୩ ସେନା ପକ୍ଷରୁ ବଡ଼ ଘୋଷଣା: ପ୍ରତ୍ୟାହାର ହେବ ନାହିଁ ‘ଅଗ୍ନିପଥ’ ସ୍କିମ

The Sakala Picture
Published On

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଏବେ ଦେଶବ୍ୟାପୀ ପ୍ରତିବାଦ କରାଯାଉଛି। ବିଭିନ୍ନ ରାଜ୍ୟରେ ଏହି ଯୋଜନାକୁ ବିରୋଧ କରି ବିଗତ ୪ ଦିନ ହେଲା ବିକ୍ଷୋଭ, ହିଂସା ଲାଗି ରହିଥିବା ବେଳେ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି। ଏ ନେଇ ତିନି ସେନା ପକ୍ଷରୁ ରବିବାର ଦିନ ଏକ ମିଳିତ ପ୍ରେସମିଟ୍ କରି ଏହି ସ୍କିମକୁ ନେଇ ରହିଥିବା ସଂଦେହ ଦୂର କରାଯାଇଛି। ଏହି ସ୍କିମ ପ୍ରତ୍ୟାହାର ହେବ ନାହିଁ  ବୋଲି ସାମ୍ବାଦିକ […]

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଏବେ ଦେଶବ୍ୟାପୀ ପ୍ରତିବାଦ କରାଯାଉଛି। ବିଭିନ୍ନ ରାଜ୍ୟରେ ଏହି ଯୋଜନାକୁ ବିରୋଧ କରି ବିଗତ ୪ ଦିନ ହେଲା ବିକ୍ଷୋଭ, ହିଂସା ଲାଗି ରହିଥିବା ବେଳେ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି। ଏ ନେଇ ତିନି ସେନା ପକ୍ଷରୁ ରବିବାର ଦିନ ଏକ ମିଳିତ ପ୍ରେସମିଟ୍ କରି ଏହି ସ୍କିମକୁ ନେଇ ରହିଥିବା ସଂଦେହ ଦୂର କରାଯାଇଛି। ଏହି ସ୍କିମ ପ୍ରତ୍ୟାହାର ହେବ ନାହିଁ  ବୋଲି ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରାଯାଇଛି।

ଆହୁରି ପଢ଼ନ୍ତୁ: ଆମେରିକା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ: ରିପବ୍ଲିକାନ୍ ପାର୍ଟି ଜିତିଲେ ପ୍ରତି ନାଗରିକଙ୍କୁ ୫,୦୦୦ ଡଲାର ଦେବାକୁ ଟ୍ରମ୍ପଙ୍କ ଘୋଷଣା

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଅଧିନସ୍ଥ ମିଲିଟାରୀ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଲେପ୍ଟନାଣ୍ଟ ଜେନେରାଲ ଅନୀଲ ପୁରି କହିଛନ୍ତି ଯେ, ଏହି ସଂସ୍କାର ଦ୍ବାରା ସେନା ଯବାନଙ୍କ ହାରାହାରି ବୟସ ହ୍ରାସ ପାଇବ ଯାହାକି ସେନାର ଦକ୍ଷତା ବୃଦ୍ଧି କରିବ । ଏବେ ସେନାର ଅଧିକାଂଶ ଯବାନଙ୍କ ବୟସ ୩୦ ବର୍ଷରୁ ଅଧିକ ରହିଛି । ସେ କହିଛନ୍ତି ଯେ ଏହି ସ୍କିମରେ ଆସନ୍ତା ୫ ବର୍ଷରେ ପ୍ରାୟ ୫୦ରୁ ୬୦ ହଜାର ନିଯୁକ୍ତି କରାଯିବ । ଭବିଷ୍ୟତରେ ଏହା ୧.୨୫ଲକ୍ଷକୁ ବୃଦ୍ଧି ପାଇପାରେ ।

ଆହୁରି ପଢ଼ନ୍ତୁ: ବ୍ରିକ୍ସ ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଲେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ: ଆଜି ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା

ଭାରତୀୟ ବାୟୁସେନାର ପ୍ରତିନିଧିତ୍ବ କରୁଥିବା ଏୟାର ମାର୍ସାଲ ଏସକେ ଝା କହିଛନ୍ତି ଯେ, ଜୁନ ୨୪ରୁ ପ୍ରଥମ ବ୍ୟାଚ୍ ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ । ସେହିପରି ଜୁଲାଇ ୨୪ରୁ ଅନଲାଇନ ପରୀକ୍ଷା ଆରମ୍ଭ ହେବ । ପ୍ରଥମ ବ୍ୟାଚ ଅଗ୍ନିବୀରଙ୍କ ତାଲିମ ଡିସେମ୍ବର ସୁଦ୍ଧା ଆରମ୍ଭ ହୋଇଯିବ ।

ଆହୁରି ପଢ଼ନ୍ତୁ: ଶିଶୁ ଯୌନ ଶୋଷଣ ମାମଲା: ବ୍ରିଟେନରୁ ଆମେରିକୀୟ କୂଟନୀତିଜ୍ଞଙ୍କୁ ଗୁପ୍ତରେ ଉଠାଇ ନେଲା ଆମେରିକା, ବଢ଼ିଲା କୂଟନୈତିକ ବିବାଦ

ଅନ୍ୟପକ୍ଷରେ ନୌସେନାର ପ୍ରତିନିଧିତ୍ବ କରୁଥିବା ଭାଇସ ଆଡମିରାଲ ଦିନେଶ ତ୍ରିପାଠୀ କହିଛନ୍ତି ଯେ, ନୌସେନା ପୁରୁଷଙ୍କ ସମେତ ମହିଳା ଅଗ୍ନିବୀରଙ୍କ ନିଯୁକ୍ତ ମଧ୍ୟ କରିବ। ନଭେମ୍ବର ୨୧ରୁ ପ୍ରଥମ ବ୍ୟାଚ ନାଭାଲ ଅଗ୍ନିବୀରଙ୍କ ତାଲିମ ଆଇଏନଏସ ଚିଲିକାରେ ଆରମ୍ଭ ହେବ ।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର