ଇଲେକ୍ଟୋରାଲ ବଣ୍ଡ ଅସାମ୍ବିଧାନିକ କହିବା ସହ ଏହାକୁ ରଦ୍ଦ କଲେ ସୁପ୍ରିମକୋର୍ଟ

The Sakala Picture
Published On

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ଇଲେକ୍ଟୋରାଲ ବଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ବଡ ରାୟ । ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ କହିବା ସହ ଏହା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ନିର୍ବାଚନୀ ବଣ୍ଡ ସ୍କିମ୍ ଲୋକଙ୍କର ସୂଚନା ଅଧିକାରକୁ କ୍ଷୂର୍ଣ୍ଣ କରୁଛି। ସୂଚନା ଅଧିକାର ଆଇନକୁ ଉଲ୍ଲଙ୍ଘନ କରୁଛି ଏହି ଯୋଜନା । ରାଜନୈତିକ ଦଳମାନଙ୍କୁ ଆସୁଥିବା ନିର୍ବାଚନୀ ଅର୍ଥରାଶି ବାବଦରେ […]

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ଇଲେକ୍ଟୋରାଲ ବଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ବଡ ରାୟ । ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ କହିବା ସହ ଏହା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ନିର୍ବାଚନୀ ବଣ୍ଡ ସ୍କିମ୍ ଲୋକଙ୍କର ସୂଚନା ଅଧିକାରକୁ କ୍ଷୂର୍ଣ୍ଣ କରୁଛି। ସୂଚନା ଅଧିକାର ଆଇନକୁ ଉଲ୍ଲଙ୍ଘନ କରୁଛି ଏହି ଯୋଜନା । ରାଜନୈତିକ ଦଳମାନଙ୍କୁ ଆସୁଥିବା ନିର୍ବାଚନୀ ଅର୍ଥରାଶି ବାବଦରେ ଭୋଟରଙ୍କର ଜାଣିବାର ଅଧିକାରୀ ରହିଛି ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ । ଏହା ସହ ବଣ୍ଡ୍ କ୍ରେତାଙ୍କ ତାଲିକାକୁ ସାର୍ବଜନୀନ କରିବା ବାଧ୍ୟତାମୂଳକ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ରାଜନୈତିକ ଦଳ ଦ୍ୱାରା ଗ୍ରହଣ କରାଯାଇଥିବା ସମସ୍ତ ଇଲେକ୍ଟୋରାଲ ବଣ୍ଡର ତଥ୍ଯ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବା ଲାଗି ଷ୍ଟେଟବ୍ଯାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରମିକୋର୍ଟ।

ଆହୁରି ପଢ଼ନ୍ତୁ: ଉତକ୍ଷେପଣର ୧୦ ମିନିଟ ପରେ ଫେଲ ମାରିଲା ଆମେରିକୀୟ ରକେଟ୍; ନଷ୍ଟ ହେଲା ଆମାଜନର ୪୦ଟି ସାଟେଲାଇଟ୍

ତିନି ଦିନ ଧରି ଲଗାତାର ଶୁଣାଣି ପରେ ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ସମ୍ବିଧାନ ଖଣ୍ଡପୀଠ ଗତବର୍ଷ ନଭେମ୍ବର ୨ରେ ରାୟ ସଂରକ୍ଷିତ ରଖିଥିଲେ। ଇଲେକ୍ଟୋରାଲ ବଣ୍ଡ୍ ସ୍କିମର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ୨୦୧୯ରେ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲା ।

ଆହୁରି ପଢ଼ନ୍ତୁ: କୁଲଗାମରେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ଲସ୍କର ଆତଙ୍କବାଦୀ ଲତିଫ୍ ଭଟ୍ଟ ନିହତ

୨୦୧୮ ଜାନୁଆରୀ ୨ର ଏହି ଯୋଜନା ଅନୁସାରେ ଆର୍ଥିକ ପ୍ରତିଷ୍ଠାନ କିମ୍ବା ବ୍ଯକ୍ତିବିଶେଷ ବ୍ୟାଙ୍କରୁ ବଣ୍ଡ କ୍ରୟ କରି କୌଣସି ରାଜନୈତିକ ଦଳକୁ ତାର ବ୍ୟବହାର ଉଦ୍ଦେଶ୍ୟରେ ଦେଇପାରିବେ। ରାଜନୈତିକ ଦଳଗୁଡିକୁ ପାଣ୍ଠି ପ୍ରଦାନରେ ସ୍ବଚ୍ଛତା ଆଣିବା ଉଦ୍ଦେଶ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ରାଜନୈତିକ ଦଳକୁ ନଗଦ ଅର୍ଥ ପ୍ରଦାନ ବଦଳରେ ଏହି ବ୍ୟବସ୍ଥା ଏକ ବିକଳ୍ପ ଥିଲା । ବିଭିନ୍ନ ଆବେଦନର ୩ ଦିନ ଧରି ଶୁଣାଣି କରି ସୁପ୍ରିମକୋର୍ଟ ଗତ ୨୦୨୩ ନଭେମ୍ବର ୨ରେ ନିଜ ରାୟ ସଂରକ୍ଷିତ ରଖିଥିଲେ।

ଆହୁରି ପଢ଼ନ୍ତୁ: ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରଶଂସା କଲେ ଡୋନାଲ୍ଡ ଟ୍ରମ୍ପ, ନିଜ ଦେଶର ଫେଡେରାଲ ରିଜର୍ଭକୁ କଲେ ତୀବ୍ର ସମାଲୋଚନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର