ରାଜନୈତିକ ଭାବେ ମୋତେ ଟାର୍ଗେଟ ପାଇଁ ଟଙ୍କା ଖର୍ଚ୍ଚ କରାଯାଉଛି: ଗଡକରୀ

The Sakala Picture
Published On

ନୂଆଦିଲ୍ଲୀ : ମୋତେ ରାଜନୈତିକ ଭାବେ ନିଶାଣ କରାଯାଉଛି। ଅର୍ଥ ଦେଇ ସାମାଜିକ ଗଣମାଧ୍ୟମରେ ମୋ ବିରୋଧରେ ପ୍ରଚାରପ୍ରସାର କରାଯାଉଛି। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏହି ଅଭିଯୋଗ ଲଗାଇଛନ୍ତି। ‘ସୋସାଇଟି ଅଫ୍‌ ଅଟୋମୋବାଇଲ ମାନ୍ୟୁଫ୍ୟାକ୍ଚର’ର ବାର୍ଷିକ ସମ୍ମିଳନୀକୁ ସମ୍ବୋଧନ କରି ଇଥାନଲ ବେଣ୍ଡିଂକୁ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ଗଡ଼କରୀ ଏହି ଟିପ୍ପଣୀ ଦେଇଛନ୍ତି। ସେ କହିଛନ୍ତି ଯେ ଅଟମୋବାଇଲ ରିସର୍ଚ୍ଚ ଆସୋସିଏସନ ଅଫ୍‌ ଇଣ୍ଡିଆ (ଏଆରଏଆଇ) ଭଳି ଅଟୋମୋବାଇଲ ଉତ୍ପାଦକ […]

ନୂଆଦିଲ୍ଲୀ : ମୋତେ ରାଜନୈତିକ ଭାବେ ନିଶାଣ କରାଯାଉଛି। ଅର୍ଥ ଦେଇ ସାମାଜିକ ଗଣମାଧ୍ୟମରେ ମୋ ବିରୋଧରେ ପ୍ରଚାରପ୍ରସାର କରାଯାଉଛି। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏହି ଅଭିଯୋଗ ଲଗାଇଛନ୍ତି। ‘ସୋସାଇଟି ଅଫ୍‌ ଅଟୋମୋବାଇଲ ମାନ୍ୟୁଫ୍ୟାକ୍ଚର’ର ବାର୍ଷିକ ସମ୍ମିଳନୀକୁ ସମ୍ବୋଧନ କରି ଇଥାନଲ ବେଣ୍ଡିଂକୁ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ଗଡ଼କରୀ ଏହି ଟିପ୍ପଣୀ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆରେ ଯୁଦ୍ଧ ସଙ୍କଟ: କୁଏତ ଓ ବାହାରିନ ଉପରେ ଇରାନର ଆକ୍ରମଣ, ଷ୍ଟ୍ରେଟ ଅଫ ହର୍ମୁଜରେ ବଢିଲା ଉତ୍ତେଜନା

ସେ କହିଛନ୍ତି ଯେ ଅଟମୋବାଇଲ ରିସର୍ଚ୍ଚ ଆସୋସିଏସନ ଅଫ୍‌ ଇଣ୍ଡିଆ (ଏଆରଏଆଇ) ଭଳି ଅଟୋମୋବାଇଲ ଉତ୍ପାଦକ ସଂଗଠନ ପେଟ୍ରୋଲରେ ଇଥାନଲ ମିଶାଇବାକୁ ନେଇ ରିପୋର୍ଟ ଦେଇଥିଲେ। ଯେଉଁ ଭଳି ଭାବେ ଏହି ଉଦ୍ୟୋଗ କାମ କରୁଛି ସେହିଭଳି ଭାବେ ରାଜନୀତି ମଧ୍ୟ ହେଉଛି। ଟଙ୍କା ଦେଇ ମୋ ବିରୋଧରେ ଅଭିଯାନ ଚଲାଯାଉଛି। ଏହା କେବଳ ରାଜନୈତିକ ନିଶାଣ କରିବା ଲାଗି ଉଦ୍ଦିଷ୍ଟ। ଇଥାନଲ୍ ମିଶ୍ରଣକୁ ନେଇ ସବୁ କିଛି ସ୍ପଷ୍ଟ ରହିଛି। ଏହା ଆମଦାନୀର ବିକଳ୍ପ, କମ୍‌ ଖର୍ଚ୍ଚ, ପ୍ରଦୂଷଣମୁକ୍ତ ଏବଂ ସ୍ୱଦେଶୀ । ଇ୨୦ ପେଟ୍ରୋଲ ଯୁଗାନ୍ତକାରୀ ସାବ୍ୟସ୍ତ ହେବ ବୋଲି ସରକାର କହୁଥିବାବେଳେ ଗାଡ଼ି ମାଲିକ ମାଇଲେଜ ହ୍ରାସ ପାଉଥିବା ଦାବି କରୁଛନ୍ତି। ଏ ନେଇ ବୃଥା ଯୁକ୍ତି କରାଯାଉଛି।

ଆହୁରି ପଢ଼ନ୍ତୁ: ଆନ୍ତର୍ଜାତୀୟ ନ୍ୟାୟାଳୟଙ୍କ ରୋହିଙ୍ଗ୍ୟା ଗଣହତ୍ୟା ରାୟକୁ ‘ଅନ୍ୟାୟ’ କହି ପ୍ରତ୍ୟାଖ୍ୟାନ କଲା ମିଆଁମାର

ଗଡକରୀ କହିଛନ୍ତି ଯେ ଜୀବାଶ୍ମ ଇନ୍ଧନ ଆମଦାନୀ ପାଇଁ ଭାରତ ବିପୁଳ ପରିମାଣର ଟଙ୍କା ଖର୍ଚ୍ଚ କରୁଛି। ଜୀବାଶ୍ମ ଇନ୍ଧନ ତଥା ଅଶୋଧିତ ତୈଳ ଆମଦାନୀ ହ୍ରାସ କରିବା ଏବଂ ସଞ୍ଚିତ ଟଙ୍କାକୁ ଭାରତୀୟ ଅର୍ଥନୀତିରେ ଲଗାଇବା କ’ଣ ଆର୍ଥିକ ଦୃଷ୍ଟିରୁ ଏକ ଭଲ ପଦକ୍ଷେପ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି।ଆମେ ମକାରୁ ଇଥାନଲ୍ ପାଇଲୁ।ଏଥିଯୋଗୁଁ ଚାଷୀମାନେ ୪୫ ହଜାର କୋଟି ଟଙ୍କା ଲାଭ କରିଛନ୍ତି। ସେହିପରି ପ୍ରଦୂଷଣ ହ୍ରାସ କରିବାକୁ ନେଇ ବିଶ୍ବ ଏକମତ ରହିଛି। ଯଦି ଏହି ସ୍ତରର ପ୍ରଦୂଷଣ ଜାରି ରହେ ତେବେ ଦିଲ୍ଲୀ ବାସିନ୍ଦା ୧୦ ବର୍ଷ ଆୟୁଷ ହରାଇବେ।

ଆହୁରି ପଢ଼ନ୍ତୁ: ପଞ୍ଜାବ ରାଜନୀତିରେ ବଡ଼ ରଣନୀତିର ସଙ୍କେତ: ପୁଣି ଏକାଠି ହୋଇପାରନ୍ତି ବିଜେପି-ଅକାଳୀ ଦଳ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର