ମହାରାଷ୍ଟ୍ରରେ ବାଘ ଆତଙ୍କ: କେନ୍ଦୁ ପତ୍ର ତୋଳିବାକୁ ଯାଇଥିବା ୪ ମହିଳାଙ୍କୁ ମାରିଦେଲା ମହାବଳ

Madhusudan Das Picture
Published On

ମହାରାଷ୍ଟ୍ର: ବାଘ ଆକ୍ରମଣରେ ୪ ମହିଳା ମୃତ । କେନ୍ଦୁପତ୍ର ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ଆକ୍ରମଣ କଲା ବାଘ । ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ଜଙ୍ଗଲକୁ କେନ୍ଦୁ ପତ୍ର ସଂଗ୍ରହ କରିବାକୁ ଯାଇଥିବା ୪ ଜଣ ମହିଳାଙ୍କୁ ଗୋଟିଏ ବାଘ ଆକ୍ରମଣ କରି ମାରିଦେଇଥିବା ନେଇ ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି। ବାଘ ଆତଙ୍କ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ଏହି ଆକ୍ରମଣ ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୭୦ କିଲୋମିଟର ଦୂର ସିନ୍ଦେୱାହି ତହସିଲ ଅନ୍ତର୍ଗତ ଗୁଞ୍ଜେୱାହି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଘଟିଛି। ସୂଚନା ଅନୁଯାୟୀ, କିଛି ମହିଳା ବିଡ଼ି ତିଆରି ପାଇଁ ବ୍ୟବହୃତ ହେଉଥିବା କେନ୍ଦୁ ପତ୍ର ତୋଳିବାକୁ ଏକ ଜଙ୍ଗଲିଆ ଅଞ୍ଚଳକୁ ଯାଇଥିଲେ। ସେମାନେ ପତ୍ର ସଂଗ୍ରହରେ ବ୍ୟସ୍ତ ଥିବା ବେଳେ ହଠାତ୍ ଏକ ବାଘ ସେମାନଙ୍କ ଉପରେ ଆକ୍ରମଣ କରିଥିଲା। ଏହି ଭୟଙ୍କର ଆକ୍ରମଣରେ ୪ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ମୃତ ମହିଳାମାନେ ହେଲେ କୱାଡାବାଇ ମୋହୁର୍ଲେ (୪୫), ଅନିତାବାଇ ମୋହୁର୍ଲେ (୪୦), ସୁନିତା ମୋହୁର୍ଲେ (୩୮) ଏବଂ ସଂଗୀତା ଚୌଧୁରୀ (୫୦)। ଏହି ସମସ୍ତ ମୃତକ ଗୁଞ୍ଜେୱାହି ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି। ତେବେ ବାଘଟି ଏହି ଚାରି ଜଣଙ୍କୁ ଗୋଟିଏ ସ୍ଥାନରେ ଏକାସାଙ୍ଗରେ ଆକ୍ରମଣ କରିଛି ନା ଅଲଗା ଅଲଗା ସ୍ଥାନରେ ଶିକାର କରିଛି, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ଖବର ପାଇବା ମାତ୍ରେ ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି। ଚନ୍ଦ୍ରପୁର ସର୍କଲର ମୁଖ୍ୟ ବନ ସଂରକ୍ଷକ ଆର. ଏମ୍. ରାମାନୁଜମ୍ କହିଛନ୍ତି ଯେ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି ଏବଂ 'ପଞ୍ଚନାମା' ଶେଷ ହେବା ପରେ ଏହି ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିବ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର