ମଦ ପିଆଇ ଛାତ୍ରଙ୍କୁ ଶିକ୍ଷୟିତ୍ରୀଙ୍କ ଯୌନ ଉତ୍ପୀଡ଼ନ …
ମୁମ୍ବାଇ: ଛାତ୍ର (୧୬)ଙ୍କୁ କ୍ରମାଗତ ଭାବେ ଯୌନ ଉତ୍ପୀଡ଼ନ ଦେବା ମାମଲାରେ ମୁମ୍ବାଇ ସ୍କୁଲ୍ର ଇଂରାଜୀ ଶିକ୍ଷୟିତ୍ରୀଙ୍କୁ ଗିରଫ କରାଯାଇଛି। ୨୦୨୩ ଡିସେମ୍ବରରେ ସ୍କୁଲ୍ର ବାର୍ଷିକ କାର୍ଯ୍ୟକ୍ରମ ଚାଲିଥିବାବେଳେ ଛାତ୍ରଙ୍କୁ ଦେଖି ମହିଳା ତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ। ବିବାହ ଏବଂ ପିଲା ଥିବା ସତ୍ତ୍ବେ ଏହି ମହିଳା ତାଙ୍କୁ ପ୍ରଲୋଭନ ଦେଖାଇ ମୁମ୍ବାଇର ଏକ ପଞ୍ଚ ତାରକା ହୋଟେଲକୁ ନେଇ ଶାରୀରିକ ସମ୍ପର୍କ ରଖିଥିଲେ। ଏତଲା ଅନୁଯାୟୀ ଅନେକ ସମୟରେ ଛାତ୍ରଙ୍କୁ ମଦ ପିଆଇ ଶିକ୍ଷୟିତ୍ରୀ […]
ମୁମ୍ବାଇ: ଛାତ୍ର (୧୬)ଙ୍କୁ କ୍ରମାଗତ ଭାବେ ଯୌନ ଉତ୍ପୀଡ଼ନ ଦେବା ମାମଲାରେ ମୁମ୍ବାଇ ସ୍କୁଲ୍ର ଇଂରାଜୀ ଶିକ୍ଷୟିତ୍ରୀଙ୍କୁ ଗିରଫ କରାଯାଇଛି। ୨୦୨୩ ଡିସେମ୍ବରରେ ସ୍କୁଲ୍ର ବାର୍ଷିକ କାର୍ଯ୍ୟକ୍ରମ ଚାଲିଥିବାବେଳେ ଛାତ୍ରଙ୍କୁ ଦେଖି ମହିଳା ତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ। ବିବାହ ଏବଂ ପିଲା ଥିବା ସତ୍ତ୍ବେ ଏହି ମହିଳା ତାଙ୍କୁ ପ୍ରଲୋଭନ ଦେଖାଇ ମୁମ୍ବାଇର ଏକ ପଞ୍ଚ ତାରକା ହୋଟେଲକୁ ନେଇ ଶାରୀରିକ ସମ୍ପର୍କ ରଖିଥିଲେ। ଏତଲା ଅନୁଯାୟୀ ଅନେକ ସମୟରେ ଛାତ୍ରଙ୍କୁ ମଦ ପିଆଇ ଶିକ୍ଷୟିତ୍ରୀ ଯୌନ ଉତ୍ପୀଡ଼ନ ଦେଉଥିଲେ। ନାବାଳକଙ୍କୁ ଏ ସବୁ ଠିକ୍ ଲାଗୁ ନ ଥିଲା। ତେଣୁ ମହିଳା ତାଙ୍କୁ ଚିନ୍ତା ଦୂର କରୁଥିବା ଔଷଧ ଖାଇବାକୁ ଦେଉଥିଲେ। ଶେଷରେ ଛାତ୍ର ଏ ବିଷୟରେ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ। ଥାନାରେ ଏତଲା ପରେ ତାଙ୍କୁ ଗିରଫ କରାଯାଇଛି।






