ସିକ୍କିମରେ ପୁଣିଥରେ ସରକାର ଗଢିବାକୁ ଯାଉଛି ‘ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା’ !

The Sakala Picture
Published On

ନୂଆଦିଲ୍ଲୀ: ସିକ୍କିମରେ ପୁଣିଥରେ ସରକାର ଗଢିବାକୁ ଯାଉଛି ‘ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା’ । ଶନିବାର ଦେଶରେ ନିର୍ବାଚନ ସରିଥିବାବେଳେ ରବିବାର ସିକ୍କିମର ୩୨ଟି ବିଧାନସଭା ସିଟ୍‌ରେ କାଉଣ୍ଟିଂ ଚାଲିଛି । ଏଠାରେ ୩୨ ସିଟରୁ ୩୧ଟି ସିଟରେ ଦଳ କ୍ଲିନ୍ ସ୍ୱିପ୍ କଲା ଭଳି ଟ୍ରେଣ୍ଡ ସାମ୍ନାକୁ ଆସୁଛି । କେବଳ ଗୋଟିଏ ସିଟରେ ବର୍ତ୍ତମାନ ସୁଦ୍ଧା ଏସଡିଏଫର ପ୍ରାର୍ଥୀ ଆଗୁଆ ଅଛନ୍ତି । ଅନ୍ୟପଟେ ବିଜେପି ଏବଂ କଂଗ୍ରେସ ଏଠାରେ ଖାତା ଖୋଲିପାରିନାହାଁନ୍ତି । ଆଉ […]

ନୂଆଦିଲ୍ଲୀ: ସିକ୍କିମରେ ପୁଣିଥରେ ସରକାର ଗଢିବାକୁ ଯାଉଛି ‘ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା’ । ଶନିବାର ଦେଶରେ ନିର୍ବାଚନ ସରିଥିବାବେଳେ ରବିବାର ସିକ୍କିମର ୩୨ଟି ବିଧାନସଭା ସିଟ୍‌ରେ କାଉଣ୍ଟିଂ ଚାଲିଛି । ଏଠାରେ ୩୨ ସିଟରୁ ୩୧ଟି ସିଟରେ ଦଳ କ୍ଲିନ୍ ସ୍ୱିପ୍ କଲା ଭଳି ଟ୍ରେଣ୍ଡ ସାମ୍ନାକୁ ଆସୁଛି । କେବଳ ଗୋଟିଏ ସିଟରେ ବର୍ତ୍ତମାନ ସୁଦ୍ଧା ଏସଡିଏଫର ପ୍ରାର୍ଥୀ ଆଗୁଆ ଅଛନ୍ତି । ଅନ୍ୟପଟେ ବିଜେପି ଏବଂ କଂଗ୍ରେସ ଏଠାରେ ଖାତା ଖୋଲିପାରିନାହାଁନ୍ତି । ଆଉ ଏସ୍‌କେଏମ୍‌ କ୍ଲିନ ସ୍ବିପ କରି ପୁଣି ବହୁମତରେ ଜିତି ସରକାର ଗଢିବାର ନିଶ୍ଚିତ ହୋଇଯାଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯଦି ପୁଣିଥରେ ଏଠାରେ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା ସରକାର ଗଢେ, ତେବେ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ବର୍ତ୍ତମାନ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ପ୍ରେମ ସିଂହ ତମାଙ୍ଗ । ଲଗାତାର ଦ୍ୱିତୀୟ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଆସନରେ ବସିପାରନ୍ତି ।

ଆହୁରି ପଢ଼ନ୍ତୁ: ମୌସୁମୀର ମହାତାଣ୍ଡବ: ବର୍ଷା ଓ ବନ୍ୟାରେ ବେହାଲ ଅଧା ଭାରତ, ଅନେକ ରାଜ୍ୟକୁ ରେଡ୍ ଆଲର୍ଟ

ଅନ୍ୟପଟେ ବିରୋଧୀ ସିକିମ ଡେମାକ୍ରାଟିକ ଫ୍ରଣ୍ଟ ମାତ୍ର ଗୋଟିଏ ସିଟରେ ଜିତିଛି। ଏପରିକି ଏହି ଦଳର ପୂର୍ବତନ ମୁଖ୍ଯମନ୍ତ୍ରୀ ପୱନ କୁମାର ଚାମଲିଂ ଗୋଟିଏ ଆସନରେ ହାରିଥିବା ବେଳେ ଆଉ ଏକ ଆସନରେ ପଛୁଆ ଅଛନ୍ତି। ଏକଦା ଦେଶର ସବୁଠୁ ଅଧିକ ଦିନ ମୁଖ୍ଯମନ୍ତ୍ରୀ ରହିବାର ରେକର୍ଡ ପୱନ କୁମାର ଚାମଲିଂଙ୍କ ନାଁରେ ଥିଲା। ସେପଟେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ଏସକେଏମ୍‌ର କର୍ମୀମାନେ ଉତ୍ସବ ଆରମ୍ଭ କରିଦେଇଛନ୍ତି। ସିକ୍କିମ୍‌ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତୋମାଙ୍ଗ ରେନକ ଓ ସୋରେଙ୍ଗ ଉଭୟ ଆସନରେ ଜିତିଛନ୍ତି। ସେ ଲଗାତର ଦ୍ୱିତୀୟ ଥର ପାଇଁ ଏଠାରେ ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛନ୍ତି ।

ଆହୁରି ପଢ଼ନ୍ତୁ: କ୍ୟାବିନେଟରେ ପାରିତ ହେଲା ପେପର ଲିକ୍ ବିଲ୍: ମିଳିବ କଠୋର ଦଣ୍ଡ, ଆସନ୍ତା ସପ୍ତାହରେ ସଂସଦରେ ହେବ ଆଗତ

02 Jun 2024 By The Sakala

ସିକ୍କିମରେ ପୁଣିଥରେ ସରକାର ଗଢିବାକୁ ଯାଉଛି ‘ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା’ !

ନୂଆଦିଲ୍ଲୀ: ସିକ୍କିମରେ ପୁଣିଥରେ ସରକାର ଗଢିବାକୁ ଯାଉଛି ‘ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା’ । ଶନିବାର ଦେଶରେ ନିର୍ବାଚନ ସରିଥିବାବେଳେ ରବିବାର ସିକ୍କିମର ୩୨ଟି ବିଧାନସଭା ସିଟ୍‌ରେ କାଉଣ୍ଟିଂ ଚାଲିଛି । ଏଠାରେ ୩୨ ସିଟରୁ ୩୧ଟି ସିଟରେ ଦଳ କ୍ଲିନ୍ ସ୍ୱିପ୍ କଲା ଭଳି ଟ୍ରେଣ୍ଡ ସାମ୍ନାକୁ ଆସୁଛି । କେବଳ ଗୋଟିଏ ସିଟରେ ବର୍ତ୍ତମାନ ସୁଦ୍ଧା ଏସଡିଏଫର ପ୍ରାର୍ଥୀ ଆଗୁଆ ଅଛନ୍ତି । ଅନ୍ୟପଟେ ବିଜେପି ଏବଂ କଂଗ୍ରେସ ଏଠାରେ ଖାତା ଖୋଲିପାରିନାହାଁନ୍ତି । ଆଉ ଏସ୍‌କେଏମ୍‌ କ୍ଲିନ ସ୍ବିପ କରି ପୁଣି ବହୁମତରେ ଜିତି ସରକାର ଗଢିବାର ନିଶ୍ଚିତ ହୋଇଯାଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯଦି ପୁଣିଥରେ ଏଠାରେ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା ସରକାର ଗଢେ, ତେବେ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ବର୍ତ୍ତମାନ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ପ୍ରେମ ସିଂହ ତମାଙ୍ଗ । ଲଗାତାର ଦ୍ୱିତୀୟ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଆସନରେ ବସିପାରନ୍ତି ।

ଅନ୍ୟପଟେ ବିରୋଧୀ ସିକିମ ଡେମାକ୍ରାଟିକ ଫ୍ରଣ୍ଟ ମାତ୍ର ଗୋଟିଏ ସିଟରେ ଜିତିଛି। ଏପରିକି ଏହି ଦଳର ପୂର୍ବତନ ମୁଖ୍ଯମନ୍ତ୍ରୀ ପୱନ କୁମାର ଚାମଲିଂ ଗୋଟିଏ ଆସନରେ ହାରିଥିବା ବେଳେ ଆଉ ଏକ ଆସନରେ ପଛୁଆ ଅଛନ୍ତି। ଏକଦା ଦେଶର ସବୁଠୁ ଅଧିକ ଦିନ ମୁଖ୍ଯମନ୍ତ୍ରୀ ରହିବାର ରେକର୍ଡ ପୱନ କୁମାର ଚାମଲିଂଙ୍କ ନାଁରେ ଥିଲା। ସେପଟେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ଏସକେଏମ୍‌ର କର୍ମୀମାନେ ଉତ୍ସବ ଆରମ୍ଭ କରିଦେଇଛନ୍ତି। ସିକ୍କିମ୍‌ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତୋମାଙ୍ଗ ରେନକ ଓ ସୋରେଙ୍ଗ ଉଭୟ ଆସନରେ ଜିତିଛନ୍ତି। ସେ ଲଗାତର ଦ୍ୱିତୀୟ ଥର ପାଇଁ ଏଠାରେ ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର