ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍‌ଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ଘରେ ସିବିଆଇ ରେଡ, ଘର ଏବଂ ଅଫିସ୍ ସମେତ ଏକକାଳୀନ ୯ଟି ସ୍ଥାନରେ ଚଢ଼ଉ

The Sakala Picture
Published On

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ ତଥା କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମଙ୍କ ଘର ଉପରେ ସିବିଆଇ ରେଡ୍ । ପୂର୍ବରୁ ଚାଲିଥିବା ବେଆଇନ୍ ଅର୍ଥ କାରବାରରେ ଆଜି ସକାଳୁ ହଠାତ କାର୍ତ୍ତି ଚିଦାମ୍ବରମଙ୍କ ଘର ଏବଂ ଅଫିସ୍ ସମେତ ଏକକାଳୀନ ୯ଟି ସ୍ଥାନରେ ଚଢଉ କରିଛି ସିବିଆଇ । ଚେନ୍ନାଇ, କର୍ଣ୍ଣାଟକ, ଦିଲ୍ଲୀ ,ଓଡିଶା ସମେତ କାର୍ତ୍ତିଙ୍କର ମୋଟ ୯ଟି ଠିକାଣା ସ୍ଥାନରେ ରେଡ ହୋଉଛି । ସୂଚନା […]

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ ତଥା କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମଙ୍କ ଘର ଉପରେ ସିବିଆଇ ରେଡ୍ । ପୂର୍ବରୁ ଚାଲିଥିବା ବେଆଇନ୍ ଅର୍ଥ କାରବାରରେ ଆଜି ସକାଳୁ ହଠାତ କାର୍ତ୍ତି ଚିଦାମ୍ବରମଙ୍କ ଘର ଏବଂ ଅଫିସ୍ ସମେତ ଏକକାଳୀନ ୯ଟି ସ୍ଥାନରେ ଚଢଉ କରିଛି ସିବିଆଇ ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ଚେନ୍ନାଇ, କର୍ଣ୍ଣାଟକ, ଦିଲ୍ଲୀ ,ଓଡିଶା ସମେତ କାର୍ତ୍ତିଙ୍କର ମୋଟ ୯ଟି ଠିକାଣା ସ୍ଥାନରେ ରେଡ ହୋଉଛି । ସୂଚନା ଅନୁସାରେ, ଚାଇନିଜ ଭିସା ନେଇ ଚାଲିଛି ଚଢ଼ଉ। ୫୦ ଲକ୍ଷ ଟଙ୍କା କାରବାର ନେଇ ଏହି ଚଢ଼ଉ ହୋଇଥିବା ଜଣାଯାଇଛି । ଚୀନର କିଛି ନାଗରିକଙ୍କୁ ଭିସା ଯୋଗାଇବା ପାଇଁ ୫୦ ଲକ୍ଷ କାରବାର ହୋଇଥିବା ସୂଚନା ମିଳିଛି। ଏଥିରେ ପୂର୍ବ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ଙ୍କ ସମ୍ପୃକ୍ତି ଥିବା ଜଣାଯାଇଛି। ତେବେ ଏହି ଚଢ଼ଉ ନେଇ ପୂର୍ବ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ ଟ୍ୱିଟ କରି କହିଛନ୍ତି କି ‘ଏପରି କେତେ ଥର ଚଢ଼ାଉ ହେଲାଣି ମୁଁ ଗଣିବା ଭୁଲି ଗଲିଣି। ଏହା ଏକ ରେକର୍ଡ’ ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର