ଉପରାଷ୍ଟ୍ରପତି ନିର୍ବାଚନ :ଆଜି ପ୍ରାର୍ଥୀ ଘୋଷଣା କରିବ ଏନ୍‌ଡିଏ, ସମ୍ଭାବ୍ୟ ତାଲିକାରେ ଅନେକ ରାଜ୍ୟପାଳ

The Sakala Picture
Published On

ନୂଆଦିଲ୍ଲୀ : ଆସନ୍ତା ମାସ ୯ ତାରିଖରେ ହେବାକୁ ଯାଉଥିବା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ କ୍ଷମତାସୀନ ଏନ୍‌ଡିଏର ପ୍ରାର୍ଥୀ କିଏ ହେବ, ତାହା ଉପରେ ସମସ୍ତଙ୍କର ନଜର ରହିଛି। ଏହାରି ମଧ୍ୟରେ ଆଜି ସନ୍ଧ୍ୟାରେ ବିଜେପିର ସଂସଦୀୟ ଦଳ ବୈଠକ ହେବାକୁ ଯାଉଛି। ଏହି ବୈଠକରେ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହେବ ବୋଲି ଜଣାପଡ଼ିଛି। ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ନିଷ୍ପତ୍ତି ନେବାଲାଗି ଏନ୍‌ଡିଏ ନେତାମାନେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଦାୟିତ୍ବ […]

ନୂଆଦିଲ୍ଲୀ : ଆସନ୍ତା ମାସ ୯ ତାରିଖରେ ହେବାକୁ ଯାଉଥିବା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ କ୍ଷମତାସୀନ ଏନ୍‌ଡିଏର ପ୍ରାର୍ଥୀ କିଏ ହେବ, ତାହା ଉପରେ ସମସ୍ତଙ୍କର ନଜର ରହିଛି। ଏହାରି ମଧ୍ୟରେ ଆଜି ସନ୍ଧ୍ୟାରେ ବିଜେପିର ସଂସଦୀୟ ଦଳ ବୈଠକ ହେବାକୁ ଯାଉଛି। ଏହି ବୈଠକରେ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହେବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ଧାରାଶିବରେ ଭୟାବହ ଅଗ୍ନିକାଣ୍ଡ: ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ

ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ନିଷ୍ପତ୍ତି ନେବାଲାଗି ଏନ୍‌ଡିଏ ନେତାମାନେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଦାୟିତ୍ବ ଦେଇଛନ୍ତି।  ଏନ୍‌ଡିଏ ପ୍ରାର୍ଥୀଙ୍କୁ ନେଇ ଜାତୀୟ ରାଜନୀତିରେ ଯେଉଁମାନଙ୍କ ନାମକୁ ନେଇ ଚର୍ଚ୍ଚା ଚାଲିଛି ସେମାନଙ୍କ ମଧ୍ୟରେ ଅଛନ୍ତି ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ଜମ୍ମୁ-କଶ୍ମୀର ଉପ-ରାଜ୍ୟପାଳ ମନୋଜ ସିହ୍ନା, କର୍ଣ୍ଣାଟକ ରାଜ୍ୟପାଳ ଥାୱରଚନ୍ଦ ଗେହଲଟ, ଦିଲ୍ଲୀ ଉପ-ରାଜ୍ୟପାଳ ଭିକେ ସାକସେନା, ବିହାର ରାଜ୍ୟପାଳ ଆରିଫ ମହମ୍ମଦ ଖାନ, ସିକିମ ରାଜ୍ୟପାଳ ଓମ୍ ମାଥୁର ଏବଂ  ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ସିଂହ। ଏମାନଙ୍କ ବ୍ୟତୀତ ଆରଏସଏସ୍ ନେତା ସେଶାଦ୍ରୀ ଚାରି ଏବଂ କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି।

ଆହୁରି ପଢ଼ନ୍ତୁ: ଜାମ୍ମୁ-କାଶ୍ମୀରର କୁଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣ: ୩ CRPF ଯବାନ ଆହତ

ଏନ୍‌‌ଡିଏ ପ୍ରାର୍ଥୀ ଅଗଷ୍ଟ ୨୧ରେ ନାମାଙ୍କନ ଦାଖଲ କରିବେ। ଏହି ଅବସରରେ ଏନଡିଏ ଶାସିତ ରାଜ୍ୟର ସବୁ ମୁଖ୍ୟମନ୍ତ୍ରୀ ଓ ଉପ- ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ। ଅପରପକ୍ଷରେ ବିରୋଧୀ ଦଳଗୁଡିକ ମଧ୍ୟ ନିଜ ପାର୍ଥୀ ଚୂଡାନ୍ତ କରିବାକୁ ଅଗଷ୍ଟ ୧୮ରେ ବୈଠକରେ ଏକାଠି ହେବେ। ଏ ସଂକ୍ରାନ୍ତରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌‌ଗେ ଇଣ୍ଡିଆ ବ୍ଲକର ସବୁ ନେତାଙ୍କ ସହ କଥା ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଟ୍ରେନ ଖାଦ୍ୟରେ ମିଳିଲା ଲୁହା ଖଣ୍ଡ: କ୍ୟାଟରରଙ୍କୁ ୧ ଲକ୍ଷ ଟଙ୍କା ଜରିମାନା କଲା IRCTC

ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ ଲାଗି ମତଦାନ ହେବ ଓ ଏହି ଦିନ ହିଁ ମତଗଣନା ହେବ। ନାମାଙ୍କନ ଦାଖଲ ପାଇଁ ଅଗଷ୍ଟ ୨୧ ହେଉଛି ଅନ୍ତିମ ତାରିଖ। ଅଗଷ୍ଟ ୨୫ରେ ନାମାଙ୍କନ ପ୍ରତ୍ୟାହାର ହୋଇପାରିବ। ଉଲ୍ଲେଖଥାଉ କି ଜଗଦୀପ ଧନଖଡ ଜୁଲାଇ ୨୧ ରାତିରେ ଅଚାନକ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ୭୪ ବର୍ଷୀୟ ଧନଖଡଙ୍କ କାର୍ଯ୍ୟକାଳ ୨୦୨୭ ଅଗଷ୍ଟ ୧୦ରେ ପୂରଣ ହେବାର ଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର