ଖାଉଟିଙ୍କୁ ପେଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀଙ୍କ ତାଚ୍ଛଲ୍ୟ, କହିଲେ ମାଗଣାରେ ଟିକା ଦିଆଯାଉଥିବାରୁ ବଢୁଛି ତେଲ ଦର

The Sakala Picture
Published On

ଗୌହାଟି : ଦେଶରେ ସମ୍ପ୍ରତି ପେଟ୍ରୋଲ ଏବଂ ଡିଜେଲ ଦର ଆକାଶଛୁଆଁ। କେବଳ ଦିଲ୍ଲୀ, ମୁମ୍ବଇ, କଲକାତା, ଚେନ୍ନାଇ, ବାଙ୍ଗାଲୁରୁ ଏବଂ ଭୁବନେଶ୍ବର ସହର ନୁହେଁ ଏବେ ଦେଶର ସବୁ ସହରରେ ତେଲ ଦର ଶହେ ଟପିଯାଇଛି । ତୈଳ ଦର ବୃଦ୍ଧିକୁ ନେଇ ସମଗ୍ର ଦେଶ ତ୍ରାହି ତ୍ରାହି ଡାକୁଥିବାବେଳେ ଏହି ପ୍ରସଙ୍ଗରେ ଅଜବ ଯୁକ୍ତି ରଖୁଛନ୍ତି କେନ୍ଦ୍ର ପେଟ୍ରୋଲିୟମ ରାଷ୍ଟ୍ର ମନ୍ତ୍ରୀ ରମେଶ୍ବର ତେଲି | ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ତେଲି ରଖିଥିବା ବୟାନ […]

ଗୌହାଟି : ଦେଶରେ ସମ୍ପ୍ରତି ପେଟ୍ରୋଲ ଏବଂ ଡିଜେଲ ଦର ଆକାଶଛୁଆଁ। କେବଳ ଦିଲ୍ଲୀ, ମୁମ୍ବଇ, କଲକାତା, ଚେନ୍ନାଇ, ବାଙ୍ଗାଲୁରୁ ଏବଂ ଭୁବନେଶ୍ବର ସହର ନୁହେଁ ଏବେ ଦେଶର ସବୁ ସହରରେ ତେଲ ଦର ଶହେ ଟପିଯାଇଛି । ତୈଳ ଦର ବୃଦ୍ଧିକୁ ନେଇ ସମଗ୍ର ଦେଶ ତ୍ରାହି ତ୍ରାହି ଡାକୁଥିବାବେଳେ ଏହି ପ୍ରସଙ୍ଗରେ ଅଜବ ଯୁକ୍ତି ରଖୁଛନ୍ତି କେନ୍ଦ୍ର ପେଟ୍ରୋଲିୟମ ରାଷ୍ଟ୍ର ମନ୍ତ୍ରୀ ରମେଶ୍ବର ତେଲି | ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ତେଲି ରଖିଥିବା ବୟାନ ଏବେ ଖାଉଟିଙ୍କ କଟା ଘା’ରେ ଚୂନ ମାରିବା ଭଳି ହୋଇଛି । ତୈଳ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ, ମାଗଣାରେ କରୋନା ଟିକା ଦିଆଯାଉଥିବାରୁ ତୈଳ ଦର ବୃଦ୍ଧି ହେଉଛି। ସେ କହିଛନ୍ତି ଯେ, ଗୋଟିଏ ଲିଟର ପେଟ୍ରୋଲ ଅପେକ୍ଷା ଗୋଟିଏ ଲିଟର ହିମାଳୟର ଜଳ ଦାମ ଅଧିକ। ତେଣୁ ପେଟ୍ରୋଲ ମହଙ୍ଗା ନୁହେଁ। କେନ୍ଦ୍ର ଏବଂ ରାଜ୍ୟ ପେଟ୍ରୋଲ ଉପରେ ଟିକସ ଲଗାଇଛନ୍ତି। ଆପଣ ମାଗଣାରେ କୋଭିଡ୍ -୧୯ ଟିକା ପାଉଛନ୍ତି|କୋଭିଡ -୧୯ ଟିକା ପାଇଁ ଟଙ୍କା କେଉଁଠୁ ଆସିବ ବୋଲି ସେ ପ୍ରଶ୍ନ  କରିଛନ୍ତି।

ଆହୁରି ପଢ଼ନ୍ତୁ: ଡ୍ରୋନ୍ ଧକ୍କାରୁ ଅଳ୍ପକେ ବର୍ତ୍ତିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି: ବିମାନ ଯାତ୍ରା ବେଳେ ଘଟିଥିଲା ଅଘଟଣ

ଅପରପକ୍ଷେ କେନ୍ଦ୍ର ମନ୍ତ୍ରୀଙ୍କ ଏହି ଅଜବ ଯୁକ୍ତି ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। କାରଣ ଚଳିତ ଆର୍ଥିକବର୍ଷର ସାଧାରଣ ବଜେଟ୍‌ରେ କେନ୍ଦ୍ର ସରକାର କୋଭିଡ୍ ଟିକାକରଣ ନିମେନ୍ତ ସ୍ଵତନ୍ତ୍ର ଭାବେ ୩୫,୦୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ । ଏବେ ଟିକାକରଣ ଲାଗି ଦେଶର ଜନତାଙ୍କଠାରୁ ତେଲ ବାବଦରେ ରାଜସ୍ୱ ଲୁଟିବା ଯୁକ୍ତି କେତେଦୂର ଯଥାର୍ଥ ତାହା ଏବେ ବିଶେଷଜ୍ଞଙ୍କ ମହଲରେ ଆଲୋଚନାର ବିଷୟ ପାଲଟିଛି।

ଆହୁରି ପଢ଼ନ୍ତୁ: ହୁତିଙ୍କ କବ୍ଜାରେ ରଣନୀତିକ ମୟୁନ୍ ଦ୍ୱୀପ: ବିଶ୍ୱ ବାଣିଜ୍ୟରେ ସଙ୍କଟ, ବଢିଲା ତୈଳ ଦର

ଆସାମରେ ଗୌହାଟିରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ମନ୍ତ୍ରୀ ତେଲି କହିଛନ୍ତି ଯେ, ଆପଣ ଟିକା ପାଇଁ ମୂଲ୍ୟ ଦେଉନାହାନ୍ତି। ତେଲ ଟିକସରୁ ଟିକା ମୂଲ୍ୟ ଭରଣା କରାଯାଉଛି। ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି । ପେଟ୍ରୋଲ ଏବଂ ଡିଜେଲ ଉପରେ ସଂଗ୍ରହ କରାଯାଇଥିବା ଟିକସ କୋଭିଡ -୧୯ ଟିକା କିଣିବା ପାଇଁ ବ୍ୟବହାର ହୋଇଛି । ଆମ ସରକାର ଦେଶର ୧୩୦ କୋଟି ଲୋକଙ୍କୁ ମାଗଣାରେ ଟିକାକରଣ କରିବାକୁ ଲକ୍ଷ୍ୟ ରଖୁଛନ୍ତି। ପ୍ରତ୍ୟେକ ଟିକା ମୂଲ୍ୟ ପ୍ରାୟ ୧୨୦୦ ଟଙ୍କା ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦୁଇଟି ଡୋଜ୍ ଟିକା ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୪୦ ଟଙ୍କା। କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଉପରେ ଟିକସ ଲାଗାଉଛନ୍ତି। ଆମ ମନ୍ତ୍ରଣାଳୟ ତୈଳ ଦର ନିର୍ଦ୍ଧାରଣ କରୁନାହିଁ। ବାଣିଜ୍ୟ ବିଭାଗ ଏହାକୁ ସ୍ଥିତ କରୁଛି ଏବଂ ଏହା ଅନ୍ତର୍ଜାତୀୟ ବାଜର ଦର ସହ ଜଡିତ ଅଛି ବୋଲି ସେ କହିଛନ୍ତି। ଶ୍ରୀ ତେଲିଙ୍କ ଏହି ବୟାନକୁ ବିରୋଧୀ ତ୍ରୀବ୍ର ସମାଲୋଚନା କରିଛନ୍ତି। ବିରୋଧୀଙ୍କ ମତରେ ପ୍ରଥମେ କୋଭିଡ ଟିକାରଣ କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୩୫,୦୦୦କୋଟି ଟଙ୍କା ଘୋଷଣା କରିଥିଲେ । ୨୦୨୦ କରୋନା ପୂର୍ବରୁ ମଧ୍ୟ ଅନେକ ବାର ତେଲ ଦର ବୃଦ୍ଧି ହୋଇଛି। ସେତେବେଳେ କଣ ସରକାର କୋଭିଡ ପାଇଁ ଟିକା କିଣୁଥିଲେ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟାନ ପରେ ହୁଥି ବିଦ୍ରୋହୀଙ୍କ ବିରୋଧରେ ବିମାନ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ସାଉଦି ଆରବ

ସୂଚନାଅନୁସାରେ ଆଜି କ୍ରମାଗତ ଭାବେ ୭ମ ଦିନ ପାଇଁ ଦେଶରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହୋଇଛି। ସୋମବାର ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଲିଟର ପିଛା ଯଥାକ୍ରମେ ୩୦ ପଇସା ଏବଂ ୩୫ ପଇସା ବଢ଼ିଛି। ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦାମ ୧୦୪ ଟଙ୍କା ୪୪ ପଇସା ଟଙ୍କା ଓ ଡିଜେଲ ୯୩ ଟଙ୍କା ୧୭ ପଇସାରେ ପହଞ୍ଚିଛି । ସେହିପରି ମୁମ୍ବଇରେ ପେଟ୍ରୋଲ ୨୯ ପଇସା ଓ ଡିଜେଲ ୩୭ ପଇସା ବଢ଼ିଛି। ଫଳରେ ସେଠାରେ ପେଟ୍ରୋଲ ଲିଟର ପିଛା ୧୧୦ ଟଙ୍କା ୪୧ ପଇସା ଓ ଡିଜେଲ ୧୦୧ ଟଙ୍କା ୩ ପଇସା ରହିଛି। କଲକାତାରେ ପେଟ୍ରୋଲ ଲିଟର ପିଛା ୧୦୫ ଟଙ୍କା ୦୯ ପଇସା ଓ ଚେନ୍ନାଇରେ ଏହା ୧୦୧ ଟଙ୍କା ୭୯ ପଇସା ରହିଥିବାବେଳେ ରହିଛି। ଦୁଇ ସହରରେ ଡିଜେଲର ଲିଟର ପିଛା ଦାମ ଯଥାକ୍ରମେ ୯୬ଟଙ୍କା ୨୮ ପଇସା ଓ ୯୭ ଟଙ୍କା ୫୯ ପଇସା ଛୁଇଁଛି। ଅପରପକ୍ଷେ ରବିବାର ଭୁବନେଶ୍ଵରରେ ପେଟ୍ରୋଲ ଲିଟର ପିଛା ୩୦ ପଇସା ବୃଦ୍ଧି ଘଟି ୧୦୫ ଟଙ୍କା ୩୫ ପଇସାରେ ପହଞ୍ଚିଛି। ତେବେ ଆଜି ଡିଜେଲ ଦର ଲିଟର ପିଛା ୩୮ ପଇସା ବୃଦ୍ଧି ଘଟି ୧୦୧ ଟଙ୍କା ୬୩ ପଇସା ଛୁଇଁଛି।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର