ଆଫଗାନିସ୍ତାନ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା: ୩ ନୂଆ ମୁହଁ ସାମିଲ୍‌, ଦିନିକିଆକୁ ଫେରିଲେ ଇଶାନ

Madhusudan Das Picture
Published On

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ପକ୍ଷରୁ ମଙ୍ଗଳବାର ଦିନ ଆଗାମୀ ଆଫଗାନିସ୍ତାନ ବିପକ୍ଷ ଘରୋଇ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ବଛା ଯାଇଥିବା ଏହି ଦଳରେ ଅଭିଜ୍ଞ ତଥା ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି। ଆସନ୍ତା ୨୦୨୬ ଜୁନ୍ ମାସରେ ଏହି ସିରିଜ୍ ଖେଳାଯିବ।

ଆହୁରି ପଢ଼ନ୍ତୁ: ଅଭ୍ୟାସ ବେଳେ ୬ଟି କ୍ୟାମେରା ଫଲୋ କରିବା ଅସ୍ୱାଭାବିକ: ନିଜ ଗୋପନୀୟତାକୁ ନେଇ ମୁହଁ ଖୋଲିଲେ ବିରାଟ କୋହଲି

ଏହି ଦ୍ୱିପାକ୍ଷିକ ସିରିଜରେ ଗୋଟିଏ ଟେଷ୍ଟ ଏବଂ ୩ଟି ଦିନିକିଆ ମ୍ୟାଚ୍ ଖେଳାଯିବ, ଯାହାକି ଜୁନ୍ ୬, ୨୦୨୬ ରୁ ଆରମ୍ଭ ହେବ। ଏହି ଦଳ ଚୟନରେ କିଛି ବଡ଼ ନିଷ୍ପତ୍ତି ନିଆଯାଇଛି, ଯେଉଁଥିରେ ବିସ୍ଫୋରକ ୱିକେଟ୍-କିପର ବ୍ୟାଟର ଇଶାନ କିଷନଙ୍କ ପ୍ରତ୍ୟାବର୍ତ୍ତନ ଏବଂ ଆଇପିଏଲର ନୂଆ ବୋଲିଂ ସେନ୍ସେସନ୍ ପ୍ରିନ୍ସ ଯାଦବଙ୍କୁ ପ୍ରଥମ ଥର ପାଇଁ ସୁଯୋଗ ମିଳିବା ସାମିଲ ରହିଛି।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ଇତିହାସର ସର୍ବଶ୍ରେଷ୍ଠ ଖେଳାଳି ହେଉଛନ୍ତି ସୁନୀଲ ନାରିନ: ପ୍ରଶଂସାରେ ଶତମୁଖ ପୂର୍ବତନ ଭାରତୀୟ ବ୍ୟାଟର ଅମ୍ବାତି ରାୟୁଡୁ

ଦେଶୀୟ କ୍ରିକେଟ୍, ଟି-୨୦ ବିଶ୍ୱକପ୍ ୨୦୨୬ ଏବଂ ଆଇପିଏଲରେ ଦମଦାର ପ୍ରଦର୍ଶନ କରିବା ପରେ ଷ୍ଟାର୍ ୱିକେଟ୍-କିପର ଇଶାନ କିଷନ ଦିନିକିଆ ଦଳକୁ ଫେରିଛନ୍ତି। ସେହିପରି ଦିନିକିଆ ସେଟ୍-ଅପ୍ ରେ ଯୁବ ଦ୍ରୁତ ବୋଲର୍ ପ୍ରିନ୍ସ ଯାଦବଙ୍କୁ ସାମିଲ କରାଯିବା ସବୁଠାରୁ ରୋମାଞ୍ଚକର ନିଷ୍ପତ୍ତି। ଆଇପିଏଲ୍ ୨୦୨୬ ରେ ବର୍ତ୍ତମାନ ସୁଦ୍ଧା ୧୨ଟି ମ୍ୟାଚ୍ ରୁ ୧୬ଟି ୱିକେଟ୍ ନେଇ ସେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଖାସ କରି ବିରାଟ କୋହଲିଙ୍କୁ ଆଉଟ୍ କରିବା ପରେ ସେ ଚର୍ଚ୍ଚାକୁ ଆସିଥିଲେ। ବିଜୟ ହଜାରେ ଟ୍ରଫି ୨୦୨୫-୨୬ ରେ ମଧ୍ୟ ସେ ୧୮ଟି ୱିକେଟ୍ ହାସଲ କରିଥିଲେ।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ ତୟ! ଋଷଭ ପନ୍ତଙ୍କ ହାତରୁ ଖସିପାରେ ଟେଷ୍ଟ ଉପ-ଅଧିନାୟକ ପଦ, କେ.ଏଲ୍ ରାହୁଲ ହେବେ ଗିଲ୍‌ଙ୍କ ଡେପୁଟି

ଉଭୟ ସିରିଜରେ ଶୁଭମନ ଗିଲ୍ ଭାରତର ନେତୃତ୍ୱ ନେବେ। ଟେଷ୍ଟ ଦଳ ପାଇଁ କେ.ଏଲ୍ ରାହୁଲଙ୍କୁ ଉପ-ଅଧିନାୟକ କରାଯାଇଛି, ଯିଏକି ଋଷଭ ପନ୍ତଙ୍କ ସ୍ଥାନ ନେଇଛନ୍ତି। ଅନ୍ୟପଟେ ଦିନିକିଆ ଦଳକୁ ଫେରିଥିବା ଶ୍ରେୟସ ଆୟରଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି। ୱର୍କଲୋଡ୍ ମ୍ୟାନେଜମେଣ୍ଟ ଅଧୀନରେ ଷ୍ଟାର୍ ବୋଲର ଯଶପ୍ରୀତ ବୁମରା ଏବଂ ରବୀନ୍ଦ୍ର ଜାଡେଜାଙ୍କୁ ଉଭୟ ସିରିଜରୁ ବିଶ୍ରାମ ଦିଆଯାଇଛି। ସେହିପରି ଦିନିକିଆ ଦଳରେ ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ସ୍ଥାନ ପାଇଥିଲେ ମଧ୍ୟ ସେମାନଙ୍କ ଖେଳିବା BCCI ର ଫିଟନେସ୍ କ୍ଲିୟରାନ୍ସ ଉପରେ ନିର୍ଭର କରିବ। ଷ୍ଟାର୍ ବ୍ୟାଟର ବିରାଟ କୋହଲିଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଛି।

ଟେଷ୍ଟ ଦଳ: ଶୁଭମନ ଗିଲ୍ (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, କେ.ଏଲ୍ ରାହୁଲ (ଉପ-ଅଧିନାୟକ), ସାଇ ସୁଦର୍ଶନ, ଋଷଭ ପନ୍ତ, ଦେବଦତ୍ତ ପାଡିକଲ, ଧ୍ରୁବ ଜୁରେଲ, ୱାଶିଂଟନ୍ ସୁନ୍ଦର, ମହମ୍ମଦ ସିରାଜ, କୁଲଦୀପ ଯାଦବ, ନୀତିଶ କୁମାର ରେଡ୍ଡୀ, ମାନବ ସୁଥାର, ପ୍ରସିଦ୍ଧ କୃଷ୍ଣା, ଗୁରନୁର ବ୍ରାର ଏବଂ ହର୍ଷ ଦୁବେ।

 ଦିନିକିଆ ଦଳ: ଶୁଭମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା (ଫିଟନେସ୍ ଉପରେ ନିର୍ଭର), ବିରାଟ କୋହଲି, ଶ୍ରେୟସ ଆୟର (ଉପ-ଅଧିନାୟକ), କେ.ଏଲ୍ ରାହୁଲ, ଅର୍ଶଦୀପ ସିଂହ, ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା (ଫିଟନେସ୍ ଉପରେ ନିର୍ଭର), ନୀତିଶ କୁମାର ରେଡ୍ଡୀ, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ପ୍ରସିଦ୍ଧ କୃଷ୍ଣା, ପ୍ରିନ୍ସ ଯାଦବ, ଗୁରନୁର ବ୍ରାର ଏବଂ ହର୍ଷ ଦୁବେ।

19 May 2026 By Madhusudan Das

ଆଫଗାନିସ୍ତାନ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା: ୩ ନୂଆ ମୁହଁ ସାମିଲ୍‌, ଦିନିକିଆକୁ ଫେରିଲେ ଇଶାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ପକ୍ଷରୁ ମଙ୍ଗଳବାର ଦିନ ଆଗାମୀ ଆଫଗାନିସ୍ତାନ ବିପକ୍ଷ ଘରୋଇ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ବଛା ଯାଇଥିବା ଏହି ଦଳରେ ଅଭିଜ୍ଞ ତଥା ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି। ଆସନ୍ତା ୨୦୨୬ ଜୁନ୍ ମାସରେ ଏହି ସିରିଜ୍ ଖେଳାଯିବ।

ଏହି ଦ୍ୱିପାକ୍ଷିକ ସିରିଜରେ ଗୋଟିଏ ଟେଷ୍ଟ ଏବଂ ୩ଟି ଦିନିକିଆ ମ୍ୟାଚ୍ ଖେଳାଯିବ, ଯାହାକି ଜୁନ୍ ୬, ୨୦୨୬ ରୁ ଆରମ୍ଭ ହେବ। ଏହି ଦଳ ଚୟନରେ କିଛି ବଡ଼ ନିଷ୍ପତ୍ତି ନିଆଯାଇଛି, ଯେଉଁଥିରେ ବିସ୍ଫୋରକ ୱିକେଟ୍-କିପର ବ୍ୟାଟର ଇଶାନ କିଷନଙ୍କ ପ୍ରତ୍ୟାବର୍ତ୍ତନ ଏବଂ ଆଇପିଏଲର ନୂଆ ବୋଲିଂ ସେନ୍ସେସନ୍ ପ୍ରିନ୍ସ ଯାଦବଙ୍କୁ ପ୍ରଥମ ଥର ପାଇଁ ସୁଯୋଗ ମିଳିବା ସାମିଲ ରହିଛି।

ଦେଶୀୟ କ୍ରିକେଟ୍, ଟି-୨୦ ବିଶ୍ୱକପ୍ ୨୦୨୬ ଏବଂ ଆଇପିଏଲରେ ଦମଦାର ପ୍ରଦର୍ଶନ କରିବା ପରେ ଷ୍ଟାର୍ ୱିକେଟ୍-କିପର ଇଶାନ କିଷନ ଦିନିକିଆ ଦଳକୁ ଫେରିଛନ୍ତି। ସେହିପରି ଦିନିକିଆ ସେଟ୍-ଅପ୍ ରେ ଯୁବ ଦ୍ରୁତ ବୋଲର୍ ପ୍ରିନ୍ସ ଯାଦବଙ୍କୁ ସାମିଲ କରାଯିବା ସବୁଠାରୁ ରୋମାଞ୍ଚକର ନିଷ୍ପତ୍ତି। ଆଇପିଏଲ୍ ୨୦୨୬ ରେ ବର୍ତ୍ତମାନ ସୁଦ୍ଧା ୧୨ଟି ମ୍ୟାଚ୍ ରୁ ୧୬ଟି ୱିକେଟ୍ ନେଇ ସେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଖାସ କରି ବିରାଟ କୋହଲିଙ୍କୁ ଆଉଟ୍ କରିବା ପରେ ସେ ଚର୍ଚ୍ଚାକୁ ଆସିଥିଲେ। ବିଜୟ ହଜାରେ ଟ୍ରଫି ୨୦୨୫-୨୬ ରେ ମଧ୍ୟ ସେ ୧୮ଟି ୱିକେଟ୍ ହାସଲ କରିଥିଲେ।

ଉଭୟ ସିରିଜରେ ଶୁଭମନ ଗିଲ୍ ଭାରତର ନେତୃତ୍ୱ ନେବେ। ଟେଷ୍ଟ ଦଳ ପାଇଁ କେ.ଏଲ୍ ରାହୁଲଙ୍କୁ ଉପ-ଅଧିନାୟକ କରାଯାଇଛି, ଯିଏକି ଋଷଭ ପନ୍ତଙ୍କ ସ୍ଥାନ ନେଇଛନ୍ତି। ଅନ୍ୟପଟେ ଦିନିକିଆ ଦଳକୁ ଫେରିଥିବା ଶ୍ରେୟସ ଆୟରଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି। ୱର୍କଲୋଡ୍ ମ୍ୟାନେଜମେଣ୍ଟ ଅଧୀନରେ ଷ୍ଟାର୍ ବୋଲର ଯଶପ୍ରୀତ ବୁମରା ଏବଂ ରବୀନ୍ଦ୍ର ଜାଡେଜାଙ୍କୁ ଉଭୟ ସିରିଜରୁ ବିଶ୍ରାମ ଦିଆଯାଇଛି। ସେହିପରି ଦିନିକିଆ ଦଳରେ ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ସ୍ଥାନ ପାଇଥିଲେ ମଧ୍ୟ ସେମାନଙ୍କ ଖେଳିବା BCCI ର ଫିଟନେସ୍ କ୍ଲିୟରାନ୍ସ ଉପରେ ନିର୍ଭର କରିବ। ଷ୍ଟାର୍ ବ୍ୟାଟର ବିରାଟ କୋହଲିଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଛି।

ଟେଷ୍ଟ ଦଳ: ଶୁଭମନ ଗିଲ୍ (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, କେ.ଏଲ୍ ରାହୁଲ (ଉପ-ଅଧିନାୟକ), ସାଇ ସୁଦର୍ଶନ, ଋଷଭ ପନ୍ତ, ଦେବଦତ୍ତ ପାଡିକଲ, ଧ୍ରୁବ ଜୁରେଲ, ୱାଶିଂଟନ୍ ସୁନ୍ଦର, ମହମ୍ମଦ ସିରାଜ, କୁଲଦୀପ ଯାଦବ, ନୀତିଶ କୁମାର ରେଡ୍ଡୀ, ମାନବ ସୁଥାର, ପ୍ରସିଦ୍ଧ କୃଷ୍ଣା, ଗୁରନୁର ବ୍ରାର ଏବଂ ହର୍ଷ ଦୁବେ।

 ଦିନିକିଆ ଦଳ: ଶୁଭମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା (ଫିଟନେସ୍ ଉପରେ ନିର୍ଭର), ବିରାଟ କୋହଲି, ଶ୍ରେୟସ ଆୟର (ଉପ-ଅଧିନାୟକ), କେ.ଏଲ୍ ରାହୁଲ, ଅର୍ଶଦୀପ ସିଂହ, ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା (ଫିଟନେସ୍ ଉପରେ ନିର୍ଭର), ନୀତିଶ କୁମାର ରେଡ୍ଡୀ, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ପ୍ରସିଦ୍ଧ କୃଷ୍ଣା, ପ୍ରିନ୍ସ ଯାଦବ, ଗୁରନୁର ବ୍ରାର ଏବଂ ହର୍ଷ ଦୁବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର