ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହମଜା ବୁରହାନକୁ ପାକିସ୍ତାନରେ ଗୁଳିକରି ହତ୍ୟା

Suryakanta Picture
Published On

୨୦୧୯ ପୁଲୱାମା ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ ତଥା କୁଖ୍ୟାତ ଆତଙ୍କବାଦୀ ହମଜା ବୁରହାନର ମୃତ୍ୟୁ ଘଟିଛି। ପାକିସ୍ତାନ ଅଧିକୃତ କାଶ୍ମୀର (PoK)ମୁଜାଫରାବାଦଠାରେ ଜଣେ ଅଜଣା ବନ୍ଧୁକଧାରୀ ତାକୁ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ଅଫିସରେ ପଶି ଆଖିବୁଜା ଗୁଳିମାଡ଼

ସୂଚନା ଅନୁଯାୟୀ, ଆତଙ୍କବାଦୀ ହମଜା ବୁରହାନ ନିଜକୁ ଜଣେ ଶିକ୍ଷକ ଭାବରେ ପରିଚୟ ଦେଇ ପାକିସ୍ତାନରେ ଲୁଚି ରହିଥିଲା। ଘଟଣା ସମୟରେ ସେ ମୁଜାଫରାବାଦ ସ୍ଥିତ ତା'ର କାର୍ଯ୍ୟାଳୟରେ ବସିଥିଲା। ଏହି ସମୟରେ କିଛି ଅଜଣା ଦୁର୍ବୃତ୍ତ ସେଠାରେ ପହଞ୍ଚି ତାକୁ ଲକ୍ଷ୍ୟ କରି ଆଖିବୁଜା ଗୁଳିମାଡ଼ କରିଥିଲେ। ଅତ୍ୟଧିକ ଗୁଳି ବାଜିବା ଫଳରେ ଘଟଣାସ୍ଥଳରେ ହିଁ ତା'ର ମୃତ୍ୟୁ ହୋଇଥିଲା।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

୪୦ ଯବାନଙ୍କ ବଳିଦାନର ନେଲା ପ୍ରତିଶୋଧ

ସୂଚନାଯୋଗ୍ୟ ଯେ, ୧୪ ଫେବୃଆରୀ ୨୦୧୯ରେ ଜାମ୍ମୁ-କାଶ୍ମୀରର ପୁଲୱାମାଠାରେ ସିଆରପିଏଫ୍ (CRPF) ଯବାନଙ୍କ କନଭୟ ଉପରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ଭାରତର ୪୦ରୁ ଅଧିକ ସୈନିକ ସହିଦ ହୋଇଥିଲେ। ଏହି ଭୟାନକ ଆକ୍ରମଣର ଷଡ଼ଯନ୍ତ୍ରକାରୀ ତଥା ମୁଖ୍ୟ ମାଷ୍ଟରମାଇଣ୍ଡମାନଙ୍କ ମଧ୍ୟରୁ ହମଜା ବୁରହାନ ଅନ୍ୟତମ ଥିଲା। ଏବେ ତାର ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ପୁଲୱାମା ସହିଦଙ୍କୁ ନ୍ୟାୟ ମିଳିଛି ବୋଲି ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର