ମନୋରଞ୍ଜନ

ଭାଙ୍ଗିଲା ଟ୍ରମ୍ପ ଓ ମସ୍କ ଯୋଡ଼ି, ଟ୍ରମ୍ପ ପ୍ରଶାସନରୁ ଇସ୍ତଫା ଦେଲେ ମସ୍କ

The Sakala Picture
Published On

ଓ୍ବାଶିଂଟନ: ଟେସଲା କମ୍ପାନୀର ମାଲିକ ଏଲନ ମସ୍କ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଶ୍ୱସ୍ତ ପରାମର୍ଶଦାତାମାନଙ୍କ ମଧ୍ୟରୁ ଜଣେ। ତଥାପି, ଏବେ ଉଭୟଙ୍କ ପଥ ଅଲଗା ହୋଇଯାଇଛି। ବୁଧବାର ମସ୍କ ଟ୍ରମ୍ପ ସରକାରଙ୍କ ସରକାରୀ ଦକ୍ଷତା ବିଭାଗ (DOGE)ଠାରୁ ନିଜକୁ ଦୂରେଇ ଦେଇଛନ୍ତି। ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏ ବିଷୟରେ ଅନେକ କଥା କୁହାଯାଉଛି, ଯାହା ଟ୍ରମ୍ପ ଏବଂ ମସ୍କଙ୍କ ମଧ୍ୟରେ ଫାଟକୁ ଇଙ୍ଗିତ କରିପାରେ। ତେବେ ଟ୍ରମ୍ପ ଦ୍ବିତୀୟଥର ରାଷ୍ଟ୍ରପତି ଭାବେ ନିର୍ବାଚିତ […]

ଓ୍ବାଶିଂଟନ: ଟେସଲା କମ୍ପାନୀର ମାଲିକ ଏଲନ ମସ୍କ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଶ୍ୱସ୍ତ ପରାମର୍ଶଦାତାମାନଙ୍କ ମଧ୍ୟରୁ ଜଣେ। ତଥାପି, ଏବେ ଉଭୟଙ୍କ ପଥ ଅଲଗା ହୋଇଯାଇଛି। ବୁଧବାର ମସ୍କ ଟ୍ରମ୍ପ ସରକାରଙ୍କ ସରକାରୀ ଦକ୍ଷତା ବିଭାଗ (DOGE)ଠାରୁ ନିଜକୁ ଦୂରେଇ ଦେଇଛନ୍ତି। ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏ ବିଷୟରେ ଅନେକ କଥା କୁହାଯାଉଛି, ଯାହା ଟ୍ରମ୍ପ ଏବଂ ମସ୍କଙ୍କ ମଧ୍ୟରେ ଫାଟକୁ ଇଙ୍ଗିତ କରିପାରେ।

ଆହୁରି ପଢ଼ନ୍ତୁ: ପଦ୍ମ ପୁରସ୍କାର ୨୦୨୬: ଅଲକା ୟାଗ୍ନିକ, ରୋହିତ ଶର୍ମା ଏବଂ ଆର. ମାଧବନଙ୍କ ସମେତ ୬୫ ଜଣଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ତେବେ ଟ୍ରମ୍ପ ଦ୍ବିତୀୟଥର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏଲନ ମସ୍କଙ୍କୁ ଡିଓଜିଇର ମୁଖ୍ୟ ଭାବେ ନିଯୁକ୍ତ କରିଥିଲେ। ଏହି ବିଭାଗର କାର୍ଯ୍ୟ ଥିଲା ସରକାରୀ ଖର୍ଚ୍ଚ ଅର୍ଥ କମ କରିବା ଏବଂ ଅଯଥା ନିଯୁକ୍ତିକୁ କମାଇବା । ମସ୍କ ଏହି ବିଭାଗର ଦାୟିତ୍ବ ନେବା ପରେ ଅନେକ ବିଭାଗରୁ ଛଟେଇ କରାଯାଇଥିବାବେଳେ ସରକାରୀ ଖର୍ଚ୍ଚ କାଟ କରାଯାଇଥିଲା। ତେବେ ଟ୍ରମ୍ପଙ୍କର ମନଇଚ୍ଛା ନିଷ୍ପତ୍ତି ଏହା ପଛର ବଡ଼ କାରଣ ବୋଲି କୁହାଯାଉଛି। ଗତ କିଛି ଦିନ ହେବ ଟ୍ରମ୍ପ ଯେଉଁ ନିଷ୍ପତ୍ତି ନେଉଛନ୍ତି, ତାହା ବେଶ ବିବାଦୀୟ ହେଉଛି। ଏହି କାରଣରୁ ମସ୍କ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ: ଆମେରିକାର ଏୟାରଷ୍ଟ୍ରାଇକ୍ ପରେ ଇରାନର ପାଲଟା ଜବାବ: ବାହାରିନ୍ ଉପରେ କଲା ଡ୍ରୋନ୍ ଆକ୍ରମଣ

ଏଠାରେ ସୂଚନାଯୋଗ୍ୟ, ଏପ୍ରିଲ୍ ଆରମ୍ଭରେ ଖବର ଆସିଥିଲା ​​ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳ ସମୟରେ ସୃଷ୍ଟି ହୋଇଥିବା ସରକାରୀ ଦକ୍ଷତା ବିଭାଗ(ଡିଓଜିଇ)ରୁ ଏଲନ୍ ମସ୍କ ହଟିପାରନ୍ତି। ରାଷ୍ଟ୍ରପତି ଟ୍ରମ୍ପ ନିଜେ ଏହି ସଙ୍କେତ ଦେଇଥିଲେ। ସେ କହିଥିଲେ ଯେ, ଏଲନ ମସ୍କ କିଛି ମାସ ମଧ୍ୟରେ ତାଙ୍କ ପ୍ରଶାସନ ଛାଡିବେ। ଟ୍ରମ୍ପ କହିଥିଲେ, ଏଲନ ଖୁବ୍‌ ବୁଦ୍ଧିମାନ, କିନ୍ତୁ ତାଙ୍କ ପାଖରେ ଅନେକ କମ୍ପାନୀର ଦାୟିତ୍ୱ ରହିଛି। ମୁଁ ଚାହୁଁଛି ଯେ ସେ ଲମ୍ବା ସମୟ ପର୍ଯ୍ୟନ୍ତ ରୁହନ୍ତୁ। କିନ୍ତୁ ଏପରି ଏକ ସମୟ ଆସିବ ଯେତେବେଳେ ତାଙ୍କୁ ଏହି ପଦବୀ ଛାଡିବାକୁ ପଡିବ।

ଆହୁରି ପଢ଼ନ୍ତୁ: ୟୁରୋପରେ ଇତିହାସର ସବୁଠାରୁ ଭୟଙ୍କର ଗ୍ରୀଷ୍ମପ୍ରବାହ: ତରଳୁଛି ଟ୍ରାମ ଧାରଣା, ସୂର୍ଯ୍ୟ କିରଣରେ ରାନ୍ଧୁଛନ୍ତି ଲୋକେ

29 May 2025 By The Sakala

ଭାଙ୍ଗିଲା ଟ୍ରମ୍ପ ଓ ମସ୍କ ଯୋଡ଼ି, ଟ୍ରମ୍ପ ପ୍ରଶାସନରୁ ଇସ୍ତଫା ଦେଲେ ମସ୍କ

ଓ୍ବାଶିଂଟନ: ଟେସଲା କମ୍ପାନୀର ମାଲିକ ଏଲନ ମସ୍କ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଶ୍ୱସ୍ତ ପରାମର୍ଶଦାତାମାନଙ୍କ ମଧ୍ୟରୁ ଜଣେ। ତଥାପି, ଏବେ ଉଭୟଙ୍କ ପଥ ଅଲଗା ହୋଇଯାଇଛି। ବୁଧବାର ମସ୍କ ଟ୍ରମ୍ପ ସରକାରଙ୍କ ସରକାରୀ ଦକ୍ଷତା ବିଭାଗ (DOGE)ଠାରୁ ନିଜକୁ ଦୂରେଇ ଦେଇଛନ୍ତି। ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏ ବିଷୟରେ ଅନେକ କଥା କୁହାଯାଉଛି, ଯାହା ଟ୍ରମ୍ପ ଏବଂ ମସ୍କଙ୍କ ମଧ୍ୟରେ ଫାଟକୁ ଇଙ୍ଗିତ କରିପାରେ।

ତେବେ ଟ୍ରମ୍ପ ଦ୍ବିତୀୟଥର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏଲନ ମସ୍କଙ୍କୁ ଡିଓଜିଇର ମୁଖ୍ୟ ଭାବେ ନିଯୁକ୍ତ କରିଥିଲେ। ଏହି ବିଭାଗର କାର୍ଯ୍ୟ ଥିଲା ସରକାରୀ ଖର୍ଚ୍ଚ ଅର୍ଥ କମ କରିବା ଏବଂ ଅଯଥା ନିଯୁକ୍ତିକୁ କମାଇବା । ମସ୍କ ଏହି ବିଭାଗର ଦାୟିତ୍ବ ନେବା ପରେ ଅନେକ ବିଭାଗରୁ ଛଟେଇ କରାଯାଇଥିବାବେଳେ ସରକାରୀ ଖର୍ଚ୍ଚ କାଟ କରାଯାଇଥିଲା। ତେବେ ଟ୍ରମ୍ପଙ୍କର ମନଇଚ୍ଛା ନିଷ୍ପତ୍ତି ଏହା ପଛର ବଡ଼ କାରଣ ବୋଲି କୁହାଯାଉଛି। ଗତ କିଛି ଦିନ ହେବ ଟ୍ରମ୍ପ ଯେଉଁ ନିଷ୍ପତ୍ତି ନେଉଛନ୍ତି, ତାହା ବେଶ ବିବାଦୀୟ ହେଉଛି। ଏହି କାରଣରୁ ମସ୍କ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି।

ଏଠାରେ ସୂଚନାଯୋଗ୍ୟ, ଏପ୍ରିଲ୍ ଆରମ୍ଭରେ ଖବର ଆସିଥିଲା ​​ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳ ସମୟରେ ସୃଷ୍ଟି ହୋଇଥିବା ସରକାରୀ ଦକ୍ଷତା ବିଭାଗ(ଡିଓଜିଇ)ରୁ ଏଲନ୍ ମସ୍କ ହଟିପାରନ୍ତି। ରାଷ୍ଟ୍ରପତି ଟ୍ରମ୍ପ ନିଜେ ଏହି ସଙ୍କେତ ଦେଇଥିଲେ। ସେ କହିଥିଲେ ଯେ, ଏଲନ ମସ୍କ କିଛି ମାସ ମଧ୍ୟରେ ତାଙ୍କ ପ୍ରଶାସନ ଛାଡିବେ। ଟ୍ରମ୍ପ କହିଥିଲେ, ଏଲନ ଖୁବ୍‌ ବୁଦ୍ଧିମାନ, କିନ୍ତୁ ତାଙ୍କ ପାଖରେ ଅନେକ କମ୍ପାନୀର ଦାୟିତ୍ୱ ରହିଛି। ମୁଁ ଚାହୁଁଛି ଯେ ସେ ଲମ୍ବା ସମୟ ପର୍ଯ୍ୟନ୍ତ ରୁହନ୍ତୁ। କିନ୍ତୁ ଏପରି ଏକ ସମୟ ଆସିବ ଯେତେବେଳେ ତାଙ୍କୁ ଏହି ପଦବୀ ଛାଡିବାକୁ ପଡିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର