ଭାବୀ ବୋହୂକୁ ନେଇ ଶ୍ବଶୁର ଚମ୍ପଟ…
ରାମପୁର: ପୁଅ ପାଇଁ ବୋହୂ ଦେଖିବାକୁ ଯାଇ ବାପା ନିଜେ ବୋହୂ ପ୍ରେମରେ ପଡ଼ିଯାଇଛି। ମାନ ମହତକୁ ତଳେ ପକାଇ, ସାମାଜିକ ବ୍ୟବସ୍ଥାକୁ ଲଜ୍ଜିତ କରି ଭାବି ବୋହୂକୁ ୬ ସନ୍ତାନର ବାପା ବାହା ହୋଇଯାଇଛି। ଆଉ ଏହି ବିବାହକୁ ବିରୋଧ କରିବାରୁ ପତ୍ନୀକୁ ମାଡ଼ ମାରିଛି। ଉତ୍ତର ପ୍ରଦେଶ ରାମପୁରରୁ ବିଚଳିତ କରିବା ଭଳି ଏହି ମାମଲା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ ରାମପୁରର ସକିଲ ଜଣେ ମହିଳାଙ୍କ ସହ ନିଜ ନାବାଳକ ପୁଅର ବାହାଘର […]
ରାମପୁର: ପୁଅ ପାଇଁ ବୋହୂ ଦେଖିବାକୁ ଯାଇ ବାପା ନିଜେ ବୋହୂ ପ୍ରେମରେ ପଡ଼ିଯାଇଛି। ମାନ ମହତକୁ ତଳେ ପକାଇ, ସାମାଜିକ ବ୍ୟବସ୍ଥାକୁ ଲଜ୍ଜିତ କରି ଭାବି ବୋହୂକୁ ୬ ସନ୍ତାନର ବାପା ବାହା ହୋଇଯାଇଛି। ଆଉ ଏହି ବିବାହକୁ ବିରୋଧ କରିବାରୁ ପତ୍ନୀକୁ ମାଡ଼ ମାରିଛି। ଉତ୍ତର ପ୍ରଦେଶ ରାମପୁରରୁ ବିଚଳିତ କରିବା ଭଳି ଏହି ମାମଲା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ ରାମପୁରର ସକିଲ ଜଣେ ମହିଳାଙ୍କ ସହ ନିଜ ନାବାଳକ ପୁଅର ବାହାଘର ଠିକ୍ କରିଥିଲା। ଏଥିପାଇଁ ବାରମ୍ବାର ଭାବି ବୋହୂଙ୍କ ଘରକୁ ଯାଉଥିଲା। ଧିରେ ଧିରେ ସକିଲ ଭାବି ବୋହୂକୁ ହୃଦୟ ଦେଇ ବସିଥିଲା। ପୁଅକୁ ସେହି ମହିଳାଙ୍କ ସହ ବାହାଘର କରାଇବାକୁ ଘରେ ଜିଦ୍ ଧରିଥିଲା। କିନ୍ତୁ ପୁଅ ଏବଂ ପତ୍ନୀ ସବ୍ନମ ଏହାକୁ ବିରୋଧ କରିଥିଲେ। ତେଣୁ ସେ ପତ୍ନୀଙ୍କୁ ମାଡ଼ ମଧ୍ୟ ମାରିଥିଲା। ଏହା ପରେ ଭାବି ବୋହୂ ସହ ସକିଲ ଫୋନ୍ରେ ଗପିବା ଆରମ୍ଭ କରିଦେଇଥିଲା।
୬ ସନ୍ତାନ ଥିବା ସତ୍ତ୍ବେ ସେ ଦିନରାତି ଭିଡିଓ କଲ୍ରେ ଭାବି ବୋହୂ ସହ ଗପୁଥିଲା। ପତ୍ନୀ ମଧ୍ୟ ଦୁଇ ଥର ସ୍ବାମୀକୁ ସେହି ମହିଳାଙ୍କ ସହ ଧରିଥିଲେ। ବାପାର ପ୍ରେମ ସମ୍ବନ୍ଧ ବିଷୟରେ ପ୍ରମାଣ ମିଳିବା ପରେ ୧୫ ବର୍ଷୀୟ ପୁଅ ସେହି ମହିଳାଙ୍କୁ ବାହା ହେବାକୁ ମନା କରିଦେଇଥିଲା। କିନ୍ତୁ ଜେଜେବାପା ଏବଂ ଜେଜେମା ପୁଅ ପୁଣି ବାହା ହେଉ ବୋଲି ଚାହୁଁଥିଲେ। ଶେଷରେ ସକିଲ ୨ ଲକ୍ଷ ଟଙ୍କା ଏବଂ ୧୭ ଗ୍ରାମ ସୁନା ନେଇ ଘରୁ ଫେରାର ହୋଇଯାଇଥିଲା। ପରେ ପୁଅ ପାଇଁ ବିବାହ ଠିକ୍ କରିଥିବା ସେହି ମହିଳାଙ୍କୁ ବାହା ହୋଇଯାଇଥିଲା।






