ଉତ୍ତର ଆଣ୍ଡାମାନରେ ପଶିଲା ଘୂର୍ଣ୍ଣିବଳୟ; ଆଜି ସନ୍ଧ୍ୟା ସୁଦ୍ଧା ଲଘୁଚାପ ସମ୍ଭାବନା, ୨୨ରୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ

Madhusudan Das Picture
Published On

ଭୁବନେଶ୍ୱର: ଉତ୍ତର ଥାଇଲାଣ୍ଡ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଗତକାଲି ସନ୍ଧ୍ୟାରେ ଆଣ୍ଡାମାନ ସାଗରକୁ ପ୍ରବେଶ କରିଛି। ଏହାର ପ୍ରଭାବରେ ଆଜି ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବ। ଏହି ଲଘୁଚାପ ଧୀରେ ଧୀରେ ଅଧିକ ଘନୀଭୂତ ହେବା ସହ ପରବର୍ତ୍ତୀ ୩-୪ ଦିନ ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ସୃଷ୍ଟି ପରେ ବାତ୍ୟାରେ ପରିଣତ ହେବ କି ନାହିଁ ତାହା ସ୍ପଷ୍ଟ ହେବା ସହ ସମ୍ଭବତଃ ରବିବାର ବେଳକୁ ସମ୍ପୂର୍ଣ୍ଣ ଚିତ୍ର ଆକଳନ କରାଯିବାର ସମ୍ଭାବନା ରହିଛି। 

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚିକେନ୍ ଦୋକାନୀଙ୍କୁ ହତ୍ୟା, ପୁଅ ଗୁରୁତର

ଅନ୍ୟପଟେ ଆଇଏମ୍‌ଡି ପକ୍ଷରୁ ଏହାର ଗତିପଥ ଓ ତୀବ୍ରତା ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ଆକଳନ କରାଯାଇ ନ ଥିଲେ ମଧ୍ୟ ଏହା ଅବପାତର ରୂପ ନେବ ବୋଲି ପ୍ରାଥମିକ ଭାବେ କୁହାଯାଇଛି। ତେଣୁ ୨୨ ତାରିଖଠାରୁ ରାଜ୍ୟରେ ଏହାଦ୍ୱାରା ବର୍ଷା ବଢ଼ିବ ବୋଲି ଆଇଏମ୍‌ଡି କହିଛି। ୨୨ରୁ ବର୍ଷା ବଢ଼ି ପରବର୍ତ୍ତୀ ୩ ଦିନ ପର୍ଯ୍ୟନ୍ତ ଜାରି ରହିବାକୁ ଥିବାରୁ ଏବେଠାରୁ ବିଭିନ୍ନ ଜିଲ୍ଲାକୁ ପ୍ରବଳ ବର୍ଷା ଜନିତ ଚେତାବନୀ ଜାରି କରାଯାଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଉତ୍ତର ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ଅଞ୍ଚଳରେ ବାଦଲ ଅଧିକ ଘନୀଭୂତ ହେବାରେ ଲାଗିଛି। ୧୯ ସେପ୍ଟେମ୍ୱର ବେଳକୁ ଏଠାରେ ଏକ ଲଘୁଚାପ ସୃଷ୍ଟି ହୋଇ ପରେ ଆହୁରି ଘନୀଭୂତ ହୋଇପାରେ। ବିଶ୍ୱ ଓ ଭାରତୀୟ ପାଣିପାଗ ମଡେଲ୍‌ର ଆକଳନ ଅନୁସାରେ, ଲଘୁଚାପ ସୃଷ୍ଟି ହେବା ପରେ ଏହା ଧୀରେ ଧୀରେ ଶକ୍ତିଶାଳୀ ହୋଇ ଅବପାତ ହେବାର ସମ୍ଭାବନା ବଢ଼ୁଛି। ପରେ ଏହା ଗଭୀର ଅବପାତରେ ପରିଣତ ହୋଇପାରେ। ଆହୁରି ଶକ୍ତିଶାଳୀ ହୋଇ ବାତ୍ୟା ହେବାର ସମ୍ଭାବନାକୁ ମଧ୍ୟ ଏବେ ସୁଦ୍ଧା ବାଦ୍‌ ଦିଆଯାଇପାରୁ ନାହିଁ। କିନ୍ତୁ ଏଥିରେ ସମସ୍ତ ମଡେଲ୍‌ ଏପର୍ଯ୍ୟନ୍ତ ଏକମତ ହୋଇନାହାନ୍ତି। ବିଭିନ୍ନ ମଡେଲ୍‌ର ଆକଳନ ମଧ୍ୟରେ ପାର୍ଥକ୍ୟ କମୁଛି, କିନ୍ତୁ କେଉଁ ସ୍ଥାନରେ ଏହା ଉପକୂଳ ଅତିକ୍ରମ କରିବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଏହା ଗଭୀର ଅବପାତରେ ସୀମିତ ରହିବ କି ବାତ୍ୟାର ରୂପ ନେବ, ସେଥିରେ ମଧ୍ୟ ଅନିଶ୍ଚିତତା ରହିଛି। ତେବେ ଏହି ଲଘୁଚାପ ଯୋଗୁଁ ୨୨ ପରେ ରାଜ୍ୟରେ ବର୍ଷା ବଢ଼ିବ। ୨୩-୨୫ ସେପ୍ଟେମ୍ୱରରେ ବର୍ଷାର ପରିମାଣ ସବୁଠୁ ଅଧିକ ରହିବ। ଗତିପଥ ଉତ୍ତର ଆଡ଼କୁ ରହିଲେ ଉପକୂଳ, ଉତ୍ତର ଉପକୂଳ ଓ ଏହାକୁ ଲାଗିଥିବା ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷାର ସମ୍ଭାବନା ବଢ଼ିବ। ଗତି ଧୀର ହେଲେ ୨୫-୨୬ ସେପ୍ଟେମ୍ୱର ପର୍ଯ୍ୟନ୍ତ ମଧ୍ୟ ପ୍ରଭାବ ରହିପାରେ। କେଉଁ ଜିଲ୍ଲାରେ କେତେ ବର୍ଷା ହେବ, ତାହା ଶେଷ ଗତିପଥ ଉପରେ ନିର୍ଭର କରିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। 

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫାକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ

ଅନ୍ୟପଟେ ଏବେ ଓଡ଼ିଶା ଉପରେ ଗୋଟିଏ ଟ୍ରଫ୍‌ ଲାଇନ୍‌ ରହିଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଅନୁଭୂତ ହେଉଛି। ଶୁକ୍ରବାର ବାରିପଦାରେ ୬୫ ମିମି ବର୍ଷା ହୋଇଥିବା ବେଳେ ଦାରିଙ୍ଗବାଡ଼ି ୩୮, ଭଦ୍ରକ ୪୩, ଚାନ୍ଦବାଲିରେ ୨୯ ଓ କଟକରେ ୧୪ ମିମି ବର୍ଷା ରେକର୍ଡ କରାଯାଇଛି। ଶନିବାର ମଧ୍ୟ ଅନେକ ସ୍ଥାନରେ ସମାନ ସ୍ଥିତି ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। କେନ୍ଦୁଝର ଓ ମୟୂରଭଞ୍ଜରେ ବର୍ଷାର ପ୍ରଭାବ ସବୁଠୁ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି। 

ଆହୁରି ପଢ଼ନ୍ତୁ: ଡିଜେ ନିଷେଧ ସତ୍ତ୍ବେ ରାଜରାସ୍ତାରେ ଶବ୍ଦର ତାଣ୍ଡବ; ହାତ ଟେକି ଦେଇଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର