ମନୋରଞ୍ଜନ
ଓଡ଼ିଶା
ଲେବାନନ୍ରେ ବଢୁଛି ହୋଟେଲ କାରବାର, ବାର୍ ଛାତ ଉପରୁ ଗ୍ରାହକ ଦେଖୁଛନ୍ତି ମିସାଇଲ ମାଡ଼
ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଉଭୟ ଦେଶ ପରସ୍ପର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରୁଛନ୍ତି। ସେହି ସମୟରେ ଲେବାନନ୍ ଏହି ଯୁଦ୍ଧକୁ ଆୟର ଉତ୍ସ କରିଛି। ଏଥିପାଇଁ ଲେବାନନ୍ର ହୋଟେଲଗୁଡ଼ିକ ସେମାନଙ୍କର ମେନୁରେ ଏକ ସ୍ୱତନ୍ତ୍ର ଜିନିଷ ଯୋଡିଛନ୍ତି। ବିଲ୍ରେ ‘ସ୍କାଏ ମିସାଇଲ୍ ଭ୍ୟୁ’ ପ୍ରିମିୟମ୍ ଫିଚର ଯୋଡାଯାଇଛି। ରାଜଧାନୀ ବେରୁତ୍ର ଏକ ବାର ଛାତ ଉପରୁ ଗ୍ରାହକ ଇସ୍ରାଏଲ୍ ଉପରେ ଇରାନ୍ ପକ୍ଷରୁ କରାଯାଉଥିବା ମିସାଇଲ ମାଡ଼ ଦେଖୁଛନ୍ତି। […]
ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଉଭୟ ଦେଶ ପରସ୍ପର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରୁଛନ୍ତି। ସେହି ସମୟରେ ଲେବାନନ୍ ଏହି ଯୁଦ୍ଧକୁ ଆୟର ଉତ୍ସ କରିଛି। ଏଥିପାଇଁ ଲେବାନନ୍ର ହୋଟେଲଗୁଡ଼ିକ ସେମାନଙ୍କର ମେନୁରେ ଏକ ସ୍ୱତନ୍ତ୍ର ଜିନିଷ ଯୋଡିଛନ୍ତି। ବିଲ୍ରେ ‘ସ୍କାଏ ମିସାଇଲ୍ ଭ୍ୟୁ’ ପ୍ରିମିୟମ୍ ଫିଚର ଯୋଡାଯାଇଛି। ରାଜଧାନୀ ବେରୁତ୍ର ଏକ ବାର ଛାତ ଉପରୁ ଗ୍ରାହକ ଇସ୍ରାଏଲ୍ ଉପରେ ଇରାନ୍ ପକ୍ଷରୁ କରାଯାଉଥିବା ମିସାଇଲ ମାଡ଼ ଦେଖୁଛନ୍ତି। ଏଥିରେ ସ୍ବତନ୍ତ୍ର ସିଟ୍ ପାଇଁ ଅଲଗା ଫି’ ରଖାଯାଇଛି। ଏପରି ଏକ ହୋଟେଲର ବିଲ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ବିଶେଷ ଜିନିଷ ପାଇଁ ହୋଟେଲ ଏକ ନିର୍ଦ୍ଦିଷ୍ଟ ପରିମାଣରେ ଫି’ ନେଉଛି।
ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବେଳେ ସୋସିଆଲ ମିଡିଆରେ ସେହି ସମୟରେ ଏକ ଭିଡିଓରେ କିଛି ଲୋକ ଲେବାନନର ବାର ଛାତ ଉପରେ ଡ୍ୟାନ୍ସ କରିବା ସହ ଇରାନର କ୍ଷେପଣାସ୍ତ୍ର ଆକ୍ରମଣକୁ କ୍ୟାମେରାରେ କଏଦ କରୁଥିବାର ଦେଖାଯାଉଛି। ପ୍ରକୃତରେ ଏହି ବିଲ୍ରେ ହୋଟେଲ ‘ସ୍କାଏ ମିସାଇଲ୍ ଭ୍ୟୁ’ ନାମକ ଏକ ନୂତନ ଜିନିଷ ଯୋଡିଛି। ଏହା ହୋଟେଲର ପ୍ରିମିୟମ୍ ଫିଚର ମଧ୍ୟରୁ ଗୋଟିଏ। ‹ସ୍କାଏ ମିସାଇଲ ଭ୍ୟୁ’ ଫିଚରରେ ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ ଦୃଶ୍ୟ ଦେଖିବା ପାଇଁ ୨.୨୫ ଲକ୍ଷ ଲେବନିଜ୍ ପାଉଣ୍ଡ ଚାର୍ଜ କରୁଛନ୍ତି। କହାଯାଉଛି ଯେ ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ପଡ଼ିବାର ଦୃଶ୍ୟ ହୋଟେଲର ସ୍ୱତନ୍ତ୍ର ସିଟ୍ରୁ ଦେଖାଯାଇପାରିବ। ହୋଟେଲରେ ଏହି ସ୍ୱତନ୍ତ୍ର ଦୃଶ୍ୟ ଦେଖିବାକୁ ଚାହୁଁଥିବା ଗ୍ରାହକଙ୍କୁ ସେହି ସିଟ୍ ବୁକ୍ କରିବାକୁ ପଡିବ। ହୋଟେଲ ଏହାକୁ କେବଳ ଏକ ପ୍ରିମିୟମ୍ ଫିଚର ବୋଲି କହିନାହିଁ, ବରଂ ଏହି ନାମ (ସ୍କାଏ ମିସଲ୍ସ ଭ୍ୟୁ) ମଧ୍ୟ ଟ୍ରେଡମାର୍କ କରିଛି। ଏହି ଭିଡିଓରେ, ଆକାଶରେ କ୍ଷେପଣାସ୍ତ୍ର ମାଡ଼ ଦେଖାଯାଉଛି, କିନ୍ତୁ ବାରରେ ଲୋକମାନେ ନିଶ୍ଚିନ୍ତ ଭାବରେ ନାଚୁଛନ୍ତି। ଆଉ ଜଣେ ବ୍ୟକ୍ତି ବାର୍ ଛାତ ବାରରେ ତୂରୀ ବଜାଉଥିବା ଦେଖାଯାଉଛି। ଲୋକମାନେ ଛିଡା ହୋଇ କ୍ଷେପଣାସ୍ତ୍ର ମାଡ଼ ଦେଖୁଛନ୍ତି ଏବଂ ସେମାନଙ୍କ ଫୋନରେ ଭିଡିଓ ଉତ୍ତୋଳନ କରୁଛନ୍ତି।






