ଅବିବାହିତା ମହିଳାଙ୍କୁ ଗର୍ଭପାତ ଅନୁମତି ଦେଲେନି ଦିଲ୍ଲୀ ହାଇକୋର୍ଟ: କହିଲେ- ଆପଣ ସନ୍ତାନ ଜନ୍ମ ଦିଅନ୍ତୁ, ପୋଷ୍ୟ ଗ୍ରହଣ ବ୍ୟବସ୍ଥା ସହ ଆମେ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବୁ

The Sakala Picture
Published On

ନୂଆଦିଲ୍ଲୀ : ଜଣେ ଅବିବାହିତା ମହିଳା ସନ୍ତାନ ଜନ୍ମ କରିବାକୁ ଆମ ସମାଜ ଏକ ଘୃଣ୍ୟ ଦୃଷ୍ଟିରେ ଦେଖାଯାଏ। ଯେଉଁଥି ପାଇଁ ଅନେକ ସମୟରେ ନଜିର ରହିଛି ଅନେକ ଅବିବାହିତ ମହିଳା ନିଜ ନିଜ ଗର୍ଭପାତ କରିଥାନ୍ତି। ସମାଜ ହେଉ ଅବା ଆର୍ଥିକ ସ୍ଥିତି ତାଙ୍କୁ ଦୁର୍ବଳ କରିଦିଏ ଏବଂ ଗର୍ଭପାତ କରାଇବାକୁ ବାଧ୍ୟ କରିଥାଏ। ଏହାରି ମଧ୍ୟରେ ଦିଲ୍ଲୀ ହାଇକୋର୍ଟ ଜଣେ ଅବିବାହିତା ମହିଳାଙ୍କୁ ଗର୍ଭପାତ କରାଇବାକୁ ଅନୁମତି ନଦେବା ସହ ତାଙ୍କୁ ସନ୍ତାନ ଜନ୍ମ […]

ନୂଆଦିଲ୍ଲୀ : ଜଣେ ଅବିବାହିତା ମହିଳା ସନ୍ତାନ ଜନ୍ମ କରିବାକୁ ଆମ ସମାଜ ଏକ ଘୃଣ୍ୟ ଦୃଷ୍ଟିରେ ଦେଖାଯାଏ। ଯେଉଁଥି ପାଇଁ ଅନେକ ସମୟରେ ନଜିର ରହିଛି ଅନେକ ଅବିବାହିତ ମହିଳା ନିଜ ନିଜ ଗର୍ଭପାତ କରିଥାନ୍ତି। ସମାଜ ହେଉ ଅବା ଆର୍ଥିକ ସ୍ଥିତି ତାଙ୍କୁ ଦୁର୍ବଳ କରିଦିଏ ଏବଂ ଗର୍ଭପାତ କରାଇବାକୁ ବାଧ୍ୟ କରିଥାଏ। ଏହାରି ମଧ୍ୟରେ ଦିଲ୍ଲୀ ହାଇକୋର୍ଟ ଜଣେ ଅବିବାହିତା ମହିଳାଙ୍କୁ ଗର୍ଭପାତ କରାଇବାକୁ ଅନୁମତି ନଦେବା ସହ ତାଙ୍କୁ ସନ୍ତାନ ଜନ୍ମ ଦେବା ପାଇଁ କହିଛନ୍ତି। ଏଥି ସହିତ ତାଙ୍କ ଜନ୍ମିତ ସନ୍ତାନକୁ କିପରି ପୋଷ୍ୟ ଗ୍ରହଣ ବ୍ୟବସ୍ଥା କରାଯିବ ଏବଂ ସନ୍ତାନ ଜନ୍ମ ପର୍ଯ୍ୟନ୍ତ ତାଙ୍କର ସମସ୍ତ ଖର୍ଚ୍ଚ କୋର୍ଟ ବହନ କରିବେ ବୋଲି କହିଛନ୍ତି। ଯାହା ଆଜି ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଛି।

ଆହୁରି ପଢ଼ନ୍ତୁ: ତୃଣମୂଳ କଂଗ୍ରେସର ଦୁଇ ବିବାଦୀୟ ଗୋଷ୍ଠୀକୁ ମିଳିଲା ନୂଆ ନାମ ଓ ଚିହ୍ନ, ମମତାଙ୍କ ଦଳକୁ ମିଳିଲା 'ଫୁଟବଲ୍ ଖେଳାଳି' ଚିହ୍ନ

ଜଣେ ୨୩ ସପ୍ତାହର ଅବିବାହିତା ମହିଳା ନିଜର ଗର୍ଭପାତ କରିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିବା ବେଳେ ତାହାକୁ ମନା କରି ଦେଇଛନ୍ତି ମାନ୍ୟବର କୋର୍ଟ। କୋର୍ଟ କହିଛନ୍ତି, ଏପରି କରିବା ଏକ ଗର୍ଭସ୍ଥ ଶିଶୁକୁ ହତ୍ୟା କରିବା ସହିତ ସମାନ। ମୁଖ୍ୟ ବିଚାରପତି ସତୀଶ ଚନ୍ଦ୍ର ଶର୍ମାଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ ଶିଶୁ ଜନ୍ମ ନହେବା ପର୍ଯ୍ୟନ୍ତ ଆବେଦନକାରୀଙ୍କୁ ଏକ ସୁରକ୍ଷିତ ସ୍ଥାନରେ ରଖିବା ଉଚିତ, ଯାହା ପରେ ନବଜାତ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇପାରିବ। ଖଣ୍ଡପୀଠ କହିଛନ୍ତି, ସମ୍ପ୍ରତିି ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାର କୌଣସି ଅଭାବ ନାହିଁ। ଅନେକ ଲୋକ ଏହାକୁ ଚାହିଁ ବସିଛନ୍ତି।

ଆହୁରି ପଢ଼ନ୍ତୁ: ବାର୍ କାଉନସିଲରେ ମହିଳାଙ୍କୁ ମିଳିବ କି ୩୦% ସଂରକ୍ଷଣ? ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ଆବେଦନକାରୀଙ୍କ ଆଇନଜୀବୀ କହିଥିଲେ ଯେ ଅବିବାହିତା ଏବଂ ମା ହେବାର ଗର୍ଭଧାରଣର ଏହି ପର୍ଯ୍ୟାୟରେ ଆବେଦନକାରୀ ଅତ୍ୟଧିକ ମାନସିକ ଚାପରେ ଅଛନ୍ତି। ଏପରି ଅବସ୍ଥାରେ ସେ ଏକ ସନ୍ତାନ ପ୍ରସବ କରିବାକୁ ସକ୍ଷମ ହେବେ ନାହିଁ ଏବଂ ତା’ପରେ ତାଙ୍କର ପ୍ରତିପୋଷଣ ମଧ୍ୟ ବହୁତ କଷ୍ଟସାଧ୍ୟ ହେବ। ଆଇନଜୀବୀ ଏହା ମଧ୍ୟ କହିଥିଲେ ଯେ ଅବିବାହିତା ମହିଳାଙ୍କ ପ୍ରତି ଗର୍ଭଧାରଣର ଚିକିତ୍ସା ସମାପ୍ତି ସମ୍ବନ୍ଧରେ ବାର୍‌ ଆଇନ ଅତ୍ୟନ୍ତ ଭେଦଭାବପୂର୍ଣ୍ଣ। ଏଥିପାଇଁ ଖଣ୍ଡପୀଠ କହିଛନ୍ତି, ଆମେ ଶିଶୁର ଯତ୍ନ ନେବାକୁ ଆବେଦନକାରୀଙ୍କୁ କହୁ ନାହୁଁ। ଆମେ ନିଶ୍ଚିତ କରିବୁ ଯେ ଶିଶୁର ଜନ୍ମ ପର୍ଯ୍ୟନ୍ତ ତାଙ୍କୁ ଏକ ସୁରକ୍ଷିତ ସ୍ଥାନରେ ରଖାଯିବ। ସେ ଶିଶୁକୁ ଜନ୍ମ ଦେବା ପରେ ଯାଇପାରନ୍ତି । ଆମେ ତାଙ୍କ ପିଲାକୁ ପୋଷ୍ୟ ସନ୍ତାନ ଭାବରେ କାହାକୁ ଦେବୁ ତାହା ଚିନ୍ତା କରିବୁ। ତେଣୁ ସେ କେବଳ ସନ୍ତାନଙ୍କୁ ଜନ୍ମ ଦିଅନ୍ତୁ। କିନ୍ତୁ ଆମେ ଆପଣଙ୍କୁ ପିଲାକୁ ମାରିବାକୁ ଅନୁମତି ଦେଇ ପାରିବୁ ନାହିଁ। ବେଞ୍ଚ କହିଛନ୍ତି ଯେ ଗର୍ଭଧାରଣର ୩୬ ସପ୍ତାହ ମଧ୍ୟରୁ ପ୍ରାୟ ୨୪ ସପ୍ତାହ ସମାପ୍ତ ହେବାକୁ ଯାଉଛି।

ଆହୁରି ପଢ଼ନ୍ତୁ: ଆଇଆଇଟି ବମ୍ବେରେ ଛାତ୍ରଙ୍କ ଆତ୍ମହତ୍ୟାକୁ ନେଇ ଉତ୍ତେଜନା: ପ୍ରଫେସରଙ୍କୁ ନିଲମ୍ବନ ଦାବିରେ ଛାତ୍ରଙ୍କ ବିକ୍ଷୋଭ, ଦୁଇ ଭାଗରେ ବିଭକ୍ତ ଫ୍ୟାକଲ୍ଟି

ମୁଖ୍ୟ ବିଚାରପତି କହିଛନ୍ତି, ଆମେ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବୁ କିନ୍ତୁ ଶିଶୁର ହତ୍ୟାକୁ ଅନୁମତି ଦେବୁ ନାହିଁ। ମୁଖ୍ୟ ବିଚାରପତି ଆବେଦନକାରୀଙ୍କ ଆଇନଜୀବୀଙ୍କୁ କହିଛନ୍ତି, ତୁମେ ତୁମର କ୍ଲାଏଣ୍ଟଙ୍କୁ ବୁଝାଅ। ଆମେ ନିଶ୍ଚିତ କରୁଛୁ ଯେ ତାଙ୍କର ଯତ୍ନ ଏବଂ ସୁରକ୍ଷା ଦାୟିତ୍ୱ ଆମର। ଶିଶୁଙ୍କ ରକ୍ଷଣାବେକ୍ଷଣ ପାଇଁ କେନ୍ଦ୍ର କିମ୍ବା ଦିଲ୍ଲୀ ସରକାର ସମ୍ପୂର୍ଣ୍ଣ ଦାୟିତ୍ୱ ନେବେ। ତାଙ୍କୁ ସର୍ବୋତ୍ତମ ଡାକ୍ତରଖାନାରେ ଭର୍ତ୍ତି କରାଯିବ ଏବଂ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ମୁଖ୍ୟ ବିଚାରପତି କହିଛନ୍ତି ଯେ କେବଳ ଏତିକି ନୁହେଁ, ମୁଁ ତାଙ୍କର ସମସ୍ତ ଖର୍ଚ୍ଚ ବହନ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛି, କିନ୍ତୁ ଏହି ସମୟରେ ମୁଁ ଗର୍ଭରେ ଶିଶୁର ହତ୍ୟାକୁ ଅନୁମତି ଦେଇ ପାରିବି ନାହିଁ।

ଆବେଦନକାରୀଙ୍କ ଆଇନଜୀବୀ ଯୁକ୍ତି କରିଛନ୍ତି ଯେ ଅବିବାହିତ ମହିଳାଙ୍କ ମାମଲା ପାଇଁ ୨୦ ସପ୍ତାହ ପରେ ଗର୍ଭପାତ ଆଇନ ଅନୁଯାୟୀ ଉପଲବ୍ଧ ହେଉଥିବାବେଳେ ଛାଡପତ୍ର ହୋଇଥିବା ମହିଳା ଏବଂ ଅନ୍ୟାନ୍ୟ ବର୍ଗର ମହିଳାଙ୍କ ପାଇଁ ଗର୍ଭପାତ ୨୪ ସପ୍ତାହ ପର୍ଯ୍ୟନ୍ତ ଉପଲବ୍ଧ ହେବା ଅତ୍ୟନ୍ତ ଭେଦଭାବପୂର୍ଣ୍ଣ। ସେ କହିଛନ୍ତି ଯେ ଏହି ଆଇନ ଅବିବାହିତା ମହିଳାଙ୍କୁ ୨୦ ସପ୍ତାହ ପର୍ଯ୍ୟନ୍ତ ଗର୍ଭଧାରଣର ଡାକ୍ତରୀ ଗର୍ଭପାତ କରାଇବାକୁ ଅନୁମତି ଦେଇଥାଏ, କିନ୍ତୁ ସହମତି ଭିତ୍ତିରେ ଥିବା ଆବେଦନକାରୀ ତାଙ୍କ ସାଥୀଙ୍କୁ ପରିତ୍ୟାଗ କରି ବର୍ତ୍ତମାନ ପର୍ଯ୍ୟାୟରେ ହାଇକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। ଆବେଦନକାରୀ ମଧ୍ୟ ସନ୍ତାନ ପାଇବାକୁ ଚାହୁଁ ନାହାଁନ୍ତି ବୋଲି କୋର୍ଟଙ୍କ ପରାମର୍ଶକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର