ଭାରତରେ ଶିକ୍ଷା ମହଙ୍ଗା : ପ୍ରଥମ ଶ୍ରେଣୀ ‘ଟ୍ୟୁସନ ଫି’ ୭.୩୫ ଲକ୍ଷ, ନାମଲେଖାଇବା ପାଇଁ ଦେବାକୁ ପଡୁଛି ଲକ୍ଷେ
ବେଙ୍ଗାଲୁରୁ : ଭାରତରେ ଶିକ୍ଷା ମହଙ୍ଗା ହେବାରେ ଲାଗିଛି। ଘରୋଇ ବିଦ୍ୟାଳୟରେ ଦେୟ ସାରା ବିଶ୍ବରେ ସର୍ବାଧିକ ରହିଛି। ଆୟ ବଢୁ ନ ଥିବାବେଳେ ବ୍ୟୟ ବଢ଼ି ଚାଲିଛି। ଏହି ଅନୁପାତରେ ମହଙ୍ଗା ଶିକ୍ଷାରେ ଭାରତ ସବୁଠୁ ଆଗରେ ରହିଛି। ନ୍ୟୁୟର୍କ, ଦୁବାଇ, ଲଣ୍ଡନ ଭଳି ସହରଠାରୁ ମୁମ୍ବଇ, ଦିଲ୍ଲୀ, ବେଙ୍ଗାଲୁରୁ ଆଦି ସହରରେ ପଢା ଖର୍ଚ୍ଚ ଢେର ଅଧିକ ରହିଛି। ଏହା ଅଭିଭାବକଙ୍କ ମୁଣ୍ଡବିନ୍ଧା ସୃଷ୍ଟି କରିଛି। ବେଙ୍ଗାଲୁରୁରୁ ଏହାର ପ୍ରକୃଷ୍ଠ ଉଦାହରଣ ସାମ୍ନାକୁ ଆସିଛି। ଏକ […]
ବେଙ୍ଗାଲୁରୁ : ଭାରତରେ ଶିକ୍ଷା ମହଙ୍ଗା ହେବାରେ ଲାଗିଛି। ଘରୋଇ ବିଦ୍ୟାଳୟରେ ଦେୟ ସାରା ବିଶ୍ବରେ ସର୍ବାଧିକ ରହିଛି। ଆୟ ବଢୁ ନ ଥିବାବେଳେ ବ୍ୟୟ ବଢ଼ି ଚାଲିଛି। ଏହି ଅନୁପାତରେ ମହଙ୍ଗା ଶିକ୍ଷାରେ ଭାରତ ସବୁଠୁ ଆଗରେ ରହିଛି। ନ୍ୟୁୟର୍କ, ଦୁବାଇ, ଲଣ୍ଡନ ଭଳି ସହରଠାରୁ ମୁମ୍ବଇ, ଦିଲ୍ଲୀ, ବେଙ୍ଗାଲୁରୁ ଆଦି ସହରରେ ପଢା ଖର୍ଚ୍ଚ ଢେର ଅଧିକ ରହିଛି। ଏହା ଅଭିଭାବକଙ୍କ ମୁଣ୍ଡବିନ୍ଧା ସୃଷ୍ଟି କରିଛି। ବେଙ୍ଗାଲୁରୁରୁ ଏହାର ପ୍ରକୃଷ୍ଠ ଉଦାହରଣ ସାମ୍ନାକୁ ଆସିଛି। ଏକ ପ୍ରସିଦ୍ଧ ସ୍କୁଲର ଟ୍ୟୁସନ ଫି ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହା ଦେଶରେ ଘରୋଇ ସ୍କୁଲର ଶୋଷଣକୁ ନେଇ ଚର୍ଚ୍ଚାକୁ ଜୋରଦାର କରିଛି।
ସୂଚନା ଅନୁଯାୟୀ ପ୍ରଥମ ଶ୍ରେଣୀ (ଆଇବି ପିୱାପି) ପାଇଁ ନିଭ୍ ଏକାଡେମିର ବାର୍ଷିକ ‘ଟ୍ୟୁସନ ଫି’ ୭.୩୫ ଲକ୍ଷ ଟଙ୍କା ରହିଛି। ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଏହି ଦେୟ ସମାନ ରହିଛି। ସେହିପରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏ ଟ୍ୟୁସନ ଫି ୭ ଲକ୍ଷ ୭୫ ହଜାର, ନବମ ଓ ଦଶମ ଶ୍ରେଣୀର ୮ ଲକ୍ଷ ୫୦ ହଜାର ଏବଂ ଏକାଦଶ ଓ ଦ୍ବାଦଶ ଶ୍ରେଣୀ ପାଇଁ ବର୍ଷକୁ ୧୧ ଲକ୍ଷ ଟଙ୍କା ଦେୟ ରହିଛି। ଖାଲି ସେତିକି ନୁହେଁ, ନାମଲେଖା ଦେୟ ଲକ୍ଷେ ଟଙ୍କା ରହିଛି। ଏହାକୁ କୌଣସି ସ୍ଥିତିରେ ବି ଫେରାଯିବ ନାହିଁ ବୋଲି କୁହାଯାଇଛି।

ଟ୍ୟୁସନ ଫିରେ ପରିବହନ, ପୁସ୍ତକ, ୟୁନିଫର୍ମ କିମ୍ବା ପାଠ୍ୟକ୍ରମ ବହିର୍ଭୁତ କାର୍ଯ୍ୟକଳାପ ଭଳି ଅତିରିକ୍ତ ଖର୍ଚ୍ଚ ସାମିଲ ନାହିଁ। ଏ ସବୁ ମିସାଇଲା ପରେ ପ୍ରଥମ ଶ୍ରେଣୀ ପିଲାର ମୋଟ ବାର୍ଷିକ ଖର୍ଚ୍ଚ ୮ ଲକ୍ଷ ଟଙ୍କାରୁ ଅଧିକ ହୋଇପାରେ। ଏହାକୁ ନେଇ ଆର୍ଥିକ ନୀତି ନିର୍ଦ୍ଧାରକ ଡି ମୁଥୁକ୍ରିଷ୍ଣନ ଏହି ସ୍କୁଲର ଦେୟ ତାଲିକା ସେୟାର କରି କହିଛନ୍ତି ଯେ ଏହା ଏକ ମୁକ୍ତ ବଜାର। ବ୍ୟକ୍ତିବିଶେଷଙ୍କ ଏହାର ମୂଲ୍ୟ ନିର୍ଦ୍ଧାରଣ କରୁଛନ୍ତି। ଗ୍ରାହକ କ’ଣ ଚାହୁଁଛନ୍ତି ତାହା ବାଛିବା ସେମାନଙ୍କର ପସନ୍ଦ। ଏଠାରେ ମଧ୍ୟ ସବୁକିଛି ଠିକ୍ ରହିଛି। ବେଙ୍ଗାଲୁରୁର ଏକ ଭଲ ବିଦ୍ୟାଳୟର ଏଭଳି ଦେୟ ନେଉଛି। ଅନେକ ଏଭଳି ଦେୟ ଦେଇପାରିବେ ନାହିଁ। ବର୍ଷକୁ ୫୦ ଲକ୍ଷ ଟଙ୍କା ଆୟ କରୁଥିବା ଆଇଟି ଦମ୍ପତ୍ତି ମଧ୍ୟ ନିଜର ଦୁଇ ପିଲାଙ୍କୁ ଏହି ସ୍କୁଲରେ ପଢାଇବାକୁ ଉଚିତ ମଣିବେ ନାହିଁ। ଭାରତ ହେଉଛି ମନମୁଖୀ ନିଷ୍ପତ୍ତି ନେଉଥିବା ଲୋକଙ୍କ ଦେଶ।
କିଛି ଲୋକେ କହିଛନ୍ତି ଯେ ଭାରତରେ ଘରୋଇ ସ୍କୁଲ ଉପରେ କୌଣସି ନିୟନ୍ତ୍ରଣ ନାହିଁ। ସ୍କୁଲଗୁଡିକ ନିଜ ମନଇଚ୍ଛା ଦେୟ ଆଦାୟ କରିଚାଲିଛନ୍ତି। ଯେତିକି ଟଙ୍କା ଲୋକଙ୍କଠୁ ନେଉଛନ୍ତି ସେହି ତୁଳନାରେ ଶିକ୍ଷକ, କର୍ମଚାରୀମାନଙ୍କୁ ଦରମା ଦେଉନାହାନ୍ତି। ପରିଚାଳକଙ୍କ ପାଖକୁ ଏଥିରୁ ସିଂହଭାଗ ଅର୍ଥ ଯାଉଛି। ମଧ୍ୟବିତ୍ତ ଏବଂ ଉଚ୍ଚ ମଧ୍ୟବିତ୍ତ ଲୋକେ ନିଜ ପିଲାଙ୍କୁ ବି ଏଭଳି ସ୍କୁଲରେ ପଢ଼ାଇପାରିବେ ନାହିଁ। ଧନୀଶ୍ରେଣୀର ପିଲାଙ୍କ ପାଇଁ ଏହା ସାଧାରଣ କଥା।






