ସଇତାନ ସ୍ୱାମୀର ନାରକୀୟ କାଣ୍ଡ; ସ୍ତ୍ରୀକୁ ହତ୍ୟା ପରେ ୨୨୪ ଖଣ୍ଡ କରି ନଦୀରେ ଫିଙ୍ଗିଦେଲା ନୃଶଂସ ସ୍ୱାମୀ !

The Sakala Picture
Published On

ନୂଆଦିଲ୍ଲୀ: ସଇତାନ ସ୍ୱାମୀର ନାରକୀୟ କାଣ୍ଡ। ହାତଧରି ବିବାହ କରିଥିବା ସ୍ତ୍ରୀକୁ ବିଭତ୍ସ ଭାବେ ହତ୍ୟା ପରେ କଲା ୨୨୪ ଖଣ୍ଡ। ଆଉ ଇଂଟରନେଟରେ ସର୍ଚ୍ଚ କଲା ସ୍ତ୍ରୀର ମୃତ୍ୟୁ ପରେ କଣ ଫାଇଦା ମିଳେ, ମୃତ୍ୟୁ ପରେ ଡରାଇଥାଏ କି ପତ୍ନୀ। ହଁ, ଆଜ୍ଞା ବ୍ରିଟେନରୁ ଆସିଛି ଘରୋଇ ହିଂସାର ଏଭଳି ଛାତିଥରା ଖବର। ଘରୋଇ କଳହକୁ କେନ୍ଦ୍ରକରି ନିଜ ସ୍ତ୍ରୀକୁ ହତ୍ୟା ପରେ ୨୨୪ ଖଣ୍ଡ କରିଥିଲା ସ୍ୱାମୀ। ଆଉ ହତ୍ୟାର ୧ବର୍ଷ ପରେ […]

ନୂଆଦିଲ୍ଲୀ: ସଇତାନ ସ୍ୱାମୀର ନାରକୀୟ କାଣ୍ଡ। ହାତଧରି ବିବାହ କରିଥିବା ସ୍ତ୍ରୀକୁ ବିଭତ୍ସ ଭାବେ ହତ୍ୟା ପରେ କଲା ୨୨୪ ଖଣ୍ଡ। ଆଉ ଇଂଟରନେଟରେ ସର୍ଚ୍ଚ କଲା ସ୍ତ୍ରୀର ମୃତ୍ୟୁ ପରେ କଣ ଫାଇଦା ମିଳେ, ମୃତ୍ୟୁ ପରେ ଡରାଇଥାଏ କି ପତ୍ନୀ। ହଁ, ଆଜ୍ଞା ବ୍ରିଟେନରୁ ଆସିଛି ଘରୋଇ ହିଂସାର ଏଭଳି ଛାତିଥରା ଖବର। ଘରୋଇ କଳହକୁ କେନ୍ଦ୍ରକରି ନିଜ ସ୍ତ୍ରୀକୁ ହତ୍ୟା ପରେ ୨୨୪ ଖଣ୍ଡ କରିଥିଲା ସ୍ୱାମୀ। ଆଉ ହତ୍ୟାର ୧ବର୍ଷ ପରେ କୋର୍ଟରେ ଦୋଷ ସ୍ୱିକାର କରିବା ସହ ବଖାଣିଥିଲା ହତ୍ୟାକାଣ୍ଡର ପୂରା କାହାଣୀ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

୨୦୨୩ ମାର୍ଚ୍ଚ ମାସରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଗତ ଏପ୍ରିଲ ୫ତାରିଖରେ କୋର୍ଟରେ ନିଜର ଦୋଷ ସ୍ୱିକାର କରିଛି ଅଭିଯୁକ୍ତ। ବ୍ରିଟିସ୍‌ ମିଡିଆ ମେଟ୍ରୋରେ ପ୍ରକାଶିତ ଖବର ମୁତାବକ, ୨୮ ବର୍ଷିୟ ନିକୋଲସ ମେଟସନ ନିଜ ପତ୍ନୀ ୨୬ ବର୍ଷିୟା ହୋଲି ବ୍ରେମିଲଙ୍କୁ ହତ୍ୟା ପରେ ତାର ମୃତଦେହକୁ କିଛିଦିନ ଘରେ ଲୁଚାଇ ରଖିଥିଲା। ମିଡିଆ ରିପୋର୍ଟ ଅନୁଯାୟୀ ହୋଲିଙ୍କୁ ହତ୍ୟା ପୂର୍ବରୁ ନିଜ ପୋଷା କୁକୁରକୁ ମାରି ମାକ୍ରୋୱେରେ ରୋଷ୍ଟ କରିଥିଲା ନିକୋଲସ୍‌। ପରେ ଇଂଟରନେଟରେ ସର୍ଚ୍ଚ କରିଥିଲା ଯଦି ସ୍ତ୍ରୀ ମରିଯାଏ କଣ ଫାଇଦା ମିଳିବ, ଆଉ ମଲା ପରେ ପତ୍ନୀଙ୍କ ଆତ୍ମା ଡରାଇବ କି ନାଇ ? ହୋଲିଙ୍କୁ ହତ୍ୟା କରିବାର ୮ଦିନ ପରେ ୨୫ ମାର୍ଚ ୨୦୨୩ରେ ହୋଲିଙ୍କ ଶବକୁ ୨୨୪ ଖଣ୍ଡ କରି ଏକ ପଲିଥିନ ବ୍ୟାଗରେ ଭର୍ତି କରି ବସିଂଧମ, ଲିକନଶାୟର ନିକଟରେ ଥିବା ବିଥମ୍‌ ନଦୀକୁ ଫୋପାଡି ଦେଇଥିଲା ଅଭିଯୁକ୍ତ ନିକୋଲସ୍‌। ଏଥିପାଇଁ ସେ ନିଜ ସାଙ୍ଗଙ୍କୁ ପ୍ରାୟ ୫୦୦୦ ଟଙ୍କା ଦେଇଥିବା ପୁଲିସ କହିଛି। ଏହି ମାମଲାରେ ପୁଲିସ ଶୁକ୍ରବାର ମେଟସନ୍‌ ଓ ତାଙ୍କ ସାଙ୍ଗ ଜେଶୁଆ ହ୍ୟାନକକ୍‌କୁ ଗିରଫ କରିଛି। ତେବେ ସେ ନିଜ ପତ୍ନୀଙ୍କୁ କାହିଁକି ହତ୍ୟା କରିଥିଲା ତା’ର କୌଣସି କାରଣ କହିନି ମେଟସନ୍‌। ତେବେ ପୋଲିସକୁ ହୋଲିଙ୍କ ହାତ ଏବଂ ମୁଣ୍ଡ ହସ୍ତଗତ ହୋଇଥିବା ବେଳେ ଏବେ ବି ମୃତଦେହର ଏକାଧିକ ଅଂଶ ମିଳିପାରିନାହିଁ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର