ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ଘୋଷଣା ପତ୍ର; ସରକାର ଆସିଲେ ମାଗଣା ବିଜୁଳି, ମହିଳାଙ୍କୁ ପେନସନ୍‌

The Sakala Picture
Published On

ଶିମଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ଘୋଷଣା ପତ୍ର । ଆସନ୍ତା ୧୨ ତାରିଖରେ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଥିବାବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଇସ୍ତାହାରରେ ଦିଆଯାଇଛି ଗୁରୁତ୍ବ । ତେବେ ନିର୍ବାଚନୀ ଘୋଷଣା ପତ୍ରରେ ୧୦ଟି ପ୍ରସଙ୍ଗକୁ ନେଇ ଗ୍ୟାରେଣ୍ଟି ଦେଇଛି ପ୍ରଦେଶ କଂଗ୍ରେସ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କଂଗ୍ରେସ ତା’ର ଇସ୍ତାହାରରେ କହିଛି କି, ଯଦି ହିମାଚଳରେ କଂଗ୍ରେସ ସରକାର ଗଠନ କରେ ତେବେ […]

ଶିମଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ଘୋଷଣା ପତ୍ର । ଆସନ୍ତା ୧୨ ତାରିଖରେ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଥିବାବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଇସ୍ତାହାରରେ ଦିଆଯାଇଛି ଗୁରୁତ୍ବ । ତେବେ ନିର୍ବାଚନୀ ଘୋଷଣା ପତ୍ରରେ ୧୦ଟି ପ୍ରସଙ୍ଗକୁ ନେଇ ଗ୍ୟାରେଣ୍ଟି ଦେଇଛି ପ୍ରଦେଶ କଂଗ୍ରେସ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କଂଗ୍ରେସ ତା’ର ଇସ୍ତାହାରରେ କହିଛି କି, ଯଦି ହିମାଚଳରେ କଂଗ୍ରେସ ସରକାର ଗଠନ କରେ ତେବେ ସରକାରଙ୍କ ପ୍ରଥମ ବୈଠକରେ ରାଜ୍ୟର ୧ ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ସରକାରୀ ନିଯୁକ୍ତି ଦିଆଯିବ । ଏହାସହିତ ଦଳ ସରକାର ଗଠନ କଲେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ମାସିକ ୧୫ଶହ ଟଙ୍କା ଲେଖାଏଁ ଭତ୍ତା ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛି । ଏହାସହ ରାଜ୍ୟରେ ପୁରୁଣା ପେନସନ ଲାଗୁ କରିବା, ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳୀମାଗଣା ଦେବା ପାଇଁ ଇସ୍ତାହାରରେ ଉଲ୍ଲେଖ କରାଯାଇଛି ।

ଆହୁରି ପଢ଼ନ୍ତୁ: କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ: IMD

ଏହାସହ କିଲୋ ପ୍ରତି ୨ ଟଙ୍କା ଦରରେ ଗୋବର କିଣିବା ସହ ଫଳ ଚାଷୀ ସେମାନଙ୍କ ଫଳର ଦାମ ବଗିଚାରେ ନିର୍ଦ୍ଧାରିତ କରିପାରିବାର ସୁଯୋଗ ମିଳିବ । ସେପଟେ ରାଜ୍ୟର ବେକାର ଯୁବକ ଯୁବତୀମାନଙ୍କ ପାଇଁ ୬୮୦ କୋଟି ଟଙ୍କାର ଷ୍ଟାଟଅପ୍ ପ୍ରସ୍ତୁତ କରିବାକୁ ଦଳ ପ୍ରତିଶ୍ରୁତି ଦେଇଛି ।

ଆହୁରି ପଢ଼ନ୍ତୁ: 'ଆପଣ ଗୁଗଲରେ ଅଶ୍ଳୀଳ ଭିଡିଓ ଦେଖିଛନ୍ତି...': କ୍ରାଇମବ୍ରାଞ୍ଚ ଅଫିସର ପରିଚୟ ଦେଇ ମହିଳାଙ୍କଠାରୁ ୪.୫୦ ଲକ୍ଷ ଟଙ୍କାର ସାଇବର ଠକେଇ

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ଭାଗେଲ, ଏଆଇସିସି ଇନ୍‌ଚାର୍ଜ ରାଜୀବ ଶୁକ୍ଳା, ଦଳର ହିମାଚଳ ପ୍ରଦେଶ ସଭାପତି ପ୍ରତିଭା ସିଂହ, କଂଗ୍ରେସ ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ଶୁଖବିନ୍ଦର ସିଂହ ସୁଖୁ ଓ ନିର୍ବାଚନୀ ଇସ୍ତାହାର କମିଟି ଅଧ୍ୟକ୍ଷ ଧନୀ ରାମ ଶାଣ୍ଡିଲଙ୍କ ଉପସ୍ଥିତିରେ ‘କଂଗ୍ରେସ ପ୍ରତିଜ୍ଞା ପତ୍ର’ ଘୋଷଣା କରାଯାଇଛି।

ଆହୁରି ପଢ଼ନ୍ତୁ: ଟ୍ରମ୍ପ ଏବଂ ନେତନ୍ୟାହୁଙ୍କ ମଧ୍ୟରେ ରାଜନୈତିକ ଅସ୍ତିତ୍ୱ ବଞ୍ଚାଇବାକୁ ସଂଘର୍ଷ: କ'ଣ ରହିଛି ଏହାର ପ୍ରଭାବ?

05 Nov 2022 By The Sakala

ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ଘୋଷଣା ପତ୍ର; ସରକାର ଆସିଲେ ମାଗଣା ବିଜୁଳି, ମହିଳାଙ୍କୁ ପେନସନ୍‌

ଶିମଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ଘୋଷଣା ପତ୍ର । ଆସନ୍ତା ୧୨ ତାରିଖରେ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଥିବାବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଇସ୍ତାହାରରେ ଦିଆଯାଇଛି ଗୁରୁତ୍ବ । ତେବେ ନିର୍ବାଚନୀ ଘୋଷଣା ପତ୍ରରେ ୧୦ଟି ପ୍ରସଙ୍ଗକୁ ନେଇ ଗ୍ୟାରେଣ୍ଟି ଦେଇଛି ପ୍ରଦେଶ କଂଗ୍ରେସ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କଂଗ୍ରେସ ତା’ର ଇସ୍ତାହାରରେ କହିଛି କି, ଯଦି ହିମାଚଳରେ କଂଗ୍ରେସ ସରକାର ଗଠନ କରେ ତେବେ ସରକାରଙ୍କ ପ୍ରଥମ ବୈଠକରେ ରାଜ୍ୟର ୧ ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ସରକାରୀ ନିଯୁକ୍ତି ଦିଆଯିବ । ଏହାସହିତ ଦଳ ସରକାର ଗଠନ କଲେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ମାସିକ ୧୫ଶହ ଟଙ୍କା ଲେଖାଏଁ ଭତ୍ତା ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛି । ଏହାସହ ରାଜ୍ୟରେ ପୁରୁଣା ପେନସନ ଲାଗୁ କରିବା, ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳୀମାଗଣା ଦେବା ପାଇଁ ଇସ୍ତାହାରରେ ଉଲ୍ଲେଖ କରାଯାଇଛି ।

ଏହାସହ କିଲୋ ପ୍ରତି ୨ ଟଙ୍କା ଦରରେ ଗୋବର କିଣିବା ସହ ଫଳ ଚାଷୀ ସେମାନଙ୍କ ଫଳର ଦାମ ବଗିଚାରେ ନିର୍ଦ୍ଧାରିତ କରିପାରିବାର ସୁଯୋଗ ମିଳିବ । ସେପଟେ ରାଜ୍ୟର ବେକାର ଯୁବକ ଯୁବତୀମାନଙ୍କ ପାଇଁ ୬୮୦ କୋଟି ଟଙ୍କାର ଷ୍ଟାଟଅପ୍ ପ୍ରସ୍ତୁତ କରିବାକୁ ଦଳ ପ୍ରତିଶ୍ରୁତି ଦେଇଛି ।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ଭାଗେଲ, ଏଆଇସିସି ଇନ୍‌ଚାର୍ଜ ରାଜୀବ ଶୁକ୍ଳା, ଦଳର ହିମାଚଳ ପ୍ରଦେଶ ସଭାପତି ପ୍ରତିଭା ସିଂହ, କଂଗ୍ରେସ ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ଶୁଖବିନ୍ଦର ସିଂହ ସୁଖୁ ଓ ନିର୍ବାଚନୀ ଇସ୍ତାହାର କମିଟି ଅଧ୍ୟକ୍ଷ ଧନୀ ରାମ ଶାଣ୍ଡିଲଙ୍କ ଉପସ୍ଥିତିରେ ‘କଂଗ୍ରେସ ପ୍ରତିଜ୍ଞା ପତ୍ର’ ଘୋଷଣା କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର