କେନାଲରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Madhusudan Das Picture
Published On

କେନ୍ଦ୍ରାପଡା: ରାଜନଗର ବଡକୋହ୍ଲା ଗାଁରେ ନାବାଳିକା ନିଖୋଜ ଘଟଣା । ଗାଁ ନିକଟ କେନାଲରୁ ମିଳିଲା ନିଖୋଜ ନାବାଳିକାର ମୃତଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ମାମୁଁ ଘରକୁ ଆସି 7 ବର୍ଷର ଝିଅ ଶୁଭଲକ୍ଷ୍ମୀ ନିଖୋଜ ଥିଲେ l ନିଖୋଜ ପରେ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ତେବେ ମାମୁ ଘରେ ରହି ଶୁଭଲକ୍ଷ୍ମୀ ପାଠ ପଢୁଥିଲେ ବୋଲି ସୂଚନା ରହିଛି । 

ଆହୁରି ପଢ଼ନ୍ତୁ: ରାଜସ୍ଥାନରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ଉପରେ ରୋକ୍, ବନ୍ଦ ନିର୍ଦ୍ଦେଶ ଦେଲେ ସିକର ଜିଲ୍ଲା ମାଜିଷ୍ଟ୍ରେଟ୍

ସୂଚନା ମୁତାବକ, ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମାଳିପୁର ଗ୍ରାମର ମାନ ଗୋବିନ୍ଦ ସେନାପତିଙ୍କ ୭ ବର୍ଷର ଝିଅ ଶୁଭଲକ୍ଷ୍ମୀ ତା'ର ମାମୁଁ ଘର ରାଜନଗର ଥାନା ଆନ୍ତର୍ଗତ ଚାନ୍ଦି ବାଉଁଶମୂଳ ପଂଚାୟତର ବଡ଼ କୋଲ୍ହାରେ ଦୀର୍ଘ ଦିନ ରହି ପାଠ ପଢୁଥିଲେ । ଗତକାଲି ଗ୍ରାମରେ ଅଷ୍ଟମ ପ୍ରହରୀ କୀର୍ତ୍ତନ ଓ ଭୋଜିଭାତ ଚାଲିଥିବା ବେଳେ ସକାଳ ୧୧ ଘଟିକା ଠାରୁ ଶୁଭଲକ୍ଷ୍ମୀ ନିଖୋଜ ଥିଲେ l ଆଜି ଗାଁ ନିକଟ କେନାଲରୁ ଶୁଭଲକ୍ଷ୍ମୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ ।

ଆହୁରି ପଢ଼ନ୍ତୁ: ୩୨ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବଡସାହି ବ୍ଲକ୍ କନିଷ୍ଠ ଯନ୍ତ୍ରୀ

03 Apr 2026 By Madhusudan Das

କେନାଲରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦ୍ରାପଡା: ରାଜନଗର ବଡକୋହ୍ଲା ଗାଁରେ ନାବାଳିକା ନିଖୋଜ ଘଟଣା । ଗାଁ ନିକଟ କେନାଲରୁ ମିଳିଲା ନିଖୋଜ ନାବାଳିକାର ମୃତଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ମାମୁଁ ଘରକୁ ଆସି 7 ବର୍ଷର ଝିଅ ଶୁଭଲକ୍ଷ୍ମୀ ନିଖୋଜ ଥିଲେ l ନିଖୋଜ ପରେ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ତେବେ ମାମୁ ଘରେ ରହି ଶୁଭଲକ୍ଷ୍ମୀ ପାଠ ପଢୁଥିଲେ ବୋଲି ସୂଚନା ରହିଛି । 

ସୂଚନା ମୁତାବକ, ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମାଳିପୁର ଗ୍ରାମର ମାନ ଗୋବିନ୍ଦ ସେନାପତିଙ୍କ ୭ ବର୍ଷର ଝିଅ ଶୁଭଲକ୍ଷ୍ମୀ ତା'ର ମାମୁଁ ଘର ରାଜନଗର ଥାନା ଆନ୍ତର୍ଗତ ଚାନ୍ଦି ବାଉଁଶମୂଳ ପଂଚାୟତର ବଡ଼ କୋଲ୍ହାରେ ଦୀର୍ଘ ଦିନ ରହି ପାଠ ପଢୁଥିଲେ । ଗତକାଲି ଗ୍ରାମରେ ଅଷ୍ଟମ ପ୍ରହରୀ କୀର୍ତ୍ତନ ଓ ଭୋଜିଭାତ ଚାଲିଥିବା ବେଳେ ସକାଳ ୧୧ ଘଟିକା ଠାରୁ ଶୁଭଲକ୍ଷ୍ମୀ ନିଖୋଜ ଥିଲେ l ଆଜି ଗାଁ ନିକଟ କେନାଲରୁ ଶୁଭଲକ୍ଷ୍ମୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର