ମିଳିଲା ‘ବାସୁକୀ ନାଗ’ର ଅବଶେଷ !
ନୂଆଦିଲ୍ଲୀ: ଗୁଜରାଟ କଚ୍ଛର କୋଇଲା ଖଣିରୁ ବିରାଟକାୟ ନାଗ ସାପର ଅବେଶଷ ମିଳିଛି। ଏହା ଏ ପର୍ଯ୍ୟନ୍ତ ମିଳିଥିବା ସବୁଠାରୁ ଲମ୍ବା ଅବଶେଷ। ଏହାକୁ ପୁରାଣରେ ବର୍ଣ୍ଣିତ ବାସୁକୀ ନାଗ କୁହାଯାଉଛି। ଏହି ନାଗ ପ୍ରଜାତିର ନାମ ‘ବାସୁକୀ ଇଣ୍ଡିକସ’ ରହିଛି। ଆଇଆଇଟି ରୁରକୀର ବୈଜ୍ଞାନିକମାନେ ୨୦୦୫ରେ ଏହାର ସନ୍ଧାନ କରିଥିଲେ। ପ୍ରଥମେ ଏହାକୁ ଏକ ଅତିକାୟ କୁମ୍ଭୀରର ଜୀବାଶ୍ମ ବୋଲି କୁହାଯାଉଥିଲା। କିନ୍ତୁ ଏବେ ଏହା ବିଲୁପ୍ତ ହୋଇଯାଇଥିବା ଏକ ବିଶାଳକାୟ ସାପ ‘ବାସୁକୀ ଇଣ୍ଡିକସ୍’ […]
ନୂଆଦିଲ୍ଲୀ: ଗୁଜରାଟ କଚ୍ଛର କୋଇଲା ଖଣିରୁ ବିରାଟକାୟ ନାଗ ସାପର ଅବେଶଷ ମିଳିଛି। ଏହା ଏ ପର୍ଯ୍ୟନ୍ତ ମିଳିଥିବା ସବୁଠାରୁ ଲମ୍ବା ଅବଶେଷ। ଏହାକୁ ପୁରାଣରେ ବର୍ଣ୍ଣିତ ବାସୁକୀ ନାଗ କୁହାଯାଉଛି। ଏହି ନାଗ ପ୍ରଜାତିର ନାମ ‘ବାସୁକୀ ଇଣ୍ଡିକସ’ ରହିଛି। ଆଇଆଇଟି ରୁରକୀର ବୈଜ୍ଞାନିକମାନେ ୨୦୦୫ରେ ଏହାର ସନ୍ଧାନ କରିଥିଲେ। ପ୍ରଥମେ ଏହାକୁ ଏକ ଅତିକାୟ କୁମ୍ଭୀରର ଜୀବାଶ୍ମ ବୋଲି କୁହାଯାଉଥିଲା। କିନ୍ତୁ ଏବେ ଏହା ବିଲୁପ୍ତ ହୋଇଯାଇଥିବା ଏକ ବିଶାଳକାୟ ସାପ ‘ବାସୁକୀ ଇଣ୍ଡିକସ୍’ ବୋଲି ଜଣାପଡିଛି। ଏହାର ଲମ୍ବ ୧୧ ମିଟରୁ ୧୫ ମିଟର (୪୯.୨୨ ଫୁଟ) ମଧ୍ୟରେ ହେବ। ଓଜନ ପ୍ରାୟ ହଜାରେ କେଜି ହୋଇଥିବ ବୋଲି ଆକଳନ କରାଯାଉଛି। ଏହି ଜୀବାଶ୍ମ ପ୍ରାୟ ୪୭ ନିୟୁତ ବର୍ଷ ତଳର। ବାସୁକୀ ଇଣ୍ଡିକସର ୨୭ଟି ପଞ୍ଜରା ହାଡ଼ରୁ ଏହି ଜୀବାଶ୍ମ ସୃଷ୍ଟି ହୋଇଛି। ଏହି ପ୍ରଜାତି ବର୍ତ୍ତମାନ ବିଲୁପ୍ତ କଲମ୍ବିଆର ଟିଟାନବୋଆ ପ୍ରଜାତି ସହ ସାମଞ୍ଜସ୍ୟ ରହୁଛି। କିଛି ଦିନ ତଳେ ଏକ ପତ୍ରିକା ‘ସାଇଣ୍ଟିଫିକ ରିପୋର୍ଟ୍ସ’ରେ ଏହା ପ୍ରକାଶ ପାଇଥିଲା।