ପ୍ରତ୍ଯେକ କରୋନା ମୃତକଙ୍କ ପରିବାରକୁ ମିଳିବ ୫୦ ହଜାର ଟଙ୍କାର କ୍ଷତିପୂରଣ

The Sakala Picture
Published On

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା ପରେ ପ୍ରତ୍ୟେକ କରୋନା ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦିଆଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ସରକାର ସୁପ୍ରିମକୋର୍ଟରେ ଜବାବ ଦାଖଲ କରି ଏହି ସୂଚନା ଦେଇଛନ୍ତି। ତେବେ ଏହି ଅର୍ଥ ରାଜ୍ୟ ବିପର୍ଯ୍ୟୟ ରିଲିଫ ପାଣ୍ଠି( ଏସଡିଆରଏଫ) ରୁ ଦିଆଯିବ ଏବଂ ରାଜ୍ୟ ସରକାର ଏହାକୁ  ବହନ କରିବେ। ଉଦ୍ଧାରକାର୍ଯ୍ୟରେ ସାମିଲ ଥିବା ଲୋକଙ୍କ ପରିଜନଙ୍କୁ ମଧ୍ୟ ଏହି ଅନୁକମ୍ପାମୂଳକ ସହାୟତା ପ୍ରଦାନ […]

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା ପରେ ପ୍ରତ୍ୟେକ କରୋନା ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦିଆଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ସରକାର ସୁପ୍ରିମକୋର୍ଟରେ ଜବାବ ଦାଖଲ କରି ଏହି ସୂଚନା ଦେଇଛନ୍ତି। ତେବେ ଏହି ଅର୍ଥ ରାଜ୍ୟ ବିପର୍ଯ୍ୟୟ ରିଲିଫ ପାଣ୍ଠି( ଏସଡିଆରଏଫ) ରୁ ଦିଆଯିବ ଏବଂ ରାଜ୍ୟ ସରକାର ଏହାକୁ  ବହନ କରିବେ। ଉଦ୍ଧାରକାର୍ଯ୍ୟରେ ସାମିଲ ଥିବା ଲୋକଙ୍କ ପରିଜନଙ୍କୁ ମଧ୍ୟ ଏହି ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ। ପୂର୍ବରୁ ମୃତ୍ୟୁବରଣ କରିଥିବା ଏବଂ ଭବିଷ୍ୟତରେ ମୃତ୍ୟୁ ପାଇଁ ମଧ୍ୟ ଏହି ଅର୍ଥ ଦିଆଯିବ ବୋଲି କୁହାଯାଇଛି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ଏନଡିଏମଏ ଅନୁକମ୍ପାମୂଳକ ସହାୟତା ନେଇ ମାର୍ଗଦର୍ଶିକା ପ୍ରସ୍ତୁତ କରିଛି ।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

ସୂଚନାଯୋଗ୍ୟ ଯେ, କରୋନାରେ ଏ ପର୍ଯ୍ୟନ୍ତ ୪୪୫୭୬୮ ଲୋକ ପ୍ରାଣ ହରାଇଲେଣି। ଏହି ଲୋକଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ଦେବା ଲାଗି ଦୀର୍ଘଦିନରୁ ଦାବି କରାଯାଉଛି। ପରିଶେଷରେ କେନ୍ଦ୍ର ଏ ନେଇ ରାଜି ହୋଇଛି। ଗତ ଶୁଣାଣିରେ କରୋନା ମୃତକଙ୍କ ପରିବାର ସଦସ୍ୟଙ୍କୁ କ୍ଷତିପୂରଣ ଦେବାକୁ ସରକାର ମନା କରିଦେଇଥିଲେ। ଏହାକୁ କୋର୍ଟ ମଧ୍ୟ ସ୍ବୀକାର କରିନେଇଥିଲେ। କିନ୍ତୁ ବିପର୍ଯ୍ୟୟ ପ୍ରଶମନ ଆଇନ ଅନୁଯାୟୀ କ୍ଷତିପୂରଣ ଦେବା ନିମନ୍ତେ କି ପଦକ୍ଷେପ ନିଆଯାଇଛି ଜଣାଇବାକୁ କୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ। ଏହା ଉପରେ ସେପ୍ଟେମ୍ବର ୨୩ ତାରିଖ ସୁଦ୍ଧା କୋର୍ଟଙ୍କୁ ତଥ୍ୟ ଦିଆଯିବ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ। ସେହିପରି ଗତ ସୋମବାର କରୋନାରେ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିବା ଲୋକଙ୍କ ମୃତ୍ୟୁକୁ
କରୋନା ମୃତ୍ୟୁ ଧରିବାକୁ ସର୍ବୋଚ୍ଚ ନ୍ୟାୟାଳୟ  କହିଥିଲେ।

ଏ ନେଇ ରାଜ୍ୟସରକାରମାନଙ୍କୁ ନୂଆ ମାର୍ଗଦର୍ଶିକା ଜାରି କରାଯାଉ। କରୋନା ଯୋଗୁଁ ଆତ୍ମହତ୍ୟା କରିଥିବା ଲୋକଙ୍କ ମୃତ୍ୟୁକୁ କରୋନାଜନିତ ନ ମାନିବା ଗ୍ରହଣଯୋଗ୍ୟ ନୁହେଁ। ସେମାନଙ୍କୁ କରୋନା ମୃତ୍ୟୁ ପ୍ରମାଣପତ୍ର ମିଳିବା ଉଚିତ। ଚଳିତ ବର୍ଷ ଜୁନ ମାସରେ କରୋନା ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତାଦେବା ସମ୍ଭବ ନୁହେଁ ବୋଲି କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ ଜଣାଇଥିଲା।

ଆହୁରି ପଢ଼ନ୍ତୁ: କୋହ୍ଲାପୁର ଫେରିବ ପ୍ରିୟ ହାତୀ ମାଧୁରୀ ଓରଫ ମହାଦେବୀ; ଭନତାରା କହିଲା 'ସୁସ୍ଥତା ଆମର ପ୍ରଥମ ପ୍ରାଥମିକତା'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର