ମନି ଲଣ୍ଡ୍ରିଂ ମାମଲାରେ ଗିରଫ ହେଲେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ

The Sakala Picture
Published On

ନୂଆଦିଲ୍ଲୀ : ଗିରଫ ହେଲେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ। ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ଅରବିନ୍ଦ କେଜ୍ରିଓ୍ବାଲ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଥିବା ସତ୍ୟେନ୍ଦ୍ର ଜୈନ ମିଛ କମ୍ପାନୀ ଜରିଆରେ ଟଙ୍କା ନେଣଦେଣର ଅଭିଯୋଗ ପରେ ଇଡି ତାଙ୍କୁ ଗିରଫ କରିଥିବା ଜଣାପଡିଛି। ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ କୋଲକାତା ଭିତ୍ତିକ କମ୍ପାନୀ ସହ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ଗିରଫ ହୋଇଛନ୍ତି। ଏହି ମାମଲାରେ ପୂର୍ବରୁ ଇଡି […]

ନୂଆଦିଲ୍ଲୀ : ଗିରଫ ହେଲେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ। ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ଅରବିନ୍ଦ କେଜ୍ରିଓ୍ବାଲ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଥିବା ସତ୍ୟେନ୍ଦ୍ର ଜୈନ ମିଛ କମ୍ପାନୀ ଜରିଆରେ ଟଙ୍କା ନେଣଦେଣର ଅଭିଯୋଗ ପରେ ଇଡି ତାଙ୍କୁ ଗିରଫ କରିଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁ ଅଧିକାରୀଙ୍କ ପ୍ରଥମ କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି: ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇବାକୁ ଘୋଷଣା

ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ କୋଲକାତା ଭିତ୍ତିକ କମ୍ପାନୀ ସହ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ଗିରଫ ହୋଇଛନ୍ତି। ଏହି ମାମଲାରେ ପୂର୍ବରୁ ଇଡି ତାଙ୍କୁ ଅନେକ ଥର ଜେରା କରିଥିଲା। ଅର୍ଥ ହେରଫେର ମାମଲାରେ ସତ୍ୟେନ୍ଦ୍ର ଜଡ଼ିତ ଥିବା ନେଇ ଇଡି ପାଖରେ ବଳିଷ୍ଠ ପ୍ରମାଣ ଲାଗିବା ଫଳରେ ଶେଷରେ ଆଜି ତାଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ସତ୍ୟେନ୍ଦ୍ର ଜୈନ ୨୦୧୫ରେ ଜଣେ ସରକାରୀ ଅଧିକାରୀ ଭାବେ କାମ କରୁଥିଲେ। ଏହି ସମୟରେ ତାଙ୍କ ମାଲିକାନାରେ ଥିବା ଗୋଟିଏ କମ୍ପାନୀ ହାୱାଲା ନେଟୱର୍କ ଜରିଆରେ ପ୍ରାୟ ୪.୮୧ କୋଟି ଟଙ୍କା ଗ୍ରହଣ କରିଥିଲା। ଶେଲ କମ୍ପାନୀଗୁଡ଼ିକ ଦ୍ୱାରା ଏପରି କାରବାର ହୋଇଥିବା ଇଡି ତଦନ୍ତରୁ ଜାଣିବାକୁ ପାଇଛି।

ଆହୁରି ପଢ଼ନ୍ତୁ: ଆସାମରେ ପୁଣି 'ହିମନ୍ତ' ଶାସନ: ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଶ୍ୱ ଶର୍ମା

ପୂର୍ବରୁ ଇଡି ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ମୋଟ ୪.୮୧ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା। ଗତ ଏପ୍ରିଲ ମାସରେ ଜୈନ ଓ ତାଙ୍କ ପରିବାର ବର୍ଗଙ୍କ ମାଲିକାରେ ଥିବା କମ୍ପାନୀଗୁଡ଼ିକ ନାଁରେ ଏତେ ପରିମାଣର ସମ୍ପତ୍ତି ରହିଥିଲା। ପ୍ରିଭେନସନ ଅଫ ମନି ଲଣ୍ଡ୍ରିଂ ଆକ୍ଟ(ପିଏମଏଲଏ)୨୦୨୨ ବଳରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ନ୍ୟାୟପାଳିକା ଉପରେ ବଢ଼ୁଥିବା ଆକ୍ରମଣକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ: ସମାଲୋଚକଙ୍କୁ 'ଅସରପା' ସହ କଲେ ତୁଳନା

30 May 2022 By The Sakala

ମନି ଲଣ୍ଡ୍ରିଂ ମାମଲାରେ ଗିରଫ ହେଲେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ

ନୂଆଦିଲ୍ଲୀ : ଗିରଫ ହେଲେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ। ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ଅରବିନ୍ଦ କେଜ୍ରିଓ୍ବାଲ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଥିବା ସତ୍ୟେନ୍ଦ୍ର ଜୈନ ମିଛ କମ୍ପାନୀ ଜରିଆରେ ଟଙ୍କା ନେଣଦେଣର ଅଭିଯୋଗ ପରେ ଇଡି ତାଙ୍କୁ ଗିରଫ କରିଥିବା ଜଣାପଡିଛି।

ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ କୋଲକାତା ଭିତ୍ତିକ କମ୍ପାନୀ ସହ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ଗିରଫ ହୋଇଛନ୍ତି। ଏହି ମାମଲାରେ ପୂର୍ବରୁ ଇଡି ତାଙ୍କୁ ଅନେକ ଥର ଜେରା କରିଥିଲା। ଅର୍ଥ ହେରଫେର ମାମଲାରେ ସତ୍ୟେନ୍ଦ୍ର ଜଡ଼ିତ ଥିବା ନେଇ ଇଡି ପାଖରେ ବଳିଷ୍ଠ ପ୍ରମାଣ ଲାଗିବା ଫଳରେ ଶେଷରେ ଆଜି ତାଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ସତ୍ୟେନ୍ଦ୍ର ଜୈନ ୨୦୧୫ରେ ଜଣେ ସରକାରୀ ଅଧିକାରୀ ଭାବେ କାମ କରୁଥିଲେ। ଏହି ସମୟରେ ତାଙ୍କ ମାଲିକାନାରେ ଥିବା ଗୋଟିଏ କମ୍ପାନୀ ହାୱାଲା ନେଟୱର୍କ ଜରିଆରେ ପ୍ରାୟ ୪.୮୧ କୋଟି ଟଙ୍କା ଗ୍ରହଣ କରିଥିଲା। ଶେଲ କମ୍ପାନୀଗୁଡ଼ିକ ଦ୍ୱାରା ଏପରି କାରବାର ହୋଇଥିବା ଇଡି ତଦନ୍ତରୁ ଜାଣିବାକୁ ପାଇଛି।

ପୂର୍ବରୁ ଇଡି ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ମୋଟ ୪.୮୧ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା। ଗତ ଏପ୍ରିଲ ମାସରେ ଜୈନ ଓ ତାଙ୍କ ପରିବାର ବର୍ଗଙ୍କ ମାଲିକାରେ ଥିବା କମ୍ପାନୀଗୁଡ଼ିକ ନାଁରେ ଏତେ ପରିମାଣର ସମ୍ପତ୍ତି ରହିଥିଲା। ପ୍ରିଭେନସନ ଅଫ ମନି ଲଣ୍ଡ୍ରିଂ ଆକ୍ଟ(ପିଏମଏଲଏ)୨୦୨୨ ବଳରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର