ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଜାମିନ, ଗୋଟେ ହାତରେ ତାଳି ବାଜେନି: ସୁପ୍ରିମକୋର୍ଟ

The Sakala Picture
Published On

ନୂଆଦିଲ୍ଲୀ: ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବୁଧବାର ୨୩ ବର୍ଷୀୟ ଅଭିଯୁକ୍ତକୁ ଜାମିନ ଦେଇଛନ୍ତି। ଦୀର୍ଘ ୯ ମାସ ହେଲା ଜେଲ୍‌ରେ ଥିବା ସତ୍ତ୍ବେ ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ବିରୋଧରେ ଆରୋପପତ୍ର ଧାର୍ଯ୍ୟ କରାଯାଇ ନାହିଁ ବୋଲି କହିଛନ୍ତି। ଏହା ସହିତ ସୁପ୍ରିମକୋର୍ଟ ପୀଡ଼ିତା ମହିଳାଙ୍କୁ କଠୋର ଭାଷାରେ ସମାଲୋଚନା କରିଛନ୍ତି। ଗୋଟେ ହାତରେ ତାଳି ମଧ୍ୟ ବାଜେ ନାହିଁ। ଏହି ମହିଳା କୌଣସି ଶିଶୁ ନୁହଁନ୍ତି। ତାଙ୍କୁ ୪୦ ବର୍ଷ ହେଲାଣି ବୋଲି […]

ନୂଆଦିଲ୍ଲୀ: ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବୁଧବାର ୨୩ ବର୍ଷୀୟ ଅଭିଯୁକ୍ତକୁ ଜାମିନ ଦେଇଛନ୍ତି। ଦୀର୍ଘ ୯ ମାସ ହେଲା ଜେଲ୍‌ରେ ଥିବା ସତ୍ତ୍ବେ ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ବିରୋଧରେ ଆରୋପପତ୍ର ଧାର୍ଯ୍ୟ କରାଯାଇ ନାହିଁ ବୋଲି କହିଛନ୍ତି। ଏହା ସହିତ ସୁପ୍ରିମକୋର୍ଟ ପୀଡ଼ିତା ମହିଳାଙ୍କୁ କଠୋର ଭାଷାରେ ସମାଲୋଚନା କରିଛନ୍ତି। ଗୋଟେ ହାତରେ ତାଳି ମଧ୍ୟ ବାଜେ ନାହିଁ। ଏହି ମହିଳା କୌଣସି ଶିଶୁ ନୁହଁନ୍ତି। ତାଙ୍କୁ ୪୦ ବର୍ଷ ହେଲାଣି ବୋଲି ଜଷ୍ଟିସ ବିଭି ନାଗରତ୍ନା ଏବଂ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ କହିଛନ୍ତି। ଏହି ମାମଲାରେ ଦିଲ୍ଲୀ ପୁଲିସର ଆଭିମୁଖ୍ୟ ଉପରେ ମଧ୍ୟ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ଅଭିଯୁକ୍ତ (ସୋସିଆଲ ମିଡିଆ ଇନଫ୍ଲୁଏନ୍ସର)ଙ୍କ ସହ ମହିଳା ନିଜ ଇଚ୍ଛାରେ ୭ ଥର ଜମ୍ମୁ ଯାଇଥିଲେ। ଏହାକୁ ନେଇ ତାଙ୍କ ସ୍ବାମୀ ମଧ୍ୟ ଚିନ୍ତିତ ନ ଥିଲେ। ଏହା ସତ୍ତ୍ବେ ପୁଲିସ କାହିଁକି ଧାରା ୩୭୬ ଲଗାଇଲ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ଖଣ୍ଡପୀଠ ଯୁବକକୁ ମଧ୍ୟ ଭର୍ତ୍ସନା କରିଛନ୍ତି। ଏଭଳି ଲୋକଙ୍କ ଦ୍ବାରା କିଏ ପ୍ରଭାବିତ ହେଉଛି ବୋଲି ପଚାରିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ଭିକଥାଳ ଧରି ଚୀନ ଯାଇନଥିଲେ: ସାମ୍ବାଦିକଙ୍କ ପ୍ରଶ୍ନରେ ବାଂଲାଦେଶ ବୈଦେଶିକ ମନ୍ତ୍ରୀଙ୍କ ତୀବ୍ର ପ୍ରତିକ୍ରିୟା

29 May 2025 By The Sakala

ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଜାମିନ, ଗୋଟେ ହାତରେ ତାଳି ବାଜେନି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବୁଧବାର ୨୩ ବର୍ଷୀୟ ଅଭିଯୁକ୍ତକୁ ଜାମିନ ଦେଇଛନ୍ତି। ଦୀର୍ଘ ୯ ମାସ ହେଲା ଜେଲ୍‌ରେ ଥିବା ସତ୍ତ୍ବେ ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ବିରୋଧରେ ଆରୋପପତ୍ର ଧାର୍ଯ୍ୟ କରାଯାଇ ନାହିଁ ବୋଲି କହିଛନ୍ତି। ଏହା ସହିତ ସୁପ୍ରିମକୋର୍ଟ ପୀଡ଼ିତା ମହିଳାଙ୍କୁ କଠୋର ଭାଷାରେ ସମାଲୋଚନା କରିଛନ୍ତି। ଗୋଟେ ହାତରେ ତାଳି ମଧ୍ୟ ବାଜେ ନାହିଁ। ଏହି ମହିଳା କୌଣସି ଶିଶୁ ନୁହଁନ୍ତି। ତାଙ୍କୁ ୪୦ ବର୍ଷ ହେଲାଣି ବୋଲି ଜଷ୍ଟିସ ବିଭି ନାଗରତ୍ନା ଏବଂ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ କହିଛନ୍ତି। ଏହି ମାମଲାରେ ଦିଲ୍ଲୀ ପୁଲିସର ଆଭିମୁଖ୍ୟ ଉପରେ ମଧ୍ୟ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ଅଭିଯୁକ୍ତ (ସୋସିଆଲ ମିଡିଆ ଇନଫ୍ଲୁଏନ୍ସର)ଙ୍କ ସହ ମହିଳା ନିଜ ଇଚ୍ଛାରେ ୭ ଥର ଜମ୍ମୁ ଯାଇଥିଲେ। ଏହାକୁ ନେଇ ତାଙ୍କ ସ୍ବାମୀ ମଧ୍ୟ ଚିନ୍ତିତ ନ ଥିଲେ। ଏହା ସତ୍ତ୍ବେ ପୁଲିସ କାହିଁକି ଧାରା ୩୭୬ ଲଗାଇଲ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ଖଣ୍ଡପୀଠ ଯୁବକକୁ ମଧ୍ୟ ଭର୍ତ୍ସନା କରିଛନ୍ତି। ଏଭଳି ଲୋକଙ୍କ ଦ୍ବାରା କିଏ ପ୍ରଭାବିତ ହେଉଛି ବୋଲି ପଚାରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର