ବୃଦ୍ଧ ମାତାପିତାଙ୍କୁ ବୋଝ ଭାବୁଥିବା ସନ୍ତାନସନ୍ତତିଙ୍କୁ ଆର୍ଥିକ ଛାଟ: ଅସହାୟ ଛାଡ଼ିଲେ କଟିବ ୧୫% ଦରମା

Madhusudan Das Picture
Published On

ହାଇଦରାବାଦ: ବୃଦ୍ଧ ମାତାପିତାଙ୍କୁ ବୋଝ ଭାବୁଥିବା ପିଲାଙ୍କୁ କଠୋର ଶାସ୍ତି ମିଳିବ। ବାପାମା’ଙ୍କ ଯତ୍ନ ନ ନେଇ ଅସହାୟ ଅବସ୍ଥାରେ ଛାଡୁଥିବା ସନ୍ତାନସନ୍ତତିଙ୍କୁ ଆର୍ଥିକ ଛାଟ ଲାଗିବ। ଏଭଳି କରୁଥିବା କର୍ମଚାରୀଙ୍କ ମୋଟ ଦରମାରୁ ୧୫ ପ୍ରତିଶତ କିମ୍ବା ୧୦ ହଜାର ଟଙ୍କା କାଟି ଦିଆଯିବ। ତେଲଙ୍ଗାନା ବିଧାନସଭାରେ ଏଭଳି କଠୋର ଆଇନ ସର୍ବସମ୍ମତି କ୍ରମେ ପାରିତ ହୋଇଯାଇଛି। ଏହାର ନାମ ‘ପ୍ୟାରେଣ୍ଟାଲ ସପୋର୍ଟ ବିଲ୍‌-୨୦୨୬’ ରହିଛି। ଏହାକୁ ଏ ପର୍ଯ୍ୟନ୍ତ ଦେଶରେ ଥିବା ସବୁଠାରୁ କଠୋର ଆଇନ ବୋଲି କୁହାଯାଉଛି। କାରଣ ଉଭୟ ସରକାରୀ ଏବଂ ବେସରକାରୀ କର୍ମଚାରୀଙ୍କୁ ଏହି ଆଇନ ପରିସରଭୂକ୍ତ କରାଯାଇଛି। ପ୍ରଥମ ଥର ପାଇଁ ବିଧାୟକ ଏବଂ ସାଂସଦଙ୍କୁ ମଧ୍ୟ ଏହି ଆଇନରେ ସାମିଲ କରାଯାଇଛି। ଘରୋଇ କ୍ଷେତ୍ରର କର୍ମଚାରୀ, ବିଧାୟକ, ସାଂସଦ, ସରପଞ୍ଚ ଆଦିଙ୍କୁ ମଧ୍ୟ ଉତ୍ତରଦାୟୀ କରାଯାଇଛି। ସବୁଠାରୁ ବଡ଼ କଥା ହେଉଛି ଯେ ଏହି ଅଭିଯୋଗ ପାଇଁ ମାତାପିତାଙ୍କୁ କୋର୍ଟକୁ ଯିବାକୁ ପଡ଼ିବ ନାହିଁ। ସେମାନେ ସିଧା ଜିଲ୍ଲାପାଳଙ୍କ ପାଖରେ ଆବେଦନ କରିପାରିବେ। ଯାଞ୍ଚରେ ଅଭିଯୋଗ ସତ୍ୟ ସାବ୍ୟସ୍ତ ହେଲେ ଜିଲ୍ଲାପାଳ ସିଧା କମ୍ପାନୀ କିମ୍ବା ବିଭାଗୀୟ କର୍ମଚାରୀଙ୍କ ଦରମା କାଟି ମାତାପିତାଙ୍କ ଖାତାରେ ଜମା କରିବାକୁ ନିର୍ଦ୍ଦେଶ ଦେଇପାରିବେ। 

ଆହୁରି ପଢ଼ନ୍ତୁ: ୩ କୋଟିର ରାସ୍ତା ବର୍ଷାରେ ବେହାଲ୍: ଧସିଲା ୯୦ ଫୁଟ୍‌ର ପିଚ୍ ରାସ୍ତା, ବିଚ୍ଛିନ୍ନ ହେଲା ଯୋଗାଯୋଗ

ଏହି ବିଲ୍‌ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ଭାବପ୍ରବଣ ହୋଇଯାଇଥିଲେ। ସେ କହିଥିଲେ ଯେ ମୁଁ ଜଣେ ଏପରି ଜନପ୍ରତିନିଧିଙ୍କୁ ଜାଣିଛି ଯାହାଙ୍କ ପିତା କର୍କଟ ପ୍ରାଣ ହରାଇ ଥିଲେ। ମାତ୍ର ପୁଅ ତାଙ୍କର ଖବର ସୁଦ୍ଧା ରଖି ନ ଥିଲା। ପିତାମାତାଙ୍କ ଆଖିରେ ଲୁହ ଆସିବା ସମାଜ ପତନର ସଙ୍କେତ ଦିଏ। ସକ୍ଷମ ହୋଇ ମଧ୍ୟ ନିଜର ପ୍ରିୟଜନମାନଙ୍କୁ ପରିତ୍ୟାଗ କରୁଥିବା ବ୍ୟକ୍ତିଙ୍କୁ ସମାଜ ବାସନ୍ଦ କରିବା ଉଚିତ ବୋଲି ରେଭନ୍ତ କହିଥିଲେ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର