍ଚିଛି। ଅପରପକ୍ଷେ ଭାରତୀ ଏୟାରଟେଲ ଏପ୍ରିଲରେ ୮.୧ ଲକ୍ଷ ନୂତନ ଗ୍ରାହକଙ୍କୁ ଏହାର ନେଟୱକରେ ଯୋଡିଛି। ଏହାସହିତ କମ୍ପାନୀର ସେବା ବ୍ୟବହାର କରୁଥିବା ଗ୍ରାହକଙ୍କ ସଂଖ୍ୟା ୩୬.୧୧ କୋଟିକୁ ବୃଦ୍ଧି ପାଇଛି। ଏପ୍ରିଲ୍ ୨୦୨୨ ମସିହାରେ ୧୫.୬୮ ଲକ୍ଷ ଗ୍ରାହକ ଭୋଡାଫୋନ୍-ଆଇଡିଆ ଛାଡିବା ଯୋଗୁ କମ୍ପାନୀର ମୋଟ ଗ୍ରାହକ ସଂଖ୍ୟା ୨୫.୯ କୋଟିକୁ ଖସିଆସିଛି।

ତେବେ ଏପ୍ରିଲ ମାସରେ ବିଏସଏନଏଲ ଏହାର ଅନେକ ଗ୍ରାହକ ହରାଇଛି। ମୋବାଇଲ୍ ନମ୍ବର ରିଚାର୍ଜ କରୁ ନ ଥିବା ବହୁ ସଂଖ୍ୟାରେ ଗ୍ରାହକଙ୍କୁ ସମସ୍ତ ଟେଲିକମ୍ କମ୍ପାନୀଗୁଡିକ ନିଜର ନେଟୱର୍କରୁ ହଟାଉଛନ୍ତି। ବର୍ତ୍ତମାନ ଟେଲିକମ୍‌ କମ୍ପାନୀଗୁଡିକ ୫ଜି ସ୍ପେକ୍ଟ୍ରମର ନିଲାମ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ସେମାନେ ନିଜ ନେଟୱାର୍କରୁ ଅତିରିକ୍ତ ଭାର ହଟାଉଛନ୍ତି। ୨୦୧ଠାରୁ ଦେଶରେ ଦ୍ୱିତୀୟ ସିମ୍ ରଖିବାର ଧାରା ବହୁଳ ଭାବେ ଆରମ୍ଭ ହୋଇଥିଲା, ଯେହେତୁ ସେ ସମୟରେ କମ୍ପାନୀଗୁଡିକୁ ବହୁ ମାତ୍ରାରେ ନୂତନ ଅଫର ଏବଂ ସ୍କିମ୍ ଆରମ୍ଭ କରିଥିଲେ। ଏକ ସମୟ ଥିଲା ଯେତେବେଳେ ଭାରତୀୟ ଟେଲିକମ୍ କମ୍ପାନୀଗୁଡ଼ିକର ଉପଭୋକ୍ତା ସଂଖ୍ୟା ଭାରତର ମୋଟ ଜନସଂଖ୍ୟା ସହିତ ସମାନ ହୋଇଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର