ଇରାନରେ ସୀମା ପାର କରୁଛି ଆମେରିକା! ଜାଣନ୍ତୁ କ'ଣ ଏହି ଜେନେଭା କନଭେନସନ୍ ଯାହାର ଖୋଲାଖୋଲି ଉଲ୍ଲଂଘନ ହେଉଛି

Suryakanta Picture
Published On

ଇରାନରେ ଚାଲିଥିବା ଯୁଦ୍ଧ ଏବେ ଏକ ନୂଆ ମୋଡ଼ ନେଇଛି। ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ମିଳିତ ଭାବେ ଇରାନର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉପରେ ଆକ୍ରମଣ ଜୋରଦାର କରାଯାଇଛି। ବିଶେଷ କରି ସେଠାରେ ଥିବା ବ୍ରିଜ୍, ଷ୍ଟିଲ୍ ପ୍ଲାଣ୍ଟ ଏବଂ ମେଡିକାଲ୍ ସାଇଟ୍‌ଗୁଡ଼ିକୁ ଟାର୍ଗେଟ୍ କରି ଲଗାତାର ବୋମାମାଡ଼ କରାଯାଉଥିବାରୁ ଏହା ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ବୋଲି ବର୍ତ୍ତମାନ ଚର୍ଚ୍ଚା ହେଉଛି। ନିକଟରେ ତେହେରାନରେ ଥିବା ଏକ ମେଡିକାଲ୍ ରିସର୍ଚ୍ଚ ସେଣ୍ଟର ଉପରେ ଆକ୍ରମଣ ହେବା ପରେ ଜେନେଭା କନଭେନସନ୍ (Geneva Convention) ର ନିୟମକୁ ନେଇ ବିଶ୍ୱସ୍ତରରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ତେହେରାନରେ ଥିବା ପୂର୍ବତନ ଆମେରିକୀୟ ଦୂତାବାସ ଉପରେ ଏୟାରଷ୍ଟ୍ରାଇକ୍, ବ୍ୟାପକ କ୍ଷତିଗ୍ରସ୍ତ ଆଶଙ୍କା

କ'ଣ ଏହି ଜେନେଭା କନଭେନସନ୍?

ଜେନେଭା କନଭେନସନ୍ ହେଉଛି କିଛି ଅନ୍ତର୍ଜାତୀୟ ଚୁକ୍ତିନାମାର ଏକ ସମୂହ, ଯାହା ଯୁଦ୍ଧ ସମୟରେ ମାନବାଧିକାରର ସୁରକ୍ଷା ପାଇଁ ଉଦ୍ଦିଷ୍ଟ। ଏହାର ଇତିହାସ ୧୮୫୯ ମସିହାରୁ ଆରମ୍ଭ ହୋଇଥିଲା, ଯେତେବେଳେ ଇଟାଲୀରେ ଲଢ଼ାଯାଇଥିବା ବ୍ୟାଟେଲ୍ ଅଫ୍ ସଲଫେରିନୋ (Battle of Solferino) ରେ ହଜାର ହଜାର ସୈନିକ ଆହତ ହୋଇ ମଇଦାନରେ ତଡ଼ପି ତଡ଼ପି ପଡ଼ି ରହିଥିଲେ। ସେହି ସମୟରେ ଯୁଦ୍ଧରେ ମାନବିକତା ସମ୍ପୂର୍ଣ୍ଣ ରୂପେ ଶେଷ ହୋଇଯାଇଥିବା ପରି ମନେ ହେଉଥିଲା। ତେବେ ସେଠାରେ ପହଞ୍ଚିଥିବା ଜଣେ ସୁଇସ୍ ବ୍ୟବସାୟୀ ହେନେରୀ ଡୁନାଣ୍ଟ (Henry Dunant) ଏହି ହୃଦୟବିଦାରକ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଆହତମାନଙ୍କୁ ଚିକିତ୍ସା ଯୋଗାଇବା ସହ 'ଏ ମେମୋରୀ ଅଫ୍ ସଲଫେରିନୋ' ନାମକ ଏକ ପୁସ୍ତକ ରଚନା କରିଥିଲେ। ଯୁଦ୍ଧରେ ଆହତ ସୈନିକ ଏବଂ ପୀଡ଼ିତଙ୍କ ସୁରକ୍ଷା ପାଇଁ ଏକ ନିୟମାବଳୀ ପ୍ରସ୍ତୁତ କରିବାକୁ ସେ ଦୁନିଆର ସମସ୍ତ ଦେଶକୁ ଏହି ପୁସ୍ତକ ମାଧ୍ୟମରେ ନିବେଦନ କରିଥିଲେ।

ଆହୁରି ପଢ଼ନ୍ତୁ: ଇରାନରେ ସ୍ଥଳପଥ ଆକ୍ରମଣ ପାଇଁ ଆମେରିକାର ପ୍ରସ୍ତୁତି: ଲିଣ୍ଡସେ ଗ୍ରାହାମଙ୍କ 'ଇୱୋ ଜିମା' ବୟାନକୁ ନେଇ ବିବାଦ

ପ୍ରଥମ ଅନ୍ତର୍ଜାତୀୟ ଚୁକ୍ତି ଏବଂ ଏହାର ସମ୍ପ୍ରସାରଣ

ଏହି ଘଟଣା ପରେ ୧୮୬୪ ମସିହାରେ ସୁଇଜରଲ୍ୟାଣ୍ଡର ଜେନେଭା ସହରରେ ଫ୍ରାନ୍ସ, ଅଷ୍ଟ୍ରିଆ, ପ୍ରୁସିଆ ଏବଂ ଇଟାଲୀ ସମେତ ମୋଟ ୧୨ଟି ଦେଶ ଏକାଠି ବସି ପ୍ରଥମ ଅନ୍ତର୍ଜାତୀୟ ଚୁକ୍ତି ସ୍ୱାକ୍ଷର କରିଥିଲେ, ଯାହାକୁ ଜେନେଭା କନଭେନସନ୍ କୁହାଗଲା। ଏଥିରେ ବିନା କୌଣସି ଭେଦଭାବରେ ଯୁଦ୍ଧରେ ଆହତ ସୈନିକମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇବା ମୂଳ ଲକ୍ଷ୍ୟ ଥିଲା। ଏହା ପରେ ୧୯୪୯ ମସିହାରେ ଏହି କନଭେନସନ୍‌କୁ ବିସ୍ତାର କରାଯାଇ ୪ଟି ପ୍ରମୁଖ ବୁଝାମଣା ପ୍ରସ୍ତୁତ କରାଗଲା। ଏଥିରେ କେବଳ ଆହତ ସୈନିକ ନୁହେଁ, ବରଂ ସମୁଦ୍ରରେ ଫସିଥିବା ସୈନିକ, ଯୁଦ୍ଧବନ୍ଦୀ ଏବଂ ସାଧାରଣ ନାଗରିକମାନଙ୍କ ସୁରକ୍ଷାକୁ ମଧ୍ୟ ସାମିଲ କରାଗଲା। ପରବର୍ତ୍ତୀ ସମୟରେ ବିଶ୍ୱର ପ୍ରାୟ ସମସ୍ତ ଦେଶ ଏହାକୁ ଗ୍ରହଣ କରିଥିଲେ।

ଆହୁରି ପଢ଼ନ୍ତୁ: କାଲି ଶପଥ ନେଲେ ନେପାଳର ନୂଆ ପ୍ରଧାନମନ୍ତ୍ରୀ ବାଲେନ ଶାହ, ଆଜି ଗିରଫ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଓଲି

ଏହି ଯୁଦ୍ଧରେ କିପରି ହେଉଛି ନିୟମର ଉଲ୍ଲଂଘନ?

ବର୍ତ୍ତମାନର ପରିସ୍ଥିତିରେ ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ଇରାନର ହସ୍ପିଟାଲ, ମେଡିକାଲ୍ ସାଇଟ୍ ଏବଂ ସାଧାରଣ ନାଗରିକ ବ୍ୟବହାର କରୁଥିବା ଭିତ୍ତିଭୂମି ଉପରେ ହେଉଥିବା ବୋମାମାଡ଼ ଏହି ମାନବୀୟ ନିୟମର ସିଧାସଳଖ ଉଲ୍ଲଂଘନ କରୁଛି ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଯୁଦ୍ଧ ସମୟରେ ସାଧାରଣ ନାଗରିକ କିମ୍ବା ଚିକିତ୍ସା କେନ୍ଦ୍ରଗୁଡ଼ିକୁ ଟାର୍ଗେଟ୍ କରିବା ଜେନେଭା କନଭେନସନ୍ ଅନୁସାରେ ଏକ ଗମ୍ଭୀର ଅପରାଧ ଏବଂ ଏହାକୁ ଯୁଦ୍ଧ ଅପରାଧ (War Crime) ବିବେଚନା କରାଯାଇଥାଏ। ତେଣୁ ଏହି ଯୁଦ୍ଧରେ ଆମେରିକାର ଆକ୍ରମଣାତ୍ମକ ଆଭିମୁଖ୍ୟ ବିଶ୍ୱ ଶାନ୍ତି ଏବଂ ଅନ୍ତର୍ଜାତୀୟ ଆଇନ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିଛି।

03 Apr 2026 By Suryakanta

ଇରାନରେ ସୀମା ପାର କରୁଛି ଆମେରିକା! ଜାଣନ୍ତୁ କ'ଣ ଏହି ଜେନେଭା କନଭେନସନ୍ ଯାହାର ଖୋଲାଖୋଲି ଉଲ୍ଲଂଘନ ହେଉଛି

ଇରାନରେ ଚାଲିଥିବା ଯୁଦ୍ଧ ଏବେ ଏକ ନୂଆ ମୋଡ଼ ନେଇଛି। ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ମିଳିତ ଭାବେ ଇରାନର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉପରେ ଆକ୍ରମଣ ଜୋରଦାର କରାଯାଇଛି। ବିଶେଷ କରି ସେଠାରେ ଥିବା ବ୍ରିଜ୍, ଷ୍ଟିଲ୍ ପ୍ଲାଣ୍ଟ ଏବଂ ମେଡିକାଲ୍ ସାଇଟ୍‌ଗୁଡ଼ିକୁ ଟାର୍ଗେଟ୍ କରି ଲଗାତାର ବୋମାମାଡ଼ କରାଯାଉଥିବାରୁ ଏହା ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ବୋଲି ବର୍ତ୍ତମାନ ଚର୍ଚ୍ଚା ହେଉଛି। ନିକଟରେ ତେହେରାନରେ ଥିବା ଏକ ମେଡିକାଲ୍ ରିସର୍ଚ୍ଚ ସେଣ୍ଟର ଉପରେ ଆକ୍ରମଣ ହେବା ପରେ ଜେନେଭା କନଭେନସନ୍ (Geneva Convention) ର ନିୟମକୁ ନେଇ ବିଶ୍ୱସ୍ତରରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କ'ଣ ଏହି ଜେନେଭା କନଭେନସନ୍?

ଜେନେଭା କନଭେନସନ୍ ହେଉଛି କିଛି ଅନ୍ତର୍ଜାତୀୟ ଚୁକ୍ତିନାମାର ଏକ ସମୂହ, ଯାହା ଯୁଦ୍ଧ ସମୟରେ ମାନବାଧିକାରର ସୁରକ୍ଷା ପାଇଁ ଉଦ୍ଦିଷ୍ଟ। ଏହାର ଇତିହାସ ୧୮୫୯ ମସିହାରୁ ଆରମ୍ଭ ହୋଇଥିଲା, ଯେତେବେଳେ ଇଟାଲୀରେ ଲଢ଼ାଯାଇଥିବା ବ୍ୟାଟେଲ୍ ଅଫ୍ ସଲଫେରିନୋ (Battle of Solferino) ରେ ହଜାର ହଜାର ସୈନିକ ଆହତ ହୋଇ ମଇଦାନରେ ତଡ଼ପି ତଡ଼ପି ପଡ଼ି ରହିଥିଲେ। ସେହି ସମୟରେ ଯୁଦ୍ଧରେ ମାନବିକତା ସମ୍ପୂର୍ଣ୍ଣ ରୂପେ ଶେଷ ହୋଇଯାଇଥିବା ପରି ମନେ ହେଉଥିଲା। ତେବେ ସେଠାରେ ପହଞ୍ଚିଥିବା ଜଣେ ସୁଇସ୍ ବ୍ୟବସାୟୀ ହେନେରୀ ଡୁନାଣ୍ଟ (Henry Dunant) ଏହି ହୃଦୟବିଦାରକ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଆହତମାନଙ୍କୁ ଚିକିତ୍ସା ଯୋଗାଇବା ସହ 'ଏ ମେମୋରୀ ଅଫ୍ ସଲଫେରିନୋ' ନାମକ ଏକ ପୁସ୍ତକ ରଚନା କରିଥିଲେ। ଯୁଦ୍ଧରେ ଆହତ ସୈନିକ ଏବଂ ପୀଡ଼ିତଙ୍କ ସୁରକ୍ଷା ପାଇଁ ଏକ ନିୟମାବଳୀ ପ୍ରସ୍ତୁତ କରିବାକୁ ସେ ଦୁନିଆର ସମସ୍ତ ଦେଶକୁ ଏହି ପୁସ୍ତକ ମାଧ୍ୟମରେ ନିବେଦନ କରିଥିଲେ।

ପ୍ରଥମ ଅନ୍ତର୍ଜାତୀୟ ଚୁକ୍ତି ଏବଂ ଏହାର ସମ୍ପ୍ରସାରଣ

ଏହି ଘଟଣା ପରେ ୧୮୬୪ ମସିହାରେ ସୁଇଜରଲ୍ୟାଣ୍ଡର ଜେନେଭା ସହରରେ ଫ୍ରାନ୍ସ, ଅଷ୍ଟ୍ରିଆ, ପ୍ରୁସିଆ ଏବଂ ଇଟାଲୀ ସମେତ ମୋଟ ୧୨ଟି ଦେଶ ଏକାଠି ବସି ପ୍ରଥମ ଅନ୍ତର୍ଜାତୀୟ ଚୁକ୍ତି ସ୍ୱାକ୍ଷର କରିଥିଲେ, ଯାହାକୁ ଜେନେଭା କନଭେନସନ୍ କୁହାଗଲା। ଏଥିରେ ବିନା କୌଣସି ଭେଦଭାବରେ ଯୁଦ୍ଧରେ ଆହତ ସୈନିକମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇବା ମୂଳ ଲକ୍ଷ୍ୟ ଥିଲା। ଏହା ପରେ ୧୯୪୯ ମସିହାରେ ଏହି କନଭେନସନ୍‌କୁ ବିସ୍ତାର କରାଯାଇ ୪ଟି ପ୍ରମୁଖ ବୁଝାମଣା ପ୍ରସ୍ତୁତ କରାଗଲା। ଏଥିରେ କେବଳ ଆହତ ସୈନିକ ନୁହେଁ, ବରଂ ସମୁଦ୍ରରେ ଫସିଥିବା ସୈନିକ, ଯୁଦ୍ଧବନ୍ଦୀ ଏବଂ ସାଧାରଣ ନାଗରିକମାନଙ୍କ ସୁରକ୍ଷାକୁ ମଧ୍ୟ ସାମିଲ କରାଗଲା। ପରବର୍ତ୍ତୀ ସମୟରେ ବିଶ୍ୱର ପ୍ରାୟ ସମସ୍ତ ଦେଶ ଏହାକୁ ଗ୍ରହଣ କରିଥିଲେ।

ଏହି ଯୁଦ୍ଧରେ କିପରି ହେଉଛି ନିୟମର ଉଲ୍ଲଂଘନ?

ବର୍ତ୍ତମାନର ପରିସ୍ଥିତିରେ ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ଇରାନର ହସ୍ପିଟାଲ, ମେଡିକାଲ୍ ସାଇଟ୍ ଏବଂ ସାଧାରଣ ନାଗରିକ ବ୍ୟବହାର କରୁଥିବା ଭିତ୍ତିଭୂମି ଉପରେ ହେଉଥିବା ବୋମାମାଡ଼ ଏହି ମାନବୀୟ ନିୟମର ସିଧାସଳଖ ଉଲ୍ଲଂଘନ କରୁଛି ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଯୁଦ୍ଧ ସମୟରେ ସାଧାରଣ ନାଗରିକ କିମ୍ବା ଚିକିତ୍ସା କେନ୍ଦ୍ରଗୁଡ଼ିକୁ ଟାର୍ଗେଟ୍ କରିବା ଜେନେଭା କନଭେନସନ୍ ଅନୁସାରେ ଏକ ଗମ୍ଭୀର ଅପରାଧ ଏବଂ ଏହାକୁ ଯୁଦ୍ଧ ଅପରାଧ (War Crime) ବିବେଚନା କରାଯାଇଥାଏ। ତେଣୁ ଏହି ଯୁଦ୍ଧରେ ଆମେରିକାର ଆକ୍ରମଣାତ୍ମକ ଆଭିମୁଖ୍ୟ ବିଶ୍ୱ ଶାନ୍ତି ଏବଂ ଅନ୍ତର୍ଜାତୀୟ ଆଇନ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର