ୟୁକ୍ରେନ୍ ପରେ ଫିନ୍‌ଲ୍ୟାଣ୍ଡ-ସ୍ବିଡେନ୍‌କୁ ଋଷର ଧମକ: ‘ନାଟୋରେ ସାମିଲ ହେଲେ ସାମରିକ କାର୍ଯ୍ୟାନୁଷ୍ଠାନ’

The Sakala Picture
Published On

ମସ୍କୋ: ୟୁକ୍ରେନ ପରେ ଏବେ ଫିନଲ୍ୟାଣ୍ଡ ଏବଂ ସ୍ବିଡେନକୁ ଧମକ ଦେଇଚି ଋଷ। ନାଟୋରେ ସାମିଲ ହେବାକୁ ନେଇ ଏହି ଧମକ ଦିଆଯାଇଛି। ଏହା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଖୋଲା ନୀତିକୁ ଜୋର ଦେବାପାଇଁ ନାଟୋ ନିକଟରେ ଦାବି କରିଛନ୍ତି। ଫିନଲ୍ୟାଣ୍ଡ ଏବଂ ସ୍ବିଡେନଙ୍କୁ ଧମକ ଦେଇ ଋଷ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ମାରିଆ ଜଖାରୋଭା କହିଛନ୍ତି ଯେ ଅନ୍ୟ ରାଷ୍ଟ୍ରଗୁଡିକୁ ବିପଦରେ ପକାଇ ନିଜ ସୁରକ୍ଷା କରିବା ଅନୁଚତି। ନାଟୋରେ ସାମିଲ ହେଲେ […]

ମସ୍କୋ: ୟୁକ୍ରେନ ପରେ ଏବେ ଫିନଲ୍ୟାଣ୍ଡ ଏବଂ ସ୍ବିଡେନକୁ ଧମକ ଦେଇଚି ଋଷ। ନାଟୋରେ ସାମିଲ ହେବାକୁ ନେଇ ଏହି ଧମକ ଦିଆଯାଇଛି। ଏହା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଖୋଲା ନୀତିକୁ ଜୋର ଦେବାପାଇଁ ନାଟୋ ନିକଟରେ ଦାବି କରିଛନ୍ତି। ଫିନଲ୍ୟାଣ୍ଡ ଏବଂ ସ୍ବିଡେନଙ୍କୁ ଧମକ ଦେଇ ଋଷ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ମାରିଆ ଜଖାରୋଭା କହିଛନ୍ତି ଯେ ଅନ୍ୟ ରାଷ୍ଟ୍ରଗୁଡିକୁ ବିପଦରେ ପକାଇ ନିଜ ସୁରକ୍ଷା କରିବା ଅନୁଚତି। ନାଟୋରେ ସାମିଲ ହେଲେ ଏହି ଦୁଇ ରାଷ୍ଟ୍ରର ତାହାର ପରିଣତି ଭୋଗିବେ। ଏହା ବ୍ୟତୀତ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ କୂଟନୈତିକସ୍ତରରେ କଟକଣାକୁ ସାମ୍‌ନା କରିବାକୁ ପଡିପାରେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

ରାଜନୈତିକ ଏବଂ ସାମିରକ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ନିଜ ସଦସ୍ୟ ରାଷ୍ଟ୍ରଙ୍କୁ ସୁରକ୍ଷା ଯୋଗାଇଦେବା ନାଟୋର ଉଦ୍ଦେଶ୍ୟ। ଯଦି ଜାତୀୟ ସୁରକ୍ଷା ପ୍ରତି ବିପଦ ଦେଖାଦିଏ ତେବେ ଫିନଲ୍ୟାଣ୍ଡ ନାଟୋର ସଦସ୍ୟତା ଗ୍ରହଣ କରିବ ବୋଲି ସଂସଦରେ ପ୍ରଧାନମନ୍ତ୍ରୀ ସାନା ମାରିନ କହିଥିଲେ। ସାନାଙ୍କ ଏହି ମନ୍ତବ୍ୟପରେ ଋଷ ଫିନଲ୍ୟାଣ୍ଡକୁ ଧମକ ଦେଇଛି। ସୂଚନାଯୋଗ୍ୟ ଯେ ରୁଷର ବ୍ୟବସାୟିକ ରାଜଧାନୀ ଏବଂ ଅରବପତିଙ୍କ ସହର ସେଣ୍ଟ ପିଟର୍ସବର୍ଗକୁ ଫିନଲ୍ୟାଣ୍ଡ ସୀମା ଲାଗିରହିଛି। ଫିନଲ୍ୟାଣ୍ଡ ନାଟୋର ସଦସ୍ୟ ହେଲେ ଋଷର ଉତ୍ତର ମୋର୍ଚ୍ଚାରେ ନାଟୋ ପହଞ୍ଚିଯିବ। ଏହାକୁ ନେଇ ଭବିଷ୍ୟତରେ ଉତ୍ତେଜନା ବୃଦ୍ଧି ପାଇପାରେ। ଏହାକୁ ନେଇ ଋଷ କେବଳ ଫିନଲ୍ୟାଣ୍ଡକୁ ନେଇ ସ୍ବିଡେନଙ୍କୁ ମଧ୍ୟ ସେନା କାର୍ଯ୍ୟାନୁଷ୍ଠାନର ଧମକ ଦେଇଛି।

ଆହୁରି ପଢ଼ନ୍ତୁ: ୟୁଟ୍ୟୁବର ଅରୁଣ ପନୱାରଙ୍କୁ ଶ୍ୱଶୁର ଘରୁ ମିଳିଲା ୭୧ ଲକ୍ଷ ଟଙ୍କା ଓ ୨୧ ତୋଳା ସୁନା: ଯୌତୁକ ନା ଦାନ, ଜାଣନ୍ତୁ ପୂରା ବିବାଦ

ଫିନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଋଷ ଏ ପର୍ଯ୍ୟନ୍ତ ଦେଶ ବିରୋଧରେ କୌଣସି ପ୍ରକାରର କୂଟନୈତିକ ଏବଂ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। କିନ୍ତୁ ୟୁକ୍ରେନ ଆକ୍ରମଣ ପରେ ନାଟୋର ସଦସ୍ୟତା ଲାଗି ଫିନଲ୍ୟାଣ୍ଡ ବିଚାର କରିପାରେ। ସେହିପରି ସ୍ବିଡେନ ପ୍ରଧାନମନ୍ତ୍ରୀ ମ୍ୟାଗଡେଲେନା ଆଣ୍ଡରସନ କହିଛନ୍ତି ଯେ ଋଷ କାର୍ଯ୍ୟକଳାପ ୟୁରୋପର ସୁରକ୍ଷା ବ୍ୟବସ୍ଥା ଉପରେ ଆକ୍ରମଣ ସଦୃଶ। ୟୁକ୍ରେନ ସ୍ଥିତି ପାଇଁ ରୁଷ ଦାୟୀ। ନାଟୋ ଶିଖର ସମ୍ମିଳନୀରେ ୟୁକ୍ରେନରେ ଋଷର ଅନୁପ୍ରବେଶକୁ ଫିନଲ୍ୟାଣ୍ଡ ଏବଂ ସ୍ବେଡନ ତୀବ୍ର ବିରୋଧ କରିଛନ୍ତି। ଏହା ସହିତ ସେନା, ଟେକ୍ନୋଲୋଜି ଏବଂ ମାନବୀୟ ସହାୟତା ପ୍ରଦାନ କରିବାକୁ କହିଛନ୍ତି। ଋଷ ଧମକ ପରେ ଆମେରିକା ରାଷ୍ଟ୍ରପତି ନାଟୋର ମୁକ୍ତନୀତିକୁ ଜୋର ଦେଇଛନ୍ତି। ଋଷ ରାଷ୍ଟ୍ରପତି ନିଜ ଲକ୍ଷ୍ୟ ହାସଲରେ ବିଫଳ ହୋଇଥିବା ସେ କହିଛନ୍ତି। ନାଟୋ ସବୁବେଳେ ସଂଗଠିତ ଏବଂ ଦୃଢ ରହିଛି। ନାଟୋରେ ସାମିଲ ହେବାକୁ ଚାହୁଁଥିବା ଏବଂ ସମାନ ମୂଲ୍ୟବୋଧ ରଖିଥିବା ୟୁରୋପୀୟ ଦେଶଗୁଡିକ ପାଇଁ ନାଟୋର ଦ୍ବାର ସବୁବେଳେ ଖୋଲା ରହିଛି।

ଆହୁରି ପଢ଼ନ୍ତୁ: 'ଅଦା, ରସୁଣ, ଜିରା... କେବେ ପରିବା ହୋଇପାରିବେ ନାହିଁ', ଦଳ ଛାଡ଼ିଥିବା ୭ ଆପ୍ ସାଂସଦଙ୍କୁ ଭଗୱନ୍ତ ମାନଙ୍କ କଟାକ୍ଷ

27 Feb 2022 By The Sakala

ୟୁକ୍ରେନ୍ ପରେ ଫିନ୍‌ଲ୍ୟାଣ୍ଡ-ସ୍ବିଡେନ୍‌କୁ ଋଷର ଧମକ: ‘ନାଟୋରେ ସାମିଲ ହେଲେ ସାମରିକ କାର୍ଯ୍ୟାନୁଷ୍ଠାନ’

ମସ୍କୋ: ୟୁକ୍ରେନ ପରେ ଏବେ ଫିନଲ୍ୟାଣ୍ଡ ଏବଂ ସ୍ବିଡେନକୁ ଧମକ ଦେଇଚି ଋଷ। ନାଟୋରେ ସାମିଲ ହେବାକୁ ନେଇ ଏହି ଧମକ ଦିଆଯାଇଛି। ଏହା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଖୋଲା ନୀତିକୁ ଜୋର ଦେବାପାଇଁ ନାଟୋ ନିକଟରେ ଦାବି କରିଛନ୍ତି। ଫିନଲ୍ୟାଣ୍ଡ ଏବଂ ସ୍ବିଡେନଙ୍କୁ ଧମକ ଦେଇ ଋଷ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ମାରିଆ ଜଖାରୋଭା କହିଛନ୍ତି ଯେ ଅନ୍ୟ ରାଷ୍ଟ୍ରଗୁଡିକୁ ବିପଦରେ ପକାଇ ନିଜ ସୁରକ୍ଷା କରିବା ଅନୁଚତି। ନାଟୋରେ ସାମିଲ ହେଲେ ଏହି ଦୁଇ ରାଷ୍ଟ୍ରର ତାହାର ପରିଣତି ଭୋଗିବେ। ଏହା ବ୍ୟତୀତ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ କୂଟନୈତିକସ୍ତରରେ କଟକଣାକୁ ସାମ୍‌ନା କରିବାକୁ ପଡିପାରେ।

ରାଜନୈତିକ ଏବଂ ସାମିରକ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ନିଜ ସଦସ୍ୟ ରାଷ୍ଟ୍ରଙ୍କୁ ସୁରକ୍ଷା ଯୋଗାଇଦେବା ନାଟୋର ଉଦ୍ଦେଶ୍ୟ। ଯଦି ଜାତୀୟ ସୁରକ୍ଷା ପ୍ରତି ବିପଦ ଦେଖାଦିଏ ତେବେ ଫିନଲ୍ୟାଣ୍ଡ ନାଟୋର ସଦସ୍ୟତା ଗ୍ରହଣ କରିବ ବୋଲି ସଂସଦରେ ପ୍ରଧାନମନ୍ତ୍ରୀ ସାନା ମାରିନ କହିଥିଲେ। ସାନାଙ୍କ ଏହି ମନ୍ତବ୍ୟପରେ ଋଷ ଫିନଲ୍ୟାଣ୍ଡକୁ ଧମକ ଦେଇଛି। ସୂଚନାଯୋଗ୍ୟ ଯେ ରୁଷର ବ୍ୟବସାୟିକ ରାଜଧାନୀ ଏବଂ ଅରବପତିଙ୍କ ସହର ସେଣ୍ଟ ପିଟର୍ସବର୍ଗକୁ ଫିନଲ୍ୟାଣ୍ଡ ସୀମା ଲାଗିରହିଛି। ଫିନଲ୍ୟାଣ୍ଡ ନାଟୋର ସଦସ୍ୟ ହେଲେ ଋଷର ଉତ୍ତର ମୋର୍ଚ୍ଚାରେ ନାଟୋ ପହଞ୍ଚିଯିବ। ଏହାକୁ ନେଇ ଭବିଷ୍ୟତରେ ଉତ୍ତେଜନା ବୃଦ୍ଧି ପାଇପାରେ। ଏହାକୁ ନେଇ ଋଷ କେବଳ ଫିନଲ୍ୟାଣ୍ଡକୁ ନେଇ ସ୍ବିଡେନଙ୍କୁ ମଧ୍ୟ ସେନା କାର୍ଯ୍ୟାନୁଷ୍ଠାନର ଧମକ ଦେଇଛି।

ଫିନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଋଷ ଏ ପର୍ଯ୍ୟନ୍ତ ଦେଶ ବିରୋଧରେ କୌଣସି ପ୍ରକାରର କୂଟନୈତିକ ଏବଂ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। କିନ୍ତୁ ୟୁକ୍ରେନ ଆକ୍ରମଣ ପରେ ନାଟୋର ସଦସ୍ୟତା ଲାଗି ଫିନଲ୍ୟାଣ୍ଡ ବିଚାର କରିପାରେ। ସେହିପରି ସ୍ବିଡେନ ପ୍ରଧାନମନ୍ତ୍ରୀ ମ୍ୟାଗଡେଲେନା ଆଣ୍ଡରସନ କହିଛନ୍ତି ଯେ ଋଷ କାର୍ଯ୍ୟକଳାପ ୟୁରୋପର ସୁରକ୍ଷା ବ୍ୟବସ୍ଥା ଉପରେ ଆକ୍ରମଣ ସଦୃଶ। ୟୁକ୍ରେନ ସ୍ଥିତି ପାଇଁ ରୁଷ ଦାୟୀ। ନାଟୋ ଶିଖର ସମ୍ମିଳନୀରେ ୟୁକ୍ରେନରେ ଋଷର ଅନୁପ୍ରବେଶକୁ ଫିନଲ୍ୟାଣ୍ଡ ଏବଂ ସ୍ବେଡନ ତୀବ୍ର ବିରୋଧ କରିଛନ୍ତି। ଏହା ସହିତ ସେନା, ଟେକ୍ନୋଲୋଜି ଏବଂ ମାନବୀୟ ସହାୟତା ପ୍ରଦାନ କରିବାକୁ କହିଛନ୍ତି। ଋଷ ଧମକ ପରେ ଆମେରିକା ରାଷ୍ଟ୍ରପତି ନାଟୋର ମୁକ୍ତନୀତିକୁ ଜୋର ଦେଇଛନ୍ତି। ଋଷ ରାଷ୍ଟ୍ରପତି ନିଜ ଲକ୍ଷ୍ୟ ହାସଲରେ ବିଫଳ ହୋଇଥିବା ସେ କହିଛନ୍ତି। ନାଟୋ ସବୁବେଳେ ସଂଗଠିତ ଏବଂ ଦୃଢ ରହିଛି। ନାଟୋରେ ସାମିଲ ହେବାକୁ ଚାହୁଁଥିବା ଏବଂ ସମାନ ମୂଲ୍ୟବୋଧ ରଖିଥିବା ୟୁରୋପୀୟ ଦେଶଗୁଡିକ ପାଇଁ ନାଟୋର ଦ୍ବାର ସବୁବେଳେ ଖୋଲା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର