ଓଡ଼ିଆ ପୁଅ ଆଇପିଏସ୍‌ ଉତ୍କଳ ରଂଜନ ସାହୁ ହେଲେ ଆରପିଏସସି ଅଧ୍ୟକ୍ଷ

The Sakala Picture
Published On

ଭୁବନେଶ୍ବର : ଓଡ଼ିଆ ପୁଅଙ୍କୁ ବଡ଼ ଦାୟିତ୍ବ। ଆଇପିଏସ ଉତ୍କଳ ରଂଜନ ସାହୁ ଆରପିଏସସି( Rajasthan Public Service Commission) ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ରାଜସ୍ଥାନ ରାଜ୍ୟପାଳ ହରିଭାଉ ବାଗାଡେ ମଙ୍ଗଳବାର ସକାଳେ ପୁଲିସ ମହାନିର୍ଦ୍ଦେଶକ ଉତ୍କଳ ରଞ୍ଜନ ସାହୁଙ୍କୁ ରାଜସ୍ଥାନ ଲୋକସେବା ଆୟୋଗ (ଆରପିଏସସି)ର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି। ଆଇପିଏସ ଉତ୍କଳ ରଞ୍ଜନ ସାହୁ ୧୯୮୮ ବ୍ୟାଚର ଆଇପିଏସ୍ ଅଧିକାରୀ। ସେ ମୂଳତଃ ଓଡ଼ିଶାର ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଗ୍ରାମର ଅଟନ୍ତି […]

ଭୁବନେଶ୍ବର : ଓଡ଼ିଆ ପୁଅଙ୍କୁ ବଡ଼ ଦାୟିତ୍ବ। ଆଇପିଏସ ଉତ୍କଳ ରଂଜନ ସାହୁ ଆରପିଏସସି( Rajasthan Public Service Commission) ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ରାଜସ୍ଥାନ ରାଜ୍ୟପାଳ ହରିଭାଉ ବାଗାଡେ ମଙ୍ଗଳବାର ସକାଳେ ପୁଲିସ ମହାନିର୍ଦ୍ଦେଶକ ଉତ୍କଳ ରଞ୍ଜନ ସାହୁଙ୍କୁ ରାଜସ୍ଥାନ ଲୋକସେବା ଆୟୋଗ (ଆରପିଏସସି)ର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ: ସେନେଟ ଦଖଲ କଲେ ଡେମୋକ୍ରାଟ୍ସ, ଟ୍ରମ୍ପଙ୍କ ପାଇଁ ଶକ୍ତ ଧକ୍କା

ଆଇପିଏସ ଉତ୍କଳ ରଞ୍ଜନ ସାହୁ ୧୯୮୮ ବ୍ୟାଚର ଆଇପିଏସ୍ ଅଧିକାରୀ। ସେ ମୂଳତଃ ଓଡ଼ିଶାର ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଗ୍ରାମର ଅଟନ୍ତି । ସେ ୧୮ ନଭେମ୍ବର ୧୯୯୧ରେ ଯୋଧପୁର ଏଏସ୍‌ପି ଭାବରେ ତାଙ୍କର ପୁଲିସ ସେବା ଆରମ୍ଭ କରିଥିଲେ। ଏହା ପରେ, ସେ ସିକର, ହନୁମାନଗଡ଼, ବାରମେର, ବାଂସୱାଡ଼ା, ଶ୍ରୀଗଙ୍ଗାନଗର, ଭିଲୱାରା, ଧୋଲପୁର ଏବଂ ଯୋଧପୁର ଜିଲ୍ଲାରେ ଏସପି ପଦବୀରେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ଜୁନ୍ ୨୦୨୦ରେ  ଡିଜି ରାଙ୍କକୁ ପଦୋନ୍ନତି ପାଇଥିଲେ। ଏହା ପୂର୍ବରୁ, ସେ ପ୍ରାୟ ଅଢ଼େଇ ବର୍ଷ ପାଇଁ ହୋମଗାର୍ଡର ଡିଜି (ଡାଇରେକ୍ଟର ଜେନେରାଲ) ଭାବରେ ନିଯୁକ୍ତ ଥିଲେ।

ଆହୁରି ପଢ଼ନ୍ତୁ: ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଡିଭାଇଡରରେ ପିଟି ହୋଇ ଜଳିଗଲା କାର, ୬ ଜଣଙ୍କ ମୃତ୍ୟୁ

୨୯ ଡିସେମ୍ବର ୨୦୨୩ରେ, ରାଜ୍ୟର ତତ୍କାଳୀନ ଡିଜିପି ଉମେଶ ମିଶ୍ର ସ୍ୱେଚ୍ଛାକୃତ ଅବସର ନେବା ପରେ ସାହୁଙ୍କୁ ରାଜସ୍ଥାନର ଡିଜିପିର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ୧୦ ଫେବୃଆରୀ ୨୦୨୪ରେ କାର୍ମିକ ବିଭାଗ ଉତ୍କଳ ରଞ୍ଜନ ସାହୁଙ୍କୁ ରାଜସ୍ଥାନର ସ୍ଥାୟୀ ଡିଜିପି କରିବା ପାଇଁ ଏକ ଆଦେଶ ଜାରି କରିଥିଲା। ତାଙ୍କୁ ଏହି ପଦବୀରେ ୨ ବର୍ଷ ପାଇଁ ନିଯୁକ୍ତ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ଧାରାଶିବରେ ଭୟାବହ ଅଗ୍ନିକାଣ୍ଡ: ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର